or_ta/translate/figs-quotesinquotes/01.md

16 KiB
Raw Permalink Blame History

ବର୍ଣ୍ଣନା

ଉଦ୍ଧୃତ ଲେଖାର ଭିତରେ ଉଦ୍ଧୃତାଂଶ ରହିଥାଏ, ସେହି ଅନ୍ୟ ଉଦ୍ଧୃତାଂଶର ମଧ୍ୟରେ ମଧ୍ୟ ଆଉ ଏକ ଉଦ୍ଧୃତାଂଶ ରହିପାରେ । ଯେବେ ଉଦ୍ଧୃତ ଲେଖାର ମଧ୍ୟରେ ଉଦ୍ଧୃତାଂଶ ରହେ, ସେତେବେଳେ ପ୍ରତ୍ୟେକ ଉଦ୍ଧୃତାଂଶର ଏକ ସ୍ତର ରହିଥାଏ, ଏହାକୁ ଆମେ ଉଦ୍ଧୃତାଂଶର ସ୍ତରଗୁଡ଼ିକ ବୋଲି କହିଥାଉ । ଯେବେ ଉଦ୍ଧୃତ ଲେଖାର ମଧ୍ୟରେ ଉଦ୍ଧୃତାଂଶର ଅନେକ ସ୍ତର ଥାଏ, ସେତେବେଳେ ସେହି ବାକ୍ୟରେ କିଏ କ’ଣ କହୁଛି ତାହାକୁ ବୁଝିବାରେ ପାଠକ ଓ ଶ୍ରୋତାମାନଙ୍କ ନିମନ୍ତେ କଷ୍ଟକର ହୋଇପାରେ । କେତେକ ଭାଷା ଏହାକୁ ସହଜ କରିବା ପାଇଁ ପ୍ରତ୍ୟେକ୍ଷ ଉଦ୍ଧୃତାଂଶ ଚିହ୍ନ ଓ ପରୋକ୍ଷ ଉଦ୍ଧୃତାଂଶ ଚିହ୍ନକୁ ବ୍ୟବହାର କରନ୍ତି ।

କାରଣ ଏହା ଏକ ଅନୁବାଦ ସମସ୍ୟା

  1. ଯେବେ ଉଦ୍ଧୃତ ଲେଖାର ମଧ୍ୟରେ ଉଦ୍ଧୃତାଂଶ ରହେ, ସେତେବେଳେ ସର୍ବନାମଗୁଡ଼ିକ କାହାକୁ ଦର୍ଶାଏ, ତାହା ପାଠକମାନେ ଜାଣିବା ଆବଶ୍ୟକ ଅଗ୍ତେ । ଉଦାହରଣ ସ୍ୱରୂପ, ଯଦି ଉଦ୍ଧୃତାଂଶ ମଧ୍ୟରେ ଥିବା ଉଦ୍ଧୃତାଂଶରେ “ମୁଁ” ଶବ୍ଦ ଅଛି, ତେବେ “ମୁଁ” ଶବ୍ଦଟି ମଧ୍ୟରେ ଉଦ୍ଧୃତାଂଶର ବକ୍ତାଙ୍କୁ କିଅବା ବାହାରେ ଥିବା ଉଦ୍ଧୃତାଂଶର ବକ୍ତାଙ୍କୁ ଦର୍ଶାଏ, ଏହା ପାଠକମାନେ ଜାଣିବା ଆବଶ୍ୟକ ଅଟେ ।
  2. ଯେବେ ଉଦ୍ଧୃତ ଲେଖାର ମଧ୍ୟରେ ଉଦ୍ଧୃତାଂଶର ଅନେକ ସ୍ତର ରହିଥାଏ, ସେତେବେଳେ କେତେକ ଭାଷା ଏହାକୁ ବିଭିନ୍ନ ପ୍ରକାର ଉଦ୍ଧୃତାଂଶ ଚିହ୍ନ ବ୍ୟବହାର କରି ସ୍ପଷ୍ଟ କରିଥାନ୍ତି । ସେହି ଭାଷାଗୁଡ଼ିକ କେତେକ ଉଦ୍ଧୃତାଂଶ ନିମନ୍ତେ ପ୍ରତ୍ୟେକ୍ଷ ଉଦ୍ଧୃତାଂଶ ଚିହ୍ନ ଓ ଅନ୍ୟମାନଙ୍କ ନିମନ୍ତେ ପରୋକ୍ଷ ଉଦ୍ଧୃତାଂଶ ଚିହ୍ନକୁ ବ୍ୟବହାର କରିଥାନ୍ତି ।
  3. କେତେକ ଭାଷା ପରୋକ୍ଷ ଉଦ୍ଧୃତାଂଶ ଚିହ୍ନକୁ ବ୍ୟବହାର କରନ୍ତି ନାହିଁ ।

