or_ta/translate/figs-hendiadys/01.md

12 KiB

ବିବରଣ

ଯେବେ ଜଣେ ବକ୍ତା “ଏବଂ” ଶବ୍ଦ ସହ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଗୋଟିଏ ବିଚାରଧାରାକୁ ପ୍ରକାଶ କରନ୍ତି, ତାହାକୁ ମିଶ୍ରିତ ବିଶେଷ୍ୟ ପରଦ ବ୍ୟବହାର (hendiadys) କହନ୍ତି। ମିଶ୍ରିତ ସଂଜ୍ଞାରେ, ଦୁଇଟି ଶବ୍ଦ ଏକତ୍ର କାର୍ଯ୍ୟ କରନ୍ତି। ସାଧାରଣତଃ ଗୋଟିଏ ଶବ୍ଦ ପ୍ରାଥମିକ ଧାରଣାକୁ ପ୍ରକାଶ କରୁଥିବା ଶବ୍ଦ ଓ ଅନ୍ୟ ଶବ୍ଦ ଏହାକୁ ଅଧିକତର ଭାବରେ ବର୍ଣ୍ଣନା କରେ।

… ତାହାଙ୍କ ରାଜ୍ୟ ଓ ଗୌରବର। (1ମ ଥେସଲନିକୀୟ 2:12ଖ ULT)

ଯଦିଚ “ରାଜ୍ୟ” ଓ “ଗୌରବ” ଉଭୟ ବିଶେଷ୍ୟ ଅଟନ୍ତି, ବାସ୍ତବରେ ଏକିପ୍ରକାର ରାଜ୍ୟ ଅଟେ କୁହେଁ: ଏହା “ଗୌରବର ରାଜ୍ୟ ଅଟେ” ଅବା ଏକ ଗୌରବମୟ ରାଜ୍ୟ

“ଏବଂ” ଦ୍ୱାରା ସଂଯୁକ୍ତ ଦୁଇଟି ବାକ୍ୟାଂଶ ମଧ୍ୟ ଏକ ମିଶ୍ରିତ ବିଶେଷ୍ୟ ପରଦର ବ୍ୟବହାର ହୋଇପାରେ ଯେତେବେଳେ ସେମାନେ ଏକକ ବ୍ୟକ୍ତି, ଜିନିଷ, କିମ୍ବା ଘଟଣାକୁ ସୂଚିତ କରନ୍ତି।

ଯେତେବେଳେ ଆମ୍ଭେମାନେ ଆମ୍ଭମାନଙ୍କର ମହାନ ପରମେଶ୍ଵର ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟର ଆଶୀର୍ବାଦ ଭରସା ଏବଂ ପ୍ରକାଶିତ ହେଉଥିବା ଗୌରବ ପାଇବାକୁ ଅପେକ୍ଷା କରିଥାଉ। (ତୀତସ 2: 13ଖ ULT)

ତୀତସ 2: 13 ରେ ଦୁଇଟି ମିଶ୍ରିତ ବିଶେଷ୍ୟ ପରଦର ଅନ୍ତର୍ଭୁକ୍ତ ଅଛି। "ଆଶୀର୍ବାଦର ଭରସା" ଏବଂ "ପ୍ରକାଶିତ ହେଉଥିବା ଗୌରବ" ସମାନ ବିଷୟକୁ ଦର୍ଶାଏ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ଅଧିକ ପୁର୍ବରୁ ପ୍ରତୀକ୍ଷିତ ଏବଂ ଚମତ୍କାର ବୋଲି ଧାରଣାକୁ କର୍ମକରିବା ନିମନ୍ତେ ଦୃଢ଼ କରିବା। ଆହୁରି, "ଆମ୍ଭମାନଙ୍କ ମହାନ ପରମେଶ୍ଵର" ଏବଂ "ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ" ଜଣେ ବ୍ୟକ୍ତିଙ୍କୁ ନୁହେଁ, ହୁଇଜଣକୁ ସୁଚାଏ।

