or_ta/translate/figs-quotations/01.md

12 KiB
Raw Permalink Blame History

ବିବରଣ

ଦୁଇ ପ୍ରକାରର ଉଦ୍ଧୃତି ଅଛି: ପ୍ରତ୍ୟକ୍ଷ ଉଦ୍ଧୃତି ଏବଂ ପରୋକ୍ଷ ଉଦ୍ଧୃତି ।

ପ୍ରତ୍ୟକ୍ଷ ଉଦ୍ଧୃତି ସେହି ମୂଳ ବକ୍ତାଙ୍କ ଦୃଷ୍ଟିକୋଣରୁ ଅନ୍ୟ ଜଣେ ବ୍ୟକ୍ତି କହୁଥିବା ବେଳେ ଯେବେ କେହି ଜଣେ ସେଥିର ତଥ୍ୟ ପ୍ରଦାନ କରନ୍ତି, ସେତେବେଳେ ଏହା ସଂଘଟିତ ହୋଇଥାଏ । ଲୋକେ ସାଧାରଣତଃ ଆଶା କରନ୍ତି ଯେ ଏହି ପ୍ରକାର ଉଦ୍ଧୃତି ମୂଳ ବକ୍ତାଙ୍କ ସଠିକ୍ ଶବ୍ଦକୁ ପ୍ରତିନିଧିତ୍ଵ କରିବ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଯୋହନ ନିଜକୁ ସୂଚିତ କରିବା ସମୟରେ “ମୁଁ” ବୋଲି କହିଥାନ୍ତେ, ଏଣୁ ବର୍ଣ୍ଣନାକାରୀ, ଯିଏ ଯୋହନଙ୍କ ବାକ୍ୟର ବିବରଣ ଦେଉଛନ୍ତି, ସେ ଯୋହନଙ୍କୁ ସୂଚିତ କରିବା ପାଇଁ ଉଦ୍ଧୃତିରେ “ମୁଁ” ଶବ୍ଦକୁ ବ୍ୟବହାର କରୁଛନ୍ତି । ଏଗୁଡ଼ିକ ଯୋହନଙ୍କ ଲିଖିତ ସଠିକ୍ ବାକ୍ୟ ବୋଲି ଦେଖାଇବା ପାଇଁ, ଅନେକ ଭାଷା ଉଦ୍ଧୃତି ଚିହ୍ନ (“”)କୁ ବାକ୍ୟ ମଧ୍ୟରେ ରଖିଥାନ୍ତି ।

  • ଯୋହନ କହିଲେ, କେଉଁ ସମୟରେ ମୁଁ ଫେରିବି, ତାହା ମୁଁ ଜାଣେ ନାହିଁ ।

ପରୋକ୍ଷ ଉଦ୍ଧୃତି କେହି ଜଣେ କହିଥିବା ବିଷୟକୁ ଯେବେ ବକ୍ତା ଜଣକ ସେଥିର ତଥ୍ୟ ପ୍ରଦାନ କରନ୍ତି, ସେତେବେଳେ ଏହା ସଂଘଟିତ ହୋଇଥାଏ, କିନ୍ତୁ ଏହି କ୍ଷେତ୍ରରେ, ବକ୍ତା ଜଣକ ମୂଳ ବ୍ୟକ୍ତିଙ୍କ ଦୃଷ୍ଟିକୋଣରୁ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ନିଜର ଦୃଷ୍ଟିକୋଣକୁ ପ୍ରଦାନ କରିଥାଏ । ଏହି ପ୍ରକାର ଉଦ୍ଧୃତି ସାଧାରଣତଃ ବିଶେଷ ଗୁଣକୁ ସର୍ବନାମରେ ପରିବର୍ତ୍ତନ କରେ, ଏବଂ ଏହା ବାରମ୍ବାର ସମୟରେ ଥିବା ବିଶେଷ ଗୁଣକୁ ପରିବର୍ତ୍ତନ କରିଥାଏ, ଶବ୍ଦ ଚୟନରେ, ଓ ଦୀର୍ଘତାରେ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ବର୍ଣ୍ଣନାକାରୀ ଉଦ୍ଧୃତିରେ ଯୋହନଙ୍କୁ “ସେ” ବୋଲି ସୂଚିତ କରନ୍ତି ଓ ଭବିଷ୍ୟତ କାଳକୁ ଇଙ୍ଗିତ କରୁଥିବା “will” ଶବ୍ଦକୁ ପ୍ରତିସ୍ଥାପନ କରିବା ପାଇଁ “would” ଶବ୍ଦକୁ ବ୍ୟବହାର କରୁଛନ୍ତି ।

