or_tw/bible/names/ramoth.md

2.3 KiB

ରାମୋତ୍

ତଥ୍ୟଗୁଡିକ:

ଯର୍ଦ୍ଦନ ନଦୀ ନିକଟରେ ଥିବା ଗିଲିୟଦ ପର୍ବତମାଳାରେ ରାମୋତ୍ ଏକ ମହତ୍‌ୱ୍ତ୍ୱପୂର୍ଣ୍ଣ ନଗରୀଥିଲା I ଏହାକୁ ମଧ୍ୟ ରାମୋତ୍-ଗିଲିୟଦ ବୋଲି କୁହାଯାଉଥିଲା I

  • ରାମୋତ୍ ଇସ୍ରାଏଲୀୟ ଗାଦ୍ ଗୋଷ୍ଠୀର ଅଧିନରେଥିଲା ଏବଂ ଏହା ଏକ ଆଶ୍ରୟ ନଗରୀ ଭାବରେ ନିର୍ଦ୍ଧିଷ୍ଟ ବା ନାମିତ କରାଯାଇଥିଲା I
  • ଇସ୍ରାଏଲର ରାଜା ଆହାବ ଏବଂ ଯିହୁଦାର ରାଜା ଯିହୋଶାଫଟ ରାମୋତଠାରେ ଅରାମର ରାଜା ବିରୁଦ୍ଧରେ ଯୁଦ୍ଧ କଲେ I

ସେହି ଯୁଦ୍ଧରେ ଆହାବ ହତ ହେଲେ I

  • କିଛି କାଳ ଉତ୍ତାରେ ରାଜା ଅହସିୟ ଏବଂ ରାଜା ଯୋରାମ ଅରାମର ରାଜାଙ୍କଠାରୁ ରାମୋତ୍ ନଗରୀ ଛଡ଼ାଇ ନେବାକୁ ଚେଷ୍ଟା କଲେ I
  • ରାମୋତ୍-ଗିଲିୟଦଠାରେ ହିଁ ଯେହୂ ଇସ୍ରାଏଲ ଉପରେ ରାଜାଭିଷେକ ହୋଇଥିଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ ଅନୁବାଦ କର)

(ଆହୁରି ମଧ୍ୟ ଦେଖ: ଆହାବ, ଅହସିୟ, ଅରାମ, ଗାଦ, ଯେହୂ, ଯୋରାମ, ଯର୍ଦ୍ଦନ ନଦୀ, ଯିହୁଦା, ଆଶ୍ରୟସ୍ଥଳ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7216, H7418, H7433