ବାଇବେଲରୁ ଉଦାହରଣଗୁଡ଼ିକ

କେବଳ ଗୋଟିଏ ସ୍ତରବିଶିଷ୍ଟ ଉଦ୍ଧୃତାଂଶ

କିନ୍ତୁ ପାଉଲ କହିଲେ, “କିନ୍ତୁ ମୁଁ ଜନ୍ମରେ ରୋମୀୟ ଅଟେ ।” (ପ୍ରେରିତ 22:28 ULT)

ଦୁଇ ସ୍ତରବିଶିଷ୍ଟ ଉଦ୍ଧୃତାଂଶମାନ

ଯୀଶୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ । କାରଣ ଅନେକେ ମୋ ନାମରେ ଆସିବେ । ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ, ପୁଣି ଅନେକଙ୍କୁ ଭ୍ରାନ୍ତ କରିବେ ।” (ମାଥିଉ 24:4-5 ULT)

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଥିବା ଉଦ୍ଧୃତାଂଶଟି ବାହାର ଉଦ୍ଧୃତାଂଶ ସ୍ତର ଅଟେ । ଯାହା ଅନ୍ୟ ଲୋକମାନେ କହିବେ ତାହା ଦ୍ଵିତୀୟ ଉଦ୍ଧୃତାଂଶ ସ୍ତରକୁ ବୁଝାଏ ।

ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ତ କହୁଅଛ ଯେ ମୁଁ ଜଣେ ରାଜା ।” (ଯୋହନ 18:37b ULT)

ଯାହା ଯୀଶୁ ପିଲାତଙ୍କୁ କହୁଛନ୍ତି ତାହା ବାହାର ଉଦ୍ଧୃତାଂଶ ସ୍ତର ଅଟେ । ଯାହା ପିଲାତ ଯୀଶୁଙ୍କ ବିଷୟରେ ତାହା ଦ୍ଵିତୀୟ ଉଦ୍ଧୃତାଂଶ ସ୍ତର ଅଟେ ।

ତିନି ସ୍ତରବିଶିଷ୍ଟ ଉଦ୍ଧୃତାଂଶମାନ

ଅବ୍ରହାମ କହିଲେ, “…ମୁଁ ତାହାକୁ କହିଲି, ‘ତୁମ୍ଭେ ମୋ’ ପ୍ରତି ମୋହର ସ୍ତ୍ରୀ ଭାବରେ ଏହି ଅନୁଗ୍ରହ କରିବ: ଆମ୍ଭେମାନେ ଯେଉଁ ଯେଉଁ ସ୍ଥାନକୁ ଯିବା, ସେହି ସେହି ସ୍ଥାନରେ ତୁମ୍ଭେ ମୋ ବିଷୟରେ, “ ସେ ମୋହର ଭାଇ ବୋଲି ପରିଚୟ ଦେବ ।“’” (ଆଦିପୁସ୍ତକ 20:11a, 13 ULT)

ଯାହା ଅବ୍ରହାମ ଅବିମେଲକକୁ କହନ୍ତି ତାହା ବାହାର ଉଦ୍ଧୃତାଂଶ ସ୍ତର ଅଟେ । ଯାହା ଅବ୍ରହାମ ଆପଣା ଭାର୍ଯ୍ୟାକୁ କହିଲେ ତାହା ଦ୍ଵିତୀୟ ଉଦ୍ଧୃତାଂଶର ସ୍ତର ଅଟେ । ଯାହାକି ତାହାର ଭାର୍ଯ୍ୟା କହୁ ବୋଲି ସେ ଚାହୁଁଥିଲେ ତାହା ତୃତୀୟ ଉଦ୍ଧୃତାଂଶ ସ୍ତର ଅଟେ । (ଆମେ ତୃତୀୟ ସ୍ତରକୁ ଉଜ୍ଜଳ କରିଅଛୁ ।)

ଚାରି ସ୍ତରବିଶିଷ୍ଟ ଉଦ୍ଧୃତାଂଶମାନ

ସେମାନେ ତାହାକୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କ ସାକ୍ଷାତ୍ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ଯିହୋବା ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଉଅଛତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚିତ ମରିବ ।’ ” (2 ରାଜାବଳୀ 1:6 ULT)