ଏହା ଅନୁବାଦ ସମସ୍ୟାର ଯୁକ୍ତିବାଦୀ

  • ଅନେକ ସମୟରେ ମିଶ୍ରିତ ଶବ୍ଦ ଏକ ଗୁଣବାଚକ ବିଶେଷ୍ୟକୁ ଧାରଣ କରିଥାଏ। କେତେକ ଭାଷାରେ ସମାନ ଅର୍ଥର ବିଶେଷ୍ୟ ନ ଥାଇପାରେ।
  • ଅନେକ ଭାଷା ମିଶ୍ରିତ ବିଶେଷ୍ୟକୁ ବ୍ୟବହାର କରନ୍ତି ନାହିଁ, ଏଣୁ ଲୋକେ ବୁଝି ପାରନ୍ତି ନାହିଁ ଯେ ଦ୍ୱିତୀୟ ଶବ୍ଦ କିପରି ଅତିରିକ୍ତରେ ପ୍ରଥମ ଶବ୍ଦର ବର୍ଣ୍ଣନା କରେ।
  • ଅନେକ ଭାଷା ମିଶ୍ରିତ ବିଶେଷ୍ୟକୁ ବ୍ୟବହାର କରନ୍ତି ନାହିଁ, ଏଣୁ ତାହା କେବଳ ଜଣେ ବ୍ୟକ୍ତି ନା ଦୁଇଜଣ କିମ୍ବା ଜିନିଷକୁ ସୁଚାଏ ତାହା ଲୋକେ ବୁଝିପାରନ୍ତି ନାହିଁ।

ବାଇବେଲରୁ କେତେକ ଉଦାହରଣ

କାରଣ ମୁଁ ତୁମ୍ଭମାନଙ୍କୁ ଏପରି ଏକ ମୁଖ ଓ ଜ୍ଞାନ ଦେବି … (ଲୂକ 21:15କ ULT)

“ଏକ ମୁଖ” ଓ “ଜ୍ଞାନ” ବିଶେଷ୍ୟ ଅଟନ୍ତି, କିନ୍ତୁ ଏହି ଅଳଙ୍କାରିକ ଶବ୍ଦରେ “ଜ୍ଞାନ” ମୁଖରୁ ଯାହା ନିର୍ଗତ ହୁଏ ତାହା ବର୍ଣ୍ଣନା କରୁଛି।

ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ … (ଯିଶାଇୟ 1:19କ ULT) “ସମ୍ମତ” ଓ “ଆଜ୍ଞାବହ” ବିଶେଷଣ ଅଟନ୍ତି, କିନ୍ତୁ “ସମ୍ମତ” “ଆଜ୍ଞାବହକୁ" ବର୍ଣ୍ଣନା କରୁଛି।

ଅନୁବାଦ କୌଶଳ

ଯଦି ମିଶ୍ରିତ ଶବ୍ଦ ଆପଣଙ୍କ ଭାଷାରେ ପ୍ରାକୃତିକ ଓ ଯଥାର୍ଥ ଅର୍ଥ ପ୍ରକାଶ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ଯଦି ନାହିଁ, ଏଠାରେ ଅନ୍ୟ ବିକଳ୍ପଗୁଡ଼ିକ ଦିଆଯାଇଛି:

