or_ta/translate/resources-types/01.md

9.3 KiB

ULT ରୁ ଅନୁବାଦ କରିବା

  • ULTକୁ ପଢ ପାଠ୍ୟର ଅର୍ଥ ଆପଣଙ୍କୁ ଆପଣଙ୍କ ଭାଷା ସହିତ ସଠିକ, ସ୍ପଷ୍ଟ ଓ ସ୍ବାଭାବିକ ଭାବେ ଅନୁବାଦ ହୋଇଛି କି ?
  • ହଁ ? ଅନୁବାଦ କରିବା ଆରମ୍ଭ କର
  • ନାଁ ? UST ଦେଖ UST ଆପଣଙ୍କୁ ULT ପାଠର ଅର୍ଥ ବୁଝିବା ପାଇଁ ସାହାଯ୍ୟ କରୁଛି କି?
  • ହଁ ? ଅନୁବାଦ ଆରମ୍ଭ କର
  • ନାଁ ? ସାହାଯ୍ୟ ନିମନ୍ତେ ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ପଢ ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ହେଉଛି ଶବ୍ଦ ବା ଉପମା ଯାହା ULTରୁ ନକଲ କରାଯାଇଛି ଇଂରାଜୀରେ, ପ୍ରତ୍ୟକ ସୁଚନା ULTରେ ଆରମ୍ଭ ହୋଇଥାଏ ସମାନ ଅଟେ

ULT ପାଠ ଗୁଡିକ କଳାଗାଢ଼ ରଂଗ ସହିତ ଛୋଟ ଛୋଟ ବିନ୍ଦୁ ଦ୍ବାରା ଦାଗଗୁଡିକ ଦିଆଯାଇଥାଏ ଓ ତା’ପରେ ଅନୁବାଦକଙ୍କ ପାଇଁ ଅନୁବାଦ ମତାମତ ବା ତଥ୍ୟ ଗୁଡିକ ଥାଏ

ସୁଚନା ଏହିରୁପେ ଥାଏ : ULT ପାଠର ପ୍ରତିଲିପି - ଅନୁବାଦକଙ୍କ ପାଇଁ ମତାମତ ବା ତଥ୍ୟ

ସୁଚନାର ପ୍ରକାରଭେଦ

ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ରେ କେତେ ପ୍ରକାରର ସୁଚନା ଥାଏ ପ୍ରତ୍ୟେକ ସୁଚନା ବିଭିନ୍ନ ପ୍ରକାରର ବିବରଣ ଥାଏ ସୁଚନା ପ୍ରକାର ଭେଦ ଜାଣିଲେ ଅନୁବାଦକ ନିଜର ଭାଷାରେ ବାଇବଲ ପାଠ କୁ ଅନୁବାଦ ନିମନ୍ତେ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ

ସଂଜ୍ଞା ସହିତ ସୁଚନା - ବେଳେବେଳେ ଆପଣ ଜାଣନ୍ତି ନାହିଁ ଗୋଟିଏ ଶବ୍ଦ ULT କଣ ବୁଝେ ଶବ୍ଦ ବା ବାକ୍ୟଖଣ୍ଡର ସରଳ ସଂଜ୍ଞା ବିନା ଉଦ୍ଧୃତ ରେ ବାକ୍ୟରେ ଯୋଗ କରାଯାଇଥାଏ

ବିବରଣ ସୁଚନା - ବାକ୍ୟ ରୁପରେ ଶବ୍ଦ କିମ୍ବା ବାକ୍ୟଖଣ୍ଡ ସମ୍ବନ୍ଧରେ ସଧାରଣ ବିବରଣ ଥାଏ

ଅନ୍ୟ ଭାବରେ ଅନୁବାଦ କରିବା ମତାମତର ସୁଚନା - ଯେହେତୁ ବିଭିନ୍ନ ପ୍ରକାରର ସୁଚନା ଥାଏ, ସେଗୁଡିକ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥାଏ

ଅନୁବାଦ ଗୁଡିକର ମତାମତ

ଅନେକ ଗୁଡିଏ ଅନୁବାଦ ଗୁଡିକର ମତାମତ ଅଛି

  • Notes with Synonyms and Equivalent Phrases - ବେଳେବେଳେ ସୁଚନା ଅନୁବାଦର ମତାମତ ଦେଇଥାଏ ଯାହାକୁ ULTରେ ଗୋଟିଏ ବାକ୍ୟ ବା ଶବ୍ଦରେ ସ୍ଥାନାନ୍ତର କରାଯାଇପାରିବ ଏହି ସ୍ଥାନାନ୍ତର ବାକ୍ୟର ଅର୍ଥକୁ ପରିବର୍ତ୍ତନ ନକରି ବାକ୍ୟରେ ଖାପ ଖୁଆଇ ପାରିବ ସେହିଗୁଡିକ ସମାର୍ଥ ବା ସମତୁଲ୍ୟ ବାକ୍ୟଖଣ୍ଡ ଅଟେ ଓ ଦୁଇଟି ଉଦ୍ଧୃତରେ ଲିପିବଦ୍ଧ ହୋଇଥାଏ ଏହା ସମଅର୍ଥକୁ ULT ପାଠରେ ବୁଝାଏ
  • Notes with Alternate Translations - ପରିବର୍ତ୍ତନ ଅନୁବାଦ ହେଉଛି ଆକାର ବା ULT ସୁଚୀ ମତାମତ ପରିବର୍ତ୍ତନ ଯେହେତୁ ନିର୍ଦ୍ଧିଷ୍ଟ ଭାଷା ଭିନ୍ନ ଆକାର ପସନ୍ଦ କରୁଛନ୍ତି ପରିବର୍ତ୍ତନ ଅନୁବାଦ କେବଳ ବ୍ୟବହାର ହୋଇପାରିବ ଯେତେବେଳେ ULT ଆକାର କିମ୍ବା ସୁଚୀ ସଠିକ ଓ ଆପଣଙ୍କ ଭାଷାରେ ପ୍ରାକୃତିକ ନୁହେଁ
  • Notes that Clarify the UST Translation - ଯେତେବେଳେ UST ULT ନିମନ୍ତେ ଉତ୍ତମ ଅନୁବାଦ ଯୋଗାଇଥାଏ ଏବଂ ବେଳେବେଳେ ପରିବର୍ତ୍ତନ ଅନୁବାଦର କୌଣସି ସୁଚନା ନଥାଏ ସେଥିପାଇଁ, ଥରେ ଥରେ ପରିବର୍ତ୍ତନ ଅନୁବାଦ ସୁଚନା ଅତିରକ୍ତରେ UST ପାଠ ସହିତ ଯୋଡି ହୋଇଥାଏ ଓ ବେଳେବେଳେ ଏହା UST ପାଠର ପରିବର୍ତ୍ତନ ଅନୁବାଦ ଭାବେ ଉଦ୍ଧୃତ ହୋଇଥାଏ ସେହି ପରିସ୍ଥିତିରେ, ସୁଚନା ପ୍ରକାଶ କରିବ “(UST)” ପାଠ UST ପରେ
  • Notes that have Alternate Meanings - କୌଣସି କୌଣସି ସୁଚନାରେ ପରିବର୍ତ୍ତନ ହୋଇଥିବା ଅର୍ଥ ଦିଆଯାଇଥାଏ ଯେତେବେଳେ ଭିନ୍ନ ଉପାୟରେ ଗୋଟିଏ ଶବ୍ଦ କିମ୍ବା ଉପମା ବୁଝାପଡେ ଯେତେବେଳେ ଏହା ଘଟିବ, ସୁଚନା ସାମ୍ଭାବ୍ୟ ଅର୍ଥ ପ୍ରଥମରୁ ହିଁ ଲେଖାଥିବ
