or_ta/translate/figs-litotes/01.md

6.2 KiB

ବିବରଣ

ଶ୍ରୁତିମଧୁର ବାକ୍ୟ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯେଉଁଥିରେ ଜଣେ ବକ୍ତା ଦୁଇଟି ନକରାତ୍ମକ ଶବ୍ଦ ବା ସେ ଚାହୁଁଥିବା ଶବ୍ଦାର୍ଥର ବିପରୀତ ଶବ୍ଦ ସହ ନକରାତ୍ମକ ଶବ୍ଦକୁ ବ୍ୟବହାର କରି ଗୋଟିଏ ବଳିଷ୍ଠ ସକାରାତ୍ମକ ଅର୍ଥପୂର୍ଣ୍ଣ ବାକ୍ୟକୁ ପ୍ରକାଶ କରନ୍ତି ।

କେତେକ ନକରାତ୍ମକ ଶବ୍ଦର ଉଦାହରଣଗୁଡ଼ିକ, “ନାହିଁ”, “ନୁହେଁ”, “ଜଣେ ସୁଦ୍ଧା ନୁହେଁ”, ଓ “କଦାପି ନୁହେଁ” । ଭଲର ବିପରୀତ “ମନ୍ଦ” । ଯଦି କେହି ଜଣେ କହେ ଯେ କିଛି “ଖରାପ ନାହିଁ”, ଏହାର ଅର୍ଥ ଅତ୍ୟନ୍ତ ଭଲ ଅଟେ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

କେତେକ ଭାଷାରେ ଶ୍ରୁତିମଧୁର ବାକ୍ୟକୁ ବ୍ୟବହାର କରନ୍ତି ନାହିଁ । ଏହି ଭାଷାକୁ କହୁଥିବା ଲୋକମାନେ ବୁଝି ପାରିବେ ନାହିଁ ଯେ ଶ୍ରୁତିମଧୁର ବାକ୍ୟ ବ୍ୟବହୃତ ହୋଇଥିବା ଉକ୍ତିଟି ବାସ୍ତବରେ ସକାରାତ୍ମକ ଅର୍ଥକୁ ଦୃଢ କରୁଛି । ଏହା ପରିବର୍ତ୍ତେ, ସେମାନେ ହୁଏତ ଭାବି ପାରନ୍ତି  ଏହା ସକାରାତ୍ମକ ଅର୍ଥକୁ ଦୁର୍ବଳ କରୁଛି, ଅଥବା ଏପରିକି ପ୍ରତ୍ୟାହାର କରୁଛି ।

ବାଇବଲରୁ କେତେକ ଉଦାହରଣ

ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇନାହିଁ; (1ମ ଥେସଲନିକୀୟ 2:1 ULT)

ଶ୍ରୁତିମଧୁର ବାକ୍ୟକୁ ବ୍ୟବହାର କରି, ପାଉଲ ଗୁରୁତ୍ଵାରୋପ କରନ୍ତି ଯେ ସେମାନଙ୍କ ମଧ୍ୟକୁ ତାହାଙ୍କ ପରିଦର୍ଶନ ଅଧିକ ଉପକାର ହୋଇଅଛି ।

ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଲ ପଡ଼ିଗଲା । (ପ୍ରେରିତ 12:18 ULT)

ଶ୍ରୁତିମଧୁର ବାକ୍ୟକୁ ବ୍ୟବହାର କରି, ଲୂକ ଗୁରୁତ୍ଵାରୋପ କରନ୍ତି ଯେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଲ ପଡ଼ିଗଲା ବା ଚିନ୍ତା ବଡିଗଲା । (ପିତର କାରାଗାରରେ ରହିଥିଲେ, ଆଉ ଯଦିଚ ସୈନ୍ୟମାନେ ତାହାଙ୍କୁ ଜଗି ରହିଥିଲେ, ତଥାପି ଦୂତ ତାହାଙ୍କୁ ବାହାରକୁ ଯିବାକୁ ଦିଅନ୍ତେ ସେ ତହିଁରୁ ଉଦ୍ଧାର ପାଇଲେ । ଏଣୁ ସେମାନେ ଅଧିକ ଉତ୍ତେଜିତ ହେଲେ ।)

ଆଉ, ଗୋ ଯିହୁଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୁଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋ’ଠାରୁ ଉତ୍ପନ୍ନ ହେବେ । (ମାଥିଉ 2:6 ULT)

ଶ୍ରୁତିମଧୁର ବାକ୍ୟକୁ ବ୍ୟବହାର କରି, ଭାବବାଦୀ ଗୁରୁତ୍ଵାରୋପ କରନ୍ତି ଯେ ବେଥଲିହିମ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନଗର ହେବ ।

ଅନୁବାଦ କୌଶଳ

ଯଦି ଶ୍ରୁତିମଧୁର ବାକ୍ୟ ସଠିକ୍ ଭାବରେ ବୁଝି ହେଉଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ ।

  1. ଯଦି ନକରାତ୍ମକ ଶବ୍ଦ ସହ ଅର୍ଥ ସ୍ପଷ୍ଟ ହେଉ ନାହିଁ, ତେବେ ଏକ ଶକ୍ତିଶାଳୀ ଉପାୟରେ ସକାରାତ୍ମକ ଅର୍ଥକୁ ପ୍ରଦାନ କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଯଦି ନକରାତ୍ମକ ଶବ୍ଦ ସହ ଅର୍ଥ ସ୍ପଷ୍ଟ ହେଉ ନାହିଁ, ତେବେ ଏକ ଶକ୍ତିଶାଳୀ ଉପାୟରେ ସକାରାତ୍ମକ ଅର୍ଥକୁ ପ୍ରଦାନ କରନ୍ତୁ ।
  • ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇନାହିଁ; (1ମ ଥେସଲନିକୀୟ 2:1 ULT)
    • “ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ପରିଦର୍ଶନ ଅଧିକ ଉତ୍ତମ ଥିଲା।”
  • ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଲ ପଡ଼ିଗଲା (ପ୍ରେରିତ 12:18 ULT)

“ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନେ ଅଧିକ ଚିନ୍ତିତ ହୋଇ ପଡ଼ିଲେ ।”