or_ta/translate/figs-simile/01.md

17 KiB
Raw Permalink Blame History

ବିବରଣ

ଉପମା ହେଉଛି ଦୁଇଟି ବିଷୟର ଏକ ତୁଳନା ଯାହାକୁ ସାଧାରଣତଃ ସମାନ ବୋଲି ଚିନ୍ତା କରାଯାଏ ନାହିଁ । ଏହା ଦୁଇଟି ସାମଗ୍ରୀ ଗୋଟିଏରେ ଥିବା ଏକ ନିର୍ଦ୍ଦିଷ୍ଟ ବିଶେଷ ଗୁଣ ଉପରେ ଦୃଷ୍ଟି କେନ୍ଦ୍ରିତ କରିଥାଏ, ଏବଂ ଏହା “ଭଳି/ଯେପରି”, “ପରି” କିମ୍ବା “ଅପେକ୍ଷା” ଶବ୍ଦଗୁଡ଼ିକ ଅନ୍ତର୍ଭୁକ୍ତ ।

ଆଉ, ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ । (ମାଥିଉ 9:36)

ମେଷପାଳକ ବିନା ଲୋକସମୂହକୁ ଯୀଶୁ ଅରକ୍ଷକ ମେଷ ସହିତ ତୁଳନା କରୁଛନ୍ତି । ଯେତେବେଳେ ମେଷପାଳକ ମେଷମାନଙ୍କୁ ସୁରକ୍ଷିତ ସ୍ଥାନରେ ଚାଳିତ ନ କରନ୍ତି ସେତେବେଳେ ମେଷମାନେ ତ୍ରାସଯୁକ୍ତ ହୋଇଥାନ୍ତି । ଲୋକସମୂହ ସେହିପରି ଥିଲେ କାରଣ ସେମାନଙ୍କର ଉତ୍ତମ ଧାର୍ମିକ ନେତାଗଣ ନ ଥିଲେ ।

ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କୋପତ ପରି ଅହିଂସକ ହୁଅ । (ମାଥିଉ 10:16)

ଯୀଶୁ ଆପଣା ଶିଷ୍ୟମାନଙ୍କୁ ମେଷ ସହିତ ଓ ସେମାନଙ୍କର ଶତ୍ରୁମାନଙ୍କୁ ବାଘ ସହିତ ତୁଳନା କରୁଛନ୍ତି । ବାଘମାନେ ମେଷମାନଙ୍କୁ ଆକ୍ରମଣ କରନ୍ତି । ଯୀଶୁଙ୍କ ଶତ୍ରୁମାନେ ତାହାଙ୍କର ଶିଷ୍ୟମାନଙ୍କୁ ଆକ୍ରମଣ କରିନ୍ତି ।

କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ଵିଧାର ଖଡ୍ଗଠାରୁ ତୀକ୍ଷ୍ନତର । (ଏବ୍ରୀ 4:12 )

ଈଶ୍ଵରଙ୍କ ବାକ୍ୟକୁ ଦ୍ଵିଧାର ଖଡ୍ଗ ସହିତ ତୁଳନା କରାଯାଇଛି । ଦ୍ଵିଧାର ଖଡ୍ଗ ଏକ ଏପରି ଅସ୍ତ୍ର ଯାହା ଜଣେ ବ୍ୟକ୍ତିଙ୍କର ଶରୀରକୁ ସହଜରେ କାଟି ପାରିବ । ଜଣେ ବ୍ୟକ୍ତିଙ୍କ ହୃଦୟ ଓ ମନରେ କ'ଣ ଅଛି, ତାହାକୁ ପ୍ରକାଶ କରିବାରେ ଈଶ୍ଵରଙ୍କ ବାକ୍ୟ ଅଧିକ ପ୍ରଭାବଶାଳି ଅଟେ ।

