or_ta/translate/figs-possession/01.md

19 KiB
Raw Permalink Blame History

ବିବରଣ

ଇଂରାଜୀରେ, ଅଧିକାର ବା ସମ୍ପତ୍ତି ଶବ୍ଦ କିଛି ରହିଥିବା ବିଷୟକୁ ବା ଜଣେ ବ୍ୟକ୍ତିଙ୍କ ପାଖରେ କିଛି ରହିଥିବା ବିଷୟକୁ ସୂଚିତ କରେ । ଇଂରାଜୀରେ ସେହି ବ୍ୟାକରଣାତ୍ମକ ସମ୍ପର୍କ , ବା ବର୍ଣ୍ଣଲୋପର/ସମ୍ଵନ୍ଧପଦର ଚିହ୍ନ ଙ୍କ ବା ସମ୍ବନ୍ଧବାଚକ ସର୍ବନାମ ପଦ ସହ ଦେଖାଯାଉଛି । ନିମ୍ନଲିଖିତ ଉଦାହରଣଗୁଡ଼ିକ ବିଭିନ୍ନ ଉପାୟରେ  ସୂଚାଉ ଅଛି ଯେ   ମୋର ଜେଜେବାପାଙ୍କର ଏକ ଘର ଅଛି ।

  • ମୋର ଜେଜେବାପା ଘର
  • ମୋର ଜେଜେବାପାଙ୍କ ଘର
  • ତାହାଙ୍କ ଘର

ଅଧିକାର  ବା ସମ୍ପତ୍ତିକୁ ଏବ୍ରୀ, ଗ୍ରୀକ୍, ଏବଂ ଇଂରାଜୀ ଭାଷାରେ ଭିନ୍ନ ଅବସ୍ଥା ନିମନ୍ତେ ବ୍ୟବହାର କରାଯାଇଛି । ଏହାକୁ ବ୍ୟବହାର କରାଯାଇଥିବା କେତେକ ସାଧାରଣ ଅବସ୍ଥାଗୁଡ଼ିକ ଏଠାରେ ଦିଆଗଲା ।

  • ମାଲିକତ୍ଵ - କେହି କିଛି ବିଷୟକୁ ଅଧିକାର ବା ଲାଭ କରିଛି ।
  • ମୋର ବସ୍ତ୍ର ମୁଁ ଲାଭ କରିଥିବା ବସ୍ତ୍ରଗୁଡ଼ିକ
  • ସାମାଜିକ ସମ୍ପର୍କ କାହାର ଅନ୍ୟମାନଙ୍କ ସହ କେତେକ ସାମାଜିକ ସମ୍ପର୍କ ଅଛି  ।
  • ମୋର ମାଁ ମୋତେ ଜନ୍ମ କରିଥିବା ମହିଳା, ବା ମୋର ଯତ୍ନ ନେଇଥିବା ମହିଳା ।
  • ମୋର ଶିକ୍ଷକ – ଯିଏ ମୋତେ ଶିକ୍ଷା ଦିଅନ୍ତି ।
  • ସଂସ୍ଥା-ଏକ ନିର୍ଦ୍ଦିଷ୍ଟ ଜିନିଷ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ, କିମ୍ବା ଜିନିଷ ସହିତ ଜଡିତ ।
  • ଦାଉଦଙ୍କ ଅସୁସ୍ଥତା–  ଦାଉଦ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି
  • ପ୍ରଭୁଙ୍କ ଭୟ - ପ୍ରଭୁଙ୍କ ସହିତ ସମ୍ପର୍କ ଯୋଡିବା ସମୟରେ ମନୁଷ୍ୟ ପାଇଁ  ଭୟ ଉପଯୁକ୍ତ ଅଟେ
  • ଉପାଦାନର ପରିମାଣ ଏଥିରେ ଥିବା କିଛି ବିଷୟଗୁଡ଼ିକ ।
  • ବସ୍ତ୍ରର ଏକ ମୁଣା ଏକ ମୁଣା ଯେଉଁଥିରେ ବସ୍ତ୍ର ରହିଛି, ବା ବସ୍ତ୍ରରେ ଭର୍ତି ଥିବା ମୁଣା
  • ଆଂଶିକ ଏବଂ ସଂପୂର୍ଣ୍ଣ: ଗୋଟିଏ ବିଷୟ ଅନ୍ୟର ଅଂଶ ବିଶେଷ ଅଟେ ।
    • ମୋର ମସ୍ତକ ମସ୍ତକ ମୋ’ ଶରୀରର ଏକ ଅଂଶ ବିଶେଷ ଅଟେ ।
      • ଘରର ଛାତ ଛାତ ଘରର ଏକ ଅଂଶ ବିଶେଷ ଅଟେ ।

