or_tw/bible/names/levite.md

3.7 KiB
Raw Permalink Blame History

ଲେବୀ, ଲେବିୟ

ପରିଭାଷା:

ଲେବୀ ଯାକୁବର ତୃତୀୟ ସନ୍ତାନ ଥିଲେ I ସେ ଲେୟାଙ୍କର ତୃତୀୟ ପୁତ୍ର ଥିଲେ। ତାଙ୍କର ବଂଶଧରମାନେ ଇସ୍ରାଏଲର ଗୋଟିଏ ଗୋଷ୍ଠୀ ହେଲେ I

  • ତାଙ୍କଠାରୁ ଆସିଥିବା ଗୋଷ୍ଠୀ “ଲେବୀ ଗୋଷ୍ଠୀ” କିମ୍ବା  “ଲେବୀୟ” ଭାବରେ ପରିଚିତ ହେଲେ  I
  • ଲେବୀ ନାମ ପାଇଁ ହିବ୍ରୁ ଶବ୍ଦ “ଯୋଗଦାନ” ଶବ୍ଦ ସହ ସମାନ ଅଟେ I
  • ଅନ୍ୟ ଗୋଷ୍ଠୀ ପରି, ଲେବୀ ଗୋଷ୍ଠୀ କିଣାନରେ ଏକୀକୃତ ଭୂମିର ଉତ୍ତରାଧିକାରୀ ହୋଇନଥିଲେ I ଏହା ପରିବର୍ତ୍ତେ, ସେମାନେ ଅନ୍ୟ ଗୋଷ୍ଠୀର ବିଭିନ୍ନ ଅଞ୍ଚଳରେ ବିସ୍ତୃତ ବିଭିନ୍ନ ସହରକୁ ଉତ୍ତରାଧିକାରୀ ହୋଇଥିଲେ I
  • ଲେବୀର ଗୋଷ୍ଠୀ ତମ୍ବୁର ଯତ୍ନ (ପରବର୍ତ୍ତୀ ସମୟରେ ମନ୍ଦିରର) ନେବା ଏବଂ ଇସ୍ରାଏଲୀୟମାନଙ୍କ ପାଇଁ ବଳିଦାନ ଓ ପ୍ରାର୍ଥନା କରିବା ସହିତ ଧାର୍ମିକ ରୀତିନୀତି କରିବା ପାଇଁ ଦାୟୀତ୍ଵରେ  ଥିଲେ।
  • ପୁରାତନ ନିୟମରେ, ଏହା ସର୍ବଦା ସ୍ପଷ୍ଟ ନୁହେଁ ଯେ “ଲେବୀୟ” ଶବ୍ଦ ସାଧାରଣତ ଲେବୀର ବଂଶଧରମାନଙ୍କୁ କିମ୍ବା ମନ୍ଦିରରେ ସେବା କରୁଥିବା ବ୍ୟକ୍ତି ଯିଏ ଯାଜକମାନଙ୍କୁ ସାହାଯ୍ୟ କରେ ତାହାକୁ ବୁଝାଏ କି ନାହିଁ ତାହା ସ୍ପଷ୍ଟ ନୁହେଁ I
  • ପୁରାତନ ନିୟମ ନିୟମ ଅନୁଯାୟୀ ସମସ୍ତ ଯାଜକମାନଙ୍କୁ ଲେବୀ ବଂଶରୁ ମନୋନୀତ କରାଯିବା ଉଚିତଥିଲା I ଲେବୀୟ ଯାଜକମାନେ ଅଲଗା ହୋଇ ମନ୍ଦିରରେ ଈଶ୍ଵରଙ୍କ ସେବା କରିବାର ବିଶେଷ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଥିଲେ I
  • “ଲେବୀ” ନାମକ ଅନ୍ୟ ଦୁଇଜଣ ବ୍ୟକ୍ତି  ଯୀଶୁଙ୍କ ପୂର୍ବଜ ଥିଲେ। ସେମାନଙ୍କ ନାମ ଲୂକ ସୁସମାଚାରରେ ବଂଶାନୁକ୍ରମିକ ତାଲିକାରେ ଉଲ୍ଲେଖ ଅଛି I
  • ଯୀଶୁଙ୍କର ଶିଷ୍ୟ ମାଥିଉକୁ ମଧ୍ୟ ଲେବୀ କୁହାଯାଉଥିଲା I

(ମାଥିଉଯାଜକବଳିଦାନମନ୍ଦିରଇସ୍ରାଏଲର ବାରଜାତି: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H3878, H3879, H3881, G30170, G30180, G30190, G30200