or_ta/translate/figs-irony/01.md

18 KiB

ବିବରଣ

ବ୍ୟଙ୍ଗାତ୍ମକସୂଚକ ବା ବକ୍ରୋକ୍ତି ବାକ୍ୟ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ବକ୍ତା ଯୋଗାଯୋଗ କରିବାକୁ ଚାହୁଁଥିବା ଭାବନା ରହିଥାଏ, ଓ ଏହା ବାସ୍ତବରେ ଶବ୍ଦର ଆକ୍ଷରିକ ଅର୍ଥର ବିପରୀତ ଅଟେ । କୌଣସି କୌଣସି ସମୟରେ ଜଣେ ବ୍ୟକ୍ତି ଅନ୍ୟ କାହାର ଶବ୍ଦକୁ ବ୍ୟବହାର କରି ଏହାକୁ କରନ୍ତି, କିନ୍ତୁ ଏପରି ମାଧ୍ୟମରେ ଯାହା ଯୋଗାଯୋଗ କରୁଥିବ ଯେ ସେ ସେମାନଙ୍କ ସହ ଏକମତ ନୁହଁନ୍ତି । ଏହା ଯେପରି ରହିବା ଉଚିତ୍ ତା’ଠାରୁ କେତେ ଭିନ୍ନ ଅଟେ, କିମ୍ବା କିଛି ଭୁଲ ବା ମୂର୍ଖତା ବିଷୟକୁ କେହି କିପରି ବିଶ୍ଵାସ କରନ୍ତି, ଏହାକୁ ଲୋକେ ଗୁରୁତ୍ଵାରୋପ କରିବା ପାଇଁ ଏହା କରିଥାନ୍ତି । ଏହା ଅନେକ ସମୟରେ ହାସ୍ୟୋଦ୍ଦୀପକ ଅଟେ ।

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି । ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ଵାନ କରିବା ପାଇଁ ଆସିଅଛି ।” (ଲୂକ 5:31-32 ULT)

ଯୀଶୁ “ଧାର୍ମିକମାନଙ୍କର” ବୋଲି କହିବା ସମୟରେ, ସେ ପ୍ରକୃତରେ ଧାର୍ମିକ ଲୋକମାନଙ୍କୁ ସୂଚିତ କରି ନ ଥିଲେ, ମାତ୍ର ନିଜକୁ ଧାର୍ମିକ ବୋଲି ଭୁଲ ଭାବରେ ବିଶ୍ଵାସ କରୁଥିବା ଲୋକମାନଙ୍କୁ ସୂଚିତ କରିଥିଲେ । ବ୍ୟଙ୍ଗାତ୍ମକସୂଚକ ବାକ୍ୟକୁ ବ୍ୟବହାର କରି, ଯୀଶୁ ଏହା କହିବାକୁ ଚେଷ୍ଟା କରନ୍ତି ଯେ ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଉତ୍ତମ ଓ ସେମାନଙ୍କର ମନ ପରିବର୍ତ୍ତନର ଆବଶ୍ୟକ ନାହିଁ ବୋଲି ଯାହା ଭାବୁଛନ୍ତି, ତାହା ଭୁଲ ଅଟେ ।

କାରଣ ଏହା ଅନୁବାଦ ସମସ୍ୟା ଅଟେ

ବକ୍ତା ବ୍ୟଙ୍ଗାତ୍ମକସୂଚକ ବାକ୍ୟକୁ ବ୍ୟବହାର କରିଛନ୍ତି ବୋଲି ଯଦି କେହି ଜାଣୁ ନାହାଁନ୍ତି, ତେବେ ସେ ମନେ କରିବ ଯେ ବକ୍ତା ଯାହା ବିଶ୍ଵାସ କରିଛନ୍ତି ତାହା ହିଁ କହିଛନ୍ତି । ଏହି ଶାସ୍ତ୍ରାଂଶର ଯେଉଁ ଉଦ୍ଦେଶ୍ୟମୂଳକ ଅର୍ଥ ଥିଲା, ତହିଁର ବିପରୀତ ଅର୍ଥକୁ ସେ ବୁଝିବ ।

ବାଇବେଲରୁ କେତେକ ଉଦାହରଣ

ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ଵରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ! (ମାର୍କ 7:9 ULT)

