or_ta/translate/figs-rquestion/01.md

24 KiB

ଏକ ଆଳଙ୍କାରିକ ପ୍ରଶ୍ନ ଏପରି ଏକ ପ୍ରଶ୍ନ ଯାହା ଜଣେ ବକ୍ତା କୌଣସି ବିଷୟରେ କିଛି ତଥ୍ୟ ପାଇବା ପରିବର୍ତ୍ତେ ସେ ନିଜର ମନୋଭାବକୁ ପ୍ରକାଶ କରିବାକୁ ଚାହୁଁଥିବା ବିଷୟକୁ ଜାଣିବା ପାଇଁ ପଚାରିଥାନ୍ତି । ବକ୍ତାମାନେ ସେମାନଙ୍କର ଶ୍ରୋତାମାନଙ୍କୁ କୌଣସି ବିଷୟରେ ଗଭୀର ମୋନଭାବକୁ କିମ୍ଭା ଉତ୍ସାହିତ କରିବା ପାଇଁ କିମ୍ବା ଗଭୀର ଆବେଗକୁ ପ୍ରକାଶ କରିବା ପାଇଁ ଆଳଙ୍କାରିକ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି । ବାଇବେଲରେ ଏଭଳି ଅନେକ ଆଳଙ୍କାରିକ ପ୍ରଶ୍ନଗୁଡିକ ଅନ୍ତର୍ଭୁକ୍ତ ଅଟେ, ଯଥା, ଅନେକ ସମୟରେ ଶ୍ରୋତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପାଇଁ, ଭର୍ସନା କରିବା ପାଇଁ, ଗାଳି ଦେବା ପାଇଁ କିଅବା ଶିକ୍ଷା ଦେବା ପାଇଁ । କେତେକ ଭାଷାର ବକ୍ତାମାନେ ଅନ୍ୟାନ୍ୟ ଉଦ୍ଦେଶ୍ୟ ନିମନ୍ତେ ମଧ୍ୟ ଏହି ଆଳଙ୍କାରିକ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି ।

ବିବରଣ

ଏକ ଆଳଙ୍କାରିକ ପ୍ରଶ୍ନ ଏପରି ଏକ ପ୍ରଶ୍ନ ଯାହାକି କୌଣସି ବିଷୟ ପ୍ରତି ଥିବା ଜଣେ ବକ୍ତାଙ୍କ ସ୍ଵଭାବକୁ ଦୃଢ ଭାବରେ ପ୍ରକାଶ କରିଥାଏ । ଅନେକ ସମୟରେ ବକ୍ତା ଜଣକ କୌଣସି ସୂଚନାକୁ ଧ୍ୟାନ ଦେଇ ନ ଥାଏ, କିନ୍ତୁ ଯଦି ସେ କିଛି ତଥ୍ୟ ପାଇବା ପାଇଁ ପ୍ରଶ୍ନ କରୁଛନ୍ତି, ତେବେ ଏହା ସାଧାରଣତଃ ସେହି ସୂଚନା ବା ତଥ୍ୟ ପାଇବା ପାଇଁ ନ ଥାଏ ଯାହାର ପ୍ରଶ୍ନ ସେଭଳି ଦେଖାଯାଇଥାଏ । ବକ୍ତା ଜଣକ ସୂଚନା ପାଇବା ପରିବର୍ତ୍ତେ ନିଜ ସ୍ଵଭାବକୁ ପ୍ରକାଶ କରିବାରେ ଅଧିକ ଆଗ୍ରହୀ ହୋଇଥାଏ ।

ସେଥିରେ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁ କି ଈଶ୍ଵରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? (ପ୍ରେରିତ 23:4)

ପାଉଲଙ୍କୁ ଏହି ପ୍ରଶ୍ନ କରିଥିବା ଲୋକମାନେ ଈଶ୍ଵରଙ୍କ ମହାଯାଜକଙ୍କୁ ନିନ୍ଦା କରିବାର ତାହାର ଏଭଳି ଶୈଳୀ ବିଷୟରେ ପଚାରି ନଥିଲେ । ବରଂ ମହାଯାଜକଙ୍କୁ ନିନ୍ଦା କରିବାର ଅଭିଯୋଗ ରୂପେ ପାଉଲଙ୍କୁ ଅଭିଯୁକ୍ତ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି ପ୍ରଶ୍ନକୁ ବ୍ୟବହାର କରିଥିଲେ ।

