or_tw/bible/names/jacob.md

5.5 KiB
Raw Permalink Blame History

ଯାକୁବ, ଇସ୍ରାଏଲ

ସତ୍ୟ ଘଟଣାବଳୀ:

ଯାକୁବ, ରିବିକା ଓ ଇସ୍‌ହାକର ସାନ ଯାଆଁଳା ପୁତ୍ର ଥିଲେ I ଈଶ୍ୱର ତାଙ୍କର ନାମ “ଇସ୍ରାଏଲ” ରେ ପରିବର୍ତ୍ତନ କଲେ। ତାଙ୍କର ବଂଶଧରମାନେ ଇସ୍ରାଏଲର ଜାତି ହେଲେ ।

  • ଯାକୁବ ଇସ୍ରାଏଲ ଜାତିର ତିନି ପିତୃପୁରୁଷମାନଙ୍କ ମଧ୍ୟରୁ ଶେଷ ପିତୃପୁରୁଷ ଥିଲେ: ଅବ୍ରହାମ, ଇସ୍‌ହାକ ଏବଂ ଯାକୁବ । ଯାକୁବର ବାର ପୁତ୍ରର ବଂଶଧର କାରଣ ଇସ୍ରାଏଲର ବାରଟି ଗୋଷ୍ଠୀ ।
  • ଯାକୁବ ନାମ ହିବ୍ରୁ ଶବ୍ଦ ସହ ସମାନ ଅଟେ, ଯାହାର ଅର୍ଥ  “ଗୋଇଠି” ଅଟେ I ଯାକୁବ ଜନ୍ମ ହେବାବେଳେ ସେ ତାଙ୍କର ଯାଆଁଳା ଭାଇ ଏଷୌର ଗୋଇଠିରେ ଧରିଥିଲେ। ପୁରାତନ ନିୟମ ସମୟରେ, ଗୋଇଠିଟି ଶରୀରର ଅଙ୍ଗ ସହ ଜଡିତ ଥିଲା I ହିବ୍ରୁ ନାମ ଯାକୁବ ବୋଧହୁଏ ପଛରୁ କାହାକୁ ଆକ୍ରମଣ କରିବାର ଧାରଣା ସହ ଜଡିତ ଥିଲା I
  • ଅନେକ ବର୍ଷପରେ, ଈଶ୍ଵର ଯାକୁବର ନାମ “ଇସ୍ରାଏଲ” ନାମରେ ପରିବର୍ତ୍ତନ କଲେ ଯାହାର ଅର୍ଥ “ସେ ଈଶ୍ଵରଙ୍କ ସହିତ ସଂଘର୍ଷ କରନ୍ତି I“
  • ଯାକୁବ ଲାବନର ଦୁଇ କନ୍ୟା ଲେୟା ଏବଂ ରାହେଲକୁ ଏବଂ ସେମାନଙ୍କ ପ୍ରତ୍ୟେକର ଦାସୀ ସିଳ୍ପା ଏବଂ ବିଲ୍‌ହାକୁ ବିବାହ କରିଥିଲେ। ଏହି ଚାରି ସ୍ତ୍ରୀଗଣ ବାରଜଣ ପୁତ୍ରମାନଙ୍କୁ ଜନ୍ମ ଦେଲେ, ଯେଉଁମାନେ ଇସ୍ରାଏଲର ବାର ଗୋଷ୍ଠୀର ପିତୃପୁରୁଷ ହେଲେ I
  • ନୂତନ ନିୟମରେ, ଯାକୁବ ନାମକ ଜଣେ ଅନ୍ୟ ବ୍ୟକ୍ତି ମାଥିଉଙ୍କ ବଂଶାନୁକ୍ରମିକରେ ଯୋଷେଫଙ୍କ ପିତା ଭାବରେ ତାଲିକାଭୁକ୍ତ ଅଛନ୍ତି I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କିଣାନଠକିବାଏଷୌ, ଇସ୍‌ହାକଇସ୍ରାଏଲରିବିକାଇସ୍ରାଏଲର ବାରଜାତି: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 7:1 ଯେତେବେଳେ ବାଳକ ବଢ଼ିବାକୁ ଲାଗିଲେ, ରିବିକା ଯାକୁବକୁ ସ୍ନେହ କରୁଥିଲେ କିନ୍ତୁ ଇସ୍‌ହାକ, ଏଷୌକୁ ପ୍ରେମ କରୁଥିଲେ I ଯାକୁବ ଘରେ ରହିବାକୁ ପସନ୍ଦ କରୁଥିଲା ଓ ଏଷୌ ଶିକାର କରିବାକୁ ପସନ୍ଦ କରୁଥିଲା I
  • 7:7 ଯାକୁବ ସେହିଠାରେ ଅନେକ ବର୍ଷ ରହିଲେ, ଓ ସେହି ସମୟରେ ସେ ବିବାହ କଲା ଓ ତାର ବାର ସନ୍ତାନ ଓ ଏକ କନ୍ୟା ଜାତ ହେଲା I ପ୍ରଭୁ ତାହାକୁ ଧନୀ କଲେ I
  • 7:8 କିଣାନରେ ଥିବା ଗୃହରୁ କୋଡ଼ିଏ ବର୍ଷ ଦୂରରେ ରହିବା ପରେ ଯାକୁବ ତାଙ୍କ ପରିବାର, ସେବକ ଏବଂ ତାଙ୍କର ସମସ୍ତ ପଶୁପଲ ସହ ସେଠାକୁ ଫେରିଲେ ।
  • 7:10  ପ୍ରତିଜ୍ଞାକୁ ରଖିବା ଈଶ୍ଵର ଅବ୍ରହାମ ଓ ଇସ୍‌ହାକ ସହିତ କରିଥିବା ପ୍ରତିଜ୍ଞା ବର୍ତ୍ତମାନ ଯାକୁବକୁ ଦିଆଗଲା I
  • 8:1 ଅନେକ ବର୍ଷ ପରେ, ଯେବେ ଯାକୁବ ବୃଦ୍ଧ ହେଲେ, ସେ ତାଙ୍କର ପ୍ରିୟ ପୁତ୍ର ଯୋଷେଫଙ୍କୁ ତାଙ୍କ ଗୋରୁମାନଙ୍କର ଯତ୍ନ ନେଉଥିବା ଭାଇମାନଙ୍କୁ ଦେଖିବାକୁ ପଠାଇଲେ I

ଶବ୍ଦବିନ୍ୟାସ:

  • Strongs: H3290, G23840