or_ta/translate/figs-activepassive/01.md

13 KiB

କେତେକ ଭାଷାରେ ଉଭୟ କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟ ରହିଥାଏ। କର୍ତ୍ତୁବାଚକ ବାକ୍ୟରେ, କର୍ତ୍ତା କାର୍ଯ୍ୟ କରିଥାଏ। କର୍ମବାଚକ ବାକ୍ୟରେ, କର୍ତ୍ତା କାର୍ଯ୍ୟ ଗ୍ରହଣ କରିଥାଏ। ଏଠାରେ ସେମାନଙ୍କର କର୍ତ୍ତାମାନଙ୍କ ତଳେ ଗାର ଦେଇ କେତେକ ଉଦାହରଣ ଦିଆଯାଇଛି।

  • କର୍ତ୍ତୁବାଚକ: ମୋର ବାପା 2010 ରେ ଗୃହ ନିର୍ମାଣ କଲେ।
  • କର୍ମବାଚକ: ଗୃହ 2010 ରେ ନିର୍ମିତ ହେଲା।

ଅନୁବାଦକମାନଙ୍କ ଭାଷାରେ ଯଦି କର୍ମବାଚକ ବାକ୍ୟ ନଥାଏ, ତେବେ ବାଇବଲରେ ଦେଖାଦେବା କର୍ମବାଚକ ବାକ୍ୟକୁ କିପରି ଅନୁବାଦ କରିବେ, ତାହା ସେମାନେ ଜାଣିବା ଆବଶ୍ୟକ। କେତେବେଳେ କର୍ମବାଚକ ବାକ୍ୟକୁ ଓ କେତେବେଳେ କର୍ତ୍ତୁବାଚକ ବାକ୍ୟକୁ ବ୍ୟବହାର କରିବେ, ତାହା ଅନ୍ୟ ଅନୁବାଦକମାନେ ନିଷ୍ପତି ନେବା ଆବଶ୍ୟକ।

ବିବରଣ

କେତେକ ଭାଷାରେ ଉଭୟ କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟର ରୂପରେଖା ଗୁଡ଼ିକ ରହିଥାଏ।

  • କର୍ତ୍ତୁବାଚକ ରୂପରେଖାରେ, କର୍ତ୍ତା କାର୍ଯ୍ୟ କରିଥାଏ ଓ ସର୍ବଦା ଏହାକୁ ଉଲ୍ଲେଖ କରାଯାଇଥାଏ।
  • କର୍ମବାଚକ ରୂପରେଖାରେ, କର୍ତ୍ତାକୁ କାର୍ଯ୍ୟ କରାଇଥାଏ, ଓ ଯିଏ କାର୍ଯ୍ୟ କରେ, ତାହାକୂ ସବୁବେଳେ ଉଲ୍ଲେଖ କରାଯାଇ ନଥାଏ।

ତଳେ ଦିଆଯାଇଥିବା କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟର ଉଦାହରଣରେ, ଆମେ କର୍ତ୍ତା ତଳେ ଗାର ଦେଇଛୁ।

  • କର୍ତ୍ତୁବାଚକ: ମୋର ବାପା 2010 ରେ ଗୃହ ନିର୍ମାଣ କଲେ।
  • କର୍ମବାଚକ: ଗୃହ 2010 ରେ ମୋ’ ବାପାଙ୍କ ଦ୍ଵାରା ନିର୍ମିତ ହେଲା।
  • କର୍ମବାଚକ: ଗୃହ 2010 ରେ ନିର୍ମିତ ହେଲା। (କିଏ କାର୍ଯ୍ୟ କରିଥିଲା ଏହା କହୁ ନାହିଁ।)

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ସମସ୍ତ ଭାଷାରେ କର୍ତ୍ତୃବାଚ୍ୟ ରୂପରେଖାକୁ ବ୍ୟବହୃତ ହୁଏ। କେତେକ ଭାଷାରେ କର୍ମବାଚକ ରୂପରେଖାର ବ୍ୟବହୃତ ହୁଏ, ଏବଂ କେହିକେହି ବ୍ୟବହୃତ କରନ୍ତି ନାହିଁ। କେତେକ ଭାଷାରେ କେବଳ ଉଦ୍ଦେଶ୍ୟ ହେତୁ କର୍ମବାଚକ ରୂପରେଖାର ବ୍ୟବହୃତ କରନ୍ତି, ଏବଂ କର୍ମବାଚକ ରୂପରେଖାର ସେହି ସମାନ ଉଦ୍ଦେଶ୍ୟରେ ସମସ୍ତ ଭାଷାବାଦୀ ତାହା ବ୍ୟବହାର କରନ୍ତି।

