or_ta/translate/figs-intro/01.md

13 KiB

ଅଳଙ୍କାର ସୂଚକ ବାକ୍ୟରେ ସ୍ଵତନ୍ତ୍ର ଅର୍ଥ ଥାଏ ଯାହାକି ସେମାନଙ୍କ ବ୍ୟକ୍ତିଗତ ଶବ୍ଦର ଅର୍ଥ ଭଳି ଏଥିରେ ନ ଥାଏ । ବିଭିନ୍ନ ପ୍ରକାର ଅଳଙ୍କାରସୂଚକ ପଦ ରହିଛି । ଏହି ପୃଷ୍ଠା ବାଇବଲରେ ଉଲ୍ଲେଖ ହୋଇଥିବା ଅଳଙ୍କାରସୂଚକ ପଦଗୁଡ଼ିକର ତାଲିକା କରି ସେଗୁଡ଼ିକୁ ପରିଭାଷିତ କରେ ।

ସଂଜ୍ଞା ବା ପରିଭାଷା

କିଛି ବିଷୟକୁ ଅଣ-ଆକ୍ଷରିକ ଭାବରେ ବ୍ୟବହାର କରି କୁହାଯାଉଥିବା ମାଧ୍ୟମକୁ ଅଳଙ୍କାରସୂଚକ ପଦ କୁହାଯାଏ । ଯଥା, ଅଳଙ୍କାରସୂଚକ ଅର୍ଥ କୌଣସି ଶବ୍ଦର ଅଧିକ ସିଧାସଳଖ ଅର୍ଥ ରୂପେ ସମାନ ହୋଇ ନଥାଏ । ଅର୍ଥକୁ ଅନୁବାଦ କରିବା ପାଇଁ, ଆପଣ ଅଳଙ୍କାରସୂଚକ ପଦକୁ ଚିହ୍ନିବାରେ ଓ ମୂଳ ଭାଷାରେ ଅଳଙ୍କାରସୂଚକ ଶବ୍ଦର ଅର୍ଥ କଣ ତାହାକୁ ଜାଣିବାରେ ସକ୍ଷମ ହେବା ଆବଶ୍ୟକ । ତତ୍ ପରେ ଆପଣ ନିର୍ଦ୍ଦିଷ୍ଟ ଭାଷାରେ ସେହି ସମାନ ଅର୍ଥକୁ ଯୋଗାଯୋଗ କରିବା ପାଇଁ ଅଳଙ୍କାରସୂଚକ ଶବ୍ଦକୁ କିଅବା ସିଧାସଳଖ ମାଧ୍ୟମକୁ ଚୟନ କରି ପାରିବେ ।

ପ୍ରକାରଗତ ଉଦାହରଣ

ନିମ୍ନରେ ଉଲ୍ଲେଖ କରାଯାଇଥିବା ତାଲିକା ବିଭିନ୍ନ ପ୍ରକାରର ଅଳଙ୍କାରସୂଚକ ପଦ/ଶବ୍ଦ ଅଟେ । ଯଦି ଆପଣ ଅତିରିକ୍ତ ସୂଚନାକୁ ପସନ୍ଦ କରୁଛନ୍ତି, ତେବେ ପରିଭାଷାଗୁଡ଼ିକ ଥିବା ପୃଷ୍ଠାକୁ ଚାଳିତ କରିବା ପାଇଁ ରଙ୍ଗିନ୍ ଶବ୍ଦରେ କେବଳ କ୍ଲିକ୍ କରନ୍ତୁ ।