କେତେକ ଭାଷାରେ ଅଧିକାରର ଏକ ସ୍ୱତନ୍ତ୍ର ରୂପ ଅଛି, ଯାହାକୁ ଅବିସ୍ମରଣୀୟ ଅଧିକାର କୁହାଯାଏ | ଏହି ସମ୍ପତ୍ତିର ଜିନିଷ ସେହି ଜିନିଷଗୁଡ଼ିକ ପାଇଁ ବ୍ୟବହୃତ ହୁଏ ଯାହା ତୁମଠାରୁ ଅପସାରିତ ହୋଇପାରିବ ନାହିଁ, ଯାହା ତୁମେ ହରାଇ ପାରିବ | ଉପରୋକ୍ତ ଉଦାହରଣଗୁଡିକରେ, ମୋ ମୁଣ୍ଡ ଏବଂ ମା ’ଅବିସ୍ମରଣୀୟ ଅଧିକାରର ଉଦାହରଣ ଅଟନ୍ତି (କେତେକ ଭାଷାରେ), ଯେତେବେଳେ ମୋର ପୋଷାକ କିମ୍ବା ମୋର ଶିକ୍ଷକ ବିଦେଶୀ ହୋଇଥିବେ | ଯାହା ବିଦେଶୀ ବନାମ ଅବିସ୍ମରଣୀୟ ଭାବରେ ବିବେଚନା କରାଯାଇପାରେ ତାହା ଭାଷା ଦ୍ୱାରା ଭିନ୍ନ ହୋଇପାରେ |

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • ଯେବେ ଜଣେ ଅନ୍ୟଟିକୁ ଅଧିକାର କରୁଛି, ସେହି ସଂଜ୍ଞା ବିଶେଷ୍ୟ ଦ୍ଵାରା ପ୍ରତିନିଧିତ୍ଵ କରୁଥିବା ଦୁଇଟି ବିଚାରଧାରା ମଧ୍ୟରେ ଥିବା ସଂପର୍କକୁ (ଅନୁବାଦକମାନେ) ବୁଝିବା ଆବଶ୍ୟକ ।
  • ଯାହା ଆପଣଙ୍କର ମୂଳ ବାଇବେଲ ଲେଖା ମାଲିକାନା/ଅଧିକାର ଶବ୍ଦକୁ ବ୍ୟବହାର କରିଥାନ୍ତି, ତାହା କେତେକ ଭାଷା ସମସ୍ତ ଅବସ୍ଥା ନିମନ୍ତେ ସେହି ମାଲିକାନା/ଅଧିକାର ଶବ୍ଦକୁ ବ୍ୟବହାର କରନ୍ତି ନାହିଁ ।

ବାଇବେଲରୁ କେତେକ ଉଦାହରଣ

ମାଲିକତ୍ଵ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, ପୁତ୍ର ସମସ୍ତ ଟଙ୍କା ପ୍ରାପ୍ତ କଲେ ।

… ସାନ ପୁଅ … ମନ୍ଧ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା । (ଲୂକ 15:13)

ସାମାଜିକ ସଂପର୍କ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଶିଷ୍ୟମାନେ, ଯେଉଁମାନେକି ଯୋହନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିବା ଲୋକମାନେ ଥିଲେ ।

ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ନିକଟକୁ ଆସିଲେ .. (ମାଥିଉ 9:14 ULT)

ସଂସ୍ଥା–ନିମ୍ନରେ ଥିବା ଉଦାହରଣରେ, ସୁସମାଚାର ହେଉଛି ପାଉଲ ସହିତ ଜଡିତ ବାର୍ତ୍ତା କାରଣ ସେ ଏହାକୁ ପ୍ରଚାର କରନ୍ତି ।

ମୋର ସୁସମାଚାର ଅନୁଯାୟୀ, ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଥିବା ଯୀଶୁ ଖ୍ରୀଷ୍ଟଙ୍କୁ ମନେରଖ, ( ତୀମଥି 2: 8 ULT)

ପଦାର୍ଥ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, ମୁକୁଟକୁ ତିଆରି କରିବା ନିମନ୍ତେ ବ୍ୟବହୃତ ପଦାର୍ଥ ସୁନା ଥିଲା ।

ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, (ପ୍ରକାଶିତବାକ୍ୟ 9:7 ULT)

ଉପାଦାନର ପରିମାଣ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, ପାତ୍ର, ଯାହା ଭିତରେ ଜଳ ରହିଛି ।

… ଯେକେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ … ଆପଣା ପୁରସ୍କାର ହରାଇବ ନାହିଁ । (ମାର୍କ 9:41 ULT)

ସମ୍ପୂର୍ଣ୍ଣର କିଛି ଅଂଶ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଦ୍ଵାର ରାଜପ୍ରାସାଦର ଏକ ଅଂଶ ବିଶେଷ ଅଟେ ।

ମାତ୍ର ଊରିୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ଵାରରେ ଶୟନ କଲା (2ୟ ଶାମୁୟେଲ 11:9 ULT)

ଦଳର ଏକ ଅଂଶ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, “ଆମ୍ଭମାନଙ୍କୁ” ଶବ୍ଦଟି ସଂପୂର୍ଣ୍ଣ ଦଳକୁ ସୂଚିତ କରେ ଏବଂ “ପ୍ରତ୍ୟେକ ଜଣ” ଶବ୍ଦଟି ବ୍ୟକ୍ତିଗତ ସଭ୍ୟମାନଙ୍କୁ ସୂଚିତ କରେ ।

ବର୍ତ୍ତମାନ ଖ୍ରୀଷ୍ଟଙ୍କ ଦାନ ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ପ୍ରଦାନ କରାଯାଇଛି | (ଏଫିସୀୟ 4:7 ULT)

ଘଟଣାବଳୀ ଓ ସମ୍ପତ୍ତି

ଏନେକ ସମୟରେ ଗୋଟିଏ ବା ଉଭୟ ସଂଜ୍ଞା ବିଶେଷ୍ୟ ଗୁଣବାଚକ ବିଶେଷ୍ୟ ହୋଇଥାଏ ଯାହା କୌଣସି ଘଟଣା ବା କାର୍ଯ୍ୟକୁ ସୂଚିତ କରିଥାନ୍ତି । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଗୁଣବାଚକ ବିଶେଷ୍ୟଗୁଡ଼ିକୁ ବଡ଼ ଅକ୍ଷରରେ ଦିଆଯାଇଛି । ଏଗୁଡ଼ିକ କେବଳ କେତେକ ସମ୍ପର୍କ ଯାହାକି ସେମାନଙ୍କ ମଧ୍ୟରୁ ଗୋଟିଏ ଏକ ଘଟଣାକୁ ସୂଚିତ କରିବା ସମୟରେ ଦୁଇଟି ସଂଜ୍ଞା ବିଶେଷ୍ୟ ମଧ୍ୟରେ ସମ୍ଭବପର ହୋଇଥାଏ ।

କର୍ତ୍ତା - ଅନେକ ସମୟରେ “ର” ଶବ୍ଦ ପୁର୍ବରେ ଆସୁଥିବା ଶବ୍ଦ କହେ ଯେ ପ୍ରଥମ ସଂଜ୍ଞା ବିଶେଷ୍ୟ ଦ୍ଵାରା ନାମିତ ହୋଇ କିଏ କାର୍ଯ୍ୟକୁ କରିବ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ

ଯୋହନଙ୍କର ବାପ୍ତିସ୍ମ ସ୍ଵର୍ଗରୁ ନା ମନୁଷ୍ୟଠାରୁ ହେଲା ? ମୋତେ ଉତ୍ତର ଦିଅ ।” (ମାର୍କ 11:30 ULT)

ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରେମ କରନ୍ତି

ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଛିନ୍ନ କରିବ ? (ରୋମୀୟ 8:35 ULT)

ବସ୍ତୁ - ଅନେକ ସମୟରେ “ର” ଶବ୍ଦ ପୁର୍ବରେ ଆସୁଥିବା ଶବ୍ଦ କହେ ଯେ କିଏ ବା କଣ ସବୁ ଘଟିବ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଲୋକେ ଧନକୁ ପ୍ରେମ କରନ୍ତି

କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ । (1ମ ତୀମଥି 6:10 ULT)

ଉପକରଣ - ଅନେକ ସମୟରେ “ର” ଶବ୍ଦ ପୁର୍ବରେ ଆସୁଥିବା ଶବ୍ଦ କହେ ଯେ କିପରି କିଛି ବିଷୟ ଘଟିବ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ପରମେଶ୍ଵର ଖଡ୍ଗ ଦ୍ଵାରା ସେମାନଙ୍କୁ ଆକ୍ରମଣ କରିବା ନିମନ୍ତେ ଶତ୍ରୁମାନଙ୍କୁ ପଠାଇ ଆପଣା ଲୋକମାନଙ୍କୁ ଶାସ୍ତି ଦିଅନ୍ତି

ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ । (ଆୟୁବ 19:29 ULT)

ପ୍ରତିନିଧିତ୍ଵ - ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଯୋହନ ଆପଣା ଆପଣା ପାପରୁ ମନ ପରିବର୍ତ୍ତନ କରୁଥିବା ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ । ସେମାନେ ପାପରୁ ମନ ପରିବର୍ତ୍ତନ କରି ଫେରିବା ବିଷୟକୁ ପ୍ରକାଶ କରିବା ପାଇଁ ସେମାନେ ବାପ୍ତିସ୍ମ ହଉଥିଲେ । ସେମାନଙ୍କର ସେମାନଙ୍କର ମନ ପରିବର୍ତ୍ତନକୁ ସେମାନଙ୍କର ବାପ୍ତିସ୍ମ ପ୍ରତିନିଧିତ୍ଵ କରୁଅଛି ।

ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପକ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ । (ମାର୍କ 1:4 ULT)

ଦୁଇଟି ସଂଜ୍ଞା ବିଶେଷ୍ୟ ମଧ୍ୟରେ ଥିବା ସମ୍ପର୍କ କଣ ତାହାକୁ ଶିଖିବା ନିମନ୍ତେ କେତେକ କୌଶଳ

  1. ଦୁଇଟି ସଂଜ୍ଞା ବିଶେଷ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଜାଣିବାରେ ଆପଣଙ୍କୁ ସାହାଯ୍ୟ କରୁଛି କି ନାହିଁ, ତାହାକୁ ଦେଖିବା ପାଇଁ ସଂପୂର୍ଣ୍ଣ ପଦଗୁଡ଼ିକୁ ପାଠ କରନ୍ତୁ ।
  2. UST ସଂସ୍କରଣ ବାଇବେଲରେ ଥିବା ପଦକୁ ପାଠ କରନ୍ତୁ । ଅନେକ ସମୟରେ ଏହା ସ୍ପଷ୍ଟ ଭାବରେ ସଂପର୍କକୁ ଦେଖାଇଥାଏ ।
  3. ଏହି ବିଷୟରେ ଲିଖିତ ଟିପ୍ପଣୀ କଣ କହୁଛି, ତାହା ଦେଖନ୍ତୁ ।

ଅନୁବାଦ କୌଶଳ

ଯଦି ସମ୍ପତ୍ତି ବା ଅଧିକାର ଦୁଇଟି ସଂଜ୍ଞା ବିଶେଷ୍ୟ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ସମ୍ପର୍କକୁ ଦେଖାଇବା ପାଇଁ ପ୍ରାକୃତିକ ମାଧ୍ୟମ ଅଟେ, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ । ଯଦି ଏହା ବୁଝିବାରେ ଅଜଣା ବା କଠିନ ହୁଏ, ତେବେ ଏଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ ।