(1) ବର୍ଣ୍ଣନାକାରୀ ବିଶେଷ୍ୟକୁ ଏକ ବିଶେଷଣ ସହିତ ବଦଳାନ୍ତୁ ଯାହାର ଅର୍ଥ ସମାନ କଥା। (2) ବର୍ଣ୍ଣନା କରୁଥିବା ବିଶେଷ୍ୟକୁ ଏକ ବାକ୍ୟାଂଶ ସହିତ ବଦଳାନ୍ତୁ ଯାହାର ଅର୍ଥ ସମାନ ହେଉଥିବ। (3) ବର୍ଣ୍ଣନା କରୁଥିବା ବିଶେଷଣକୁ ଏକ କ୍ରିୟା ବିଶେଷଣ ସହିତ ବଦଳ କର ଯାହାର ଅର୍ଥ ସମାନ ହେଉଥିବ। (4) ବକ୍ତବ୍ୟର ଅନ୍ୟ ଅଂଶଗୁଡ଼ିକୁ ବଦଳାନ୍ତୁ ଯାହା ସମାନ ବିଷୟର ଅର୍ଥ କରେ ଏବଂ ଦେଖାନ୍ତୁ ଯେ ଗୋଟିଏ ଶବ୍ଦ ବା ବାକ୍ୟାଂଶ ଅନ୍ୟର ବର୍ଣ୍ଣନା କରେ। (5) ଯଦି ଏହା ଅସ୍ପଷ୍ଟ ତାହା କେବଳ ଗୋଟିଏ ବିଷୟର ଅର୍ଥ ପ୍ରକାଶ କରେ, ତେବେ ବାକ୍ୟାଂଶକୁ ପରିବର୍ତ୍ତନ କର ଯଦ୍ଵାରା ଏହା ସ୍ପଷ୍ଟ ହେବ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ବିଶେଷଣ ସହ ବର୍ଣ୍ଣନା କରୁଥିବା ବିଶେଷ୍ୟକୁ ପ୍ରତିବଦଳ କର ଯାହାର ଅର୍ଥ ସମାନ ହେଉଥିବ।

କାରଣ ମୁଁ ତୁମ୍ଭମାନଙ୍କୁ ଏକ ମୁଖଏବଂ ଜ୍ଞାନ ଦେବି... (ଲୂକ 21:15କ ULT)

କାରଣ ମୁଁ ତୁମ୍ଭମାନଙ୍କୁ ଜ୍ଞାନର ବାକ୍ୟ ଦେବି

ଏପରି ଆଚରଣ କର ଯାହା ଈଶ୍ଵରରଙ୍କ ସୁଯୋଗ୍ୟ ଅଟେ, ଯିଏ ତୁମ୍ଭମାନଙ୍କୁ ତାହାଙ୍କର ନିଜ ରାଜ୍ୟ ଏବଂ ଗୌରବରେ ଅଂଶୀ ହେବା ନିମନ୍ତେ ଆହ୍ଵାନ କରନ୍ତି। (1ମ ଥେସଲନିକୀୟ 2:12 ULT)

ତୁମ୍ଭେମାନେ ଏପରି ଭାବରେ ଆଚାରଣ କରିବା ଆବଶ୍ୟକ ଯାହା ଈଶ୍ଵରଙ୍କର ସୁଯୋଗ୍ୟ ଅଟେ, ଯିଏ ତୁମ୍ଭମାନଙ୍କୁ ତାହାଙ୍କର ନିଜ ଗୌରବମୟ ରାଜ୍ୟକୁ ଆହ୍ଵାନ କରନ୍ତି।

(2) ବାକ୍ୟାଂଶ ସହ ବର୍ଣ୍ଣନା କରୁଥିବା ବିଶେଷ୍ୟକୁ ପ୍ରତିବଦଳ କର ଯାହାର ଅର୍ଥ ଅପରିବର୍ତ୍ତିତ ହେଉଥିବ।

କାରଣ ମୁଁ ତୁମ୍ଭମାନଙ୍କୁ ଏକ ମୁଖ ଓ ଜ୍ଞାନ ଦେବି। (ଲୂକ 21:15କ ULT)

କାରଣ ମୁଁ ତୁମ୍ଭମାନଙ୍କୁ ଜ୍ଞାନର ବାକ୍ୟ ଦେବି।

ତୁମ୍ଭେମାନେ ଏପରି ଭାବରେ ଆଚାରଣ କରିବା ଆବଶ୍ୟକ ଯାହା ଈଶ୍ଵରଙ୍କର ସୁଯୋଗ୍ୟ ଅଟେ, ଯିଏ ତୁମ୍ଭମାନଙ୍କୁ ତାହାଙ୍କର ନିଜ ଗୌରବମୟ ରାଜ୍ୟକୁ ଆହ୍ଵାନ କରନ୍ତି। (1ମ ଥେସଲନିକୀୟ 2:12ଖ ULT)

