or_ta/translate/writing-quotations/01.md

8.6 KiB

ବର୍ଣ୍ଣନା

ଯେତେବେଳେ କେହି କହୁଛନ୍ତି ବୋଲି କହୁ, କିଏ କହିଲା ତାହା ଆମେ ପ୍ରାୟତଃ କହିଥାଉ ଯେ ସେ କହ ସହିତ କଥା ହେଲେ ଏବଂ ସେମାନେ କ’ଣ କହିଥିଲେ । କିଏ କଥାବାର୍ତ୍ତା କଲା ଏବଂ କାହା ସହିତ କଥା ହେଲା ସେ ସମ୍ବନ୍ଧରେ ସୂଚନାକୁ କହିବାକୁ ଉଦ୍ଧୃତ ବାକ୍ୟାଂଶ କୁହାଯାଏ । ବ୍ୟକ୍ତି ଯାହା କହିଛନ୍ତି ତାହା ହେଉଛି ଉଦ୍ଧୃତି । (ଏହାକୁ ଏକ ଉଦ୍ଧୃତି ମଧ୍ୟ କୁହାଯାଏ।) କେତେକ ଭାଷାରେ ଉଦ୍ଧୃତି ଚିହ୍ନ ପ୍ରଥମେ, ଶେଷ, କିମ୍ବା ଉଦ୍ଧୃତିର ଦୁଇଟି ଅଂଶ ମଧ୍ୟରେ ଆସିପାରେ ।

ନିମ୍ନରେଥିବା ବାକ୍ୟାଂଶଗୁଡ଼ିକରେ ଉଦ୍ଧୃତି ବାକ୍ୟାଂଶକୁ ଉଜ୍ଜଳ କରାଯାଇଛି  ।

  • ସେ କହିଲେ, “ଖାଦ୍ୟ ପ୍ରସ୍ତୁତ ହୋଇଛି ଆସି, ଭୋଜନ କର ।“
  • “ଖାଦ୍ୟ ପ୍ରସ୍ତୁତ ହୋଇଛି ଆସି ଭୋଜନ କର,” ସେ କହିଲେ
  • “ଖାଦ୍ୟ ପ୍ରସ୍ତୁତ ହୋଇଛି,” ସେ କହିଲେ “ଆସି ଭୋଜନ କର ।”

କେତେକ ଭାଷାରେ, ଉଦ୍ଧୃତ ଚିହ୍ନ ଏକରୁ ଅଧିକ କ୍ରିୟାପଦ “କହିଲେ” ବ୍ୟବହାର କରିପାରେ ।

କିନ୍ତୁ ତାହାର ମାତା ଉତ୍ତର ଦେଇ କହିଲେ “ନାହିଁ, ତାହାର ନାମ ଯୋହନ ହେବ” (ଲୂକ  1:60 ULT )

ବେଳେବେଳେ କୁହାଯାଇଥିବା ବାକ୍ୟାଂଶକୁ ଉଦ୍ଧୃତ ଚିହ୍ନ ମଧ୍ୟରେ ଲେଖାଯାଏ ଯାହାକୁ ଅଳ୍ପ ବିରାମ (“ “) କୁହାଯାଏ । କେତେକ ଭାଷାରେ ଏହି (« ») ପ୍ରକାର ଉଦ୍ଧୃତ ଚିହ୍ନ ବ୍ୟବହାର କରାଯାଏ ।

କାରଣ ଏହା ଏକ ଅନୁବାଦ ସମସ୍ୟା

  • ଅନୁବାଦକଗଣ ଆପଣା ଆପଣା  ଏପରି ସ୍ଥାନରେ ଉଦ୍ଧୃତ ଚିହ୍ନ ବ୍ୟବହାର କରିବା ଉଚିତ ଯେଉଁଠି ଏହା  ସ୍ପଷ୍ଟ ଏବଂ ସ୍ବାଭାବିକ ଅଟେ ।
  • ଅନୁବାଦକଗଣ କେତଟି ଉଦ୍ଧୃତ ଚିହ୍ନ “କହିଲେ” କ୍ରିୟାପଦରେ ବ୍ୟବହାର କରିବେ ତାହା ନିର୍ଣ୍ଣୟ କରିବା ଉଚିତ ଅଟେ ।
  • ଅନୁବାଦଗଣ କେଉଁ ଚିହ୍ନ ବ୍ୟବହାର କରିବେ ତାହା ନିର୍ଣ୍ଣୟ କରିବା ଉଚିତ ଅଟେ ।

