or_ta/translate/figs-merism/01.md

8.2 KiB

ପରିଭାଷା

ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ଯାହା ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ଜଣେ ବ୍ୟକ୍ତି ଏହାର ଦୁଇ ଚୂଡ଼ାନ୍ତ ଭାଗଗୁଡ଼ିକୁ କହିବା ପରେ କିଛି ବିଷୟକୁ ସୂଚିତ କରନ୍ତି । ଚୂଡ଼ାନ୍ତ ଭାଗଗୁଡ଼ିକୁ ସୂଚିତ କରି, ବକ୍ତା ଜଣକ ମଧ୍ୟ ଏହି ଭାଗ ମଧ୍ୟରେ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରିବାକୁ ଇଚ୍ଛା କରନ୍ତି ।

ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ଵର କହନ୍ତି, ଆମ୍ଭେ କ ଓ କ୍ଷ । (ପ୍ରକାଶିତ ବାକ୍ୟ 1:8 ULT) ଆମ୍ଭେ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ । (ପ୍ରକାଶିତ ବାକ୍ୟ 22:13 ULT)

କ ଓ କ୍ଷ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଏବଂ ଶେଷ ଅକ୍ଷର ଅଟେ । ଏହା ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ଅଟେ, ଯାହା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଥିବା ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରିଥାଏ । ଏହାର ଅର୍ଥ ଅନାଦି ଅନନ୍ତ ।

ପିତଃ, ସ୍ଵର୍ଗ ଓ ପୃଥିବୀର ପ୍ରଭୁ … ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି । (ମାଥିଉ 11:25 ULT)

ସ୍ଵର୍ଗ ଓ ପୃଥିବୀ ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ଅଟେ, ଯାହା ସମସ୍ତ ଅସ୍ତିତ୍ଵ ଥିବା ବିଷୟକୁ ଅନ୍ତର୍ଭୁକ୍ତ କରେ ।

କାରଣ ଏହା ଏକ ଅନୁବାଦର  ସମସ୍ୟା ଅଟେ

କେତେକ ଭାଷାରେ ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟକୁ ବ୍ୟବହାର କରନ୍ତି ନାହିଁ । ସେହି ଭାଷାମାନଙ୍କର ପାଠକମାନେ ଚିନ୍ତା କରିପାରନ୍ତି ଯେ ଉକ୍ତ ବାକ୍ୟାଂଶଟି ଉଲ୍ଲେଖ ଥିବା ଉପାଦାନଗୁଡ଼ିକ ପ୍ରତି ହିଁ ଲାଗୁ ଅଟେ । ସେମାନେ ହୁଏତ ଅନୁଭବ କରିପାରନ୍ତି ନାହିଁ ଯେ ଏହା ଦୁଇଟି ବିଷୟ ଓ ତହିଁ ମଧ୍ୟରେ ଥିବା ସମସ୍ତ ବିଷୟକୁ ଦର୍ଶାଉଛି ।

ବାଇବଲରୁ କେତେକ ଉଦାହରଣ

ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ, ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ । (ଗୀତସଂହିତା 113:3 ULT)

ତଳେ ଦିଆଯାଇଥିବା ସ୍ୱତନ୍ତ୍ର ଚିହ୍ନ ଥିବା ବାକ୍ୟାଂଶ ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ଅଟେ କାରଣ ଏହା ପୂର୍ବ ଓ ପଶ୍ଚିମ ଏବଂ ତହିଁ ମଧ୍ୟରେ ଥିବା ପ୍ରତ୍ୟେକ ସ୍ଥାନ ବିଷୟରେ କହୁଛି । ଏହାର ଅର୍ଥ “ପ୍ରତ୍ୟେକ ସ୍ଥାନରେ”

ସେ ସଦାପ୍ରଭୁଙ୍କ ଭୟକାରୀ ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ । (ଗୀତସଂହିତା 115:13 ULT)

