or_tw/bible/names/rebekah.md

3.7 KiB

ରିବିକା

ତଥ୍ୟଗୁଡିକ:

ରିବିକା ଅବ୍ରାହମଙ୍କ ଭାଇ ନାହୋରଙ୍କର ନାତୁଣୀଥିଲେ I

  • ଈଶ୍ୱର ରିବିକାଙ୍କୁ ଅବ୍ରହାମଙ୍କ ପୁତ୍ର ଇସହାକଙ୍କ ଭାର୍ଯ୍ୟା ହେବା ନିମନ୍ତେ ମନୋନୀତ କଲେ I
  • ରିବିକା ନିଜେ ବାସ କରୁଥିବା ଅରାମନହରୟିମ ଦେଶ ପରିତ୍ୟାଗ କରି ଅବ୍ରହାମଙ୍କ ଦାସଙ୍କ ସହିତ ଇସହାକ୍ ରହୁଥିବା ନେଗେବ୍ ଅଞ୍ଚଳକୁ ଗଲା I
  • ଅନେକ କାଳ ପର୍ଯ୍ୟନ୍ତ ରିବିକାଙ୍କର କୌଣସି ସନ୍ତାନ ଜନ୍ମି ନଥିଲେ, କିନ୍ତୁ ପରିଶେଷରେ ଈଶ୍ୱର ରିବିକାଙ୍କୁ ଆଶୀର୍ବାଦ କରି ଦୁଇଟି ଜାଆଁଳାପୁତ୍ର, ଏଷୌ ଏବଂ ଯାକୁବଙ୍କୁ ଦେଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଅବ୍ରହାମ, ଏଷୌ, ଇସହାକ୍, ଯାକୁବ, ନାହୋର୍, ନେଗେବ୍)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣ ଗୁଡିକ:

  • 06:02 ଅବ୍ରାହମଙ୍କର ଆତ୍ମୀୟମାନେ ବାସ କରୁଥିବା ବହୁ ଦୂର ଦେଶକୁ ଯାତ୍ରା କରିବା ପରେ ଈଶ୍ୱର ଦାସଙ୍କୁ__ ରିବିକା__ I

ସେ ଅବ୍ରାହମଙ୍କ ଭାଇଙ୍କର ନାତୁଣୀଥିଲେ I

  • 06:06 ଈଶ୍ୱର ରିବିକାଙ୍କୁ__କହିଲେ__, “ତୁମ୍ଭ ଗର୍ଭରେ ଦୁଇଟି ଗୋଷ୍ଠୀ ଅଛନ୍ତି I”
  • 07:01 ଯେତେବେଳେ ବାଳକମାନେ ବୃଦ୍ଧି ପାଇଲେ,ରିବିକା ଯାକୁବଙ୍କୁ ପ୍ରେମ କଲା, ମାତ୍ର ଇସହାକ୍ ଏଷୌଙ୍କୁ ପ୍ରେମ କଲେ I
  • 07:03 ଇସହାକ୍ ଆପଣାର ଆଶୀର୍ବାଦସବୁ ଏଷୌଙ୍କୁ ଦେବାକୁ ଚାହିଁଲେ I

କିନ୍ତୁ ସେ ତାହା କରିବା ପୂର୍ବରୁ__ରିବିକା__ଏବଂ ଯାକୁବ ମିଶି କୌଶଳ କଲେ ଏବଂ ଯାକୁବ ତାଙ୍କ ଆଗରେ ଯାଇ ଏଷୌ ଭଳି ଛଳନା କଲେ I

  • 07:06 କିନ୍ତୁ ରିବିକା ଏଷୌଙ୍କର ଯୋଜନା ସବୁ ଶୁଣିଲେ I

ତେଣୁ ସେ ଯାକୁବଙ୍କୁ ବହୁଦୂରକୁ ନିଜର ଆତ୍ମୀୟମାନଙ୍କ ସହିତ ରହିବା ନିମନ୍ତେ ପଠାଇଦେଲେ I

ବୋର୍ଡ ଡାଟା :

  • Strong's: H7259