ଉପମାର ଉଦ୍ଦେଶ୍ୟଗୁଡ଼ିକ

  • ଉପମା କୌଣସି ଅଜ୍ଞାତ ବିଷୟକୁ ଜ୍ଞାତ ବିଷୟ ସହିତ ତୁଳନା କରି ଶିକ୍ଷା ଦେଇଥାଏ ।
  • ଉପମା ଏକ ନିର୍ଦ୍ଦିଷ୍ଟ ବିଶେଷଗୁଣକୁ ଗୁରୁତ୍ଵାରୋପ କରିପାରେ, ବେଳେବେଳେ ଏହା ଏକ ଉପାୟରେ ଲୋକମାନଙ୍କର ଧ୍ୟାନକୁ ଆକର୍ଷଣ କରିଥାଏ ।
  • ଉପମାଗୁଡ଼ିକ ମନରେ ଏକ ଛବିକୁ ଆଙ୍କିବାରେ ସାହାଯ୍ୟ କରେ କିମ୍ବା ଏହା ଜଣେ ପାଠକଙ୍କୁ ସେ ପାଠ କରୁଥିବା ବିଷୟକୁ ଅଧିକ ରୂପେ ଅନୁଭବ କରିବାରେ ସାହାଯ୍ୟ କରିଥାଏ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • ଦୁଇଟି ବିଷୟ କିପରି ସମାନ ଅଟେ, ଏହା ହୁଏତ ଲୋକମାନେ ଜାଣି ନ ପାରନ୍ତି ।
  • ହୋଇପାରେ ଲୋକମାନେ ତୁଳନା କରାଯାଇଥିବା ବିଷୟ ସହ ସୁପରିଚିତ ହୋଇ ନ ପରନ୍ତି ।

ବାଇବେଲରୁ କେତେକ ଉଦାହରଣ

ଖ୍ରୀଷ୍ଟ ଯୀଶୁଙ୍କ ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର । (2ୟ ତୀମଥି 2:3)

ଏହି ଉପମାରେ, ପାଉଲ କ୍ଳେଶକୁ ସୈନିକମାନେ ସହ୍ୟ କରୁଥିବା କ୍ଲେଶ ସହିତ ତୁଳନା କରୁଛନ୍ତି, ଏବଂ ସେ ସେମାନଙ୍କର ଆଦର୍ଶକୁ ଅନୁକରଣ କରିବା ପାଇଁ ତୀମଥିଙ୍କୁ ଉତ୍ସାହିତ କରନ୍ତି ।

କାରଣ ବିଜୁଳି ମାରି ଯେପରି ଆକାଶର ଗୋଟିଏ ପାଖରୁ ଆର ପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ । (ଲୂକ 17:24)

ମନୁଷ୍ୟପୁତ୍ରଙ୍କୁ  ବିଜୁଳିରେ  କିପରି ଦେଖା ଯିବେ ଏହି ପଦ ତାହା ପ୍ରକାଶକରେ ନାହିଁ । କିନ୍ତୁ ସେହି ପ୍ରସଙ୍ଗରୁ, ଆମେ ବୁଝି ପାରୁ ଯେ ବିଜୁଳି ମାରି ଯେପରି ଆକାଶର ଗୋଟିଏ ପାଖରୁ ଆର ପାଖ ପର୍ଯ୍ୟନ୍ତ ଆଲୁଅ ଦିଏ ଓ ଲୋକମାନେ ଏହାକୁ ଦେଖନ୍ତି, ତଦୃପ ମନୁଷ୍ୟପୁତ୍ର ଅକସ୍ମାତ ଭାବରେ ଆସିବେ ଓ ପ୍ରତ୍ୟେକ ଜଣ ତାହାଙ୍କୁ ଦେଖିବାରେ ସକ୍ଷମ ହେବେ । କେହି ଏବିଷୟରେ କହିବେ ନାହିଁ ଯେ ଆମେ ଦେଖି ନାହୁଁ ବୋଲି ।

ଅନୁବାଦର କୌଶଳଗୁଡ଼ିକ

ଯଦି ଲୋକମାନେ ଉପମାର ସଠିକ୍ ଅର୍ଥକୁ ବୁଝି ପାରନ୍ତି, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ । ଯଦି ସେମାନେ ବୁଝି ପାରୁ ନାହାଁନ୍ତି, ତେବେ ଏଠାରେ କେତେକ କୌଶଳଗୁଡ଼ିକ ଦିଆଗଲା, ଯାହାକୁ ଆପଣ ବ୍ୟବହାର କରି ପାରିବେ:

