or_tw/bible/names/obadiah.md

3.4 KiB
Raw Permalink Blame History

ଓବଦିୟ

ଘଟଣାବଳି:

ଓବଦିୟ ଜଣେ ପୁରାତନ ନୀୟମ ସମୟରେ ଭବିଷ୍ୟଦ ବକ୍ତାଥିଲେ ଯିଏ କି ଇଦୋମ ଲୋକମାନଙ୍କ ବିରୁଦ୍ଧରେ ପ୍ରଚାର କରୁଥିଲେ ଯେଉଁମାନେ ଏଷୌଙ୍କର ବଂଶଧରଥିଲେ ପୁରାତନ ନିୟମରେ ଅନେକ ଲୋକଙ୍କର ନାମ ଓବଦିୟଥିଲା

  • ପୁରାତନ ନିୟମରେ ଓବଦିୟ ପୁସ୍ତକ ସବୁଠାରୁ ଛୋଟିଆ ଅଟେ ଓ ପ୍ରଭୁ ସଦାପ୍ରଭୁଙ୍କଠାରୁ ଓବଦିୟ ଯେଉଁ ଦର୍ଶନ ପାଇଥିଲେ ସେହି ବିଷୟରେ ପ୍ରକାଶ କରେ
  • ଏହା ସ୍ପଷ୍ଟ ନୁହେଁ ଯେ କେବେ ଓବଦିୟ ବାସ କରୁଥିଲେ ଓ ଭବିଷ୍ୟବାଣୀ ପ୍ରଚାର କରୁଥିଲେ

ହୁଏତ ଯୋରାମ, ଅହସିୟ, ଯୋୟାସ ଏବଂ ଅମତସିୟ ଯେତେବେଳେ ଯିହୁଦା ରାଜ୍ୟରେ ବାସ କରୁଥିଲେ ଭବିଷ୍ୟତବକ୍ତା ଦାନୀୟେଲ, ଯିହିଜିକଲ ଓ ଯିରିମିୟ ମଧ୍ୟ ସେହି ସମୟରେ ପ୍ରଚାର କରୁଥିଲେ

  • ଓବଦିୟ ହୁଏତ ପରବର୍ତ୍ତୀ ସମୟରେ ସିଦିକିୟଙ୍କ ରାଜତ୍ୱ ସମୟରେ ଓ ବାବିଲୋନରେ ବନ୍ଦିତ୍ୱ ଅବସ୍ଥାରେ ବାସ କରୁଥିଲେ
  • ଓବଦୀୟଙ୍କ ନାମରେ ଅନ୍ୟମାନେ ଶଖାନୀୟର ସନ୍ତାନଗଣ, ଗାଦର ପ୍ରବାସୀ ଓ ଦାଉଦ ରାଜାଙ୍କର ରାଜକୀୟ କର୍ମଚାରୀ, ଆହଵ ରାଜାଙ୍କ ପ୍ରାସାଦ ପ୍ରଶାନିକ ଅଧିକାରୀ, ରାଜା ଯୋହୋଶାଫତଙ୍କର କର୍ମଚାରୀ, ଯୋଷୀୟା ରାଜାଙ୍କ ସମୟରେ ମନ୍ଦିର ପୁନନିର୍ମାଣ କାରୀ ଓ ନିହିମିୟଙ୍କ ସମୟରେ ଦ୍ୱାର ଜଗୁଆଳି ଜଣେ ଲେବିୟ
  • ହୋଇପାରେ ଓବଦିୟ ପୁସ୍ତକର ଲେଖକ ଏମାନଙ୍କ ମଧ୍ୟରୁ ଜଣେ

(ଅନୁବାଦ ପ୍ରସ୍ତାଵ ଗୁଡିକ: ନାମର ଅନୁବାଦ)

(ଦେଖ: ଆହବ, ବାବିଲୋନ, ଦାଉଦ, ଇଦୋମ, ଏଷୌ, ଯିହିଜିକଲ, ଦାନିଏଲ, ଗାଦ, ଜିହୋଶାଫତ, ଯୋଷୀୟ, ଲେବିୟ, ଶାଉଲ, ସିଦିକିୟ)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5662