or_ta/translate/figs-partsofspeech/01.md

11 KiB

ବିବରଣ

ପଦଗୁଡ଼ିକ (ଯଥା: ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା, ଅବ୍ୟୟ ଇତ୍ୟାଦି) ଶବ୍ଦାବଳୀର ଶ୍ରେଣୀଗୁଡ଼ିକ ଅଟେ । ବାକ୍ୟରେ ଥିବା ଭିନ୍ନ ଶବ୍ଦାବଳୀର ଶ୍ରେଣୀଗୁଡ଼ିକରେ ଭିନ୍ନ ଭିନ୍ନ କାର୍ଯ୍ୟଗୁଡ଼ିକ ରହିଥାଏ । ସମସ୍ତ ଭାଷାରେ ପଦଗୁଡ଼ିକ ରହିଅଛି, ଏବଂ ଭାଷାରେ ଥିବା ସମସ୍ତ ଶବ୍ଦ ପଦର ଅନ୍ତର୍ଭୁକ୍ତ ଅଟେ ।

ଅଧିକାଂଶ ଭାଷାରେ ଏହି ମୌଳିକ ପଦଗୁଡ଼ିକ କେତେକ ବିଭିନ୍ନତା ସହ ରହିଥାଏ, ଏବଂ କେତେକ ଭାଷାରେ ଏହାଠାରୁ ଅଧିକ ଶ୍ରେଣିଗୁଡ଼ିକ ରହିଥାଏ । ଏହା ପଦର ସବିଶେଷ ତାଲିକା ନୁହେଁ, କିନ୍ତୁ ଏହା ମୌଳିକ ଶ୍ରେଣୀଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ।

କ୍ରିୟାପଦଗୁଡ଼ିକ କାର୍ଯ୍ୟକୁ (ଯଥା: ଆସିବା, ଯିବା, ଖାଇବା) କିମ୍ବା ଅବସ୍ଥାକୁ (ଯଥା: ଅଛି, ଅଟେ, ଥିଲା) ପ୍ରକାଶ କରୁଥିବା ଶବ୍ଦଗୁଡ଼ିକ ଅଟେ । ଅଧିକ ସବିଶେଷ ତଥ୍ୟ କ୍ରିୟାପଦ ପାଠରେ ପାଇ ପାରିବେ ।

ସଂଜ୍ଞା ବିଶେଷ୍ୟଗୁଡ଼ିକ ବ୍ୟକ୍ତି, ସ୍ଥାନ, ବିଷୟ, ବା ବିଚାରଧାରାକୁ ପ୍ରତିନିଧିତ୍ଵ କରୁଥିବା ଶବ୍ଦଗୁଡ଼ିକ ଅଟେ । ସାଧାରଣ ସଂଜ୍ଞା ବିଶେଷ୍ୟଗୁଡ଼ିକ ପ୍ରଜାତି ବା ଗୋଷ୍ଠୀ ସମ୍ବନ୍ଧୀୟ ଅଟେ, ଯଥା, ସେଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ଅସ୍ତିତ୍ଵ ଥିବା ବସ୍ତୁ (ମନୁଷ୍ୟ, ସହର, ଦେଶ)କୁ ଦର୍ଶାଏ ନାହିଁ । ନାମଗୁଡ଼ିକ, କିମ୍ବା ବ୍ୟକ୍ତି, ସ୍ଥାନ, ବା ପଦାର୍ଥର ନାମ କୌଣସି ନିର୍ଦ୍ଦିଷ୍ଟ ଅସ୍ତିତ୍ଵ ଥିବା ବସ୍ତୁ (ପିତର, ଯିରୁଶାଲେମ, ମିଶର) କୁ ଦର୍ଶାଏ । (ଅଧିକ ସୂଚନା ନିମନ୍ତେ ନାମଗୁଡ଼ିକୁ କିପରି ଅନୁବାଦ କରିବେ ପାଠକୁ ଦେଖନ୍ତୁ ।)

ସର୍ବନାମଗୁଡ଼ିକ ସଂଜ୍ଞା ବିଶେଷ୍ୟର ସ୍ଥାନ ନିଅନ୍ତି ଏବଂ ସେ, ଏହା, ତୁମେ/ଆପଣ, ସେମାନେ, ବା ଆମେ ଭଳି ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ । ଅଧିକ ସବିଶେଷ ପୃଷ୍ଠାଗୁଡ଼ିକ ସର୍ବନାମ ପାଠରେ ପାଇ ପାରିବେ ।

