or_tw/bible/names/abraham.md

5.2 KiB
Raw Permalink Blame History

ଅବ୍ରହାମ, ଅବ୍ରାମ

ଘଟଣାବଳୀ:

ଅବ୍ରାମ ଉର ନଗରର ଏକ କଲଦୀୟ ଲୋକଥିଲେ ଯିଏ ଇସ୍ରାଏଲୀୟମାନଙ୍କ ଜାତି ପିତା ହେବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ I ଈଶ୍ୱର ତାହାର ନାମ ଅବ୍ରହାମରେ ପରିବର୍ତ୍ତନ କଲେ I

  • ଅବ୍ରହାମ ନାମର ଅର୍ଥ “ମହାନ ପିତା” ଅଟେ I
  • ଅବ୍ରହାମ ଅର୍ଥ “ବହୁ ଲୋକର ପିତା” ଅଟେ I
  • ଈଶ୍ୱର ଅବ୍ରହାମଙ୍କ ପ୍ରତିଜ୍ଞା କଲେ ଯେ ତାଙ୍କର ବାହୁ ବଂଶ ହେବ, ଯିଏ ମହାନ ଗୋଷ୍ଠୀରେ ପରିଣତ ହେବ I
  • ଅବ୍ରହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କୁ ମାନ୍ୟକଲେ I କଲଦୀୟଠାରୁ କିଣାନକୁ ଯିବା ପାଇଁ ଈଶ୍ୱର ଅବ୍ରହାମଙ୍କୁ ଚାଳନା କଲେ I
  • ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା, ଯେତେବେଳେ ସେମାନେ ବହୁତ ବୃଦ୍ଧ ହୋଇଥିଲେ ଏବଂ କିଣାନରେ ବସବାସ କରୁଥିଲେ, ଏକ ପୁତ୍ର ପ୍ରାପ୍ତ ହେଲେ, ଯାହାର ନାମ ଇସ୍‌ହାକ ଦେଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକର ଅନୁବାଦ କରନ୍ତୁ

( କିଣାନ, କଲଦୀୟ, ସାରା, ଇସ୍‌ହାକ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 4:6 ଯେତେବେଳେ ଅବ୍ରାମ କିଣାନରେ ପହଞ୍ଚିଲେ, ପରମେଶ୍ୱର କହିଲେ, “ତୁମ୍ଭର  ଚାରିଆଡ଼େ ଅନାଅ. ଯାହା ତୁମ୍ଭେ ଦେଖିପାରୁଛ ସେହି ସମସ୍ତ ଦେଶକୁ ମୁଁ ତୁମ୍ଭକୁ ଏବଂ ତୁମ୍ଭର ବଂଶକୁ ଉତ୍ତରାଧିକାରୀ ସ୍ୱରୂପେ ଦେବି I
  • 5:4 ତା’ପରେ, ପରମେଶ୍ୱର ଅବ୍ରାମର ନାମକୁ ଅବ୍ରହାମରେ ପରିବର୍ତ୍ତନ କଲେ, ଯାହାର ଅର୍ଥ “ବହୁଲୋକର ପିତା I”
  • 5:6 କେତେବର୍ଷ ପରେ, ଯେତେବେଳେ ଅବ୍ରହାମ 100 ବର୍ଷ ଏବଂ ସାରା 90 ବର୍ଷ ହୋଇଥିଲେ, ସେତେବେଳେ ସାରା ଅବ୍ରହାମର ପୁତ୍ରକୁ ଜନ୍ମ କଲେ I
  • 5;6 ଯେତେବେଳେ ଇସ୍‌ହାକ ଏକ ଯୁବା ବ୍ୟକ୍ତିଥିଲେ, ପରମେଶ୍ୱର ଅବ୍ରହାମର ବିଶ୍ୱାସକୁ ପରୀକ୍ଷା କଲେ, ଏବଂ ଏହା କହିଲେ, “ତୁମ୍ଭର ଏକମାତ୍ର ପୁତ୍ରକୁ ନିଅ, ଏବଂ ତାଙ୍କୁ ମୋ’ ନିମନ୍ତେ ବଳିଦାନ ସ୍ୱରୂପେ ହତ୍ୟା କର I”
  • 6:1 ଯେତେବେଳେ ଅବ୍ରହାମ ଗତ ବୟସ୍କ ହୋଇଥିଲେ ଏବଂ ତାଙ୍କ ପୁତ୍ର, ଇସ୍‌ହାକ, ବୟସ ପ୍ରାପ୍ତ ବ୍ୟକ୍ତି ହୋଇଥିଲେ, ଅବ୍ରହାମ ଯେଉଁ ସ୍ଥାନରେ ତାଙ୍କ ସମ୍ପର୍କୀୟମାନେ ରହୁଥିଲେ ସେହି ସ୍ଥାନକୁ ତାଙ୍କ ପୁତ୍ର ଇସ୍‌ହାକଙ୍କ ନିମନ୍ତେ ଏକ କନ୍ୟା ଖୋଜିବା ନିମନ୍ତେ ଏକ ଦାସକୁ ପଠାଇଲେ I
  • 6:4 ବହୁ ସମୟ ପରେ ଅବ୍ରହାମ ମୃତ୍ୟୁ ଭୋଗ କଲେ ଏବଂ ପରମେଶ୍ୱର ତାଙ୍କୁ ଚୁକ୍ତି କରି ଯେଉଁ ସମସ୍ତ ପ୍ରତିଜ୍ଞା କରିଥିଲେ ତାହା ଇସ୍‌ହାକଙ୍କୁ ହସ୍ଥାନ୍ତର କରାଗଲା I
  • 21:2 ପରମେଶ୍ୱର ପ୍ରତିଜ୍ଞା କଲେ ଅବ୍ରହାମ ଯେ ତାଙ୍କ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀର ଲୋକ ଏକ ଆଶୀର୍ବାଦ ପ୍ରାପ୍ତ ହେବେ I

ଶବ୍ଦବିନ୍ୟାସ :

  • Strongs: H0087, H0085, G00110