  • ଯୋହନ କହିଲେ ଯେ କେଉଁ ସମୟରେ ସେ ଫେରି ପାରନ୍ତି, ତାହା ସେ ଜାଣନ୍ତି ନାହିଁ ।

କାରଣ ଏହା ଅନୁବାଦ ସମସ୍ୟା ଅଟେ

କେତେକ ଭାଷାରେ, ବିବରଣ ଉକ୍ତିକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଉଦ୍ଧୃତି ଦ୍ଵାରା ପ୍ରକାଶ କରାଯାଇପାରିବ । ଅନ୍ୟ ଭାଷାରେ, ଅନ୍ୟଟି ଅପେକ୍ଷା ଆଉ ଗୋଟିଏକୁ ବ୍ୟବହାର କରିବା ଅଧିକ ପ୍ରାକୃତିକ ଅଟେ, କିମ୍ବା ଅନ୍ୟଟି ଅପେକ୍ଷା ଆଉ ଗୋଟିଏକୁ ବ୍ୟବହାର କରିବା ଦ୍ଵାରା ନିର୍ଦ୍ଦିଷ୍ଟ ଅର୍ଥ ଆଭାସ ଦେଇଥାଏ । ଏପର୍ଯ୍ୟନ୍ତ ପ୍ରତ୍ୟେକ ଉଦ୍ଧୃତିକୁ, ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ବା ପରୋକ୍ଷ ଉଦ୍ଧୃତି ଭାବେ ଅନୁବାଦ କରିବା ଭଲ କି ନାହିଁ, ଏହି ବିଷୟରେ ଅନୁବାଦକମାନେ ନିର୍ଣ୍ଣୟ କରିବା ଆବଶ୍ୟକ ।

ବାଇବେଲରୁ କେତେକ ଉଦାହରଣ

ନିମ୍ନରେ ପ୍ରଦତ୍ତ ଉଦାହରଣରେ ଥିବା ପଦଗୁଡ଼ିକ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଉଦ୍ଧୃତିଗୁଡ଼ିକ ଧାରଣ କରେ । ନିମ୍ନରେ ପ୍ରଦତ୍ତ ବର୍ଣ୍ଣନାରେ ଥିବା ପଦ, ଆମେ ଉଦ୍ଧୃତିର ଧାଡ଼ି ତଳେ ଗାର ଦେଇଅଛୁ ।

ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁଶାରେ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର ।” (ଲୂକ 5:14 ULT)

  • ପ୍ରତ୍ୟକ୍ଷ ଉଦ୍ଧୃତି: ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ,
  • ପ୍ରତ୍ୟକ୍ଷ ଉଦ୍ଧୃତି: କିନ୍ତୁ ତାହାକୁ କହିଲେ “ କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ …”

ଈଶ୍ଵରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୁଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ଵରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ, କିମ୍ବା ଦେଖ, ‘ଏଠାରେ’ ବା ‘ସେଠାରେ’ ବୋଲି ଲୋକେ କହିବେ ନାହିଁ; କାରଣ ଦେଖ, ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି ।” (ଲୂକ 17:20-21 ULT)

