or_ta/translate/figs-euphemism/01.md

7.0 KiB
Raw Permalink Blame History

ବିବରଣ

ସିଧାସଳଖ ଭାବରେ ବର୍ଣ୍ଣନ କରିବା ପରିବର୍ତ୍ତେ ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ ଏକ କୋମଳ ବା ଭଦ୍ର ଭାବରେ କହିବାର ମାଧ୍ୟମ ଯାହା ଅପ୍ରୀତିକର, ଲଜ୍ଜ୍ୟାକର, କିମ୍ବା ସାମାଜିକ ଭାବରେ ଅଗ୍ରହଣୀୟ ବିଷୟ ଯଥା, ସାଧାରଣତଃ ଗୋପନରେ କରାଯାଉଥିବା ମୃତ୍ୟୁ ବା କାର୍ଯ୍ୟକଳାପ ବିଷୟକୁ ଦର୍ଶାଇଥାଏ ।

ସେମାନେ ଶାଉଲ ଏବଂ ତାଙ୍କର ପୁତ୍ର ଗିଲ୍ -ବୋୟା ପର୍ବତ ଉପରେ ପଡ଼ିଥିବାର ଦେଖିଲେ (ପ୍ରଥମ ବଂଶାବଳୀ 10:8b ULT)

ଏହାର ଅର୍ଥ ଶାଉଲ ଏବଂ ତାଙ୍କର ପୁତ୍ରମାନଙ୍କର “ମୃତ୍ୟୁ” । ଏହା ଏକ ପ୍ରକାରର ଅପ୍ରୀତିକର ଅଟେ କାହିଁକି ନା ଏହା ଗୁରୁତ୍ୱପୂର୍ଣ୍ଣ କଥା ନୁହଁ ଯେ ଶାଉଲ ଏବଂ ତାଙ୍କର ପୁତ୍ରମାନେ ପଡ଼ିଯାଇଥିଲେ କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ କଥା ଯେ ସେମାନେ ମୃତ୍ୟୁବରଣ କରିଥିଲେ । ଅନେକ ସମୟରେ ଲୋକେ ମୃତ୍ୟୁ ବିଷୟରେ ସିଧାସଳଖ କଥା କହିବା ପାଇଁ ପସନ୍ଦ କରନ୍ତି ନାହିଁ କାହିଁକି ନା ଏହା ଅପ୍ରୀତିକର ମନେ ହୋଇଥାଏ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ଭିନ୍ନ ଭିନ୍ନ ଭାଷାଗୁଡ଼ିକ ଭିନ୍ନ ଭିନ୍ନ ଶିଷ୍ଟୋକ୍ତିକୁ ବ୍ୟବହାର କରିଥାନ୍ତି । ଯଦି ଲକ୍ଷ୍ୟ ବା ନିର୍ଦ୍ଦିଷ୍ଟ ଭାଷା ମୂଳ ଭାଷା ଭଳି ସମାନ ଶିଷ୍ଟୋକ୍ତିକୁ ବ୍ୟବହାର କରୁ ନାହାଁନ୍ତି, ତେବେ ପାଠକମାନେ ଏହାର ଅର୍ଥ କ'ଣ ବୁଝିପାରିବେ ନାହିଁ ଓ ସେମାନେ ବୁଝିବେ ଯେ ଆକ୍ଷରିକ ଭାବେ ଶବ୍ଦଟି ଯାହା କହୁଛି କେବଳ ତାକୁ ହିଁ ଲେଖକ ଲେଖିଛନ୍ତି ।

ବାଇବେଲରୁ କେତେକ ଉଦାହରଣ

ସେଠାରେ ଗୋଟିଏ ଗୁମ୍ଫା ଥିଲା । ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ … (1ମ ଶାମୁୟେଲ 24:3 ULT)

