or_tw/bible/names/david.md

6.4 KiB
Raw Permalink Blame History

ଦାଉଦ

ସତ୍ୟ ଘଟଣାବଳୀ:

ଦାଉଦ ଇସ୍ରାଏଲର ଦ୍ୱିତୀୟ ରାଜା ଥିଲେ ଏବଂ ସେ ଈଶ୍ୱରଙ୍କୁ ପ୍ରେମ କରୁଥିଲେ ଏବଂ ତାହାଙ୍କର ସେବା ଉପାସନା କରୁଥିଲେ I ସେ ଗୀତସଂହିତାର ପ୍ରଧାନ ଲେଖକ ଥିଲେ I

  • ଯେତେବେଳେ ଦାଉଦ ଯୁବକ ଥିଲେ ତାଙ୍କ ପରିବାରର ମେଷପଲର ଯତ୍ନ ନେଉଥିଲେ, ଈଶ୍ୱର ତାହାଙ୍କୁ ଇସ୍ରାଏଲର ପରବର୍ତ୍ତୀ ରାଜା ହେବାକୁ ମନୋନୀତ କଲେ I
  • ଦାଉଦ ଜଣେ ମୋହାନ ଯୋଦ୍ଧା ଥିଲେ ଏବଂ ସେମାନଙ୍କର ଶତୃଗଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେ ଇସ୍ରାଏଲର ସୈନ୍ୟମାନଙ୍କୁ ନେତୃତ୍ୱ ଦେଇଥିଲେ I ସେ ପଲେଷ୍ଟୀୟ ଗଲୀୟାତକୁ ପରାସ୍ତ କରିଥିଲେ ଯାହାକି ଅତି ପରିଚିତ ଥିଲା I
  • ଦାଉଦଙ୍କୁ ହତ୍ୟା କରିବାକୁ ରାଜା ଶାଉଲ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ଈଶ୍ୱର ତାହାଙ୍କୁ ରକ୍ଷା କରିଥିଲେ, ଏବଂ ତାହାଙ୍କୁ ଶାଉଲଙ୍କର ମୃତ୍ୟୁପରେ ରାଜା କରିଥିଲେ I
  • ଦାଉଦ ଗୋଟିଏ ଜଘନ୍ୟ ପାପ କରିଥିଲେ, କିନ୍ତୁ ସେ ଅନୁତାପ କରିଥିଲେ ଏବଂ ଈଶ୍ୱର ତାହାଙ୍କୁ କ୍ଷମା ଦେଇଥିଲେ I
  • ଯୀଶୁ, ମସୀହ, “ଦାଉଦଙ୍କ ସନ୍ତାନ” ବୋଲି କୁହାଯାଉ ଥିଲେ କାରଣ ସେ ଦାଉଦ ରାଜାଙ୍କର ବଂଶଜାତ ଥିଲେ I

ନାମଗୁଡ଼ିକ କିପରି ଅନୁବାଦ କରିବେ:  ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଗଲୀୟାତପଲେଷ୍ଟୀୟ, ଶାଉଲ (OT): ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କହାଣୀରୁ ଉଦାହରଣଗୁଡ଼ିକ:

  • 17:2 ଈଶ୍ଵର ଇସ୍ରାଏଲୀୟ ଯୁବକ ଦାଉଦଙ୍କୁ ଶାଉଲଙ୍କ ପରେ ରାଜା ହେବା ନିମନ୍ତେ ମନୋନୀତ କଲେ I ଦାଉଦ ବେଥଲିହିମ ନଗରର ଜଣେ ମେଷପାଳକ ଥିଲେ I … ଦାଉଦ ଜଣେ ନମ୍ର ଏବଂ ଧାର୍ମିକ ବ୍ୟକ୍ତି ଥିଲେ ଯିଏ କି ଈଶ୍ଵରଙ୍କଠାରେ ଭରସା କରୁଥିଲେ ଓ ଈଶ୍ଵରଙ୍କର ଆଜ୍ଞାକାରୀ ଥିଲେ I
  • 17:3 ଦାଉଦ ଜଣେ ମୋହାନ ସୈନିକ ଏବଂ ନେତା ଥିଲେ I ଯେତେବେଳେ ଦାଉଦ ଜଣେ ଯୁବକ ଥିଲେ, ସେ ଗଲୀୟା଼ତକୁ ଯୁଦ୍ଧରେ ପରାସ୍ତ କରିଥିଲେ I
  • 17:4 ଶାଉଲ ଦାଉଦଙ୍କ ପ୍ରତି  ଲୋକମାନଙ୍କର ପ୍ରେମ ଦେଖି ଈର୍ଷା କରିଥିଲେ I ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, ତେଣୁ ଦାଉଦ ଶାଉଲଙ୍କଠାରୁ ଲୁଚି ରହୁଥିଲେ I
  • 17:5 ଦାଉଦଙ୍କୁ ଈଶ୍ଵର ଅର୍ଶିବାଦ କଲେ ଏବଂ ସଫଳତା ଦେଲେ I ଦାଉଦ ଅନେକ ଯୁଦ୍ଧ କରିଥିଲେ ଏବଂ ଈଶ୍ଵର ତାହାଙ୍କୁ  ଇସ୍ରାଏଲର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କଲେ I
  • 17:6 ଦାଉଦ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କଲେ ଯେଉଁଠାରେ ସମସ୍ତ ଇସ୍ରାଏଲୀୟମାନେ ଈଶ୍ଵରଙ୍କର ଉପାସନା ଏବଂ ବଳିଉତ୍ସର୍ଗ କରିପାରିବେ I
  • 17:9 ଦାଉଦ ନ୍ୟାୟ ଓ ବିଶ୍ୱସ୍ତତାରେ ଅନେକ ବର୍ଷ ରାଜତ୍ୱ କଲେ, ଏବଂ ଈଶ୍ୱର ତାହାଙ୍କୁ ଅର୍ଶିବାଦ କଲେ I ତଥାପି, ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ସେ ଈଶ୍ୱରଙ୍କ ବିରୁଦ୍ଧରେ ଭୟଙ୍କର ପାପ କରିଥିଲେ I
  • 17:13 ଈଶ୍ୱର ଦାଉଦଙ୍କ ପ୍ରତି କ୍ରୋଧାନିତ୍ୱ ହେଲେ, ତେଣୁକରି ଈଶ୍ୱର ଦାଉଦ କେତେ ଘୃନ୍ୟପାପ କଲେ ତାହା ତାହାଙ୍କୁ  କହିବା ନିମନ୍ତେ ନାଥନ ଭବିଷ୍ୟତବକ୍ତାଙ୍କୁ ପଠାଇଲେ I ଦାଉଦ ତାଙ୍କ ପାପ ପାଇଁ ଅନୁତାପ କଲେ ଏବଂ ଈଶ୍ୱର ତାହାଙ୍କୁ କ୍ଷମା ଦେଲେ I ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ, ଦାଉଦ ଦୁଖଃକଷ୍ଟ ସମୟରେ ମଧ୍ୟ, ଈଶ୍ୱରଙ୍କ ଆଜ୍ଞାବହ ହେଲେ ଏବଂ ତାଙ୍କର ଅନୁଗମନ କଲେ I

ଶବ୍ଦବିନ୍ୟାସ :

  • Strongs: H1732, G11380