or_ta/translate/figs-distinguish/01.md

16 KiB
Raw Permalink Blame History

ବିବରଣ

କେତେକ ଭାଷାରେ, ସଂଜ୍ଞାକୁ ଆଂଶିକ ପରିବର୍ତ୍ତନ କରୁଥିବା ବାକ୍ୟାଂଶକୁ ଦୁଇଟି ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନିମନ୍ତେ ସଂଜ୍ଞା ସହ ବ୍ୟବହାର କରାଯାଇ ପାରିବ । ସେମାନେ ହୁଏତ ଦୁଇଟା ମଧ୍ୟରୁ ଗୋଟିଏ କରି ପାରିବେ (୧) ସେମାନେ ଅନ୍ୟ ସମାନ ବିଷୟ ବା ଦ୍ରବ୍ୟଗୁଡ଼ିକଠାରୁ ସଂଜ୍ଞାକୁ ପୃଥକ କରିବେ, କିଅବା () ସେମାନେ ସଂଜ୍ଞା ବିଷୟରେ ଅଧିକ ତଥ୍ୟ ପ୍ରଦାନ କରି ପାରିବେ । ସେହି ତଥ୍ୟ ପାଠକଙ୍କ ପାଇଁ ନୂଆ ହୋଇପାରେ, କିମ୍ବା କିଛି ବିଷୟ ଯାହା ପାଠକ ପୂର୍ବରୁ ଜାଣିଛନ୍ତି ସେଥିର ସ୍ମୃତି ବିଷୟ ହୋଇପାରେ । ଅନ୍ୟ ଭାଷାମାନଙ୍କରେ ଅନ୍ୟ ସମାନ ବିଷୟଗୁଡ଼ିକଠାରୁ ସଂଜ୍ଞାକୁ କେବଳ ପୃଥକ କରିବା ନିମନ୍ତେ ସଂଜ୍ଞା ସହ ଆଂଶିକ ପରିବର୍ତ୍ତିତ ବାକ୍ୟାଂଶକୁ ବ୍ୟବହାର କରନ୍ତି ।ଏହି ଭାଷା କହୁଥିବା ଲୋକମାନେ ଯେବେ ସଂଜ୍ଞା ସହ ଆଂଶିକ ପରିବର୍ତ୍ତିତ ବାକ୍ୟାଂଶକୁ ଶୁଣନ୍ତି,ତେବେ ଅନ୍ୟ ସମାନ ବିଷୟ ବା ଦ୍ରବ୍ୟଗୁଡ଼ିକଠାରୁ ଗୋଟିଏ ବିଷୟକୁ ପୃଥକ କରିବା ହିଁ ଏହାର ବିଶେଷ ଉଦ୍ଦେଶ୍ୟ ବୋଲି ସେମାନେ ଗ୍ରହଣ କରନ୍ତି ।

କେତେକ ଭାଷାରେ (୧) ସମାନ ବିଷୟ ବା ଦ୍ରବ୍ୟଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ପାଇଁ କିମ୍ଭା () ସେଥି ମଧ୍ୟରେ ଥିବା ଭିନ୍ନତାକୁ ଚିହ୍ନଟ କରିବା ପାଇଁ କମା (ବାକ୍ୟର ପ୍ରଥମ ଛେଦ)କୁ ବ୍ୟବହାର କରି ତହିଁ ବିଷୟରେ ଅଧିକ ତଥ୍ୟ ପ୍ରଦାନ କରନ୍ତି ।କମା ବିନା, ନିମ୍ନରେ ପ୍ରଦତ୍ତ ବାକ୍ୟ ପାର୍ଥକ୍ୟ ଜଣାଇ ଯୋଗାଯୋଗ କରୁଛି:

