or_tw/bible/names/aram.md

3.4 KiB

ଅରାମ, ଅରାମୀୟ, ଅରାମୀୟମାନେ, ଅରାମୀୟ ଭାଷାବାଦୀ

ସଂଜ୍ଞା:

ପୁରାତନ ନିୟମରେ “ଅରାମ” ଦୁଇ ବ୍ୟକ୍ତିଙ୍କର ନାମଥିଲା I ଏହା ଉତ୍ତର କିଣାନର ଏକ ଅଞ୍ଚଳର ମଧ୍ୟ ନାମଥିଲା, ଯେଉଁ ସ୍ଥାନରେ ଆଧୁନିକ ଦିନର ସିରିୟା ଅବସ୍ଥିତ I

  • ଅରାମରେ ବସବାସ କରୁଥିବା ଲୋକ ଅରାମୀୟ ହୋଇଗଲେ ଏବଂ ଅରାମୀୟ ଭାଷା କହିଲେ I

ଯୀଶୁ ଏବଂ ତାଙ୍କ ସମୟର ଅନ୍ୟ ଯିହୁଦୀମାନେ ଅରାମୀୟ ଭାଷା କହିଲେ I

  • ଜଣେ ଶେମର ପୁତ୍ରଙ୍କ ନାମ ଅରାମଥିଲା I

ଅନ୍ୟ ଏକ ବ୍ୟକ୍ତି ଅରାମରେବିକାଙ୍କ ଜ୍ଞାତି ଭାଇଥିଲେ I ଏହା ସମ୍ଭବତଃ ଅରାମ ଅଞ୍ଚଳ ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ, କେହି ଜଣେ ବ୍ୟକ୍ତିଙ୍କ ନାମ ଅନୁସାରେ ନାମିତ ହେଲା I

  • ତତ୍ପରେ ଅରାମର ଗ୍ରୀକ୍ ନାମ “ସିରିୟା” ନାମରେ ଜଣା ଗଲା I
  • “ପଦ୍ଦନ୍ଅରାମୀୟ” ଶବ୍ଦର ଅର୍ଥ “ଅରାମର ସମତଳ ଭୂମି’’ ଏବଂ ଏହି ସମତଳ ଭୂମି ଅରାମର ଉତ୍ତର ଭାଗରେ ଅବସ୍ଥିତଥିଲା I
  • ଅବ୍ରହାମଙ୍କ କିଛି ସମ୍ପର୍କୀୟ ଆରମ୍ ନଗରରେ ବାସ କଲେ, ଯାହା “ପଦ୍ଦନ୍ଅରାମୀୟ”ରେ ଅବସ୍ଥିତଥିଲା I
  • ପୁରାତନ ନିୟମରେ, ବେଳେବେଳେ “ଆରମ୍” ଏବଂ “ପଦ୍ଦନ୍ଅରାମୀୟ” ପଦ ସମାନ ଅଞ୍ଚଳକୁ ଦର୍ଶାଏ I
  • “ଅରାମ ନହରୟିମ୍” ପଦଟିର ଅର୍ଥ “ଦୁଇ ନଦୀର ଅରାମକୁ’’ ବୁଝାଯାଏ I

ଏହି ଅଞ୍ଚଳ ମେସପଟାମିଆର ଉତ୍ତର ଏବଂ “ପଦ୍ଦନ୍ଅରାମୀୟ”ର ପୂର୍ବ ଭାଗରେ ଅବସ୍ଥିତଥିଲା I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମ କିପରି ଅନୁବାଦ କରାଯାଏ)

(ଦେଖିପାରିବା ମଧ୍ୟ: ମେସପଟାମିଆ, ପଦ୍ଦନ୍ଅରାମୀୟ, ରେବିକା, ସିରିୟା ଅରାମୀୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H758, H763, G689