  • ପରୋକ୍ଷ ଉଦ୍ଧୃତି: ଈଶ୍ଵରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୁଶୀମାନେ ତାହାଙ୍କୁ ପଚାରିବାରୁ,
  • ପ୍ରତ୍ୟକ୍ଷ ଉଦ୍ଧୃତି: ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ଵରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ, କିମ୍ବା ଦେଖ, ‘ଏଠାରେ’ ବା ‘ସେଠାରେ’ ବୋଲି ଲୋକେ କହିବେ ନାହିଁ; କାରଣ ଦେଖ, ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି ।”
  • ପ୍ରତ୍ୟକ୍ଷ ଉଦ୍ଧୃତି: କିମ୍ବା ଦେଖ, ଏଠାରେ! ବା ସେଠାରେ! ବୋଲି ଲୋକେ କହିବେ ନାହିଁ ।

ଅନୁବାଦ କୌଶଳ

ଯଦି ମୂଳ ପାଠରେ ବ୍ୟବହୃତ ବିଭିନ୍ନ ପ୍ରକାର ଉଦ୍ଧୃତିଗୁଡ଼ିକ ଆପଣଙ୍କ ଭାଷାରେ ଭଲ ରୂପେ କାର୍ଯ୍ୟ କରୁଛି, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ । ଯଦି ସେହି ପ୍ରସଙ୍ଗରେ ବ୍ୟବହୃତ ବିଭିନ୍ନ ପ୍ରକାର ଉଦ୍ଧୃତି ଆପଣଙ୍କ ଭାଷା ନିମନ୍ତେ ପ୍ରାକୃତିକ ନୁହେଁ, ତେବେ ଏହି କୌଶଳଗୁଡ଼ିକୁ ଅନୁସରଣ କରନ୍ତୁ ।

(1) ଯଦି ପ୍ରତ୍ୟକ୍ଷ ଉଦ୍ଧୃତି ଆପଣଙ୍କ ଭାଷାରେ ଭଲ ରୂପେ କାର୍ଯ୍ୟ କରୁ ନାହିଁ, ତେବେ ଏହାକୁ ପରୋକ୍ଷ ଉଦ୍ଧୃତି ମଧ୍ୟକୁ ପରିବର୍ତ୍ତନ କରନ୍ତୁ ।

(2) ଯଦି ପରୋକ୍ଷ ଉଦ୍ଧୃତି ଆପଣଙ୍କ ଭାଷାରେ ଭଲ ରୂପେ କାର୍ଯ୍ୟ କରୁ ନାହିଁ, ତେବେ ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ମଧ୍ୟକୁ ପରିବର୍ତ୍ତନ କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ପ୍ରତ୍ୟକ୍ଷ ଉଦ୍ଧୃତି ଆପଣଙ୍କ ଭାଷାରେ ଭଲ ରୂପେ କାର୍ଯ୍ୟ କରୁ ନାହିଁ, ତେବେ ଏହାକୁ ପରୋକ୍ଷ ଉଦ୍ଧୃତି ମଧ୍ୟକୁ ପରିବର୍ତ୍ତନ କରନ୍ତୁ ।

ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁଶାରେ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର ।” (ଲୂକ 5:14 ULT)

ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁଶାରେ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର ।”

(2) ଯଦି ପରୋକ୍ଷ ଉଦ୍ଧୃତି ଆପଣଙ୍କ ଭାଷାରେ ଭଲ ରୂପେ କାର୍ଯ୍ୟ କରୁ ନାହିଁ, ତେବେ ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ମଧ୍ୟକୁ ପରିବର୍ତ୍ତନ କରନ୍ତୁ ।

ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁଶାରେ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର ।” (ଲୂକ 5:14 ULT)

ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁଶାରେ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର ।” ଆପଣ ମଧ୍ୟ ରେ ଚଳଚ୍ଚିତ୍ରକୁ ଦେଖିବାକୁ ଇଚ୍ଛା କରି ପାରନ୍ତି ।

ଆପଣ https://ufw.io/figs_quotations ରେ ଭିଡିଓ ଦେଖି ପାରିବେ ।