ଏଠାରେ ଯୀଶୁ ସହଜରେ ପରିଲକ୍ଷିତ ଭୁଲଗୁଡ଼ିକ କରୁଥିବା ହେତୁ ଫାରୁଶୀମାନଙ୍କୁ ପ୍ରଶଂସା କରୁଛନ୍ତି । ବ୍ୟଙ୍ଗାତ୍ମକ ବାକ୍ୟ ଦ୍ଵାରା, ସେ ପ୍ରଶଂସାର ବିପରୀତ ଶବ୍ଦକୁ ଯୋଗାଯୋଗ କରୁଛନ୍ତି । ସେ କହନ୍ତି ଯେ ଫାରୁଶୀମାନେ, ଯେଉଁମାନେକି ଦଶ ଆଜ୍ଞା ପାଳନରେ ଅଧିକ ଗର୍ବ କରନ୍ତି, କିନ୍ତୁ ସେମାନେ ଈଶ୍ଵରଙ୍କଠାରୁ ବହୁ ଦୂରରେ ରହନ୍ତି, ଏପରିକି ସେମାନଙ୍କର ପରମ୍ପରା ଯେ ଈଶ୍ଵରଙ୍କ ବ୍ୟବସ୍ଥାକୁ ଭଗ୍ନ କରେ, ଏହା ସେମାନେ ଜାଣନ୍ତି ନାହିଁ ।ବ୍ୟଙ୍ଗାତ୍ମକ ବାକ୍ୟର ବ୍ୟବହାର ଫାରୁଶୀମାନଙ୍କ ପାପକୁ ଅଧିକ ସୁସ୍ପଷ୍ଟ ଓ ବିସ୍ମୟଜନକ କରେ ।

ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର; ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ ପ୍ରମାଣସବୁ ବାହାର କର । ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ । ଆଦ୍ୟର ବିଷୟମାନ କଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ ।” (ଯିଶାଇୟ 41:21-22 ULT)

ଲୋକମାନେ ପ୍ରତିମାଗୁଡ଼ିକୁ ପୂଜା କଲେ, ଯେପରି ସେମାନଙ୍କ ଦେବତାମାନଙ୍କର ଜ୍ଞାନ ଓ ଶକ୍ତି ଅଛି, ଆଉ ସେମାନଙ୍କର ଏହି କର୍ମ ହେତୁ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧ କରନ୍ତି । ଏଣୁ ସେ ବ୍ୟଙ୍ଗାତ୍ମକ ବାକ୍ୟକୁ ବ୍ୟବହାର କରି ସେମାନଙ୍କର ପ୍ରତିମାମାନଙ୍କୁ ଆହ୍ଵାନ ଦେଇ କହିଲେ ଯେ ଭବିଷ୍ୟତରେ କଣ ଘଟିପାରେ ତାହା ସେମାନେ କୁହନ୍ତୁ ।

ସେ ଜାଣନ୍ତି ଯେ ପ୍ରତିମା ବା ଦେବତାମାନେ ଏହା କରି ପାରିବେ ନାହିଁ, କିନ୍ତୁ ଯଦି ସେମାନେ କରିପାରନ୍ତି ବୋଲି କହିବା ଦ୍ଵାରା ସେ ପ୍ରତିମାମାନଙ୍କୁ ଉପହାସ କରି ସେମାନଙ୍କର ଅକ୍ଷମତାକୁ ଅଧିକ ସୁସ୍ପଷ୍ଟ କରୁଛନ୍ତି, ଆଉ ସେମାନଙ୍କୁ ପୂଜା କରୁଥିବା ହେତୁ ଲୋକମାନଙ୍କୁ ଭର୍ତ୍ସନା କରନ୍ତି ।

ତୁମ୍ଭେ କି ତହିଁର ସୀମାକୁ ତାହାକୁ ନେଇପାର ? ଓ ତହିଁର ଗୃହ-ପଥ କି ଚିହ୍ନିପାର ?

ସନ୍ଦେହ ନାହିଁ , ତୁମ୍ଭେ ଜାଣ କାରଣ ସେତେବେଳେ ତୁମ୍ଭେ ଜନ୍ମ ହୋଇଥିଲ “ଓ ତୁମ୍ଭ ଦିନର ସଂଖ୍ୟା ବହୁତ !” (ଆୟୁବ 38:20, 21 ULT)

ଆୟୁବ ନିଜକୁ ଜ୍ଞାନୀ ବୋଲି ଭାବିଲେ । ଆୟୁବ ଯେ ଜ୍ଞାନୀ ନୁହନ୍ତି, ଏହାକୁ ଦେଖାଇବା ପାଇଁ ସଦାପ୍ରଭୁ ବ୍ୟଙ୍ଗାତ୍ମକ ବାକ୍ୟକୁ ବ୍ୟବହାର କରନ୍ତି । ଉପରୋକ୍ତ ଧାଡ଼ି ତଳେ ଗାର ଥିବା ବାକ୍ୟାଂଶଗୁଡ଼ିକ ବ୍ୟଙ୍ଗାତ୍ମକ ବାକ୍ୟ ଅଟେ ।

