or_tw/bible/names/babylon.md

5.1 KiB
Raw Permalink Blame History

ବାବିଲୋନ, ବାବିଲୋନିଆ, ବାବିଲୋନିଆ, ବାବିଲୋନୀୟମାନେ

ଘଟଣାବଳି:

ବାବିଲୋନ ସହର ପ୍ରାଚୀନ ବାବିଲୋନିଆ ଅଞ୍ଚଳର ରାଜଧାନୀଥିଲା ଯାହାକି ବାବିଲୋନୀୟ ସମ୍ରାଜ୍ୟର କିଛି ଅଂଶଥିଲା ׀

  • ବାବିଲୋନ ଇଉଫ୍ରେଟିସ ନଦୀ ନିକଟରେ ଅବସ୍ଥିତ ଯାହାକି ଅନେକ ଶହ ବର୍ଷ ତଳେ ସମାନ ସ୍ଥାନରେ ବାବିଲ ଗଡ଼ ନିର୍ମିତ ହୋଇଥିଲା ׀
  • ବେଳେବେଳେ ଏହି "ବାବିଲୋନ" ଶବ୍ଦ ସମ୍ପୂର୍ଣ୍ଣ ବାବିଲୋନୀୟସମ୍ରାଜ୍ୟ କୁ ସୂଚୀତ କରେ ׀

ଉଦାହରଣ ସ୍ୱରୂପ, ବାବିଲୋନର ରାଜା ସମଗ୍ର ବାବିଲୋନୀୟ ସମ୍ରାଜ୍ୟକୁ ଶାସନ କରୁଥିଲେ, କେବଳ ସହର କୁ ନୁହେଁ ׀

  • ବାବିଲୋନୀୟ ଲୋକମାନେ ଅତ୍ୟନ୍ତ ଶକ୍ତିଶାଳୀଥିଲେ ଯେଉଁମାନେ କି ଯିହୁଦା ରାଜ୍ୟର ଲୋକମାନଙ୍କୁ ବନ୍ଦୀ କରି 70 ବର୍ଷ ଧରି ନିର୍ୱାସିତ କରି ରଖିଥିଲେ ׀
  • ଏହି ଅଞ୍ଚଳ ର କିଛି ଅଂଶ କୁ "କଲଦିୟ" ଓ ସେଥିର ଅଧିବାସୀମାନଙ୍କୁ " କଲଦିୟ " ବୋଲି କୁହାଯାଉଥିଲା ׀

ଫଳ ସ୍ୱରୂପେ "କଲଦିୟ" ଶବ୍ଦ ଟି ବେଳେବେଳେ ବାବିଲୋନୀୟମାନଙ୍କୁ ସୂଚୀତ କରେ ׀

  • ନୂତନ ନିୟମରେ ବାବିଲୋନ ଶବ୍ଦଟି, ସ୍ଥାନ, ଲୋକମାନଙ୍କୁ ଏବଂ ମୂର୍ତ୍ତି ପୂଜା ଓ ପାପ ପୂର୍ଣ୍ଣ ବ୍ୟବହାର ସମ୍ପର୍କିତ ତଥ୍ୟକୁ ରୂପକ ଭାବରେ ବ୍ୟବହାର କରାଯାଉଥିଲା ׀
  • "ମହାନ ବାବିଲୋନ" କିମ୍ୱା "ବାବିଲୋନ ର ମହାନ ନଗର" ବାକ୍ୟ ଟି ଗୋଟିଏ ବଡ଼,ଧନଶାଳୀ ଏବଂ ପାପ ପୂର୍ଣ୍ଣ ଦେଶକୁ ସୂଚାଏ ଯେପରିକି ପ୍ରାଚୀନ ବାବିଲୋନ ମଧ୍ୟ ସେହିପରିଥିଲା ׀

(ଦେଖନ୍ତୁ: ରୂପକ)

(ଦେଖନ୍ତୁ: ବାବିଲ, କଲଦିୟ, ଯିହୁଦା, ନବୁଖଦନିତ୍ସର)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବାଇବଲ ଗଳ୍ପରୁ ଉଦାହରଣ:

  • 20:06 ଆସିରିୟମାନେ ଇଶ୍ରାୟେଲ ରାଜ୍ୟ କୁ ଧ୍ୱଂସ କରି 100 ବର୍ଷ ପରେ ପରମେଶ୍ୱର ବାବିଲୋନୀୟ ରାଜା ନବୁଖଦନିତ୍ସରଙ୍କୁ ଯିହୁଦା ରାଜ୍ୟ ଆକ୍ରମଣ କରିବା ନିମନ୍ତେ ପଠାଇଲେ ׀ବାବିଲୋନ ଗୋଟିଏ ଶକ୍ତିଶାଳୀ ରାଜ୍ୟଥିଲା ׀
  • 20:07 କିନ୍ତୁ କିଛି ବର୍ଷ ପରେ ଯିହୁଦାର ରାଜା ବାବିଲୋନ ବିରୁଦ୍ଧରେ ବିଦ୍ରୋହ କଲେ ׀

ତେଣୁ ବାବିଲୋନୀୟମାନେ ପୁନଶ୍ଚ ଫେରି ଆସି ଯିହୁଦା ରାଜ୍ୟ କୁ ଆକ୍ରମଣ କଲେ ׀ ସେମାନେ ଯିରୁଶାଲମ ସହର କୁ କାବୁ କଲେ ଏବଂ ମନ୍ଦିରକୁ ଧ୍ୱଂସ କରି ସହରର ଏବଂ ମନ୍ଦିର ର ସମସ୍ତ ଧନ ସମ୍ପତ୍ତି ଲୁଣ୍ଛନ କଲେ ׀

  • 20:09 ନବୁଖଦନିତ୍ସର ଏବଂ ତାଙ୍କର ସୈନ୍ୟ ବାହୀନି ଯିହୁଦାର ଅଧିକାଂଶ ଲୋକ ଙ୍କୁ ନେଇଗଲେ କେବଳ ଅତି ଗରିବ ଲୋକ ପଡ଼ିଆରେ ଗଛ ଲଗାଇବା ପାଇଁ ଛାଡ଼ି ଦିଆଗଲେ ׀
  • 20:11 ସତୁରୀ ବର୍ଷ ପରେ ପାରସ୍ୟର ରାଜା କୋରସ ବାବିଲୋନକୁ ପରାସ୍ତ କଲେ ׀

ବୋର୍ଡ ଡାଟା :

  • Strong's: H3778, H3779, H8152, H894, H895, H896, G897