  1. ଗୋଟିଏ ଅନ୍ୟଟିକୁ ବର୍ଣ୍ଣନା କରୁଥିବା ବିଷୟକୁ ପ୍ରକାଶ କରିବା ପାଇଁ ବିଶେଷଣକୁ ବ୍ୟବହାର କରନ୍ତୁ ।
  2. ଦୁଇଟି କିପରି ପରସ୍ପର ତୁଳନାତ୍ମକ ଅଟେ, ତାହାକୁ ପ୍ରକାଶ କରିବା ପାଇଁ କ୍ରିୟାପଦକୁ ବ୍ୟବହାର କରନ୍ତୁ ।
  3. ଯଦି ଦୁଇଟି ସଂଜ୍ଞା ବିଶେଷ୍ୟ ମଧ୍ୟରୁ ଗୋଟିଏ ଏକ ଘଟଣାକୁ ସୂଚିତ କରୁଛି, ତେବେ ଏହାକୁ କ୍ରିୟା ଭାବରେ ଅନୁବାଦ କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଗୋଟିଏ ଅନ୍ୟଟିକୁ ବର୍ଣ୍ଣନା କରୁଥିବା ବିଷୟକୁ ପ୍ରକାଶ କରିବା ପାଇଁ ବିଶେଷଣକୁ ବ୍ୟବହାର କରନ୍ତୁ । ନିମ୍ନରେ ବିଶେଷଣ ପଦଗୁଡ଼ିକୁ ବଡ଼ ଅକ୍ଷରରେ ଦିଆଯାଇଛି ।
  • ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ (ପ୍ରକାଶିତବାକ୍ୟ 9:7 ULT)
  • “ସେମାନଙ୍କର ମସ୍ତକରେ ସୁବର୍ଣ୍ଣ ମୁକୁଟ ଥିଲା ।”
  • (2)  ଦୁଇଟି କିପରି ପରସ୍ପର ତୁଳନାତ୍ମକ ଅଟେ, ତାହାକୁ ପ୍ରକାଶ କରିବା ପାଇଁ କ୍ରିୟାପଦକୁ ବ୍ୟବହାର କରନ୍ତୁ ।
  • ଯେକେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ … ଆପଣା ପୁରସ୍କାର ହରାଇବ ନାହି । (ମାର୍କ 9:41 ULT)
    • … ଯେକେହି ତୁମ୍ଭମାନଙ୍କୁ ପାଣି ଥିବା ପାତ୍ର ପିଇବାକୁ ଦେବ … ଆପଣା ପୁରସ୍କାର ହରାଇବ ନାହିଁ ।
  • କ୍ରୋଧର ଦିନରେ ଧନ ନିଷ୍ଫଳ । (ହିତୋପଦେଶ 11:4 ULT)
    • ପରମେଶ୍ଵର ଆପଣା କ୍ରୋଧ ପ୍ରକାଶ କରିବା ଦିନରେ ଧନ ନିଷ୍ଫଳ ହେବ ।
    • କିମ୍ବା:
    • ପରମେଶ୍ଵର ଆପଣା କ୍ରୋଧ ସକାଶେ ଲୋକମାନଙ୍କୁ ଶାସ୍ତି ଦେବା ଦିନରେ ଧନ ନିଷ୍ଫଳ ହେବ ।
  1. (3) ଯଦି ଦୁଇଟି ସଂଜ୍ଞା ବିଶେଷ୍ୟ ମଧ୍ୟରୁ ଗୋଟିଏ ଏକ ଘଟଣାକୁ ସୂଚିତ କରୁଛି, ତେବେ ଏହାକୁ କ୍ରିୟା ଭାବରେ ଅନୁବାଦ କରନ୍ତୁ ।
  2. ନିମ୍ନରେ ପ୍ରଦତ୍ତ ଉଦାହରଣରେ, କ୍ରିୟାପଦ ଗୁଡିକ ବଡ଼ ଅକ୍ଷରରେ ଅଛି । ଦୁଇଟି ଅଧିକାର ସମ୍ପର୍କରେ ଅଛି, “ସଦାପ୍ରଭୁଙ୍କ ଦଣ୍ଡ” ଏବଂ “ତୁମ୍ଭର ଇଶ୍ଵର" ।
  • ପୁଣି ଆଜିଠାରୁ ଜ୍ଞାନବାନ୍ ହୁଅ; କାରଣ ମୁଁ ତୁମ୍ଭମାନଙ୍କର ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ କୃତ ଶାସ୍ତି ଜାଣି ନାହାନ୍ତି । (ଦ୍ଵିତୀୟ ବିବରଣ 11:2 ULT)
    • ପୁଣି ଆଜିଠାରୁ ଜ୍ଞାନବାନ୍ ହୁଅ; କାରଣ ମୁଁ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ କହୁ ନାହିଁ, କାରଣ କିପରି ସଦାପ୍ରଭୁ, ଯାହାର ତୁମ୍ଭେ ଉପାସନା କର, ମିଶରୀୟ ଲୋକମାନଙ୍କୁ ଶାସ୍ତି ଦେଲେ, ତାହା ସେମାନେ ଜାଣି ନାହାଁନ୍ତି କିଅବା ଦେଖି ନାହାଁନ୍ତି ।
  • ତୁମ୍ଭେ କେବଳ ସ୍ଵଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ । (ଗୀତସଂହିତା 91:8 ULT)
    • ତୁମ୍ଭେ କେବଳ ସ୍ଵଚକ୍ଷୁରେ ନିରୀକ୍ଷଣ କରିବ ଓ କିପରି ସଦାପ୍ରଭୁ ଦୁଷ୍ଟମାନଙ୍କୁ ଶାସ୍ତି ଦିଅନ୍ତି ତାହା ଦେଖିବ ।
  • ଆପଣମାନେ ପବିତ୍ରତ୍ମାଙ୍କର ଦାନ ପ୍ରାପ୍ତ ହେବ । (ପ୍ରେରିତ 2:38 ULT)
    • … ଆପଣମାନେ ପବିତ୍ରତ୍ମା, ଯାହାଙ୍କୁ ପରମେଶ୍ଵର ତୁମ୍ଭମାନଙ୍କୁ ଦେବେ ତାହା ପ୍ରାପ୍ତ ହେବ ।