or_ta/translate/figs-synecdoche/01.md

5.3 KiB

ବିବରଣ

ଅନେକ ଅଂଶକୁ ଗୋଟିଏ ଅଂଶରେ କୁହାଯାଉଥିବା ଏକ ଉପଲକ୍ଷ୍ୟ ଅଳଙ୍କାର ଶବ୍ଦ, ଯାହାକି ଜଣେ ବକ୍ତା ସଂପୂର୍ଣ୍ଣ ବିଷୟକୁ ସୂଚିତ କରିବା ପାଇଁ ଆଂଶିକ ବିଷୟକୁ କିମ୍ବା ଆଂଶିକ ବିଷୟକୁ ସୂଚିତ କରିବା ପାଇଁ ସଂପୂର୍ଣ୍ଣ ବିଷୟକୁ ବ୍ୟବହାର କରିଥାଏ।

ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି। (ଲୂକ 1:46ଖ ULT)

ପ୍ରଭୁ କରୁଥିବା କାର୍ଯ୍ୟ ବିଷୟରେ ମରିୟମ ଅତ୍ୟନ୍ତ ଆନନ୍ଦିତ ଥିଲେ, ଏଣୁ ସେ କହିଲେ, “ମୋହର ପ୍ରାଣ”, ଯାହାର ଅର୍ଥ ଅନ୍ତରାତ୍ମା, ଆପଣା ଭାବପ୍ରବଣର ଅଂଶ, ଯାହା ତାହାର ସଂପୂର୍ଣ୍ଣତାକୁ ସୂଚିତ କରେ।

ଏଣୁ ଫାରୁଶୀମାନେ ତାହାଙ୍କୁ କହିଲେ, “ଦେଖ, ଯାହା କରିବା ବିଧିସଙ୍ଗତ ନୁହେଁ, ସେମାନେ କାହିଁକି ତାହା କରୁଅଛନ୍ତି?” (ମାର୍କ 2:24କ ULT)

ସେଠାରେ ଠିଆ ହୋଇଥିବା ଫାରୁଶୀମାନେ ସମସ୍ତେ ଏକା ସମୟରେ ସମାନ କଥା କହି ନ ଥିଲେ। ବରଂ, ଏହା ସେ ଦଳକୁ ପ୍ରତିନିଧିତ୍ୱ କରୁଥିବା ଜଣେ ବ୍ୟକ୍ତି ସେହି ସବୁ ଶବ୍ଦ କହିବାର ଅଧିକ ସମ୍ଭାବନା।

କାରଣ ଏହା ଅନୁବାଦ ସମସ୍ୟା ଅଟେ

  • କେତେକ ପାଠକମାନେ ସେହି ଉପଲକ୍ଷ୍ୟ ଅଳଙ୍କାର ଶବ୍ଦଗୁଡ଼ିକୁ ଆକ୍ଷରିକ ଭାବରେ ବୁଝି ପାରନ୍ତି ନାହିଁ।
  • କେତେକ ପାଠକମାନେ ହୃଦୟଙ୍ଗମ କରନ୍ତି ଯେ ସେମାନେ ଉକ୍ତ ଶବ୍ଦକୁ ଆକ୍ଷରିକ ଭାବରେ ବୁଝିବା ନିମନ୍ତେ ନୁହେଁ, ସେହିପରି ସେମାନେ ସେଥିର ଅର୍ଥକୁ ମଧ୍ୟ ଜାଣନ୍ତି ନାହିଁ।

ବାଇବେଲରୁ କେତେକ ଉଦାହରଣ

ତହୁଁ ମୋହର ହସ୍ତ ଯେସମସ୍ତ କାର୍ଯ୍ୟ କରିଥିଲା, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି। (ଉପଦେଶକ 2:11କ ULT)

“ମୋହର ହସ୍ତ” ସଂପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଅନେକ ଅଂଶକୁ ଗୋଟିଏ ଅଂଶରେ କୁହାଯାଉଥିବା ଏକ ଉପଲକ୍ଷ୍ୟ ଅଳଙ୍କାର ଶବ୍ଦ ଅଟେ। କାରଣ ବ୍ୟକ୍ତି ଜଣକ କରିଥିବା କାର୍ଯ୍ୟରେ ତାହାର ସଂପୂର୍ଣ୍ଣ ହସ୍ତ ଓ ଶରୀରର ଅବଶିଷ୍ଟାଶ ଏବଂ ମନ ମଧ୍ୟ ସ୍ପଷ୍ଟ ଭାବରେ ଜଡ଼ିତ ଥିଲା।

ଅନୁବାଦ କୌଶଳ

ଯଦି ଅନେକ ଅଂଶକୁ ଗୋଟିଏ ଅଂଶରେ କୁହାଯାଉଥିବା ଏକ ଉପଲକ୍ଷ୍ୟ ଅଳଙ୍କାର ଶବ୍ଦ ଆପଣଙ୍କର ଭାଷାରେ ପ୍ରାକୃତିକ ଓ ଯଥାର୍ଥ ଅର୍ଥ ପ୍ରଦାନ କରୁଛି, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ। ଯଦି ନାହିଁ, ଏଠାରେ ଅନ୍ୟ କୌଶଳଗୁଡିକ ପ୍ରଦାନ କରାଗଲା:

  1. ଉପଲକ୍ଷ୍ୟ ଅଳଙ୍କାର କ’ଣ ଦର୍ଶାଏ ତାହା ସୁନିର୍ଦ୍ଦିଷ୍ଟ ଭାବରେ ବ୍ୟକ୍ତ କର।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଅନେକ ଅଂଶକୁ ଗୋଟିଏ ଅଂଶରେ କୁହାଯାଉଥିବା ଏକ ଉପଲକ୍ଷ୍ୟ ଅଳଙ୍କାର ଶବ୍ଦ କାହାକୁ ସୂଚିତ କରୁଛି, ତାହାକୁ ନିର୍ଦ୍ଦିଷ୍ଟ ଭାବରେ ବ୍ୟକ୍ତ କରନ୍ତୁ।

ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି।” (ଲୂକ 1:46ଖ ULT)

"ମୁଁ ପ୍ରଭୁଙ୍କର ପ୍ରଶଂସା କରୁଅଛି।” ଏଣୁ ଫାରୁଶୀମାନେ ତାହାଙ୍କୁ କହିଲେ … (ମାର୍କ 2:24କ ULT)

ଜଣେ ଫାରୁଶୀମାନଙ୍କର ପ୍ରତିନିଧି ତାହାଙ୍କୁ କହିଲେ …

ତହୁଁ ମୁଁ ଦେଖିଲି ଯେସମସ୍ତ କାର୍ଯ୍ୟ ମୋହର ହସ୍ତ କରିଅଛି। (ଉପଦେଶକ 2:11କ ULT)

ମୁଁ ସମସ୍ତ କାର୍ଯ୍ୟ ଉପରେ ଦୃଷ୍ଟି କଲି ଯାହା ମୁଁ ସମ୍ପାଦନ କରିଥିଲି।