ଯାହା ସମ୍ବାଦବାହକମାନେ ରାଜାଙ୍କୁ କହିଲେ ତାହା ବାହାର ଉଦ୍ଧୃତାଂଶ ସ୍ତରକୁ ବୁଝାଏ । ଯାହା ସମ୍ବାଦବାହକମାନଙ୍କୁ ସାକ୍ଷାତ କରିଥିବା ବ୍ୟକ୍ତି ସେମାନଙ୍କୁ କହୁଥିଲେ ତାହା ଦ୍ଵିତୀୟ ଉଦ୍ଧୃତାଂଶ ସ୍ତରକୁ ବୁଝାଏ । ଯାହା ସମ୍ବାଦବାହକମାନେ ଯାଇ ରାଜାଙ୍କୁ କହନ୍ତୁ ବୋଲି ସେହି ଲୋକମାନେ ଇଚ୍ଛା କରନ୍ତି ତାହା ତୃତୀୟ ଉଦ୍ଧୃତାଂଶ ସ୍ତରକୁ ବୁଝାଏ । ଯାହା ଯିହୋବା କହିଲେ ତାହା ଚତୁର୍ଥ ଉଦ୍ଧୃତାଂଶ ସ୍ତରକୁ ବୁଝାଏ । (ଆମେ ଚତୁର୍ଥ ଉଦ୍ଧୃତାଂଶ ସ୍ତରକୁ ଉଜ୍ଜଳ କରିଅଛୁ ।)

ଅନୁବାଦ କୌଶଳଗୁଡ଼ିକ

କେତେକ ଭାଷା କେବଳ ପ୍ରତ୍ୟକ୍ଷ ଉଦ୍ଧୃତ ଲେଖାଂଶକୁ ବ୍ୟବହାର କରେ । ଅନ୍ୟ କେତେକ ଭାଷା ପ୍ରତ୍ୟକ୍ଷ ଉଦ୍ଧୃତାଂଶ ଓ ପରୋକ୍ଷ ଉଦ୍ଧୃତାଂଶର ମିଳିତ ଚିହ୍ନକୁ ବ୍ୟବହାର କରେ । ସେହି ଭାଷାଗୁଡ଼ିକରେ ଏହା ଅପରିଚିତ ବୋଧ ହୋଇଥାଏ ଏବଂ ଏପରିକି ଯଦି ଅନେକ ପ୍ରକାର ପ୍ରତ୍ୟେକ୍ଷ ଉଦ୍ଧୃତାଂଶଗୁଡ଼ିକ ଥାଏ, ସେଗୁଡ଼ିକୁ ବୁଝିବାରେ ଦ୍ଵନ୍ଦ ସୃଷ୍ଟି କରିଥାଏ ।

(1) ସମସ୍ତ ଉଦ୍ଧୃତାଂଶକୁ ପ୍ରତ୍ୟେକ୍ଷ ଉଦ୍ଧୃତାଂଶ ରୂପେ ଅନୁବାଦ କରନ୍ତୁ ।

(2) ଗୋଟିଏ କିମ୍ବା କେତେକ ଉଦ୍ଧୃତାଂଶକୁ ପରୋକ୍ଷ ଉଦ୍ଧୃତାଂଶ ରୂପେ ଅନୁବାଦ କରନ୍ତୁ । ( ପ୍ରତ୍ୟେକ୍ଷ ଓ ପରୋକ୍ଷ ଉଦ୍ଧୃତାଂଶକୁ: ଦେଖନ୍ତୁ)

ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ

(1) ସମସ୍ତ ଉଦ୍ଧୃତାଂଶକୁ ପ୍ରତ୍ୟେକ୍ଷ ଉଦ୍ଧୃତାଂଶ ରୂପେ ଅନୁବାଦ କରନ୍ତୁ । ନିମ୍ନରେ ପ୍ରଦତ୍ତ ଉଦାହରଣରେ ଆମେ ଇଂରାଜୀର ULT ସଂସ୍କରଣରେ ଥିବା ପରୋକ୍ଷ ଉଦ୍ଧୃତାଂଶ ଶବ୍ଦଗୁଡ଼ିକୁ ଏବଂ ଆମେ ସେଗୁଡ଼ିକୁ ପ୍ରତ୍ୟେକ୍ଷ ଉଦ୍ଧୃତାଂଶରେ ପରିବର୍ତ୍ତନ କରିଥିବା ଶବ୍ଦଗୁଡ଼ିକୁ ଉଜ୍ଜଳ କରିଅଛୁ।