  • ବର୍ଣ୍ଣଲୋପର/ସମ୍ଵନ୍ଧପଦର ଚିହ୍ନ - ବର୍ଣ୍ଣଲୋପ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ବକ୍ତା ଯାହା ବିଷୟରେ ସିଧାସଳଖ ସମ୍ଭୋଧନ କରିଥାଏ, ସେଠାରେ ସେ ନ ଥାଏ ବା ଏପରି ବିଷୟରେ ସମ୍ଭୋଧନ କରିଥାନ୍ତି ଯିଏ ବ୍ୟକ୍ତି ହିଁ ନୁହଁନ୍ତି ।
  • ପ୍ରତିରୂପ ବାକ୍ୟାଂଶ - ପ୍ରତିରୂପ ବାକ୍ୟାଂଶ ଦୁଇ ଯୁଗ୍ମ ଶବ୍ଦ ଅଟେ ବା ସଂକ୍ଷିପ୍ତ ବାକ୍ୟାଂଶ, ଅର୍ଥ ସମାନ ବିଷୟ ଓ ଯାହା ସମାନ ବାକ୍ୟାଂଶରେ ବ୍ୟବହୃତ ହୋଇଥାଏ । ବାଇବଲରେ, ପ୍ରତିରୂପ ବାକ୍ୟାଂଶଗୁଡ଼ିକ ଅନେକ ସମୟରେ ବିଚାରଧାରାକୁ ଗୁରୁତ୍ଵାରୋପ ଦେବା ପାଇଁ କବିତା, ଭାବବାଣୀ, ଓ ଉପଦେଶଗୁଡ଼ିକରେ ବ୍ୟବହୃତ ହୋଇଅଛି ।
  • ଶିଷ୍ଟୋକ୍ତି - ଅପ୍ରୀତିକର ବା ଲଜ୍ଜାଜନକ ବିଷୟକୁ ଦର୍ଶାଇବାର କୋମଳ ବା ଶିଷ୍ଟାଚାର ମାଧ୍ୟମକୁ ଶିଷ୍ଟୋକ୍ତି କୁହାଯାଏ । ଏହାକୁ ଶୁଣୁଥିବା ବା ପଢୁଥିବା ଲୋକଙ୍କୁ ଅପମାନିତ କରିବାରୁ ନିବୃତ୍ତ କରିବା ଏହାର ଉଦ୍ଦେଶ୍ୟ ।
  • ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର (Hendiadys) - ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାରରେ ଗୋଟିଏ ବିଚାରଧାରାକୁ ଦୁଇଟି ସଂଯୁକ୍ତ “ଏବଂ”ଶବ୍ଦ ସହ ପ୍ରକାଶ କରାଯାଏ, ଓ ଗୋଟିଏ ଶବ୍ଦ ଅନ୍ୟ ଶବ୍ଦକୁ ଆଂଶିକ ପରିବର୍ତ୍ତନ କରିବା ପାଇଁ ବ୍ୟବହାର କରାଯାଇପାରେ ।
  • ଅତ୍ୟୁକ୍ତି - କିଛି ବିଷୟରେ ଥିବା ବକ୍ତାଙ୍କ ମନୋଭାବ ବା ମତାମତକୁ ଇଙ୍ଗିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ଅତିରଞ୍ଜିତ କରି ବ୍ୟବହାର କରାଯାଏ, ତାହାକୁ ଅତ୍ୟୁକ୍ତି କୁହାଯାଏ ।
  • ରୂଢି ପ୍ରୟୋଗ ବାକ୍ୟାଂଶ - ରୂଢି ପ୍ରୟୋଗ ବାକ୍ୟାଂଶ ଏକ ଅର୍ଥପୂର୍ଣ୍ଣ ଶବ୍ଦମାଳା ଅଟେ, ଯାହା ବ୍ୟକ୍ତିଗତ ଶବ୍ଦର ଅର୍ଥରୁ ଜଣେ କଣ ବୁଝୁଛି ତାହାଠାରୁ ଭିନ୍ନ ଥାଏ ।
  • ବ୍ୟଙ୍ଗାତ୍ମକସୂଚକ ବାକ୍ୟ - ବ୍ୟଙ୍ଗାତ୍ମକସୂଚକ ବାକ୍ୟ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ବକ୍ତା ଯୋଗାଯୋଗ କରିବାକୁ ଚାହୁଁଥିବା ଭାବନା ରହିଥାଏ, ଓ ଏହା ବାସ୍ତବରେ ଶବ୍ଦର ଆକ୍ଷରିକ ଅର୍ଥର ବିପରୀତ ଅଟେ ।