ସେମାନେ ଯାହା କହନ୍ତି ସେଥିର ବିପରୀତ ଶବ୍ଦକୁ ସେମାନେ ଗୁରୁତ୍ଵାରୋପ କରନ୍ତି, କାରଣ ସେମାନେ ସୁସ୍ପଷ୍ଟ ଭାବରେ ମିଥ୍ୟା ଅଟନ୍ତି । ସେମାନେ ଗୁରୁତ୍ଵାରୋପ କରନ୍ତି ଯେ ଆୟୁବ ଦୀପ୍ତିର ସୃଷ୍ଟି ସମ୍ବନ୍ଧୀୟ ପରମେଶ୍ଵରଙ୍କ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ଦେଇପାରନ୍ତି ନାହିଁ, କାରଣ ଆୟୁବ ଅନେକ ଅନେକ ବର୍ଷ ପୂର୍ବେ ଜନ୍ମ ହୋଇ ନଥିଲେ ।

ଇତିମଧ୍ୟରେ ତୁମ୍ଭେମାନେ କଅଣ ପରିତୃପ୍ତ ହୋଇ ଗଲଣି ? ଇତିମଧ୍ୟରେ ତୁମ୍ଭେମାନେ କଅଣ ଧନବାନ୍ ହୋଇ ଗଲଣି ? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ ? (1ମ କରନ୍ଥୀୟ 4:8 ULT)

କରିନ୍ଥୀୟର ଲୋକମାନେ ନିଜ ନିଜକୁ ଅଧିକ ଜ୍ଞାନୀ, ଆତ୍ମ-ସନ୍ତୁଷ୍ଟି, ଓ ପ୍ରେରିତ ପାଉଲଙ୍କଠାରୁ କୋଣସି ପରାମର୍ଶର ଆବଶ୍ୟକତା ନାହିଁ ବୋଲି ମନେ କରୁଥିଲେ । ପାଉଲ ବ୍ୟଙ୍ଗାତ୍ମକ ବାକ୍ୟକୁ ବ୍ୟବହାର କରି, ସେମାନଙ୍କ ସହିତ ସମ୍ମତ ହେବା ଭଳି କହି ସେମାନଙ୍କୁ ଦେଖାଉଛନ୍ତି ଯେ, ସେମାନେ କିପରି ଅହଂକାର ଭାବେ ଆଚରଣ କରୁଛନ୍ତି ଓ ବାସ୍ତବରେ ସେମାନେ କେଡ଼େ ଜ୍ଞାନୀ ଅଟନ୍ତି ।

ଅନୁବାଦ କୌଶଳ

ଯଦି ଆପଣଙ୍କ ଭାଷାରେ ବ୍ୟଙ୍ଗାତ୍ମକ ବାକ୍ୟ ସଠିକ୍ ଭାବରେ ବୁଝି ହେଉଛି, ତେବେ ଯେଭଳି ବ୍ୟକ୍ତ କରାଯାଇଛି, ଠିକ୍ ସେହିପରି ଅନୁବାଦ କରନ୍ତୁ ।

ଯଦି ନାହିଁ, ଏଠାରେ କେତେକ କୌଶଳଗୁଡ଼ିକ ଦିଆଯାଇଛି ।

(1) ଏପରି ଭାବରେ ଅନୁବାଦ କରନ୍ତୁ ଯାହା ଦେଖାଇବ ଯେ ଜଣେ ଯାହା ବିଶ୍ଵାସ କରିଛି, ତାହାକୁ ହିଁ ବକ୍ତା କହୁଛନ୍ତି ।

(2) ବ୍ୟଙ୍ଗାତ୍ମକ ବକ୍ତବ୍ୟର ବାସ୍ତବ, ଅଭିପ୍ରେତ ଅର୍ଥକୁ ଅନୁବାଦ କରନ୍ତୁ । ବକ୍ତାଙ୍କର ଆକ୍ଷରିକ ଶବ୍ଦରେ ବ୍ୟଙ୍ଗାତ୍ମକ ବାକ୍ୟର ପ୍ରକୃତ ଅର୍ଥ ମିଳେ ନାହିଁ, କିନ୍ତୁ ତହିଁ ପରିବର୍ତ୍ତେ ଏହାର ପ୍ରକୃତ ଅର୍ଥ ବକ୍ତାଙ୍କ ଶବ୍ଦର ଆକ୍ଷରିକ ଅର୍ଥର ବିପରୀତ ଶବ୍ଦରେ ମିଳେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଏପରି ଭାବରେ ଅନୁବାଦ କରନ୍ତୁ ଯାହା ଦେଖାଇବ ଯେ ଜଣେ ଯାହା ବିଶ୍ଵାସ କରିଛି, ତାହାକୁ ହିଁ ବକ୍ତା କହୁଛନ୍ତି ।

ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ଵରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ!(ମାର୍କ 7:9 ULT)