(1) ଦୁଇଟି ବିଷୟ କିପରି ସମାନ ଅଟେ, ତାହା ଯଦି ଲୋକେ ବୁଝି ପାରନ୍ତି ନାହାଁ, ତେବେ ସେମାନେ କିପରି ସମାନ ଅଟନ୍ତି ଏହା ସେମାନଙ୍କୁ କୁହନ୍ତୁ । ତଥାପି, ଯଦି ମୂଳ ଶ୍ରୋତାମାନଙ୍କୁ ଉକ୍ତ ଅର୍ଥ ସ୍ପଷ୍ଟ ନ ଥାଏ ତେବେ ତାହାକୁ ତୁଳନା କରି ବୁଝାନ୍ତୁ ନାହିଁ । (2)  ଯଦି ଲୋକମନେ ତୁଳନା କରାଯାଇଥିବା ବିଷୟ ସହିତ ସୁପରିଚିତ ନୁହଁନ୍ତି, ତେବେ ଆପଣଙ୍କର ନିଜ ସଂସ୍କୃତିରୁ ପ୍ରଯୁଜ୍ୟ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତୁ । ନିଶ୍ଚିତ କରନ୍ତୁ ଯେ ତାହା ବାଇବେଲର ସଂସ୍କୃତିରେ ବ୍ୟବହୃତ ହୋଇଥିବା ବିଷୟ ସହ ସମାନ ହୋଇଥିବ । (3) ଅନ୍ୟ ସହିତ ତୁଳନା କରିବା ବିନା ସରଳ ଭାବରେ ତାହାକୁ ବର୍ଣ୍ଣନା କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଦୁଇଟି ବିଷୟ କିପରି ସମାନ ଅଟନ୍ତି,  ଯଦି ତାହା ଲୋକମନେ ବୁଝି ପାରନ୍ତି ନାହାଁ, ତେବେ ସେମାନେ କିପରି ସମାନ ଅଟେ ଏହା ସେମାନଙ୍କୁ କୁହନ୍ତୁ । ତଥାପି, ଯଦି ମୂଳ ଶ୍ରୋତାମାନଙ୍କୁ ଉକ୍ତ ଅର୍ଥ ସ୍ପଷ୍ଟ ନ ଥିଏ, ତେବେ ତାହାକୁ ତୁଳନା କରି ବୁଝାନ୍ତୁ ନାହିଁ ।
  • ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, (ମାଥିଉ 10:16) ଏହା ବିପଦ ସହିତ ତୁଳନା କରି କହେ ଯେ ମେଷମାନଙ୍କ ଚତୁର୍ଦିଗ ଯେପରି ବାଘମାନେ ବେଷ୍ଟନ କରନ୍ତି , ସେହିପରି ଯୀଶୁଙ୍କ ଶିଷ୍ୟମାନଙ୍କୁ ଚତୁର୍ଦିଗରେ ବିପଦ ଘେରି ରହିବ ।                                                                                                                                                                                            ଦେଖ,ବାଘମାନଙ୍କ ମଧ୍ୟରେ ଯେପରି  ମେଣ୍ଢାମାନଙ୍କୁ ବିପଦ ଥାଏ ସେହିପରି ମୁଁ ତୁମ୍ଭମାନଙ୍କୁ ଦୁଷ୍ଟ ଲୋକମାନଙ୍କ ମଧ୍ୟକୁ ପଠାଉଅଛି                                                                                                                                                କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ଵିଧାର ଖଡ୍ଗଠାରୁ ତୀକ୍ଷ୍ନତର । (ଏବ୍ରୀ  4:12a ULT)                                                                                                                                                                              କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ତୀକ୍ଷ୍ନ ଦ୍ଵିଧାର ଖଡ୍ଗଠାରୁ ଅଧିକ ଶକ୍ତଶାଳୀ