ତୁମ୍ଭେମାନେ ଏପରି ଭାବରେ ଆଚାରଣ କରିବା ଆବଶ୍ୟକ ଯାହା ଈଶ୍ଵରଙ୍କର ସୁଯୋଗ୍ୟ ଅଟେ, ଯିଏ ତୁମ୍ଭମାନଙ୍କୁ ତାହାଙ୍କର ନିଜ ଗୌରବମୟ ରାଜ୍ୟକୁ ଆହ୍ଵାନ କରନ୍ତି।

(3) କ୍ରିୟା ବିଶେଷଣ ସହ ବର୍ଣ୍ଣନା କରୁଥିବା ବିଶେଷଣକୁ ପ୍ରତିବଦଳ କର ଯାହାର ଅର୍ଥ ଅପରିବର୍ତ୍ତିତ ରହିବା।

ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ (ଯିଶାଇୟ 1:19କ ULT)

ଯେବେ ତୁମ୍ଭେମାନେ ସମ୍ମତିସହ ଅଜ୍ଞାବହ ହୁଅ

(4) ବକ୍ତବ୍ୟର ଅନ୍ୟ ଅଂଶଗୁଡ଼ିକୁ ବଦଳାନ୍ତୁ ଯାହା ସମାନ ବିଷୟର ଅର୍ଥ କରେ ଏବଂ ଦେଖାନ୍ତୁ ଯେ ଗୋଟିଏ ଶବ୍ଦ ବା ବାକ୍ୟାଂଶ ଅନ୍ୟର ବର୍ଣ୍ଣନା କରେ।

ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ (ଯିଶାଇୟ 1:19କ ULT)

କ୍ରିୟା ବିଶେଷଣ "ଆଜ୍ଞାବହ" କ୍ରିୟା "ଆଜ୍ଞାବହ" ସହିତ ବଦଳ କରାଯାଇପାରେ।

ଯେବେ ତୁମ୍ଭେମାନେ ସମ୍ମତିସହ ଆଜ୍ଞାବହ ହୁଅ

(4) ଏବଂ (5) ଯଦି ଏହା ଅସ୍ପଷ୍ଟ ତାହା କେବଳ ଗୋଟିଏବିଷୟର ଅର୍ଥକୁ ବୁଝାଏ, ବାକ୍ୟାଂଶକୁ ପରିବର୍ତ୍ତନ କର ଯଦ୍ଵାରା ତାହା ସ୍ପଷ୍ଟ ହେବ।

ଆମ୍ଭେମାନେ ଆମ୍ଭମାନଙ୍କ ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଆଶୀର୍ବାଦର ଭରସା ଏବଂ ଗୌରବରେ ପ୍ରକାଶିର ପାଇବା ଅପେକ୍ଷା କରୁଅଛୁ। (ତୀତସ 2: 13ଖ ULT)

ବିଶେଷ୍ୟ ପଦ "ଗୌରବକୁ" ବିଶେଷଣ "ଗୌରବମୟରେ" ପରିଣତ କରିହେବ ଯାହା ସ୍ପଷ୍ଟ କରିହେବ ଯେ ଯୀଶୁଙ୍କର ପ୍ରକାଶିତ ହିଁ ଆମ୍ଭେମାନେ ଭରସା କରୁଅଛୁ। ଆହୁରି, "ଯୀଶୁ ଖ୍ରୀଷ୍ଟ" ବାକ୍ୟାଂଶ ଆଗଗୁ ଘେନିଯାଇ ପାରିବା ଏବଂ "ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା" ଏକ ଆପେକ୍ଷିକ ଶବ୍ଦ ଖଣ୍ଡବାକ୍ୟ ଯାହା ଜଣେ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ବର୍ଣ୍ଣନା କରେ।

ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟ, ଯିଏ ଆମ୍ଭମାନଙ୍କର ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା ଅଟନ୍ତି ଯାହା ଆମ୍ଭେମାନେ ଅପେକ୍ଷା କରୁଅଛୁ, ସେହି ଆସିର୍ବାଦ ଏବଂ ଗୌରବମୟ ପ୍ରକାଶ ପାଇବାକୁ ଅପେକ୍ଷା କରୁଅଛୁ।​