or_tw/bible/names/paddanaram.md

2.7 KiB

ପଦ୍ଦନ ଅରାମ

ତଥ୍ୟଗୁଡ଼ିକ:

କିଣାନ ଦେଶକୁ ଅଗ୍ରସର ହେବା ପୂର୍ବରୁ ଅବ୍ରାହମଙ୍କ ପରିବାର ରହିଥିବା ଏକ ଅଞ୍ଚଳର ନାମ ପଦ୍ଦନ ଅରାମଥିଲା I ଏହାର ଅର୍ଥ “ଅରାମର ସମତଳ ଭୂମି ”

  • ଯେତେବେଳେ ଅବ୍ରାହମ ପଦ୍ଦନ ଅରାମଠାରେ ହାରଣ ପରିତ୍ୟାଗ କରି କିଣାନ ଅଭିମୁଖେ ଯାତ୍ରା କଲେ, ତାଙ୍କ ପରିବାରର ଅଧିକାଂଶ ଅବଶିଷ୍ଟ ଲୋକମାନେ ହାରଣରେ ରହିଗଲେ I
  • ଅନେକ ବର୍ଷ ପରେ, ଅବ୍ରହାମ୍ଙ୍କର ଦାସ ପଦ୍ଦନ ଅରାମକୁ ଯାଇ ସେଠାରେ ଥିବା ତାହାଙ୍କର ଜ୍ଞାତିମାନଙ୍କ ମଧ୍ୟରୁ ଇସହାକ ନିମନ୍ତେ ଏକ ଭାର୍ଯ୍ୟା ପାଇବା ନିମନ୍ତେ ଗଲେ ଏବଂ ବଥୂଯେଲର ନାତୁଣୀ ରିବିକାଙ୍କୁ ପାଇଲେ I
  • ଇସହାକ ଏବଂ ରିବିକାଙ୍କର ପୁତ୍ର ଯାକୁବ ମଧ୍ୟ ପଦ୍ଦନ ଅରାମକୁ ଯାତ୍ରା କଲେ ଏବଂ ରିବିକାଙ୍କ ଭାଇ ଲାବନଙ୍କର ଦୁଇ ଜଣ କନ୍ୟାଙ୍କୁ ବିବାହ କଲେ; ସେ ହାରଣରେ ବାସ କରୁଥିଲେ I
  • ଅରାମ, ପଦ୍ଦନ- ଅରାମ, ଏବଂ ଅରାମ-ନାହରିଅମ ସବୁ ସେହି ସମାନ ଅଞ୍ଚଳର ଅଂଶଥିଲେ, ସେଠାରେ ବର୍ତ୍ତମାନ ଆଧୂନିକ ସିରିଆ ଦେଶ ଅବସ୍ଥିତ ଅଟେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକର ଅନୁବାଦ କରିବା

(ଆହୁରି ମଧ୍ୟ ଦେଖ: ଅବ୍ରହାମ, ଅରାମ, ବଥୂଏଲ,କିଣାନ, ହାରଣ, ଯାକୁବ, ଲାବନ, ରିବିକା, ସୁରିଆ)

ବାଇବଲ ପଦଗୁଡ଼ିକ

ବୋର୍ଡ ଡାଟା :

  • Strong's: H6307