  • ଶ୍ରୁତିମଧୁର - ଶ୍ରୁତିମଧୁର ବାକ୍ୟ ଏକ ଦୃଢ ଉକ୍ତି ଅଟେ, ଯାହା ବିପରୀତ ମନୋଭାବକୁ ଅସ୍ଵୀକାର କରି କୋମଲ ଭାବରେ ବ୍ୟକ୍ତ କରିଥାଏ ।
  • ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ - ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ଯାହା ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ଜଣେ ବ୍ୟକ୍ତି ଏହାର କିଛି ଭାଗକୁ ଶୁଣି ସାରିବା ପରେ ବା ଏହାର ଦୁଇ ଚୂଡ଼ାନ୍ତ ଭାଗକୁ କହିବା ପରେ କିଛି ବିଷୟକୁ ସୂଚିତ କରନ୍ତି ।
  • ରୂପକ ଶବ୍ଦ - ରୂପକ ଶବ୍ଦ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ଗୋଟିଏ ଧାରଣା ଅନ୍ୟ ସ୍ଥାନରେ, ଅସମ୍ପର୍କିତ ଧାରଣା ଭାବେ ବ୍ୟବହୃତ ହୋଇଥାଏ । ସାଧାରଣରେ ଅସମ୍ପର୍କିତ ଧାରଣାଗୁଡ଼ିକ କଣ, ତହିଁ ବିଷୟରେ ଚିନ୍ତା କରିବା ପାଇଁ ଏହା ଶ୍ରୋତାଙ୍କୁ ଆମନ୍ତ୍ରିତ କରିଥାଏ । ଅର୍ଥ, ରୂପକ ଶବ୍ଦ ଦୁଇଟି ଅସମ୍ପର୍କିତ ବିଷୟ ମଧ୍ୟରେ ଥିବା ତୁଳନାକୁ ସୂଚିତ କରେ ।
  • ଲାକ୍ଷଣିକ ଶବ୍ଦ - ଲାକ୍ଷଣିକ ଶବ୍ଦ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯହିଁରେ କୌଣସି ବିଷୟ ବା ବିଚାରଧାରା ଏଥିର ନିଜ ନାମ ଦ୍ଵାରା ନୁହେଁ, ବରଂ ଏଥି ସହ ଅତି ଘନିଷ୍ଠ ଭାବେ ଥିବା କିଛି ବିଷୟର ନାମ ଦ୍ଵାରା ସମ୍ବୋଧିତ ହୋଇଥାଏ । ଲାକ୍ଷଣିକ ଶବ୍ଦ ଗୋଟିଏ ଶବ୍ଦ ବା ବାକ୍ୟାଂଶ ଅଟେ, ଯାହା କୌଣସି ବିଷୟ ସହ ଘନିଷ୍ଠ ଥିବା କିଛି ବିଷୟ ନିମନ୍ତେ ବିକଳ୍ପ ରୂପେ ବ୍ୟବହୃତ ହୋଇଥାଏ ।
  • ସମାନ୍ତରତାସୂଚକ - ସମାନ୍ତରତାସୂଚକ ଶବ୍ଦରେ ଦୁଇଟି ବାକ୍ୟାଂଶ ବା ଖଣ୍ଡବାକ୍ୟ ଥାଏ ଯାହା ଢାଞ୍ଚାରେ ସମାନତା ଥାଏ ବା ବିଚାରଧାରା ଏକତ୍ର ବ୍ୟବହୃତ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଏବ୍ରୀ ବାଇବଲରେ ଦେଖିବାକୁ ମିଳେ, ପ୍ରାୟ ସାଧାରଣତଃ ଗୀତସଂହିତାର କବିତାରେ ଓ ହିତୋପଦେଶରେ ଦେଖିବାକୁ ମିଳିଥାଏ ।
  • ବୈଶିଷ୍ଟ୍ୟସମୂହ - ବୈଶିଷ୍ଟ୍ୟସମୂହ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯହିଁରେ ବିଚାରଧାରା ବା କିଛି ବିଷୟ ଯାହା ମନୁଷ୍ୟକୁ ଦର୍ଶାଏ ନାହିଁ, ଯେପରି ଏହା ଜଣେ ବ୍ୟକ୍ତି ଭଳି ଓ ଯାହା ଲୋକେ କରୁଥିବା ବିଷୟକୁ କରିଥାଏ କିମ୍ବା ଲୋକଙ୍କ ପାଖରେ ଥିବା ଗୁଣସମୂହ ତହିଁରେ ଥାଏ ।