ରାଜାଙ୍କ ଆଗରେ ଫେଷ୍ଟ ପାଉଲଙ୍କ ବିଷୟରେ ଜଣାଇ କହିଲେ, ଫେଲିକସ୍ ଦ୍ଵାରା ଜଣେ ଲୋକକୁ ବନ୍ଦୀ କରି ରଖିଯାଇଅଛି । ତେଣୁ ଏସମସ୍ତ ବିଷୟରେ ମୁଁ ହତବୁଦ୍ଧି ହୋଇଅଛି । ସେ ଯିରୂଶାଲମକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି । କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ପ୍ରାର୍ଥନା କରନ୍ତେ, ମୁଁ ତାହାକୁ, କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଜ୍ଞା ଦେଲି ।” (ପ୍ରେରିତ 25:14b, 20-21 ULT)

ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ କଥା ଜଣାଇ କହିଲେ, “ଫେଲିକସ୍ ଦ୍ଵାରା ଜଣେ ଲୋକକୁ ବନ୍ଦୀ କରି ରଖିଯାଇଅଛି । ତେଣୁ ଏସମସ୍ତ ବିଷୟରେ ମୁଁ ହତବୁଦ୍ଧି ହୋଇଅଛି । ମୁଁ ତାହାଙ୍କୁ ପଚାରିଲି, କ’ଣ ତୁମ୍ଭେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଯିରୂଶାଲମକୁ ଯିବାକୁ ଇଚ୍ଛା କରୁଛ? । କିନ୍ତୁ ଯେବେ ପାଉଲ କହିଲେ ଯେ, “ମୁଁ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ଇଚ୍ଛା କରୁଅଛି,’ ମୁଁ ସୈନିକମାନଙ୍କୁ ଆଜ୍ଞା କରି କହିଲି, “ତାହାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖ ।’”

(2) ଗୋଟିଏ କିମ୍ବା କେତେକ ଉଦ୍ଧୃତାଂଶକୁ ପ୍ରତ୍ୟେକ୍ଷ ଉଦ୍ଧୃତାଂଶ ରୂପେ ଅନୁବାଦ କରନ୍ତୁ । ଇଂରାଜୀରେ, “ଯେ (that)” ଶବ୍ଦ ପରୋକ୍ଷ ଉଦ୍ଧୃତାଂଶ ପୂର୍ବରୁ ଆସିଥାଏ । ନିମ୍ନରେ ପ୍ରଦତ୍ତ ଉଦାହରଣରେ ଏହାକୁ ଉଜ୍ଜଳ କରାଯାଇଛି । ପରୋକ୍ଷ ଉଦ୍ଧୃତାଂଶଗୁଡ଼ିକର ଶବ୍ଦ ଉଜ୍ଜଳ କରାଯାଇଥିବା ହେତୁ ସର୍ବନାମଗୁଡ଼ିକ ବଦଳିଥାଏ ।

ପୁଣି, ଯିହୋବା ମୋଶାଙ୍କୁ କହିଲେ, “ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ‘ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ଯିହୋବା ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।’” (ଯାତ୍ରାପୁସ୍ତକ 16:11-12 ULT)

ପୁଣି ଯିହୋବା ମୋଶାଙ୍କୁ କହିଲେ, “ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଲୁ; ତୁମ୍ଭେ ସେମାନଙ୍କୁ କୁହ ଯେ ସେମାନେ ସନ୍ଧ୍ୟା ବେଳେ ମାଂସ ଭୋଜନ କରିବେ ଓ ପ୍ରଭାତରେ ସେମାନେ ଅନ୍ନରେ ପରିତୃପ୍ତ ହେବେ; ତହିଁରେ ଆମ୍ଭେ ଯେ ସେମାନଙ୍କର ଯିହୋବା ପରମେଶ୍ଵର ତାହା ସେମାନେ ଜାଣିବେ।”

ସେମାନେ ତାହାକୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ୍ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, “ଯିହୋବା ଏହି କଥା କହନ୍ତି, ‘ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଉଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚିତ ମରିବ ।’ ” ” (2 ରାଜାବଳୀ 1:6 ULT)

ସେମାନେ ତାହାକୁ କହିଲେ, ଯେ ଜଣେ ଲୋକ ସେମାନଙ୍କୁ ସାକ୍ଷାତ୍ କରିବାକୁ ଆସି ସେମାନଙ୍କୁ କହିଲା, “ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, ଯେ ଯିହୋବା ଏହି କଥା କହନ୍ତି: ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍-ସବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଉଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚିତ ମରିବ ।’ ”