ବାଇବେଲରେ ଏଭଳି ଅନେକ ଆଳଙ୍କାରିକ ପ୍ରଶ୍ନଗୁଡିକ ଅନ୍ତର୍ଭୁକ୍ତ ଅଟେ ।ଏଭଳି କେତେକ ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟ ହେଉଛି: ଲୋକମାନେ ଜାଣିଥିବା କିଛି ବିଷୟକୁ ସ୍ମରଣ କରାଇବା କିମ୍ଭା ନିଜ ସ୍ଵଭାବ ବା ଅନୁଭବକୁ ବ୍ୟକ୍ତ କରିବା ପାଇଁ,ଲୋକମାନଙ୍କୁ ଭର୍ସନା କରିବା, ଶିକ୍ଷା ଦେବା ଓ ସେମାନଙ୍କୁ ଏସବୁକୁ ନୂତନ ଭାବରେ ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିବା ଏବଂ ସେମାନେ ଚାହୁଁଥିବା ବିଷୟକୁ ପରିଚିତ କରିବା ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • କେତେକ ଭାଷା ଆଳଙ୍କାରିକ ପ୍ରଶ୍ନର ବ୍ୟବହାର କରନ୍ତି ନାହିଁ, ସେମାନଙ୍କ ନିମନ୍ତେ ପ୍ରଶ୍ନ କେବଳ ସୂଚନା ପାଇବାର ଏକ ଅନୁରୋଧ ଅଟେ ।
  • କେତେକ ଭାଷା ଆଳଙ୍କାରିକ ପ୍ରଶ୍ନକୁ ବ୍ୟବହାର କରନ୍ତି, କିନ୍ତୁ ସେଗୁଡ଼ିକ ବାଇବେଲରେ ଥିବା ଉଦ୍ଦେଶ୍ୟ ଅପେକ୍ଷା ଅଧିକ ସୀମିତ କିମ୍ବା ଭିନ୍ନ ରହିଥାଏ ।
  • ଭାଷାଗୁଡ଼ିକ ମଧ୍ୟରେ ଥିବା ବିଭିନ୍ନତା ହେତୁ, କେତେକ ପାଠକମାନେ ବାଇବଲରେ ଥିବା ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟକୁ ଭୁଲ ବୁଝିଥାନ୍ତି ।

ବାଇବେଲରୁ କେତେକ ଉଦାହରଣ

ତୁମ୍ଭେ କଣ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୁତ୍ଵ କରୁନାହଁ ? (1ମ ରାଜାବଳୀ 21:7)

ରାଜା ଆହବ ପୂର୍ବରୁ ଜାଣିଥିବା ବିଷୟକୁ:  ଯାହାକି ସେ ଯେ ଏପର୍ଯ୍ୟନ୍ତ ଇସ୍ରାଏଲର ରାଜ୍ୟକୁ ଶାସନ କରୁଛନ୍ତି, ଏହି ବିଷୟକୁ ସ୍ମରଣ କରାଇବା ପାଇଁ ହିଁ ଈଷେବଲ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କଲେ । ସେ କେବଳ ଏହାକୁ ସରଳ ଭାବରେ ବ୍ୟକ୍ତ କରିବା ପରିବର୍ତ୍ତେ ଏହି ଆଳଙ୍କାରିକ ପ୍ରଶ୍ନକୁ ବ୍ୟବହାର କଲେ ଯାହା ତାହାଙ୍କ ଉଦ୍ଦେଶ୍ୟକୁ ଆହୁରି ଅଧିକ ଦୃଢ କରିଦେଲା, ଯାହା  ଆହବଙ୍କୁ ନିଜର ଭୁଲ୍ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା । ଗରିବ ବ୍ୟକ୍ତିଙ୍କ ସମ୍ପତ୍ତିକୁ ଅଧିକାର କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ହେତୁ ତାହାଙ୍କୁ ଭର୍ସନା କରିବା ପାଇଁ ସେ ଏପରି କହିଥିଲେ । ସେ ଆଭାସ ଦେଲେ ଯେ, ସେ ଇସ୍ରାଏଲର ରାଜା ଅଟନ୍ତି, ତାହାଙ୍କ ପାଖରେ ଜଣେ ବ୍ୟକ୍ତିଙ୍କର ସମ୍ପତ୍ତିକୁ ଜବର ଦସ୍ତି ଦଖଲ କରିବାର ଅଧିକାର ରହିଛି ।

କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି । (ଯିରିମିୟ 2:32)

ଲୋକମାନେ ପୂର୍ବରୁ ଜାଣିଥିବା: ଯାହାକି ଜଣେ ଯୁବତୀ କନ୍ୟା ଆପଣା ଅଳଙ୍କାରକୁ କଦାପି ଭୁଲି ପାରେ ନାହିଁ କିଅବା ବିବାହିତା କନ୍ୟା ଆପଣା ଭୁଷଣକୁ ପାସୋରି ପରେ ନାହିଁ, ଏହି ବିଷୟକୁ ପରମେଶ୍ଵର ଆପଣା ଲୋକମାନଙ୍କୁ ସ୍ମରଣ କରାଇବା ପାଇଁ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କଲେ । ଯିଏକି ଏସମସ୍ତ ବସ୍ତୁ ଅପେକ୍ଷା ଅଧିକ ମହାନ ଅଟନ୍ତି, ଏପରି ପରମେଶ୍ଵରଙ୍କୁ ଭୁଲି ଥିବା ହେତୁ ସେ ଆପଣା ଲୋକମାନଙ୍କୁ ଭର୍ସନା କରନ୍ତି ।

ମୁଁ କାହିଁକି ଗର୍ଭରୁ ମଲି ନାହିଁ ? ଉଦରରୁ ପଡ଼ିବାମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ ? (ଆୟୁବ 3:11)

ଗଭୀର ଆବେଗକୁ ପ୍ରକାଶ କରିବା ପାଇଁ ଆୟୁବ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରିଲେ । ଏହି ଆଳଙ୍କାରିକ ପ୍ରଶ୍ନ ଏହାକୁ ବ୍ୟକ୍ତ କରେ ସେ କେତେ ଦୁଃଖିତ ଥିଲେ ଯେ ସେ ଜନ୍ମ ହେବା ମାତ୍ର କାହିଁକି ମାଲେ ନାହିଁ ବୋଲି କହୁଅଛନ୍ତି । ସେ ବଞ୍ଚିବାକୁ ଚାହୁଁ ନ ଥିଲେ ।

ଆଉ, ମୋ’ ପ୍ରଭୁଙ୍କ ମାତା ଯେ ମୋ’ ନିକଟକୁ ଆସିବେ, ମୋହର ଏ ସୌଭାଗ୍ୟ କେଉଁଠାରୁ ହେଲା ? (ଲୂକ 1:43)

ତାହାର ପ୍ରଭୁଙ୍କ ମାତା ତା’ ନିକଟକୁ ଆସିଛନ୍ତି, ଓ ସେ କେଡେ ଆଶ୍ଚର୍ଯ୍ୟ ଓ ଖୁସି ଥିଲେ, ତାହା ପ୍ରକାଶ କରିବା ପାଇଁ ଏଲିଜାବେଥ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି ।

କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ ? (ମାଥିଉ 7:9)

ଲୋକମାନେ ପୂର୍ବରୁ ଜାଣିଥିବା: ଯାହାକି ଜଣେ ଉତ୍ତମ ପିତା ନିଜ ପୁଅକୁ ମନ୍ଦ ଜିନିଷ କଦାପି ଖାଇବାକୁ ଦେବା ନାହିଁ, ଏହି ବିଷୟକୁ ଯୀଶୁ ଆପଣା ଲୋକମାନଙ୍କୁ ସ୍ମରଣ କରାଇବା ପାଇଁ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି । ଏହି ବିଷୟକୁ କହି, ଯୀଶୁ ଆପଣା ପରବର୍ତ୍ତୀ ଆଳଙ୍କାରିକ ପ୍ରଶ୍ନ ସହ ଈଶ୍ଵରଙ୍କ  ବିଷୟରେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ।

ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ ? (ମାଥିଉ 7:11)

ଯେଉଁମାନେ ଈଶ୍ଵରଙ୍କୁ ମାଗନ୍ତି, ଇଶ୍ଵର ସେମାନଙ୍କୁ ଉତ୍ତମ ଉତ୍ତମ ବିଷୟ ଯେ ଯୋଗାନ୍ତି, ଏହି ବିଷୟକୁ ପ୍ରାଧାନ୍ୟଯୋଗ୍ୟ ଭାବରେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯୀଶୁ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କଲେ ।

ସେଥିରେ ସେ କହିଲେ, ଈଶ୍ଵରଙ୍କ ରାଜ୍ୟ କାହା ସଦୃଶ ? ପୁଣି, କାହା ସାଙ୍ଗରେ ମୁଁ ତାହାର ତୁଳନା କରିବି ? ତାହା ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା… (ଲୂକ 13:18-19)

ଯୀଶୁ ଯାହା କହିବାକୁ ଚାହୁଁଥିଲେ, ତାହା ପରିଚିତ କରିବା ପାଇଁ ସେ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି । ସେ ଈଶ୍ଵରଙ୍କ ରାଜ୍ୟ ସହ କିଛି ବିଷୟ ସହିତ ତୁଳନା କରିବା ପାଇଁ ଯାଉଥିଲେ । ଏହି କ୍ଷେତ୍ରରେ, ଯୀଶୁ ଇଶ୍ଵରଙ୍କ ରାଜ୍ୟକୁ ଏକ ସୋରିଷ ବୀଜ ସହିତ ତୁଳନା କଲେ ।

ଅନୁବାଦର କୌଶଳଗୁଡ଼ିକ

ଆଳଙ୍କାରିକ ପ୍ରଶ୍ନକୁ ନିର୍ଭୁଲ/ଯଥାର୍ଥ ଭାବରେ ଅନୁବାଦ କରିବା ପାଇଁ, ପ୍ରଥମେ ଆପଣ ନିଶ୍ଚିତ ହୁଅନ୍ତୁ ଯେ, ଯେଉଁ ଆଳଙ୍କାରିକ ପ୍ରଶ୍ନକୁ ଆପଣ ଅନୁବାଦ କରିବାକୁ ଯାଉଥିବା ତାହା ପ୍ରକୃତରେ  ଆଳଙ୍କାରିକ ପ୍ରଶ୍ନ ଓ ସୂଚନା ପ୍ରଦାନକାରୀ ପ୍ରଶ୍ନ ନୁହେଁ । ନିଜକୁ ପଚାରନ୍ତୁ, “ପ୍ରଶ୍ନ ପଚାରିବା ବ୍ୟକ୍ତି ଜଣକ କ'ଣ ସେହି ପ୍ରଶ୍ନର ଉତ୍ତର ପୂର୍ବରୁ ଜାଣନ୍ତି କି ?” ଯଦି ହଁ, ତେବେ ଏହା ଆଳଙ୍କାରିକ ପ୍ରଶ୍ନ ଅଟେ । କିମ୍ବା, ଯଦି କେହି ପ୍ରଶ୍ନର ଉତ୍ତର ଦେଉ ନାହାଁନ୍ତି, ତେବେ ଯେଉଁ ବ୍ୟକ୍ତିଟି ପ୍ରଶ୍ନଟିକୁ ପଚାରୁଛନ୍ତି ସେହି ବ୍ୟକ୍ତି କ'ଣ ଏହାର ଉତ୍ତର ପାଇବାକୁ ଆଶା କରନ୍ତି କି? ଯଦି ସେହି ବ୍ୟକ୍ତି ପ୍ରଶ୍ନଟିର ଉତ୍ତର ପାଇବାକୁ ଅସା କରନ୍ତି ନାହିଁ, ତେବେ ଏହା ଏକ ଆଳଙ୍କାରିକ ପ୍ରଶ୍ନ ।

