or_ta/translate/figs-personification/01.md

8.8 KiB
Raw Permalink Blame History

ବିବରଣ

ବ୍ୟକ୍ତିତ୍ଵଆରୋପ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ କେହି ଜଣେ କିଛି ବିଷୟକୁ ଏପରି ଭାବରେ କୁହନ୍ତି, ଯେପରିକି ଏହି କାର୍ଯ୍ୟକୁ କୌଣସି ପଶୁ ବା ଲୋକମାନେ କରି ପାରିବେ। ଲୋକମାନେ ଏହାକୁ ବାରମ୍ବାର କରନ୍ତି କାରଣ ଏହା ଆମ୍ଭେମାନେ ଦେଖି ପାରୁ ନ ଥିବା ବିଷୟରେ କହିବା ପାଇଁ ଅଧିକ ସହଜ କରିଥାଏ। ଉଦାହରଣ ସ୍ୱରୂପ:

ଜ୍ଞାନ କ’ଣ ଡାକେ ନାହିଁ? (ହିତୋପଦେଶ 8:1କ ULT)

ପାପ ଦ୍ଵାରରେ ଛକିଥାଏ; (ଆଦିପୁସ୍ତକ 4:7ଖ ULT)

ଆହୁରି ମଧ୍ୟ ଲୋକମାନେ ଏହା କରିଥାନ୍ତି, କାରଣ ବ୍ୟକ୍ତିଗତକରଣ ବିଷୟ ସହ ଥିବା ଲୋକମାନଙ୍କର ସମ୍ପର୍କ ବିଷୟରେ କହିବା ପାଇଁ ଏହା ଅନେକ ସମୟରେ ଅଧିକ ସହାୟକ ହୋଇଥାଏ।

ତୁମ୍ଭେମାନେ ଈଶ୍ଵର ଓ ଧନର ସେବା କରିପାରିବ ନାହିଁ। (ମାଥିଉ 6:24ଖ ULT)

ପ୍ରତ୍ୟେକ କ୍ଷେତ୍ରରେ, ବ୍ୟକ୍ତିତ୍ୱର ଉଦ୍ଦେଶ୍ୟ ହେଉଛି ଅଣ-ମାନବ ଜିନିଷର ଏକ ନିର୍ଦ୍ଦିଷ୍ଟ ଗୁଣକୁ ହାଇଲାଇଟ୍ କରିବା। ରୂପାନ୍ତର ପରି, ପାଠକ ସେହି ଉପାୟ ବିଷୟରେ ଚିନ୍ତା କରିବା ଆବଶ୍ୟକ କରନ୍ତି ଯେ ଜିନିଷଟି ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟକ୍ତି ପରି।

ଉଦ୍ଦେଶ୍ୟ ଏହା ଏକ ଅନୁବାଦ ସମସ୍ୟା ଅଟେ

  • କେତେକ ଭାଷା ବୈଶିଷ୍ଟ୍ୟସମୂହକୁ ବ୍ୟବହାର କରନ୍ତି ନାହିଁ।
  • କେତେକ ଭାଷା ନିର୍ଦ୍ଦିଷ୍ଟ ଅବସ୍ଥାରେ ହିଁ ବ୍ୟକ୍ତିତ୍ଵଆରୋପକୁ ବ୍ୟବହାର କରିଥାନ୍ତି।

ବାଇବେଲରୁ କେତେକ ଉଦାହରଣ

ତୁମ୍ଭେମାନେ ଈଶ୍ଵର ଓ ଧନ, ଉଭୟର ସେବା କରି ନ ପାର। (ମାଥିଉ 6:24ଖ ULT)

ଯୀଶୁ ଧନ ବିଷୟରେ ଏପରି କହନ୍ତି, ଯାହା ଲୋକମାନେ କର୍ତ୍ତା ପରି ସେବା କରିପାରନ୍ତି।କରୁଥିବା ଲୋକମାନଙ୍କ ଉପରେ ଏହା କର୍ତ୍ତା ଅଟେ। ଟଙ୍କା ବା ଅର୍ଥକୁ ପ୍ରେମ କରିବା ଓ ଏଥିରେ ଜଣଙ୍କର ନିଷ୍ପତିକୁ ଭିତ୍ତି କରିବା ବିଷୟ ଜଣେ ଦାସ ନିଜ କର୍ତ୍ତାଙ୍କର ସେବା କରିବା ଭଳି ଅଟେ।

ଜ୍ଞାନ କ’ଣ ଡାକେ ନାହିଁ? ବୁଦ୍ଧି କଣ ଉଚ୍ଚୌଃସ୍ଵର କରେ ନାହିଁ? (ହିତୋପଦେଶ 8:1 ULT)

ଲେଖକ ଜ୍ଞାନ ଓ ବୁଦ୍ଧି ବିଷୟରେ ଜଣେ ମହିଳାଙ୍କ ସହ ତୁଳନା କରି କହୁଛନ୍ତି, ଯିଏ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଉଚ୍ଚସ୍ଵର କରି କହୁଅଛି। ଏହାର ଅର୍ଥ ସେମାନେ କିଛି ଗୁପ୍ତ ରହିଯିବା ବିଷୟ ନୁହଁନ୍ତି, କିନ୍ତୁ ସହଜରେ ପରିଲକ୍ଷିତ ବିଷୟ ଯାହାକୁ ଲୋକେ ଧ୍ୟାନ ଦେବା ଉଚିତ।

ଅନୁବାଦ କୌଶଳ

ଯଦି ବ୍ୟକ୍ତିତ୍ଵଆରୋପ ପଦ ସ୍ପଷ୍ଟ ଭାବରେ ବୁଝା ଯାଇପାରୁଛି, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ। ଯଦି ଏହାକୁ ବୁଝି ହାଉନାହିଁ, ତେବେ ଏହାକୁ ଅନୁବାଦ କରିବା ନିମନ୍ତେ ଏଠାରେ କେତେକ ଅନ୍ୟ ଉପାୟଗୁଡ଼ିକ ଦିଆଯାଇଛି।