ମୂଳ ଶ୍ରୋତାମାନେ ବୁଝିଥିବେ ଯେ ଶାଉଲ ଗୁମ୍ଫାକୁ ଶୌଚାଳୟ ରୂପେ ବ୍ୟବହାର କରିବା ପାଇଁ ତହିଁ ଭିତରକୁ ଗଲେ, କିନ୍ତୁ ଲେଖକ ସେମାନଙ୍କୁ କୌଣସି ଅପମାନ ବା ବିଭ୍ରାନ୍ତ କରିବାକୁ ଇଚ୍ଛା କଲେ ନାହିଁ, ଏଣୁ ତେଣୁ ସେ ନିର୍ଦ୍ଦିଷ୍ଟ ଭାବରେ କହିଲେ ନାହିଁ ଶାଉଲ ଗୁମ୍ଫା ଭିତରେ କ'ଣ କଲେ ବା ତହିଁ ଭିତରେ ସେ କଣ ଛାଡ଼ିଲେ,

କିନ୍ତୁ ମରିୟମ ଦୂତଙ୍କୁ କହିଲେ, “ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।’’ (ଲୂକ 1:34 ULT)

ଶିଷ୍ଟତା/ଭଦ୍ରତା ରକ୍ଷା କରିବା ପାଇଁ ତାହାର ଯେ କୌଣସି ପୁରୁଷ ସହିତ କଦାପି ଯୌନ ସମ୍ପର୍କ ରହି ନାହିଁ, ଏହି ବିଷୟକୁ କହିବା ପାଇଁ ମରିୟମ ଶିଷ୍ଟୋକ୍ତିକୁ ବ୍ୟବହାର କରୁଛନ୍ତି ।

ଅନୁବାଦ କୌଶଳ

ଯଦି ଶିଷ୍ଟୋକ୍ତି ସ୍ଵାଭାବିକ ଓ ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥ ପ୍ରକାଶ କରିପାରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ ବାଛିବାର ଅନ୍ୟ ବିକଳ୍ପଗୁଡ଼ିକ ଦିଆଯାଇଅଛି:

(1) ଆପଣଙ୍କ ନିଜ ସଂସ୍କୃତିରୁ ଶିଷ୍ଟୋକ୍ତିକୁ ବ୍ୟବହାର କରନ୍ତୁ ।

(2) ଯଦି ଏହା କୌଣସି ପ୍ରକାରେ ଅପମାନ ନୁହେଁ, ତେବେ ଶିଷ୍ଟୋକ୍ତି ବିନା ସ୍ପଷ୍ଟ ଭାବରେ ବାର୍ତ୍ତାକୁ ଉଲ୍ଲେଖ କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(୧) ଆପଣଙ୍କ ନିଜ ସଂସ୍କୃତିରୁ ଶିଷ୍ଟୋକ୍ତିକୁ ବ୍ୟବହାର କରନ୍ତୁ ।

…ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ । (1ମ ଶାମୁୟେଲ 24:3 ULT) କେତେକ ଭାଷାରେ ଏହିପରି ଶିଷ୍ଟୋକ୍ତିକୁ ବ୍ୟବହାର କରିଥାନ୍ତି ।

"...ଯେଉଁଠାରେ ଗୋଟିଏ ଗୁମ୍ଫା ଥିଲା । "...ଯେଉଁଠାରେ ଗୋଟିଏ ଗୁମ୍ଫା ଥିଲା ।ଶାଉଲ କିଛିସମୟ ଏକୁଟିଆ ବିତେଇବା ପାଇଁ ଗୁମ୍ଫା ଭିତରକୁ ଗଲେ"

କିନ୍ତୁ ମରିୟମ ଦୂତଙ୍କୁ କହିଲେ, “ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।’’ (ଲୂକ 1:34 ULT)

(2) ଯଦି ଏହା କୌଣସି ପ୍ରକାରେ ଅପମାନ ନୁହେଁ, ତେବେ ଶିଷ୍ଟୋକ୍ତି ବିନା ସ୍ପଷ୍ଟ ଭାବରେ ବାର୍ତ୍ତାକୁ ଉଲ୍ଲେଖ କରନ୍ତୁ ।

  • କିନ୍ତୁ ମରିୟମ ଦୂତଙ୍କୁ କହିଲେ, “ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।’’ (ଲୂକ 1:34 ULT)
  • ସେମାନେ ଶାଉଲକୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲବୋୟ ପର୍ବତରେ ପଡିଥିବାର ଦେଖିଲେ । (1ମ ବଂଶାବଳୀ 10:8 ULT)
  • "ସେମାନେ ଶାଉଲକୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲବୋୟ ପର୍ବତରେ ମରିଥିବା ଦେଖିଲେ" ।