ଯେବେ ଆପଣ ନିଶ୍ଚିତ ଯେ ପ୍ରଶ୍ନଟି ଆଳଙ୍କାରିକ ବୋଲି, ତେବେ ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟ କ'ଣ ତାହା ଜାଣିବା ବିଷୟକୁ ନିଶ୍ଚିତ ହୁଅନ୍ତୁ । କ'ଣ ଏହା ଶ୍ରୋତାମାନଙ୍କୁ ଉତ୍ସାହିତ କରିବ, ନା ଭର୍ସନା କରିବ କିଅବା ଲଜ୍ଜ୍ୟା ଦେବା ପାଇଁ ଉଦ୍ଦିଷ୍ଟ ଅଟେ ? କ'ଣ ଏହା ନୂଆ ପ୍ରସଙ୍ଗକୁ ଉପସ୍ଥାପିତ କରିବା ପାଇଁ ଉଦ୍ଦିଷ୍ଟ ? କିମ୍ବା ଆଉ କୌଣସି ବିଷୟ କରିବା ପାଇଁ ଉଦ୍ଦିଷ୍ଟ ଅଟେ ?

ଯେବେ ଆପଣ ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟ ଜାଣନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଭାଷାରେ ସେହି ଉଦ୍ଦେଶ୍ୟକୁ ବ୍ୟକ୍ତ କରିବା ପାଇଁ ଅତ୍ୟନ୍ତ ପ୍ରାକୃତିକ ମାଧ୍ୟମ ବିଷୟରେ ଚିନ୍ତା କରନ୍ତୁ । ଏହା ହୋଇପାରେ ଗୋଟିଏ ପ୍ରଶ୍ନ, କିମ୍ବା ବକ୍ତବ୍ୟ, କିମ୍ବା ଗୋଟିଏ ବିସ୍ମୟସୂଚକ ଶବ୍ଦସମୂହ ।

ଯଦି ଆଳଙ୍କାରିକ ପ୍ରଶ୍ନଙ୍କୁ ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କ ଭାଷାରେ ପ୍ରାକୃତିକ ଓ ସଠିକ୍ ଅର୍ଥ ପ୍ରକାଶ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ କେତେକ ଭିନ୍ନ ମାଧ୍ୟମଗୁଡିକ ଦିଆଯାଇଛି:

(1) ପ୍ରଶ୍ନ ପରେ ଉତ୍ତରକୁ ଯୋଗ କରନ୍ତୁ ।(2) ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ କିମ୍ବା ବିସ୍ମୟସୂଚକ ଶବ୍ଦରେ ପରିବର୍ତ୍ତନ କରନ୍ତୁ । (3) ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ ଶବ୍ଦରେ ପରିବର୍ତ୍ତନ କରନ୍ତୁ, ଏବଂ ପରେ ଏହାକୁ ଗୋଟିଏ କ୍ଷୁଦ୍ର ପ୍ରଶ୍ନରେ ବଦଳାନ୍ତୁ । (4) ପ୍ରଶ୍ନର ଗଠନ ଶୈଳୀକୁ ପ୍ରାୟବର୍ତ୍ତନ କରନ୍ତୁ, ଯଦ୍ୱାରା ଏହା ଆପଣଙ୍କ ଭାଷାରେ ଯୋଗାଯୋଗ କରିବ, ଯାହା ମୂଳ ବକ୍ତା ଆପଣା ସମୟରେ ଯୋଗାଯୋଗ କରିଥିଲେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ପ୍ରଶ୍ନ ପରେ ଉତ୍ତରକୁ ଯୋଗ କରନ୍ତୁ ।

କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି !(ଯିରିମିୟ 2:32)                                                                                                                                 କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ବାସ୍ତବରେ ପାସୋରିବେ ନାହିଁ! ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି ।

କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି**,*ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ? (ମାଥିଉ 7:9)                                                                                                                                                                                           କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି,*ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ?  ତୁମ୍ଭମାନଙ୍କ ମଧ୍ୟରୁ କେହିଁ ଏପରି କରିବ ନାହିଁ ।