(1) ମନୁଷ୍ୟ (କିମ୍ବା ପଶୁ) ସ୍ୱାଭାବିକ ଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଶବ୍ଦାବଳୀ ବା ବାକ୍ୟାଂଶକୁ ଯୋଗ କର। (2) କୌଶଳ (1) ସହିତ, ଆକ୍ଷରିକ ଭାବରେ ନ ବୁଝାଇ ବାକ୍ୟକୁ ପ୍ରକାଶ କରିବା ନିମନ୍ତେ “ଭଳି” ବା “ରୂପେ” ପରି ଶବ୍ଦଗୁଡ଼ିକୁ ବ୍ୟବହାର କର। (3) ବ୍ୟକ୍ତିତ୍ଵଆରୋପ ପଦ ବିହୁନେ ଏହାକୁ ଅନୁବାଦ କରିବା ପାଇଁ ଉପାୟ ବାହାର କରନ୍ତୁ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳ ଗୁଡ଼ିକର ଉଦାହରଣଗୁଡ଼ିକ

(1) ମନୁଷ୍ୟ (କିମ୍ବା ପଶୁ) ସ୍ୱାଭାବିକ ଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଶବ୍ଦାବଳୀ ବା ବାକ୍ୟାଂଶକୁ ଯୋଗ କର।

ପାପ ଦ୍ଵାରରେ ଛକିଥାଏ (ଆଦିପୁସ୍ତକ 4:7ଖ ULT) ପରମେଶ୍ଵର ପାପ ବିଷୟରେ କହୁଛନ୍ତି ଏହା ସତେ ବନ୍ୟ ପଶୁ ଯେପରି ତାହା ଆକ୍ରମଣ କରିବା ନିମନ୍ତେ ସୁଯୋଗର ଅପେକ୍ଷା କରୁଅଛି। ଏହା ପ୍ରକାଶ କରେ ଯେ ପାପ କେଡ଼େ ଭୟଙ୍କର ଅଟେ। ଏହି ଭୟଙ୍କାରକୁ ସ୍ପଷ୍ଟ କରିବା ପାଇଁ ଅତିରିକ୍ତ ବାକ୍ୟାଂଶକୁ ଯୋଗ କରାଯାଇପାରିବ।

ପାପ ଦ୍ଵାରରେ, ତୁମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ଅପେକ୍ଷା କରୁଅଛି

(2) କୌଶଳ (1) ସହିତ, ଆକ୍ଷରିକ ଭାବରେ ନ ବୁଝାଇ ବାକ୍ୟକୁ ପ୍ରକାଶ କରିବା ନିମନ୍ତେ “ଭଳି” ବା “ରୂପେ” ପରି ଶବ୍ଦଗୁଡ଼ିକୁ ବ୍ୟବହାର କର।

ପାପ ଦ୍ଵାରରେ ଛକିଥାଏ। (ଆଦିପୁସ୍ତକ 4:7ଖ ULT) - ଏହା "ଯେପରି" ଶବ୍ଦ ସହିତ ଅନୁବାଦ କରାଯାଇପାରେ।

ଯେପରି ଗୋଟିଏ ବନ୍ୟ ପଶୁ ଜଣେ ବ୍ୟକ୍ତିକୁ ଆକ୍ରମଣ କରିବା ପାଇଁ ଛକି ବସେ, ପାପ ଦ୍ଵାରରେ ଛକିଅଛି।

(3) ବ୍ୟକ୍ତିତ୍ଵଆରୋପ ପଦ ବିହୁନେ ଏହାକୁ ଅନୁବାଦ କରିବା ପାଇଁ ଉପାୟ ବାହାର କର।

ଏପରି କି ପବନ ଓ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି। (ମାଥିଉ 8:27ଖ ULT) ଲୋକମାନେ “ପବନ ଏବଂ ସମୁଦ୍ର” ବିଷୟରେ କୁହନ୍ତି ଯେପରି ସେମାନେ ଯୀଶୁଙ୍କ କଥା ଶୁଣିବା ଏବଂ ପାଳନ କରିବାରେ ସକ୍ଷମ ଅଟନ୍ତି, ଯେପରି ଲୋକମାନେ କରିପାରିବେ। ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ ନିୟନ୍ତ୍ରଣ କରିବାରେ ଥିବା ଆଜ୍ଞାବହତାର ଧାରଣା ବିନା ଏହାକୁ ଅନୁବାଦ କରାଯାଇ ପାରିବ।

ସେ ଏପରିକି ପବନ ଓ ସମୁଦ୍ରକୁ ନିୟନ୍ତ୍ରଣ କରନ୍ତି

ଟିପ୍ପଣୀ: “ପଶୁର ଚରିତ୍ରକୁ ପ୍ରତିନିଧିତ୍ୱ କରିବା” (ଅନ୍ୟ ବିଷୟକୁ କହିବା, ଯେପରି ସେମାନଙ୍କର ପଶୁ ଚରିତ୍ର ରହିଅଛି) ଏବଂ ମାନବ “ମାନବୀୟ ଗୁଣ ବା ଆଚରଣ” (ମାନବ ବିହୀନ ବିଷୟକୁ କହିବା, ଯେପରି ସେମାନଙ୍କର ମାନବ ଚରିତ୍ର ରହିଅଛି) କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ “ବ୍ୟକ୍ତିତ୍ଵଆରୋପ”ର ଆମ ପରିଭାଷାକୁ ପ୍ରଶସ୍ତ କରିଅଛୁ।