or_ta/translate/figs-idiom/01.md

10 KiB

ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଏକ ଶବ୍ଦାଳଙ୍କାରିକ ଶବ୍ଦ ଯାହା କେତେକ ଶବ୍ଦକୁ ନେଇ ସୃଷ୍ଟ, ଏହାର ସଂପୂର୍ଣ୍ଣ ଅର୍ଥ ରହିଛି ଯାହାକି ଗୋଟିଏ ଶବ୍ଦମାଳାର ଅର୍ଥରୁ ବୁଝିବା ବିଷୟଠାରୁ ଭିନ୍ନ ଅଟେ। ସଂସ୍କୃତି ବାହାରେ ଥିବା କେହି ଜଣେ ସାଧାରଣତଃ ସେହି ସଂସ୍କୃତି ମଧ୍ୟରେ ଥିବା ବ୍ୟକ୍ତି ପ୍ରକୃତ ଅର୍ଥକୁ ସ୍ପଷ୍ଟ କରି ବର୍ଣ୍ଣନା ନ କଲେ ସେ ଏହି ରୁଢ୍ୟୋକ୍ତିକୁ ବୁଝିପାରିବ ନାହିଁ। ପ୍ରତ୍ୟେକ ଭାଷା ରୂଢି ପ୍ରୟୋଗ ବାକ୍ୟାଂଶକୁ ବ୍ୟବହାର କରନ୍ତି। କେତେକ ଇଂରାଜୀ ଉଦାହରଣଗୁଡିକ ହେଉଅଛି:

  • ଆପଣ ମୋର ଗୋଡ଼ ଟାଣୁଛନ୍ତି (ଏହାର ଅର୍ଥ, “ଆପଣ ମତେ ମିଛ କହୁଛନ୍ତି”)
  • ଲଫାପା ଖୋଲନ୍ତୁ ନାହିଁ। ("ଏହାର ଅର୍ଥ, ଏ ବିଷୟକୁ ଆଉ ଅତି ମାତ୍ରା କରନ୍ତୁ ନାହିଁ।")
  • ଏହି ଘର ଜଳ ଭିତରେ ଅଛି। (ଏହାର ଅର୍ଥ, "ଯେଉଁ ଋଣ ନିଆଯାଇଛି, ଏ ଘରର ପ୍ରକୃତ ମୂଲ୍ୟ ଅପେକ୍ଷା ତାହା ଅଧିକ।")
  • ଆମେ ସହରକୁ ଲାଲ୍ ରଙ୍ଗରେ ରଙ୍ଗିତ କରୁ। (ଏହାର ଅର୍ଥ, "ଆମେ ଆଜି ରାତି ସହରର ଚତୁର୍ଦିଗ ଆତୁରତାପୂର୍ଣ୍ଣ ରୂପରେ ପାଳନ କରି କରି ଯିବୁ।")

ବିବରଣ

ରୁଢୋକ୍ତି ଏକ ବାକ୍ୟାଂଶ ଯାହାକି ଏହାକୁ ବ୍ୟବହାର କରୁଥିବା ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତିର ଲୋକମାନଙ୍କ ପାଇଁ ସ୍ଵତନ୍ତ୍ର ଅର୍ଥ ରହିଥାଏ। ଏହାର ଅର୍ଥ ଗୋଟିଏ ଶବ୍ଦମାଳାକୁ ନେଇ ଗଠିତ ବାକ୍ୟାଂଶର ଅର୍ଥରୁ ଜଣେ ବ୍ୟକ୍ତି ଯାହା ବୁଝେ ତାହାଠାରୁ ଭିନ୍ନ ଥାଏ।

ସେ ଯିରୁଶାଲାମକୁ ଯିବା ନିମନ୍ତେ ଏକାନ୍ତଭାବରେ ମନକୁ ଦୃଢ କଲେ। (ଲୂକ 9:51ଖ ULT)

“ମନକୁ ଦୃଢ କଲେ” ଶବ୍ଦ ଏକ ରୂଢି ପ୍ରୟୋଗ ବାକ୍ୟାଂଶ, ଯାହାର ଅର୍ଥ, “ନିର୍ଣ୍ଣୟ କଲେ”।

କୌଣସି କୌଣସି ସମୟରେ ଲୋକମାନେ ଅନ୍ୟ ସଂସ୍କୃତିରୁ ରୂଢି ପ୍ରୟୋଗ ବାକ୍ୟାଂଶକୁ ବୁଝିବାରେ ସକ୍ଷମ ହୋଇପାରନ୍ତି, କିନ୍ତୁ ଏହାର ଅର୍ଥକୁ ପ୍ରକାଶ କରିବା ବେଳେ ଅଜଣା ଭଳି ଉଚ୍ଚାରିତ ହୋଇପାରେ।