(2) ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ କିମ୍ବା ବିସ୍ମୟସୂଚକ ଶବ୍ଦରେ ପରିବର୍ତ୍ତନ କରନ୍ତୁ ।

ସେଥିରେ ସେ କହିଲେ,ଈଶ୍ଵରଙ୍କ ରାଜ୍ୟ କାହା ସଦୃଶ ? ପୁଣିକାହା ସାଙ୍ଗରେ ମୁଁ ତାହାର ତୁଳନା କରିବି ? ତାହା ଏପ୍ରକାର ଗୋଟିଏ ସୋରିଷଦାନା ପରି,… (ଲୂକ 13:18-19)                                                                                                                                  ଈଶ୍ଵରଙ୍କ ରାଜ୍ୟ ଏହା ସଦୃଶ । ଏହା ଏକ ସୋରିଷ ବୀଜ ପରି…

ତୁ କି ଈଶ୍ଵରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? (ପ୍ରେରିତ 23:4b ULT) (ପ୍ରେରିତ 23:4 ULT)                                                                                                               ତୁମ୍ଭେ ଈଶ୍ଵରଙ୍କ ମହାଯାଜକଙ୍କ ନିନ୍ଦା କରିବା ଅନୁଚିତ୍!

  • ମୁଁ କାହିଁକି ଗର୍ଭରୁ ମଲି ନାହିଁ ? ଉଦରରୁ ପଡ଼ିବାମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ ? (ଆୟୁବ 3:11)                                                                                 ଉଦରରୁ ପଡ଼ିବାମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କରିଥିଲେ ଭଲ ହୋଇଥାନ୍ତା!

ଆଉ,ମୋ’ ପ୍ରଭୁଙ୍କ ମାତା ଯେ ମୋ’ ନିକଟକୁ ଆସିବେମୋହର ଏ ସୌଭାଗ୍ୟ କେଉଁଠାରୁ ହେଲା ? (ଲୂକ 1:43 ULT)                                                                                                                                                                                        ଏହା କେଡ଼େ ସୌଭାଗ୍ୟ ଯେ ମୋ’ ପ୍ରଭୁଙ୍କ ମାତା ମୋ’ ନିକଟକୁ ଆସିଛନ୍ତି!

(3) ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ ଶବ୍ଦରେ ପରିବର୍ତ୍ତନ କରନ୍ତୁ, ଏବଂ ପରେ ଏହାକୁ ଗୋଟିଏ କ୍ଷୁଦ୍ର ପ୍ରଶ୍ନରେ ବଦଳାନ୍ତୁ ।

ତୁମ୍ଭେ କ'ଣ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୁତ୍ଵ କରୁନାହଁ ? (1ମ ରାଜାବଳୀ 21:7)                                                                                                                              ତୁମ୍ଭେ ଏପର୍ଯ୍ୟନ୍ତ ଇସ୍ରାଇଲର ରାଜ୍ୟ ଉପରେ କର୍ତ୍ତୁତ୍ଵ କରୁଅଛ,  ତୁମ୍ଭେ ନୁହେଁ କି?

(4) ପ୍ରଶ୍ନର ଗଠନ ଶୈଳୀକୁ ପରିବର୍ତ୍ତନ କରନ୍ତୁ, ଯଦ୍ୱାରା ଏହା ଆପଣଙ୍କ ଭାଷାରେ ଅର୍ଥକୁ  ପ୍ରକାଶ କରିବ, ଯାହା ମୂଳ ବକ୍ତା ତାହାଙ୍କ ସମୟରେ ପ୍ରକାଶ କରିଥିଲେ ।

କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ ? (ମାଥିଉ 7:9)                                                                                                                                                                                       ଯଦି ତୁମ୍ଭମାନଙ୍କର ପୁଅ ରୋଟି ମାଗିଲେ, କ'ଣ ତୁମ୍ଭେ ତାହାକୁ ପଥର ଦେବ?

କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି! (ଯିରିମିୟ 2:32)                                                                                                                                      **କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ?**ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି