or_ta/translate/figs-grammar/01.md

4.2 KiB

ବ୍ୟାକରଣର ଦୁଇଟି ମୁଖ୍ୟ ଭାଗ ରହିଛି: ଶବ୍ଦଗୁଡ଼ିକ ଏବଂ ଗଠନ ପ୍ରଣାଳୀ । ଆମେ କିପରି ବାକ୍ୟାଂଶ, ଖଣ୍ଡବାକ୍ୟ, ଓ ବାକ୍ୟଗୁଡ଼ିକୁ ଗଠନ କରିବା ପାଇଁ ଶବ୍ଦଗୁଡ଼ିକୁ ଏକତ୍ର ସ୍ଥାପନ କରିବାରେ ଗଠନ ପ୍ରଣାଳୀ ଜଡ଼ିତ ।

ପଦ ଗୋଟିଏ ଭାଷାରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଗୋଟିଏ ଶ୍ରେଣୀଭୁକ୍ତ ଅଟେ, ଯାହାକୁ ଗୋଟିଏ ପଦ କହନ୍ତି । (ପଦ ପାଠକୁ ଦେଖନ୍ତୁ)

ବାକ୍ୟ - ଯେବେ ଆମେ କହୁ, ଆମେ ଆମର ଚିନ୍ତାଧାରାକୁ ବାକ୍ୟରେ ସଂଗଠିତ କରିଥାଉ । ସାଧାରଣତଃ ଗୋଟିଏ ବାକ୍ୟରେ ଗୋଟିଏ ଘଟଣା ବା ଅବସ୍ଥା ବା କୌଣସି ସ୍ଥିତି ବିଷୟର ସମ୍ପୂର୍ଣ୍ଣ ଚିନ୍ତାଧାରା ରହିଥାଏ ।(ବାକ୍ୟ ଗଠନ ପ୍ରଣାଳୀ ପାଠକୁ ଦେଖନ୍ତୁ)

  • ବାକ୍ୟଗୁଡ଼ିକ ଗୋଟିଏ ଗୋଟିଏ ବକ୍ତବ୍ୟ, ପ୍ରଶ୍ନସମୂହ, ଆଦେଶ, କିମ୍ବା ବିସ୍ମଯସୂଚକସମୂହ ହୋଇପାରିବ । (ବିସ୍ମଯସୂଚକ ପାଠକୁ ଦେଖନ୍ତୁ)
  • ବାକ୍ୟଗୁଡ଼ିକ ଗୋଟିଏରୁ ଅଧିକ ଖଣ୍ଡବାକ୍ୟ ହୋଇପାରେ । (ବାକ୍ୟ ଗଠନ ପ୍ରଣାଳୀ ପାଠକୁ ଦେଖନ୍ତୁ)
  • କେତେକ ଭାଷାରେ ଉଭୟ କର୍ତ୍ତୁବାଚ୍ୟ ଓ କର୍ମବାଚ୍ୟ ବାକ୍ୟ ରହିଥାଏ ।(କର୍ତ୍ତୁବାଚ୍ୟ ବା କର୍ମବାଚ୍ୟ ପାଠକୁ ଦେଖନ୍ତୁ)

ଅଧିକାର - ଏହା ଦୁଇଟି ସଂଜ୍ଞା ମଧ୍ୟରେ ଥିବା ସଂପର୍କକୁ ପ୍ରକାଶ କରୁଛି । ଇଂରାଜୀରେ ଯେପରି “ଈଶ୍ଵରଙ୍କର ପ୍ରେମ”ରେ “ର” କିମ୍ବା “ଈଶ୍ଵରଙ୍କ ପ୍ରେମ”ରେ “ଙ୍କ” କିଅବା “ତାହାଙ୍କ ପ୍ରେମ”ରେ ଅଧିକାର ସୂଚକ ସର୍ବନାମ ସହ ଚିହ୍ନଟ କରାଯାଇଥାଏ । (ଅଧିକାର ପାଠକୁ ଦେଖନ୍ତୁ)

ଉଦ୍ଧୃତାଂଶଗୁଡ଼ିକ - ଜଣେ ପୂର୍ବରୁ ଯାହା କହିଥିଲେ ତହିଁର ତଥ୍ୟକୁ ଉଦ୍ଧୃତାଂଶ କହନ୍ତି ।

  • ଉଦ୍ଧୃତାଂଶରେ ସାଧାରଣତଃ ଦୁଇଟି ଭାଗ ଥାଏ: କିଏ କହିଥିଲା ଓ ସେ ବ୍ୟକ୍ତି କଣ କହିଥିଲା ତହିଁ ବିଷୟର ତଥ୍ୟ । (ଉଦ୍ଧୃତାଂଶ ଓ ଉଦ୍ଧୃତ ପ୍ରାନ୍ତ ପାଠକୁ ଦେଖନ୍ତୁ)
  • ପ୍ରତ୍ୟକ୍ଷ ଉଦ୍ଧୃତ ବା ପରୋକ୍ଷ ଉଦ୍ଧୃତ ମଧ୍ୟ ଉଦ୍ଧୃତାଂଶ ହୋଇପାରିବ । (ପ୍ରତ୍ୟକ୍ଷ ଓ ପରୋକ୍ଷ ଉଦ୍ଧୃତାଂଶ ପାଠକୁ ଦେଖନ୍ତୁ)
  • ଉଦ୍ଧୃତ ଚିହ୍ନ ଭିତରେ ଉଦ୍ଧୃତ ଚିହ୍ନ ରହି ପାରିବ । (ଉଦ୍ଧୃତ ଚିହ୍ନ ଭିତରେ ଉଦ୍ଧୃତ ଚିହ୍ନ)
  • କିଏ କ’ଣ କହିଲେ ତାହାକୁ ବୁଝିବାରେ ପାଠକମାନଙ୍କ ନିମନ୍ତେ ସହଜ କରିବା ପାଇଁ ଉଦ୍ଧୃତ ଚିହ୍ନ ଦିଆଯାଇପାରେ । (ଉଦ୍ଧୃତ ଚିହ୍ନଗୁଡ଼ିକ ପାଠକୁ ଦେଖନ୍ତୁ)