or_ta/translate/figs-sentences/01.md

9.1 KiB

ବିବରଣ

ଇଂରାଜୀରେ କର୍ତ୍ତାକର୍ମ ଶବ୍ଦ ସରଳ ବାକ୍ୟ ଗଠନର ଅନ୍ତର୍ଭୁକ୍ତ:

  • ବାଳକ ଦୌଡ଼େ ।

କର୍ତ୍ତା

  • କର୍ତ୍ତା ହେଉଛି କିଏ ଓ କଣ ବିଷୟରେ ବାକ୍ୟ କହେ । ଏହି ଉଦାହରଣଗୁଡିକରେ, କର୍ତ୍ତା ଶବ୍ଦର ତଳେ ଗାର ଦିଆ ଯାଇଛି ।
  • ବାଳକ ଦୌଡୁଅଛି ।
  • ସେ ଦୌଡୁଅଛି ।

କର୍ତ୍ତାଗୁଡିକ ସାଧାରଣତଃ ବିଶେଷ୍ୟ ଖଣ୍ଡବାକ୍ୟ କିମ୍ବା ସର୍ବନାମ ଅଟେ । ([ପଦ] ପାଠକୁ ଦେଖନ୍ତୁ) ଉପରୋକ୍ତ ଉଦାହରଣରେ, “ବାଳକ” ବିଶେଷ୍ୟ ଖଣ୍ଡବାକ୍ୟ ଅଟେ ଯାହାର “ବାଳକ” ବିଶେଷ୍ୟ ଓ “ସେ” ସର୍ବନାମ ରହିଛି । ଯେବେ ବାକ୍ୟକୁ ଆଦେଶ ଦିଆଯାଏ, ଅନେକ ଭାଷାରେ କର୍ତ୍ତାର ସର୍ବନାମ ରହି ନ ଥାଏ । ଲୋକମାନେ ବୁଝି ପାରନ୍ତି ଯେ କର୍ତ୍ତା “ତୁମେ” ଅଟେ ।

  • କବାଟ ବନ୍ଦ କର ।

ବିଧେୟ

ବିଧେୟ ଏକ ପଦ ଅଟେ ଯାହା କର୍ତ୍ତା ବିଷୟରେ କହିଥାଏ । ଏହାର ସାଧାରଣତଃ କ୍ରିୟାପଦ ରହିଅଛି ।

([କ୍ରିୟାପଦ] ପାଠକୁ ଦେଖନ୍ତୁ ) ନିମ୍ନରେ ଥିବା ବାକ୍ୟରେ, କର୍ତ୍ତାଗୁଡିକ ହେଉଛି, “ବ୍ୟକ୍ତି” ଓ “ସେ” । ବିଧେୟ ଶବ୍ଦର ତଳେ ଗାର ଦିଆ ଯାଇଛି, ଏବଂ କ୍ରିୟାପଦକୁ ବଡ ଅକ୍ଷରରେ ରକ୍ଷା ଯାଇଛି ।

  • ବ୍ୟକ୍ତି ଶକ୍ତିଶାଳୀ ଅଟେ
  • ସେ କଠିନ ପରିଶ୍ରମୀ
  • ସେ ଏକ ବଗିଚା ନିର୍ମାଣ କଲା

ଯୌଗିକ ବାକ୍ୟଗୁଡିକ

ଗୋଟିଏ ବାକ୍ୟକୁ ଗୋଟିଏରୁ ଅଧିକ ବାକ୍ୟ କରାଯାଇପାରିବ । ନିମ୍ନରେ ଥିବା ପ୍ରତି ଦୁଇଟି ଧାଡିରେ କର୍ତ୍ତା ଓ ବିଧେୟା ରହିଛି ଓ ଉଭୟ ପୂର୍ଣ୍ଣ ବାକ୍ୟ ଅଟେ ।

  • ସେ ଦେଶୀ ଆଳୁ ରୋପିତ କଲା ।
  • ତାଙ୍କର ସ୍ତ୍ରୀ ମକା ରୋପଣ କଲା । ନିମ୍ନର ଯୌଗିକ ବାକ୍ୟ ଉପରୋକ୍ତ ଦୁଇଟି ବାକ୍ୟକୁ ଧାରଣ କରେ । ଇଂରାଜୀରେ, ଯୌଗିକ ବାକ୍ୟଗୁଡିକ “ଓ/ଏବଂ” “କିନ୍ତୁ” ଓ “କିମ୍ବା” ଭଳି ଅବ୍ୟୟ ପଦ ସହ ସଂଯୁକ୍ତ ଅଟେ ।
  • ସେ ଦେଶୀଆଳୁ ରୋପିତ କଲା ତାଙ୍କର ସ୍ତ୍ରୀ ମକା ରୋପଣ କଲା ।