ସଂଯୋଜକ ଅବ୍ୟୟଗୁଡ଼ିକ ଛୋଟ ଛୋଟ ବାକ୍ୟାଂଶ ଓ ବାକ୍ୟକୁ ସଂଯୁକ୍ତ କରୁଥିବା ଶବ୍ଦଗୁଡ଼ିକ ଅଟେ । ଏବଂ/ଓ, କିମ୍ବା, କିନ୍ତୁ, ତଥାପି, ଏବଂ ନୁହେଁ ଉଦାହରଣଗୁଡିକ ଅନ୍ତର୍ଭୁକ୍ତ । କେତେକ ସଂଯୋଜକ ଅବ୍ୟୟ ପଦଗୁଡ଼ିକ ଏକାସାଙ୍ଗରେ ବ୍ୟବହୃତ ଦୁଇଟି ଶବ୍ଦ ଯୁଗଳରେ ବ୍ୟବହାର ହୋଇଥାଏ: ଉଭୟ/ଏବଂ; ଏହାକିମ୍ବା/ତାହା; ଏହା ନୁହେଁ କି/ ତାହା ନୁହେଁ; ତାହା କେବଳ ନୁହେଁ/ କିନ୍ତୁ ଏହା ମଧ୍ୟ । ଏହି ବିଷୟର ଅଧିକ ସୂଚନା ସଂଯୋଜକ ଶବ୍ଦଗୁଡ଼ିକ ପାଠରେ ଦେଖି ପାରିବେ ।

ଅବ୍ୟୟ ପଦଗୁଡ଼ିକ ବାକ୍ୟାଂଶକୁ ଆରମ୍ଭ କରୁଥିବା ଶବ୍ଦ ଅଟେ ଯାହା ଅଧିକ ସବିଶେଷ ସହ ସଂଜ୍ଞା ବିଶେଷ୍ୟ ବା କ୍ରିୟାପଦକୁ ସଂଯୁକ୍ତ କରିଥାଏ । ଉଦାହରଣ ସ୍ଵରୂପେ, “ଝିଅ ନିଜ ପିତାଙ୍କ ନିକଟକୁ ଦୌଡ଼ିକି ଗଲେ ।” ଏଠାରେ “ନିକଟକୁ” ଅବ୍ୟୟ ପଦ ସହ ବାକ୍ୟାଂଶଟି ଝିଅ ନିଜ ପିତାଙ୍କ ନିକଟକୁ ଦୌଡ଼ି ଯିବା (କର୍ମ)ର ଦିଗ ବିଷୟରେ କହୁଛି । ଅନ୍ୟ ଉଦାହରଣ, “ଯୀଶୁଙ୍କ ଚତୁର୍ଦିଗ ଥିବା ଜନଗହଳିର ସଂଖ୍ୟାରେ ବୃଦ୍ଧି ପାଇଲା ।” ଚତୁର୍ଦିଗ ଅବ୍ୟୟ ପଦ ସହ ବାକ୍ୟାଂଶଟି ଯୀଶୁଙ୍କ ସମ୍ପର୍କରେ ଜନଗହଳିର ସ୍ଥାନ ବିଷୟରେ କହୁଛି ।

ଅବ୍ୟୟ ପଦର କେତେକ ଉଦାହରଣ ହେଉଛି, କୁ, ଠାରୁ, ଭିତରେ, ବାହାରେ, ଉପରେ, ଦୂରରେ, ସହିତ, ବିନା, ଉପରେ, ତଳେ, ପୁର୍ବରେ, ପରେ, ପଛରେ, ଆଗରେ, ମଧ୍ୟରେ, ମଧ୍ୟ ଦେଇ, ଅନ୍ୟ ପଟେ, ମଧ୍ୟରେ ।

ଲେଖାଗୁଡ଼ିକ ସଂଜ୍ଞା ବିଶେଷ୍ୟ ସହ ବ୍ୟବହୃତ ଶବ୍ଦଗୁଡ଼ିକ ଅଟେ ଯାହା ବକ୍ତା ସୂଚିତ କରୁଥିବା ବିଷୟକୁ ତାହାଙ୍କ ଶ୍ରୋତାମାନେ ଜାଣିବା ପାଇଁ ସକ୍ଷମ ବେବା ଉଚିତ୍ କି ନାହିଁ, ତାହା ଦେଖାଇବା ପାଇଁ ଏହାକୁ ବ୍ୟବହାର କରାଯାଏ ।

ଇଂରାଜୀରେ ଏହି ଶବ୍ଦଗୁଡ଼ିକ ହେଉଛି: “a”, “an”, “the” । a ଏବଂ an ଶବ୍ଦର ଅର୍ଥ ସମାନ ଅଟେ । ଯଦି ବକ୍ତା କହେ ଏକ କୁକୁର, ସେ କେଉଁ କୁକୁର ବିଷୟରେ କହୁଛି ତାହାଙ୍କ ଶ୍ରୋତାମାନେ ତାହା ଜାଣିବା ବିଷୟରେ ସେ ଧ୍ୟାନ ଦିଏ ନାହିଁ; ଏହା ସେ ପ୍ରଥମେ କହୁଥିବା କୁକୁର ବିଷୟରେ ହୋଇପାରେ । ଯଦି ବକ୍ତା କହେ ଗୋଟିଏ କୁକୁର, ସେ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ କୁକୁରକୁ ଦର୍ଶାଉଛନ୍ତି, ଏବଂ ସେ ଆଶା କରନ୍ତି ଯେ ସେ କେଉଁ କୁକୁର ବିଷୟରେ କହୁଛନ୍ତି ତାହା ତାହାଙ୍କ ଶ୍ରୋତାମାନେ ଜାଣନ୍ତୁ । ଇଂରାଜୀ ବକ୍ତାମାନେ ମଧ୍ୟ ସାଧାରଣରେ କହୁଥିବା କିଛି ବିଷୟକୁ ପ୍ରକାଶ କରିବା ପାଇଁ the (ଏକ ବିଭାଗରେ ବିଶେଷ ବ୍ୟକ୍ତି ବା ପଦାର୍ଥକୁ ସୂଚାଉଥିବା) ଶବ୍ଦକୁ ବ୍ୟବହାର କରନ୍ତି ।