ଯେପରି ତୁମ୍ଭେମାନେ ଆପଣା ଆପଣା ପରମ୍ପରାକୁ ପାଳନ କରିପାର, ଏଥିସକାଶେ ତୁମ୍ଭେମାନେ ଭାବୁଛ ଯେ ଈଶ୍ଵରଙ୍କ ଆଜ୍ଞାକୁ ଅଗ୍ରାହ୍ୟ କରି ଭଲ କରୁଅଛ।

ଯେପରି ତୁମ୍ଭେମାନେ ଆପଣା ଆପଣା ପରମ୍ପରାକୁ ପାଳନ କରିପାର, ଏଥିସକାଶେ ଈଶ୍ଵରଙ୍କ ଆଜ୍ଞାକୁ ଅଗ୍ରାହ୍ୟ କରିବା ଭଲ ବୋଲି ତୁମ୍ଭେମାନେ ସେହିପରି ଅଭିନୟ କରୁଅଛ,

ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ଵାନ କରିବା ପାଇଁ ଆସିଅଛି । (ଲୂକ 5:32 ULT)

ଯେଉଁମାନେ ନିଜକୁ ଧାର୍ମିକ ମନେ କରୁଛନ୍ତି, ମୁଁ ସେମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ଵାନ କରିବା ପାଇଁ ଆସି ଅଛି ।

(2) ବ୍ୟଙ୍ଗାତ୍ମକ ବକ୍ତବ୍ୟର ବାସ୍ତବ, ଅଭିପ୍ରେତ ଅର୍ଥକୁ ଅନୁବାଦ କରନ୍ତୁ ।

ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ଵରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ!(ମାର୍କ 7:9 ULT)

ଯେପରି ତୁମ୍ଭେମାନେ ଆପଣା ଆପଣା ପରମ୍ପରାକୁ ପାଳନ କରିପାର, ଏଥିସକାଶେ ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞାକୁ ଅଗ୍ରାହ୍ୟ କରି ଭୟଙ୍କର କାର୍ଯ୍ୟ କରୁଅଛ!

ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର; ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ ପ୍ରମାଣସବୁ ବାହାର କର । ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ ଆଦ୍ୟର ବିଷୟମାନ କଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ ।” (ଯିଶାଇୟ 41:21-22 ULT)

ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର; ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ ପ୍ରମାଣସବୁ ବାହାର କର । ତୁମ୍ଭମାନଙ୍କର ପ୍ରତିମାମାନେ ନିଜ ଯୁକ୍ତିକୁ ଉପସ୍ଥାପିତ କରି ପାରିବେ ନାହିଁ କିଅବା କଣ ଘଟିବ ତାହା ଆମ୍ଭମାନଙ୍କୁ ଘୋଷଣା କରିବା ପାଇଁ ଆଗକୁ ଆସି ପାରିବେ ନାହିଁ ଆମ୍ଭେ ସେମାନଙ୍କୁ ଶୁଣି ପାରିବା ନାହିଁ, କାରଣ ଆଦ୍ୟର ବିଷୟମାନ କଣ ଆମ୍ଭମାନଙ୍କୁ ସେମାନେ କହି ପାରନ୍ତି ନାହିଁ, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ ।

ତୁମ୍ଭେ କି ତହିଁର ସୀମାକୁ ତାହାକୁ ନେଇପାର? ଓ ତହିଁର ଗୃହ-ପଥ କି ଚିହ୍ନିପାର ? ସନ୍ଦେହ ନାହିଁ , ତୁମ୍ଭେ ଜାଣ କାରଣ ସେତେବେଳେ ତୁମ୍ଭେ ଜନ୍ମ ହୋଇଥିଲ ଓ ତୁମ୍ଭ ଦିନର ସଂଖ୍ୟା ବହୁତ !” (ଆୟୁବ 38:20, 21 ULT)

ତୁମ୍ଭେ କି ତହିଁର ସୀମାକୁ ତାହାକୁ ନେଇପାର ? ଓ ତହିଁର ଗୃହ-ପଥ କି ଚିହ୍ନିପାର ? ଦୀପ୍ତି ଓ ଅନ୍ଧକାର କିପରି ସୃଷ୍ଟି ହେଲା ତାହା ତୁମ୍ଭେ ଜାଣିବା ଭଳି ଅଭିନୟ କରୁଅଛ, ଓ ସତେ ଯେପରି ତୁମ୍ଭେ ସେତେବେଳେ ଉପସ୍ଥିତ ଥିଲ; ଆଉ ସୃଷ୍ଟିର ଆୟୁ ପରି ତୁମ୍ଭ ଆୟୁର ପରିମାଣ, କିନ୍ତୁ ତୁମ୍ଭର ଦିନ ସଂଖ୍ୟା ବହୁତ କମ୍