ଖଣ୍ଡବାକ୍ୟ

ଖଣ୍ଡବାକ୍ୟ ଓ ଅନ୍ୟ ଖାଣ୍ଡବାକ୍ୟ ମଧ୍ୟ ବାକ୍ୟଗୁଡିକରେ ଥାଇପାରେ । ଖଣ୍ଡବାକ୍ୟଗୁଡିକ ଗୋଟିଏ ଗୋଟିଏ ବାକ୍ୟ ଗଠନ ଭଳି, କାରଣ ସେମାନଙ୍କର କର୍ତ୍ତା ଓ ବିଧେୟ ରହିଅଛି, କିନ୍ତୁ ସେମାନେ ସାଧାରଣତଃ ନିଜେ ସଂଘଟିତ ହୋଇ ନଥାନ୍ତି ।

ଖଣ୍ଡବାକ୍ୟର କେତେକ ଉଦାହରଣ ଏଠାରେ ଅଛି । ସୁସ୍ପଷ୍ଟରେ କର୍ତ୍ତାଗୁଡିକ ଅଛି, ଓ ନିମ୍ନଖାଙ୍କିତ ବିଧେୟ ଅଛି ।

  • ଯେବେ ମକା ପ୍ରସ୍ତୁତ ହେଲା
  • ପରେ ସେ ଏହା ତୋଳିଲା
  • କାରଣ ଏହା ବହୁତ ସ୍ଵାଦିଷ୍ଟ ଥିଲା

ବାକ୍ୟାରେ ବହୁତ ଖଣ୍ଡବାକ୍ୟ ଥାଇପାରେ, ଓ ତେଣୁ ସେଗୁଡିକ ଲମ୍ବା ଓ ମିଶ୍ରିତ ହୋଇ ପାରେ । କିନ୍ତୁ ପ୍ରତ୍ୟେକ ବାକ୍ୟରେ ଅନୁନ୍ୟ ସ୍ଵାଧୀନ ଖଣ୍ଡବାକ୍ୟ ରହିବାକୁ ହେବ, ଯାହାକି ଗୋଟିଏ ଖଣ୍ଡବାକ୍ୟ ନିଜେ ଗୋଟିଏ ବାକ୍ୟ ହୋଇପାରିବ ।

ଅନ୍ୟ ଖଣ୍ଡବାକ୍ୟଗୁଡିକ ନିଜେ ସ୍ଵୟଂ ଗୋଟିଏ ବାକ୍ୟ ହୋଇପାରିବ ନାହିଁ, ଯାହାକୁ କି ନିର୍ଭରଶୀଳ ଖଣ୍ଡବାକ୍ୟ କୁହାଯାଏ । ନିର୍ଭରଶୀଳ ଖଣ୍ଡବାକ୍ୟଗୁଡିକ ସେମାନଙ୍କର ଅର୍ଥକୁ ସମ୍ପୂର୍ଣ କରିବା ପାଇଁ ସ୍ଵାଧୀନ ଖଣ୍ଡବାକ୍ୟ ଉପରେ ନିର୍ଭର କରିଥାଏ । ବାକ୍ୟାଗୁଡିକର ତଳେ ନିମ୍ନଖାଙ୍କିତ ନିର୍ଭରଶୀଳ ଖାଣ୍ଡବାକ୍ୟ ଅଛି ।

  • ଯେବେ ମକା ପ୍ରସ୍ତୁତ ହେଲା, ସେ ଏହା ତୋଳିଲା ।
  • ପରେ ସେ ଏହାକୁ ତୋଳି, ସେ ଘରକୁ ବହିନେଲା ଓ ରାନ୍ଧିଲା ।
  • ତା’ପରେ ସେ ଓ ତାହାର ସ୍ଵାମୀ ସେସବୁକୁ ଖାଇଲେ, କାରଣ ତାହା ବହୁତ ସ୍ଵାଦିଷ୍ଟ ଥିଲା

ନିମ୍ନଲିଖିତ ପ୍ରତ୍ୟେକ ଖଣ୍ଡବାକ୍ୟଗୁଡିକ ସଂପୂର୍ଣ୍ଣ ବାକ୍ୟ ହୋଇପାରେ । ସେମାନେ ଉପରୋକ୍ତ ବାକ୍ୟରେ ସ୍ଵାଧୀନ ଖଣ୍ଡବାକ୍ୟ ଅଟନ୍ତି ।