କର୍ମବାଚକ ନିମନ୍ତେ କେତେକ ଉଦ୍ଦେଶ୍ୟ

  • କଥା କହୁଥିବା ବ୍ୟକ୍ତି ସେ ବ୍ୟକ୍ତି କିମ୍ବି ଜିନିଷ ବିଷୟରେ କଥା କହୁଛନ୍ତି ଯାହା ଦ୍ଵାରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଗଲା, କିନ୍ତୁ ସେ ବକ୍ତି ବିଷୟରେ ନୁହେଁ ଯେ କାର୍ଯ୍ୟ କରିଅଛି।
  • ବକ୍ତା କହିବାକୁ ଚାହୁଁ ନାହିଁ ଯେ ସେହି କାର୍ଯ୍ୟ କିଏ କରିଅଛି।
  • ବକ୍ତା ଜାଣି ନାହିଁ ସେହି କାର୍ଯ୍ୟକୁ କିଏ କଲେ।

କର୍ମବାଚକ ସମ୍ବନ୍ଧୀୟ ଅନୁବାଦ ସିଦ୍ଧାନ୍ତଗୁଡ଼ିକ

  • ଅନୁବାଦକମାନଙ୍କ ଯାହାର ଭାଷାରେ କର୍ମବାଚକ ରୂପରେଖାକୁ ବ୍ୟବହାର କରାଯାଏ ନାହିଁ, ସେହି ବିଚାରଧାରାକୁ ପ୍ରକାଶ କରିବା ପାଇଁ ଅନ୍ୟ ମାଧ୍ୟମକୁ ଖୋଜିବା ଆବଶ୍ୟକ।
  • ଅନୁବାଦକମାନଙ୍କ ଭାଷାରେ ଯଦି କର୍ମବାଚକ ରୂପରେଖା ଥାଏ, ତେବେ ବାଇବଲର ଏକ ନିର୍ଦ୍ଦିଷ୍ଟ ବାକ୍ୟରେ କାହିଁକି କର୍ମବାଚକ ବ୍ୟବହାର ହୋଇଛି ତାହା ବୁଝି ସେହି ଉଦ୍ଦେଶ୍ୟ ନିମନ୍ତେ ନିଜ ଅନୁବାଦ ବାକ୍ୟରେ କର୍ମବାଚକ ରୂପରେଖାକୁ ବ୍ୟବହାର କରିବେ କି ନାହିଁ ତାହାର ନିର୍ଣ୍ଣୟ ନେବା ଆବଶ୍ୟକ।

ବାଇବଲରୁ କେତେକ ଉଦାହରଣ

ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜାଙ୍କର କେତେକ ଦାସ ମଲେ, ଓ ଆପଣଙ୍କ ଦାସ ହିତ୍ତୀୟ ଉରିୟ ମଧ୍ୟ ମଲା। (2 ଶାମୁୟେଲ 11:24 ULT)

ଏହାର ଅର୍ଥ ଯେ ଶତ୍ରୁମାନଙ୍କର ଧନୁର୍ଦ୍ଧରମାନେ ବାଣ ନିକ୍ଷେପ କରି ମହାରାଜାଙ୍କର କେତେକ ଦାସମାନଙ୍କୁ ହତ୍ୟା କଲେ, ଓ ମୃତମାନଙ୍କ ମଧ୍ୟରେ ଉରୀୟ ଅନ୍ତର୍ଭୁକ୍ତ। ଯେ ହତ୍ୟାକାରୀମାନଙ୍କ ପ୍ରତି କଣ ହେଲା ତାହା ନୁହେଁ, ବରଂ ମହାରାଜାଙ୍କର ଦାସମାନଙ୍କ ଓ ଉରୀୟଙ୍କ ପ୍ରତି କଣ ହେଲା ତାହା ମୁଖ୍ୟ ପ୍ରସଙ୍ଗ ଅଟେ। ଏଠାରେ ମହାରାଜାଙ୍କର ଦାସମାନଙ୍କ ଓ ଉରୀୟଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ।

ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲର ଯଜ୍ଞବେଦୀ ଭଙ୍ଗା ଯାଇଥିଲା। (ବିଚାରକର୍ତ୍ତା 6:28କ ULT)

ବାଲର ଯଜ୍ଞବେଦୀ ପ୍ରତି କଣ ଘଟିଛି ତାହାକୁ ନଗରସ୍ଥ ଲୋକମାନେ ଦେଖିଲେ, କିନ୍ତୁ ଏହାକୁ କିଏ ଭାଙ୍ଗିଲେ ତାହା ସେମାନେ ଜାଣିଲେ ନାହିଁ। ଏଠାରେ ନଗରସ୍ଥ ଲୋକମାନଙ୍କର ଦୃଷ୍ଟିକୋଣରୁ ଏହି ଘଟଣାକୁ ଯୋଗାଯୋଗ କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ।

ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। (ଲୂକ 17:2 ULT)

ଏହା ଜଣଙ୍କ ବେକରେ ଗୋଟିଏ ଚକିପଥର ସହ ସମୁଦ୍ରରେ ତାହାର ପ୍ରାଣ ଶେଷ ହେବାର ପରିସ୍ଥିତିକୁ ବର୍ଣ୍ଣନା କରେ। ଏଠାରେ ସେହି ବ୍ୟକ୍ତିଙ୍କ ପ୍ରତି କଣ ଘଟୁଛି ତାହାକୁ ଧ୍ୟାନ କେନ୍ଦ୍ର କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ। ଜଣେ ବ୍ୟକ୍ତିଙ୍କ ପ୍ରତି କିଏ ଏହା କରିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।

ଅନୁବାଦ କୌଶଳ

ଯଦି ଆପଣ ନିର୍ଣ୍ଣୟ କରନ୍ତି ଯେ କର୍ମବାଚକ ରୂପରେଖା ବିନା ଅନୁବାଦ କରିବା ଭଲ, ତେବେ ଏଠାରେ କେତେକ କୌଶଳଗୁଡ଼ିକ ଦିଆଗଲା, ଯାହା ଆପଣ ବିଚାର କରିପାରିବେ।

(1) କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ ଓ କଣ କାର୍ଯ୍ୟକୁ କଲା ତାହା କୁହନ୍ତୁ। ଯଦି ଆପଣ ଏହା କରନ୍ତି, କାର୍ଯ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବାକୁ ଚେଷ୍ଟା କରନ୍ତୁ। (2) କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ ଓ କଣ କାର୍ଯ୍ୟକୁ କଲା ତାହା କୁହନ୍ତୁ ନାହିଁ। ଏହା ପରିବର୍ତ୍ତେ, “ସେମାନେ” ବା “ଲୋକମାନେ” ବା “କେହି ଜଣେ” ଭଳି ପ୍ରଜାତି ଓ ଗୋଷ୍ଠୀ ସମ୍ବନ୍ଧୀୟ ଭାବ ବ୍ୟକ୍ତ କରୁଥିବା ଶବ୍ଦଗୁଡିକ ବ୍ୟବହାର କର। (3) ଭିନ୍ନ ଭିନ୍ନ କ୍ରିୟାପଦ ବ୍ୟବହାର କର।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ କାର୍ଯ୍ୟକୁ କଲା ତାହା କୁହନ୍ତୁ। ଯଦି ଆପଣ ଏହା କରନ୍ତି, କାର୍ଯ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବାକୁ ଚେଷ୍ଟା କରନ୍ତୁ।

ପୁଣି ନଗରରେ ସବୁ ରୁଟୀ ଶେଷ ନହିବା ପର୍ଯ୍ୟନ୍ତ ରୁଟୀବାଲାମାନଙ୍କର ଗଳିରୁ ଗୋଟିଏ ଲେଖାଏଁ ରୁଟୀ ପ୍ରତିଦିନ ତାଙ୍କୁ ଦେଲେ। (ଯିରିମିୟ 37:21ଖ ULT)

ମହାରାଜାଙ୍କ ଦାସମାନେ ଯିରିମିୟଙ୍କୁ ରୁଟୀବାଲାମାନଙ୍କର ଗଳିରୁ ଗୋଟିଏ ଲେଖାଏଁ ରୁଟୀ ପ୍ରତିଦିନ ଦେଲେ।

(2) କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ କାର୍ଯ୍ୟକୁ କଲା ତାହା କୁହନ୍ତୁ ନାହିଁ। ଏହା ପରିବର୍ତ୍ତେ, “ସେମାନେ” ବା “ଲୋକମାନେ” ବା “କେହି ଜଣେ” ଭଳି ପ୍ରଜାତି ଓ ଗୋଷ୍ଠୀ ସମ୍ବନ୍ଧୀୟ ଭାବ ବ୍ୟକ୍ତ କରୁଥିବା ଶବ୍ଦଗୁଡିକ ବ୍ୟବହାର କର।

ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। (ଲୂକ 17:2 ULT)

ତାହା ବେକରେ ଗୋଟିଏ ଚକିପଥର ଯଦି ସମାନେ ଟଙ୍ଗାଇ ତାହାକୁ ସମୁଦ୍ରରେ ନିକ୍ଷେପ କରିଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। ତାହା ବେକରେ ଗୋଟିଏ ଚକିପଥର ଯଦି କେହି ଟଙ୍ଗାଇ ତାହାକୁ ସମୁଦ୍ରରେ ନିକ୍ଷେପ କରିଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।

(3) କର୍ତ୍ତୁବାଚକ ବାକ୍ୟରେ ଭିନ୍ନ କ୍ରିୟାପଦକୁ ବ୍ୟବହାର କର।

ରୁଟିବାଲାମାନଙ୍କର ଗଳିରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାହାଙ୍କୁ ଦିଆଗଲା। (ଯିରିମିୟ 37:21 ULT)

ସେ ରୁଟିବାଲାମାନଙ୍କର ଗଳିରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ପାଇଲେ