ଉଦାହରଣ ସ୍ଵରୂପେ, ସେମାନେ କହି ପାରନ୍ତି “ହାତୀ ଏକ ବଡ଼ ପଶୁ ଅଟେ” ଓ ସାଧାରଣରେ ହାତିମାନଙ୍କୁ ଦର୍ଶାନ୍ତି, କୌଣସି ନିର୍ଦ୍ଦିଷ୍ଟ ହାତିକୁ ନୁହେଁ । ଏହି ବିଷୟରେ ଅଧିକ ସୂଚନା ପ୍ରଜାତି ବା ଗୋଷ୍ଠୀ ସମ୍ବନ୍ଧୀୟ ବାକ୍ୟାଂଶ ପାଠରେ ପାଇ ପାରିବେ ।

ବିଶେଷଣଗୁଡ଼ିକ ଯାହା ସଂଜ୍ଞା ବିଶେଷ୍ୟକୁ ବର୍ଣ୍ଣନା କରିବା ଶବ୍ଦଗୁଡ଼ିକ ଓ ଏହା ପରିମାଣ, ଆକାର, ରଙ୍ଗ, ଓ ବୟସ ଭଳି ଶବ୍ଦଗୁଡ଼ିକୁ ପ୍ରକାଶ କରେ । କେତେକ ଉଦାହରଣଗୁଡ଼ିକ ହେଉଛି: ଅନେକ, ବଡ଼, ନୀଳ, ପୁରୁଣା, ଚତୁର, କ୍ଳାନ୍ତ । କେତେକ ସମୟରେ ଲୋକମାନେ କିଛି ବିଷୟରେ ସୂଚନା ଦେବା ନିମନ୍ତେ ବିଶେଷଣ ପଦଗୁଡ଼ିକୁ ବ୍ୟବହାର କରନ୍ତି, ଏବଂ କେତେକ ସମୟରେ ଲୋକମାନେ ଗୋଟିଏ ପଦାର୍ଥକୁ ଅନ୍ୟ ପଦାର୍ଥଠାରୁ ପାର୍ଥକ୍ୟ ଦେଖାଇବା ପାଇଁ ସେଗୁଡ଼ିକୁ ବ୍ୟବହାର କରନ୍ତି । ଉଦାହରଣ ସ୍ଵରୂପେ, ମୋର ବୃଦ୍ଧ ପିତାବାକ୍ୟାଂଶରେ ବିଶେଷଣ ପଦ ବୃଦ୍ଧ ଶବ୍ଦ ସରଳ ଭାବରେ ମୋ’ ପିତାଙ୍କ ବିଷୟରେ କିଛି କହୁଛି ।

କିନ୍ତୁ ମୋର ସବୁଠାରୁ ବଡ଼ ଭଉଣୀ ବାକ୍ୟାଂଶରେ ସବୁଠାରୁ ବଡ଼ ଶବ୍ଦ ମୋର ଅନ୍ୟ ବଡ଼ ଭଉଣୀମାନଙ୍କଠାରୁ ଏହି ଭଉଣୀକୁ ଭିନ୍ନ କରୁଛି । ଏହି ବିଷୟର ଅଧିକ ସୂଚନା ନିମନ୍ତେ ପ୍ରଭେଦ ବନାମ ସୂଚିତ କରିବା ବା ମାନେ ପକାଇବା ପାଠରେ ପାଇ ପାରିବେ ।

କ୍ରିୟା ବିଶେଷଣ ପଦଗୁଡ଼ିକ ଯାହା କ୍ରିୟା ବା ବିଶେଷଣ ପଦଗୁଡ଼ିକୁ ବର୍ଣ୍ଣନା କରି କିପରି, କେବେ, କେଉଁଠାରେ, କାହିଁକି, ଓ କେଉଁ ପରିସର ପର୍ଯ୍ୟନ୍ତ ଭଳି ବିଷୟକୁ କହିବା ଶବ୍ଦ ଅଟେ । ଅନେକ ଇଂରାଜୀ କ୍ରିୟା ବିଶେଷଣ ପଦଗୁଡ଼ିକ ly (ଭାବରେ) ଶବ୍ଦ ସହ ଶେଷ ହୋଇଥାଏ । କ୍ରିୟା ବିଶେଷଣ ପଦଗୁଡ଼ିକର କେତେକ ଉଦାହରଣ: ଧୀର ଭାବେ, ପରେ, ଦୂର, ଉଦ୍ଦେଶ୍ୟମୂଳକ ଭାବରେ, ସମ୍ପୂର୍ଣ୍ଣ ଭାବରେ ।