  • ସେ ଏହା ତୋଳିଲା ।
  • ସେ ଘରକୁ ବହିନେଲା ଓ ରାନ୍ଧିଲା ।
  • ତା’ପରେ ସେ ଓ ତାହାର ସ୍ଵାମୀ ସେସବୁକୁ ଖାଇଲେ ।

ସମ୍ବନ୍ଧବାଚକ ଖଣ୍ଡବାକ୍ୟ ବା ବାକ୍ୟାଂଶଗୁଡିକ

କେତେକ ଭାଷାରେ, ଖଣ୍ଡବାକ୍ୟଗୁଡିକୁ ବିଶେଷ୍ୟ ଶବ୍ଦରେ ବ୍ୟବହାର କରାଯାଇ ପାରିବ ଯାହା ବାକ୍ୟର ଅଂଶ ଅଟେ । ଏଗୁଡିକ ସମ୍ବନ୍ଧବାଚକ ବାକ୍ୟାଂଶ କହନ୍ତି ।

ନିମ୍ନରେ ପ୍ରଦତ୍ତ ବାକ୍ୟରେ, “ମକା ପ୍ରସ୍ତୁତ ଥିଲା” ଶବ୍ଦ ସଂପୂର୍ଣ୍ଣ ବାକ୍ୟର ବିଧେୟ ଶବ୍ଦର ଅଂଶ ଅଟେ । ସମ୍ବନ୍ଧବାଚକ ଖଣ୍ଡବାକ୍ୟ “ତାହା ପ୍ରସ୍ତୁତ ଥିଲା” ଶବ୍ଦ ସେ କେଉଁ ମକା ତୋଳିଲେ ତାହା କହିବା ପାଇଁ “ମକା” ବିଶେଷ୍ୟ ଶବ୍ଦ ସହ ବ୍ୟବହାର କରାଯାଇଛି ।

  • ତାଙ୍କର ସ୍ତ୍ରୀ ମକା ତୋଳିଲାତାହା ପ୍ରସ୍ତୁତ ଥିଲା । ନିମ୍ନରେ ପ୍ରଦତ୍ତ ବାକ୍ୟରେ, “ତା’ର ମାଁ, ଯିଏ ଅଧିକ ବିରକ୍ତି ଥିଲା” ଖଣ୍ଡବାକ୍ୟଟି ସଂପୂର୍ଣ୍ଣ ବାକ୍ୟର ବିଧେୟ ଅଂଶ ବିଶେଷ ଅଟେ । ସମ୍ବନ୍ଧବାଚକ ଖଣ୍ଡବାକ୍ୟ “ଯିଏ କି ଅଧିକ ବିରକ୍ତି ଥିଲା”, ଯେତେବେଳେ ତା’ର ମାଁ କୌଣସି ମକା ପାଇଲେ ନାହିଁ, ସେତେବେଳେ ସେ କିଭଳି ଅନୁଭବ କଲେ ତାହାକୁ ବ୍ୟକ୍ତ କରିବା ପାଇଁ “ମାଁ” ବିଶେଷ୍ୟ ଶବ୍ଦ ସହ ବ୍ୟବହାର କରାଯାଇଛି ।
  • ସେ କିଛି ହିଁ ମକା ତା’ର ମାଁକୁ ଦେଲେ ନାହିଁ, ଯିଏକି ଅଧିକ ବିରକ୍ତି ଥିଲେ

ଅନୁବାଦ ସମସ୍ୟା

  • ପଦଗୁଡିକ ନିମନ୍ତେ ପ୍ରତ୍ୟେକ ଭାଷାରେ ଭିନ୍ନ ଭିନ୍ନ ଧାରା ରହିଥାଏ । ([ସୂଚନା ଗଠନ ପ୍ରଣାଳୀ ପୃଷ୍ଠା]: ପାଠକୁ ଦେଖନ୍ତୁ)
  • କେତେକ ଭାଷାରେ ସମ୍ବନ୍ଧସୂଚକ ଖଣ୍ଡବାକ୍ୟ ନ ଥାଏ, କିମ୍ବା ସେମାନେ ସୀମିତ ଭାବରେ ସେଗୁଡିକୁ ବ୍ୟବହାର କରନ୍ତି । ([ପ୍ରଭେଦ ବନାମ ସୂଚନା କିମ୍ବା ସ୍ମରଣ] ପାଠକୁ ଦେଖନ୍ତୁ) ।