ତୁଳନାତ୍ମକ ବିଷୟ ସହିତ  ଲୋକେ ଯଦି ସୁପରିଚିତ ନୁହଁନ୍ତି, ତେବେ ଆପଣଙ୍କର ନିଜ ସଂସ୍କୃତିରୁ ପ୍ରଯୁଜ୍ୟ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତୁ । ନିଶ୍ଚିତ କରନ୍ତୁ ଯେ ତାହା ବାଇବେଲର ସଂସ୍କୃତିରେ ବ୍ୟବହୃତ ହୋଇଥିବା ବିଷୟ ସହ ସମାନ ହୋଇଥିବ ।  ଆପଣ ଯଦି ଏହି କୌଶଳଟିକୁ ବ୍ୟବହାର କରନ୍ତି, ହେଇପାରେ ଆପଣ ମୂଳ ବିଷୟକୁ ଏକ ପାଦଟୀକାରେ ରଖିବାକୁ ଇଛା କରିପାରନ୍ତି |

  • ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, (ମାଥିଉ 10:16) ଯଦି ଲୋକମାନେ ମେଷ ଓ ବାଘମାନଙ୍କ ବିଷୟରେ ଜାଣନ୍ତି ନାହିଁ, କିମ୍ବା ବାଘ ମେଷମାନଙ୍କୁ ହତ୍ୟାକରି  ଖାଇବା ବିଷୟକୁ ଜାଣିନାହାନ୍ତି, ତେବେ ଆପଣ ଅନ୍ୟ ହତ୍ୟାକାରୀ ପଶୁର ଉଦାହରଣ ଦେଇ ପାରିବ ।                                                                                                                                                  ଦେଖ,ବନ୍ୟ କୁକୁରମାନଙ୍କ ମଧ୍ୟରେ କୁକୁଡ଼ାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି ।                                                                                                             କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଛୁକ ହେଲ ନାହିଁ । (ମାଥିଉ 23:37)                                                                                                                                                                            ମାଁ ଯେପରି ଆପଣା ପିଲାମାନଙ୍କ ଉପରେ ସ୍ଥିର ଦୃଷ୍ଟି ରଖେ ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି,କିନ୍ତୁ ତୁମ୍ଭେମାନେ ଅଗ୍ରାହ୍ୟ କଲ !                                                                                                                                                                                                       ଯଦି ଗୋଟିଏ ସୋରିଷଦାନା ପରି ତୁମ୍ଭମାନଙ୍କର ବିଶ୍ଵାସ ଥାଏ, (ମାଥିଉ 17:20)                                                                                                                                                                                                                  ଯଦି ଗୋଟିଏ କ୍ଷୁଦ୍ରଦାନା ପରି ତୁମ୍ଭମାନଙ୍କର ବିଶ୍ଵାସ ଥାଏ

(3) ଅନ୍ୟ ସହିତ ତୁଳନା ନ କରି  ବିଷୟକୁ ସରଳ ଭାବରେ ତାହାକୁ ବର୍ଣ୍ଣନା କରନ୍ତୁ ।

ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, (ମାଥିଉ 10:16)                                                                                                                                                                                                                             ଦେଖ,ମୁଁ ତୁମ୍ଭମାନଙ୍କୁ ପଠାଉଅଛି,ଆଉ ଲୋକମାନେ ତୁମ୍ଭମାନଙ୍କୁ ଆଘାତ କରିବାକୁ ଚାହିଁବେ ।                                                                                                                                                                                                                            କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଛୁକ ହେଲ ନାହିଁ । (ମାଥିଉ 23:37)                                                                                                                                                                                                     ମୁଁ କେତେ ଥର ତୁମ୍ଭମାନଙ୍କୁ ସୁରକ୍ଷା ଦେବାକୁ ଇଚ୍ଛା କଲି,କିନ୍ତୁ ତୁମ୍ଭେମାନେ ଅଗ୍ରାହ୍ୟ କଲ!