ଆପଣ ଯେ ମୋ’ ଘରକୁ ଆସିବେ, ମୁଁ ଏପରି ଯୋଗ୍ୟ ନୁହେଁ। (ଲୂକ 7:6 ଖ ULT)

ଆପଣ ଯେ ମୋ’ ଘରକୁ ଆସିବେ” ଶବ୍ଦ ଏକ ରୂଢି ପ୍ରୟୋଗ ବାକ୍ୟାଂଶ, ଯାହାର ଅର୍ଥ, “ମୋ’ ଘରେ ପ୍ରବେଶ କରିବେ” ।

ଏହିସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣରେ ପ୍ରବେଶ କରାଅ। (ଲୂକ 9:44 ULT)

ଏହି ରୁଢୋକ୍ତିର ଅର୍ଥ, “ମୁଁ ଯାହା କହୁଅଛି ସେହିସବୁକୁ ଧ୍ୟାନର ସହ ଶୁଣି ମନେ ରଖ”

ଉଦ୍ଦେଶ୍ୟ: ରୂଢି ପ୍ରୟୋଗ ବାକ୍ୟାଂଶ ହୋଇପାରେ ଆକସ୍ମିକ ଭାବରେ କୌଣସି କୌଣସି ସଂସ୍କୃତିରେ କେହି ଜଣେ ଉଲ୍ଲେଖଯୋଗ୍ୟ ଭାବରେ କିଛି ବିଷୟ ବର୍ଣ୍ଣନା କରିବା ସମୟରେ ସୃଷ୍ଟି ହୋଇଥାଏ। କିନ୍ତୁ, ଯେତେବେଳେ ସେହି ଉଲ୍ଲେଖଯୋଗ୍ୟ ମାଧ୍ୟମ ଶକ୍ତିଶାଳୀ ଭାବେ ସମ୍ବାଦକୁ ଯୋଗାଯୋଗ କରେ ଓ ଲୋକେ ଏହାକୁ ସ୍ପଷ୍ଟ ଭାବରେ ବୁଝନ୍ତି, ସେତେବେଳେ ଅନ୍ୟ ଲୋକମାନେ ଏହାକୁ ବ୍ୟବହାର କରିବା ଆରମ୍ଭ କରନ୍ତି । କିଛି ସମୟ ପରେ, ଏହା ସେହି ଭାଷାରେ କଥାବାର୍ତ୍ତା କରିବାର ଏକ ସାଧାରଣ ମାଧ୍ୟମ ହୋଇଯାଏ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • ଯଦି ଲୋକମାନେ ବାଇବଲ ଉପସ୍ଥାପିତ କରୁଥିବା ସଂସ୍କୃତିକୁ ଜାଣିବେ ନାହିଁ, ତେବେ ସେମାନେ ସହଜରେ ବାଇବଲର ମୂଳ ଭାଷାରେ ଥିବା ରୂଢି ପ୍ରୟୋଗ ବାକ୍ୟାଂଶକୁ ଭୁଲ ଅର୍ଥ ବାହାର କରି ପାରନ୍ତି।
  • ଯଦି ଲୋକମାନେ ଅନୁବାଦ କରାଯାଇଥିବା ସଂସ୍କୃତିକୁ ଜାଣିବେ ନାହିଁ, ତେବେ ସେମାନେ ସହଜରେ ବାଇବଲର ମୂଳ ଭାଷାରେ ଥିବା ରୂଢି ପ୍ରୟୋଗ ବାକ୍ୟାଂଶକୁ ଭୁଲ ଅର୍ଥ ବାହାର କରି ପାରନ୍ତି।
  • ରୂଢି ପ୍ରୟୋଗ ବାକ୍ୟାଂଶକୁ ଆକ୍ଷରିକ ଭାବରେ (ପ୍ରତି ଶବ୍ଦର ଅର୍ଥ ଅନୁଯାଇ) ଅନୁବାଦ ନ କଲେ, ନିର୍ଦ୍ଦିଷ୍ଟ ଭାଷାର ଶ୍ରୋତାମାନେ ସେହି ଅର୍ଥଗୁଡ଼ିକୁ ବୁଝିବେ ନାହିଁ।

ବାଇବଲରୁ କେତେକ ଉଦାହରଣ

ଅନନ୍ତର ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ। (1ମ ବଂଶାବଳି 11:1 ULT)