ବାଇବେଲରୁ ଉଦାହରଣଗୁଡ଼ିକ

ଉଦ୍ଧୃତ ବାକ୍ୟାଂଶ ପୂର୍ବରୁ ଉଦ୍ଧୃତ ଚିହ୍ନ

ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି। (ଲୂକ  1:18 ULT)

କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, “ହେ ଗୁରୁ, ଆମ୍ଭେମାନେ କଅଣ କରିବା?” (ଲୂକ  3:12 ULT)

ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ।“ (ଲୂକ  3:13 ULT )

ଉଦ୍ଧୃତ ବାକ୍ୟାଂଶ ପୂର୍ବରୁ ଉଦ୍ଧୃତ ଚିହ୍ନ

ଉଦ୍ଧୃତ ଚିହ୍ନ ପରେ ଉଦ୍ଧୃତ ବାକ୍ୟାଂଶ

ଯିହୋବା ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସେ କହନ୍ତି। (ଆମୋଷ 7:3 ULT )

ଦୁଇଟି ଉଦ୍ଧୃତ ଚିହ୍ନ ମଧ୍ୟରେ ଉଦ୍ଧୃତ ବାକ୍ୟାଂଶ

 “ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା,” ସେ କହିଲେ,   “ସେମାନଙ୍କର ଶେଷ ଦଶା କʼଣ ହେବ, ତାହା ଆମ୍ଭେ ଦେଖିବା;  କାରଣ ସେମାନେ ନିତାନ୍ତ ବକ୍ରଗାମୀ ବଂଶ, ଏପରି ସନ୍ତାନ, ଯେଉଁମାନଙ୍କଠାରେ କିଛି ବିଶ୍ୱସ୍ତତା ନାହିଁ।  (ଦ୍ୱିତୀୟ ବିବରଣ  32:20 ULT )

ଦେଖ, ଏପରି ସମୟ ଆସୁଅଛି” - ଏହା ସଦାପ୍ରଭୁ କହନ୍ତି —" ଆପଣା ଲୋକ ଇଶ୍ରାଏଲର ବନ୍ଦିତ୍ବବସ୍ଥା ପରିବର୍ତ୍ତନ କରିବା” (ଯିରିମିୟ 30:3 ULT )

ଅନୁବାଦ କୌଶଳଗୁଡ଼ିକ

(1) କେଉଁଠାରେ ଉଦ୍ଧୃତ ଚିହ୍ନ ବ୍ୟବହାର କରିବେ ତାହା ନିର୍ଣ୍ଣୟ କରନ୍ତୁ ।

(2) “କହିଲେ” ଶବ୍ଦର ଅର୍ଥ ଗୋଟିଏ କିମ୍ବା ଦୁଇଟି ବ୍ୟବହାର କରିବେ ତାହା ନିର୍ଣ୍ଣୟ କରନ୍ତୁ ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକର ଉଦାହରଣମାନ

(1) କେଉଁଠାରେ ଉଦ୍ଧୃତ ଚିହ୍ନ ବ୍ୟବହାର କରିବେ ତାହା ନିର୍ଣ୍ଣୟ କରନ୍ତୁ ।

ସେ କହିଲେ, “ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।“

“ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ,” ସେ କହିଲେ, “ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।“ (ପ୍ରେରିତ 25:5 ULT)

 “ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।“ ସେ କହିଲେ,

 “ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ,” ସେ କହିଲେ,  “ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।“

(2) “କହିଲେ” ଶବ୍ଦର ଅର୍ଥ ଗୋଟିଏ କିମ୍ବା ଦୁଇଟି ବ୍ୟବହାର କରିବେ ତାହା ନିର୍ଣ୍ଣୟ କରନ୍ତୁ ।

କିନ୍ତୁ ତାହାର ମାତା ଉତ୍ତର ଦେଇ କହିଲେ, ନାହିଁ, ତାହାର ନାମ ଯୋହନ ହେବ। (ଲୂକ  1:60 ULT)

କିନ୍ତୁ ତାହାର ମାତା ଉତ୍ତର ଦେଲେ, “ତାହାର ନାମ ଯୋହନ ହେବ।“

କିନ୍ତୁ ତାହାର ମାତା କହିଲେ, “ତାହାର ନାମ ଯୋହନ ହେବ।“

କିନ୍ତୁ ତାହାର ମାତା ଉତ୍ତର ଦେଲେ, ଏହିପରି, “ନାଁ, ପରିବର୍ତ୍ତେ ତାହାର ନାମ ଯୋହନ ହେବ’” ସେ କହିଲେ