ତଳେ ଦିଆଯାଇଥିବା ସ୍ୱତନ୍ତ୍ର ଚିହ୍ନ ଥିବା ବାକ୍ୟାଂଶ ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ଅଟେ କାରଣ ଏହା ସାନ ଓ ବଡ଼ ଏବଂ ତହିଁ ମଧ୍ୟରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ କହୁଛି । ଏହାର ଅର୍ଥ “ପ୍ରତ୍ୟେକ ବ୍ୟକ୍ତିଙ୍କୁ”

ଅନୁବାଦର କୌଶଳଗୁଡ଼ିକ

ଯଦି ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ ପ୍ରାକୃତିକ ଓ ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥକୁ ପ୍ରଦାନ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ ଅନ୍ୟ ବିକଳ୍ପଗୁଡ଼ିକ ଦିଆଯାଇଅଛି ।

  1. ଭାଗଗୁଡ଼ିକୁ ଉଲ୍ଲେଖ ନ କରି ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ କାହାକୁ ଦର୍ଶାଉଛି, ତାହାକୁ ଚିହ୍ନଟ କରନ୍ତୁ ।
  2. ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ କାହାକୁ ଦର୍ଶାଉଛି ତାହାକୁ ଚିହ୍ନଟ କରି ସେହି ଭାଗଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦର ଉଦାହରଣଗୁଡ଼ିକ

  1. ଭାଗଗୁଡ଼ିକୁ ଉଲ୍ଲେଖ ନ କରି ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ କାହାକୁ ଦର୍ଶାଉଛି, ତାହାକୁ ଚିହ୍ନଟ କରନ୍ତୁ ।
  • ପିତଃ, ସ୍ଵର୍ଗ ଓ ପୃଥିବୀର ପ୍ରଭୁ… ଏନିମନ୍ତେ ମୁଁ ତୁମ୍ଭର ସ୍ତୁତିବାଦ କରୁଅଛି । (ମାଥିଉ 11:25 ULT)

ପିତଃ,ସମସ୍ତ ବିଷୟର ପ୍ରଭୁ ଏନିମନ୍ତେ ମୁଁ ତୁମ୍ଭର ସ୍ତୁତିବାଦ କରୁଅଛି ।

  • ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ, ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ । (ଗୀତସଂହିତା 113:3 ULT)

ସମସ୍ତ ସ୍ଥାନରେ,ଲୋକମାନେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍।

  1. (2)ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା ବାକ୍ୟ କାହାକୁ ଦର୍ଶାଉଛି, ତାହାକୁ ଚିହ୍ନଟ କରି ସେହି ଭାଗଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତୁ ।
  • ପିତଃ, ସ୍ଵର୍ଗ ଓ ପୃଥିବୀର ପ୍ରଭୁ… ଏନିମନ୍ତେ ମୁଁ ତୁମ୍ଭର ସ୍ତୁତିବାଦ କରୁଅଛି । (ମାଥିଉ 11:25 ULT)

ପିତଃ,ଉଭୟ ସ୍ଵର୍ଗ ଓ ପୃଥିବୀ ମଧ୍ୟରେ ଯାହା କିଛି ଅଛି, ସେସମସ୍ତର ପ୍ରଭୁ ଏନିମନ୍ତେ ମୁଁ ତୁମ୍ଭର ସ୍ତୁତିବାଦ କରୁଅଛି ।

  • ସେ ସଦାପ୍ରଭୁଙ୍କ ଭୟକାରୀ ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ । (ଗୀତସଂହିତା 115:13 ULT)
    • ସେ ସଦାପ୍ରଭୁଙ୍କ ଭୟକାରୀ ଯେଉଁ ସମସ୍ତେ ତାହାଙ୍କୁ ଭକ୍ତି କରନ୍ତି,ସେହି ସାନ ଓ ବଡ଼ ସମସ୍ତଙ୍କୁ ସେ ଆଶୀର୍ବାଦ କରିବେ ।