  • ପ୍ରତ୍ୟାଶିତ ଅତୀତ - ପ୍ରତ୍ୟାଶିତ ଅତୀତ ଏକ ରୂପରେଖା ଅଟେ ଯାହା କେତେକ ଭାଷାମାନେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟକୁ ଦର୍ଶାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି । ଏହା କୌଣସି କୌଣସି ସମୟରେ କିଛି ପ୍ରକାଶ କରିବା ପାଇଁ ଭାବବାଣୀରେ କରାଯାଏ ଯେ ଘଟଣାଟି ନିଶ୍ଚିତ ଭାବରେ ଘଟିବ ।
  • ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ - ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏକ ଏଭଳି ପ୍ରଶ୍ନ ଯାହାକି ସୂଚନା ପାଇବା ପରିବର୍ତ୍ତେ କିଛି ବିଷୟ ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ । ଅନେକ ସମୟରେ ଏହା ବକ୍ତାଙ୍କ ଆଚରଣ ପ୍ରସଙ୍ଗ ପ୍ରତି ବା ଶ୍ରୋତାମାନଙ୍କ ପ୍ରତି କଣ, ତାହାକୁ ଇଙ୍ଗିତ କରିଥାଏ । ଅନେକ ସମୟରେ ଏହା ଭର୍ତ୍ସନା ବା ଗାଳି ଦେବା ନିମନ୍ତେ ବ୍ୟବହାର କରାଯାଏ, କିନ୍ତୁ କେତେକ ଭାଷାରେ ଅନ୍ୟ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟ ରହିଛି ।
  • ଉପମା - ଉପମା ଦୁଇଟି ବିଷୟର ତୁଳନାତ୍ମକ ଶବ୍ଦ ଅଟେ ଯାହା ସାଧାରଣତଃ ସମାନ ନ ଥାଏ । ଏହା ଏକ ନିର୍ଦ୍ଦିଷ୍ଟ ବିଶେଷ ଗୁଣ ଉପରେ କେନ୍ଦ୍ରିତ ଯେଉଁଠାରେ ସାଧାରଣତଃ ଦୁଇଟି ଉପାଦାନ ଥାଏ, ଓ ତୁଳନାକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବା ପାଇଁ ଏଥିରେ କେତେକ ଶବ୍ଦଗୁଡିକ ଅନ୍ତର୍ଭୁକ୍ତ ଯଥା, “ଭଳି”, “ରୂପେ”, ବା “ଅପେକ୍ଷା” ।
  • ଅନେକ ଅଂଶକୁ ଗୋଟିଏ ଅଂଶରେ କୁହାଯାଉଥିବାଏକ ଅଳଙ୍କାରିକ ଶବ୍ଦ (ଉପଲକ୍ଷଣ ବା ସିନେକଡକେ) - ଅନେକ ଅଂଶକୁ ଗୋଟିଏ ଅଂଶରେ କୁହାଯାଉଥିବାଏକ ଅଳଙ୍କାରିକ ଶବ୍ଦ, ଯେଉଁଥିରେ 1) ସମ୍ପୂର୍ଣ୍ଣ ବିଷୟକୁ ଦର୍ଶାଇବା ପାଇଁ କିଛି ଆଂଶିକ ବିଷୟର ନାମକୁ ବ୍ୟବହାର କରାଯାଇଥାଏ, କିମ୍ବା 2) ସମ୍ପୂର୍ଣ୍ଣ ଭାଗ ମଧ୍ୟରୁ ଗୋଟିଏ ଭାଗକୁ ଦର୍ଶାଇବା ପାଇଁ ସମ୍ପୂର୍ଣ୍ଣ ବିଷୟର ନାମକୁ ବ୍ୟବହାର କରାଯାଇଥାଏ ।