ଏହାର ଅର୍ଥ, “ଆମେ ଓ ଆପଣ ଗୋଟିଏ ଗୋତ୍ରର ବା ଗୋଟିଏ ପରିବାରର ଅଟୁ।”

ଇସ୍ରାଏଲ-ସନ୍ତାନମାନେ ଊର୍ଦ୍ଧ୍ଵ ହସ୍ତରେ ସହ ଯାତ୍ରା କରୁଥିଲେ। (ଯାତ୍ରାପୁସ୍ତକ 14:8 ULT)

ଏହାର ଅର୍ଥ, “ଇସ୍ରାଏଲୀୟମାନେ ସାହସିକ ଭାବେ ପ୍ରତିରୋଧ କରି ବାହାରି ଗଲେ।”

ଯିଏ ମୋହର ମସ୍ତକ ଉଠାନ୍ତି (ଗୀତସଂହିତା 3:3ଖ ULT)

ଏହାର ଅର୍ଥ, “ ଯେ ମୋତେ ସାହାଯ୍ୟ କରନ୍ତି।”

ଅନୁବାଦ କୌଶଳ

ଯଦି ରୂଢି ପ୍ରୟୋଗ ବାକ୍ୟାଂଶ ଆପଣଙ୍କ ଭାଷାରେ ସହଜରେ ବୁଝି ହେଉଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ଯଦି ନୁହେଁ, ଏଠାରେ କେତେକ ବିକଳ୍ପ ଦିଆଯାଇଛି ।

(1) ରୂଢି ପ୍ରୟୋଗ ବାକ୍ୟାଂଶକୁ ବ୍ୟବହାର ନ କରି ସ୍ପଷ୍ଟ ଭାବରେ ଅର୍ଥକୁ ଅନୁବାଦ କରନ୍ତୁ। (2) ଲୋକମାନେ ଆପଣଙ୍କ ନିଜ ଭାଷାରେ ବ୍ୟବହାର କରୁଥିବା ଭିନ୍ନ ରୂଢି ପ୍ରୟୋଗ ବାକ୍ୟାଂଶକୁ ବ୍ୟବହାର କର, ଯାହା ସମାନ ଅର୍ଥ ପ୍ରକାଶ କରୁଥିବ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ରୂଢି ପ୍ରୟୋଗ ବାକ୍ୟାଂଶକୁ ବ୍ୟବହାର ନ କରି ସ୍ପଷ୍ଟ ଭାବରେ ଅର୍ଥକୁ ଅନୁବାଦ କରନ୍ତୁ।

ତହିରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, "ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ମାଂସ।" (1ମ ବଂଶାବଳି 11:1ULT)

ଦେଖ, ଆମ୍ଭେମାନେ ସମସ୍ତେ ସମାନ ଜାତିର ଅଟୁ

ତହିରେ ସେ ଯିରୁଶାଲାମକୁ ଯିବା ନିମନ୍ତେ ଏକାନ୍ତଭାବରେ ଆପଣା ମନକୁ ଦୃଢ କଲେ। (ଲୂକ 9:51ଖ ULT)

ସେ ଯିରୁଶାଲେମରେ ପହଞ୍ଚିବା ପାଇଁ ନିର୍ଣ୍ଣୟ କରି, ସେଠାକୁ ଯାତ୍ରା କରିବା ଆରମ୍ଭ କଲେ।

ଆପଣ ଯେ ମୋ’ ଘରକୁ ଆସିବେ, ମୁଁ ଏପରି ଯୋଗ୍ୟ ନୁହେଁ। (ଲୂକ 7:6 ଖ ULT)

ଆପଣ ଯେ ମୋ’ ଘରେ ପ୍ରବେଶ କରିବା ଉଚିତ, ମୁଁ ଏପରି ଯୋଗ୍ୟ ନୁହେଁ।

(2) ଲୋକମାନେ ଆପଣଙ୍କ ନିଜ ଭାଷାରେ ବ୍ୟବହାର କରୁଥିବା ରୂଢିକୁ ବ୍ୟବହାର କର, ଯାହା ସମାନ ଅର୍ଥ ପ୍ରକାଶ କରୁଥିବ।

ଏହି ସମସ୍ତ ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣରେ ପ୍ରବେଶ କରାଅ। (ଲୂକ 9:44କ ULT)

ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିବା ସମୟରେ ସମସ୍ତେ ମନୋଯୋଗର ସହ ଶୁଣ

ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ (ଗୀତସଂହିତା 6:7କ ULT)

ମୁଁ କ୍ରନ୍ଦନ କରୁଅଛି ମୋହର ଚକ୍ଷୁ ଜୀର୍ଣ୍ଣ