  • Notes with Probable or Possible Meanings - ସମୟ ସମୟରେ ବାଇବଲ ତତ୍ବବିତ ମାନେ ନିଶ୍ଚିତ ନୁହନ୍ତି, ବା ରାଜି ହୁଅନ୍ତି ନାହିଁ ଯେ ବାଇବଲରେ ନିର୍ଦ୍ଧିଷ୍ଟ ବାକ୍ୟଖଣ୍ଡ ବା ବାକ୍ୟର ପ୍ରକୃତ ଅର୍ଥ କଣ. କେତେଗୁଡିଏ କାରଣ ଥାଇପାରେ, ପୁରୁଣା ବାଇବଲ ପାଠରେ କିମ୍ବା ଶବ୍ଦରେ ଛୋଟ ଛୋଟ ବିଭେଦ ଥାଏ ଯେପରି ଗୋଟିଏ ଶବ୍ଦ ର ଅର୍ଥ ବା ବ୍ୟବହାର ବହୁବାର ହୋଇଥାଏ, କିମ୍ବା ଶବ୍ଦଟିର ଅର୍ଥ ନିର୍ଦ୍ଧିଷ୍ଟ ଉପମା ସ୍ପଷ୍ଟ ହୋଇନଥାଏ (ଯଥା ସର୍ବନାମ) ଏହିଥିରେ, ସୁଚନା ସାମ୍ଭାବ୍ୟ ଅର୍ଥ ଦେବ ନତୁବା ସାମ୍ଭାବ୍ୟ ଅର୍ଥ ଗୁଡିକର ନମୁନା ଦେଇଥାଏ କିନ୍ତୁ ପ୍ରଥମରେ ହିଁ ଅତି ପାଖାପାଖି ଅର୍ଥ ଯୋଗାଇଥାଏ
  • Notes that Identify Figures of Speech - ଯେତେବେଳେ ULT ପାଠରେ ପରୋକ୍ଷ ଉକ୍ତି ଥାଏ, ତେବେ ସୁଚନା ଏହାକୁ ବର୍ଣ୍ଣନା କରିଥିବା ଯେ ପରୋକ୍ଷ ଉକ୍ତି କୁ କିପରି ଅନୁବାଦ କରିବେ ବେଳେବେଳେ ପରିବର୍ତ୍ତନ ଅନୁବାଦ ଦିଆଯାଇଥାଏ (AT:) ଅତିରିକ୍ତ ତଥ୍ୟ ପାଇଁ ଅନୁବାଦ ପାଠଗାରର ସଂଯୋଗୀ ପୃଷ୍ଠା ଓ ଅନୁବାଦ ରଣନୀତି ଦିଆଯାଇଥିବ ଯେପରି ଅନୁବାଦକ ପରୋକ୍ଷ ଉକ୍ତିର ଯୁକ୍ତିଯୁକ୍ତ ଅର୍ଥ ସଠିକ କରି ଅନୁବାଦ କରିପାରିବ
  • Notes that Identify Indirect and Direct Quotes - ଦୁଇ ପ୍ରକାର ଉଦ୍ଧୃତ ଥାଏ ଯଥା ପ୍ରତେକ୍ଷ ଓ ପରୋକ୍ଷ ଉକ୍ତି ଯେତେବେଳେ ଉଦ୍ଧୃତ ହୋଇଥିବା ବିଷୟକୁ ଅନୁବାଦ କରୁଛନ୍ତି, ସେତେବେଳେ ଅନୁବାଦକ ନିଷ୍ପତ୍ତି ନେବା ଉଚିତ ଯେ ଏହାକୁ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଉଦ୍ଧୃତ ପରି ଅନୁବାଦ କରିବେ ଏହି ସୁଚନା ଗୁଡିକ ଅନୁବାଦକଙ୍କୁ ମନୋନିତ କରିବା ଆବଶ୍ୟକତା କୁ ଚେତେଇ ଦେବ
  • Notes for Long ULT Phrases - ସମୟ ସମୟରେ ବାକ୍ୟଖଣ୍ଡ ନିମନ୍ତେ ଅଲଗା ସୁଚନା ଓ ଉପମା କିଛି ଅଂଶ ନିମନ୍ତେ ଆଉ ଗୋଟିଏ ସୁଚନା ଦେଇଥାଏ ସେହି ପରିସ୍ଥିତିରେ, ବ୍ୟାପକ ବାକ୍ୟଖଣ୍ଡ ହେଉଛି ପ୍ରଥମେ ସୁଚେଇ ଦିଆଯାଏ ଓ ତାପରେ ଛୋଟ ଖଣ୍ଡ ନିମନ୍ତେ ସୁଚନା ଦିଆଯାଇଥାଏ ଏହପରି, ଅନୁବାଦ ପାଇଁ ମତାମତ କିମ୍ବା ସମ୍ପୁର୍ଣ୍ଣ ବା ଆଂଶିକ ବିବରଣର ସୁଚନା ଦିଆଯାଇପାରେ