  • ମରିୟମ କିଛି ଖାଦ୍ୟ ନିଜ ଭଉଣୀକୁ ଦେଲେ ଯିଏ ଅତ୍ୟନ୍ତ ଧନ୍ୟବାଦି ଥିଲେ
  • ଯଦି ତାହାର ଭଉଣୀ ସାଧାରଣତଃ ଧନ୍ୟବାଦି ଥିଲେ, “କିଏ ଧନ୍ୟବାଦି ଥିଲେ” ବାକ୍ୟାଂଶଟି ସାଧାରଣତଃ ଧନ୍ୟବାଦି ନଥିବା ଅନ୍ୟ ଭଉଣୀଠାରୁ ମରିୟମଙ୍କର ଏହି ଭଉଣୀକୁ ପୃଥକ କରିପାରିଥାନ୍ତା ।
  • କମା ସହ, ବାକ୍ୟଟି ଅଧିକ ତଥ୍ୟ ପ୍ରଦାନ କରୁଛି:
  • ମରିୟମ କିଛି ଖାଦ୍ୟ ନିଜ ଭଉଣୀକୁ ଦେଲେ ଯିଏ ଅତ୍ୟନ୍ତ ଧନ୍ୟବାଦି ଥିଲେ
  • ଏହି ସମାନ ବାକ୍ୟାଂଶକୁ ମରିୟମଙ୍କର ଭଉଣୀ ବିଷୟରେ ଅଧିକ ତଥ୍ୟ ପ୍ରଦାନ କରି ବ୍ୟବହାର କରାଯାଇ ପାରିବ । ଯେତେବେଳେ ମରିୟମ ନିଜ ଭଉଣୀକୁ ଖାଦ୍ୟ ଦେଲେ ସେତେବେଳେ କିପରି ତା’ଙ୍କ ଭଉଣୀ ପ୍ରତିକ୍ରିୟା କଲେ ତହିଁ ବିଷୟରେ ଏହା ଆମକୁ କହୁଛି । ଏହି କ୍ଷେତ୍ରରେ ଗୋଟିଏ ଭଉଣୀକୁ ଆଉ ଅନ୍ୟ ଏକ ଭଉଣୀଠାରୁ ପୃଥକ କରୁ ନାହିଁ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ବାଇବଲର ଅନେକ ମୂଳ ଭାଷାମାନେ ଉଭୟ ଅନ୍ୟ ସମାନ ବିଷୟଗୁଡ଼ିକଠାରୁ ସଂଜ୍ଞାକୁ ପାର୍ଥକ୍ୟ ଦେଖାଇବା ନିମନ୍ତେ ଆଉ ମଧ୍ୟ ସଂଜ୍ଞା ବିଷୟରେ ଅଧିକ ତଥ୍ୟ ଦେବା ନିମନ୍ତେ ସଂଜ୍ଞାକୁ ଆଂଶିକ ପରିବର୍ତ୍ତନ କରିଥିବା ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରନ୍ତି । ଲେଖକ ପ୍ରତ୍ୟେକ କ୍ଷେତ୍ରରେ କେଉଁ ଅର୍ଥକୁ ଜଣାଇବାକୁ ଚାହୁଁଛନ୍ତି, ଏହାକୁ ବୁଝିବା ପାଇଁ (ଅନୁବାଦକ) ଯତ୍ନବାନ ହେବା ଆବଶ୍ୟକ ।

  • କେତେକ ଭାଷା ଅନ୍ୟ ସମାନ ବିଷୟଗୁଡ଼ିକଠାରୁ ସଂଜ୍ଞାକୁ କେବଳ ପାର୍ଥକ୍ୟ ଦେଖାଇବା ନିମନ୍ତେ ସଂଜ୍ଞାକୁ ଆଂଶିକ ପରିବର୍ତ୍ତନ କରିଥିବା ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରନ୍ତି । ଅଧିକ ତଥ୍ୟ ପ୍ରଦାନ କରୁଥିବା ବାକ୍ୟାଂଶକୁ ଅନୁବାଦ କରିବା ବେଳେ, ଏହି ଭାଷା କହୁଥିବା ଲୋକମାନେ ସଂଜ୍ଞାରୁ ବାକ୍ୟାଂଶକୁ ପୃଥକ କରିବା ପାଇଁ ଆବଶ୍ୟକ ହେବ । ନହେଲେ, ଏହାକୁ ପଡ଼ିବା ବା ଶୁଣିବା ଲୋକମାନେ ଭବିବେ ଯେ ଅନ୍ୟ ସମାନ ବିଷୟଠାରୁ ସଂଜ୍ଞାକୁ ପୃଥକ କରିବା ଏହି ବାକ୍ୟାଂଶର ଅଭିପ୍ରାୟ ।

ବାଇବଲରୁ କେତେକ ଉଦାହରଣ

  • ଅନ୍ୟ ସମ୍ଭାବ୍ୟ ବିଷୟ ବା ଦ୍ରବ୍ୟଗୁଡ଼ିକଠାରୁ ଗୋଟିଏ ଦ୍ରବ୍ୟକୁ ପ୍ରଭେଦ ଦେଖାଇବା ପାଇଁ ବ୍ୟବହୃତ ଶବ୍ଦ ଓ ବାକ୍ୟାଂଶଗୁଡ଼ିକର କେତେକ ଉଦାହରଣ:

ଏଗୁଡ଼ିକ ସାଧାରଣତଃ ଅନୁବାଦରେ ସମସ୍ୟା ସୃଷ୍ଟି କରନ୍ତି ନାହିଁ ।

… ତହିଁରେ ସେହି ବିଚ୍ଛେଦବସ୍ତ୍ର ପବିତ୍ର ସ୍ଥାନମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ । (ଯାତ୍ରା ପୁସ୍ତକ 26:33 ULT)

“ପବିତ୍ର” ଓ “ମହାପବିତ୍ର” ଶବ୍ଦଗୁଡ଼ିକ କୌଣସି ସ୍ଥାନର ଦୁଇଟି ଭିନ୍ନ ଭିନ୍ନ ପରସ୍ପର ସ୍ଥାନକୁ ପୃଥକ କରେ ।

ମୁର୍ଖ ପୁତ୍ର ଆପଣା ପିତର ଶୋକ ଓ ଆପଣା ଜନନୀ ର ଦୁଃଖର କାରଣ ହୁଏ । (ହିତୋପଦେଶ 17:25 ULT)

“ଆପଣା ଜନନୀ” ଖଣ୍ଡବକ୍ୟଟି କେଉଁ ମହିଳାର ପୁତ୍ର ଦୁଃଖର କାରଣ, ଏହାକୁ ପ୍ରଭେଦ କରୁଛି । ସେ ସମସ୍ତ ମହିଳାଙ୍କ ନିମନ୍ତେ ଦୁଃଖର କାରଣ ନୁହେଁ, ମାତ୍ର ତାହାର ମାତାଙ୍କ ନିମନ୍ତେ ।

  • ଗୋଟିଏ ବିଷୟ ବା ଦ୍ରବ୍ୟଗୁଡ଼ିକ ବିଷୟରେ ଥିବା ମିଳିତ ତଥ୍ୟ ବା ସ୍ମରଣ କରାଉଥିବା ବିଷୟ ପାଇଁ ବ୍ୟବହୃତ ଶବ୍ଦ ଓ ବାକ୍ୟାଂଶଗୁଡ଼ିକର କେତେକ ଉଦାହରଣ:

(ଏଗୁଡ଼ିକୁ ବ୍ୟବହାର କରୁ ନଥିବା ଭାଷାଗୁଡିକ ନିମନ୍ତେ ଏହା ଏକ ଅନୁବାଦର ସମସ୍ୟା ଅଟେ ।)

… କାରଣ ତୁମ୍ଭର ଶାସନସକଳ ଉତ୍ତମ । (ଗୀତସଂହିତା 119:39 ULT)

“ଧାର୍ମିକ” ଶବ୍ଦଟି ସରଳ ଭାବେ ଆମକୁ ସ୍ମରଣ କରାଏ ଯେ ଈଶ୍ଵରଙ୍କ ଶାସନସକଳ ଧାର୍ମିକ ଅଟେ । ତାହାଙ୍କ ଧାର୍ମିକ ଶାସନସକଳ ତାହାଙ୍କ ଅଧାର୍ମିକ ଶାସନସକଳଠାରୁ ପ୍ରଭେଦ ଦେଖାଏ ନାହିଁ, କାରଣ ତାହାଙ୍କର ଶାସନସକଳ ଧାର୍ମିକ ଅଟେ ।

ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିପାବ?- (ଆଦି ପୁସ୍ତକ 17:17-18 ULT)

“ନବେ ବର୍ଷ ବୟସ୍କା” ଖଣ୍ଡବାକ୍ୟ ବା ବାକ୍ୟାଂଶଟି ହେଉଛି ଏକ କାରଣ ଯାହାକି ଅବ୍ରହାମ ଚିନ୍ତା କଲେ ନାହିଁ ଯେ ସାରା ସନ୍ତାନ ପ୍ରସାବ କରି ପାରିବେ । ସେ ଅନ୍ୟ ଭିନ୍ନ ବୟସ୍କା ସାରା ନାମ୍ନୀ ମହିଳାଠାରୁ ଏହି ଗୋଟିଏ ସାରା ନାମ୍ନୀ ମହିଳା ମଧ୍ୟରେ ପ୍ରଭେଦ କଲେ ନାହିଁ, ଏବଂ ସେ ଅନ୍ୟ କାହାକୁ ତାହାର ବୟସ ବିଷୟରେ କିଛି ନୂଆ କହିଲେ ନାହିଁ । ସେହି ବଯସର ଜଣେ ମହିଳା ସନ୍ତାନ ପ୍ରସବ କରି ପାରିବ ବୋଲି ସେ ଚିନ୍ତା ସୁଧା କଲେ ନାହିଁ ।

ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟି ମନୁଷ୍ୟକୁ ଲୁପ୍ତ କରିବା । (ଆଦି ପୁସ୍ତକ 6:7 ULT)

“ଆପଣାର ସୃଷ୍ଟି” ଖଣ୍ଡବାକ୍ୟଟି ପରମେଶ୍ଵର ଏବଂ ମନୁଷ୍ୟ ମଧ୍ୟରେ ଥିବା ସଂପର୍କର ଏକ ସ୍ମରଣ କରାଉଅଛି। ଏହି କାରଣ ହେତୁ ମନୁଷ୍ୟକୁ ଲୁପ୍ତ କରିବାର ଅଧିକାର ପରମେଶ୍ଵରଙ୍କ ପାଖରେ ଥିଲା । ପରମେଶ୍ଵର ଆଉ କୌଣସି ଅନ୍ୟ ମନୁଷ୍ୟମାନଙ୍କୁ ସୃଷ୍ଟି କରି ନଥିଲେ ।

ଅନୁବାଦ କୌଶଳ

ଯଦି ଲୋକେ ସଂଜ୍ଞା ସହ  ବାକ୍ୟାଂଶକୁ ବୁଝି ପାରିବେ, ତେବେ ଖଣ୍ଡବାକ୍ୟ ଓ ସଂଜ୍ଞାକୁ ଏକତ୍ର ରଖିବା ବିଷୟରେ ବିଚାର କରନ୍ତୁ । ଅନ୍ୟଠାରୁ ଗୋଟିଏ ବିଷୟକୁ କେବଳ ପ୍ରଭେଦ ଦେଖାଇବାକୁ ସଂଜ୍ଞା ସହ ଶବ୍ଦ ବା ବାକ୍ୟାଂଶକୁ ବ୍ୟବହାର କରୁଥିବା ଭାଷାମାନଙ୍କ ନିମନ୍ତେ, ସୂଚନା ଦେବା କିମ୍ବା ମନେ ପକାଇବା ପାଇଁ ବ୍ୟବହୃତ ବାକ୍ୟାଂଶକୁ ଅନୁବାଦ କରିବା ନିମନ୍ତେ କେତେକ କୌଶଳ ଏଠାରେ ଦିଆଗଲା ।

  1. ବାକ୍ୟର ଅନ୍ୟ ଭାଗରେ ସୂଚନାକୁ ଦିଅନ୍ତୁ ଓ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ଯୋଗ କରନ୍ତୁ ।
  2. ଭାବ ପ୍ରକାଶ କରିବା ନିମନ୍ତେ ଆପଣଙ୍କ ଭାଷାର ଗୋଟିଏ ମାଧ୍ୟମକୁ ବ୍ୟବହାର କର ଯାହାକି ଏହା କେବଳ ଏକ ମିଳିତ ସୂଚନା ଅଟେ । ଏହାକୁ ଛୋଟ ଶବ୍ଦ ଯୋଗ କରି କରାଯାଇ ପାରିବ, କିମ୍ବା ଶବ୍ଦ ଉଚ୍ଚାରଣର ମାଧ୍ୟମକୁ ପରିବର୍ତ୍ତନ କରି କରାଯାଇ ପାରିବ । କୌଣସି କୌଣସି ସମୟରେ ବିରାମ ଚିହ୍ନସମୂହ, ଯଥା, ବନ୍ଧନୀ, କମା ସହ ସ୍ଵରରେ ପରିବର୍ତ୍ତନ ଦେଖାଯାଇପାରେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(୧)ବାକ୍ୟର ଅନ୍ୟ ଭାଗରେ ସୂଚନାକୁ ଦିଅନ୍ତୁ ଓ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ଯୋଗ କରନ୍ତୁ ।

  • ଯେଉଁମାନେ ମିଥ୍ୟା ଅସାର ବିଷୟ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ (ଗୀତସଂହିତା 31:6 ULT)
    • “ମିଥ୍ୟା ଅସାର ବିଷୟ” ବୋଲି କହିବା ଦ୍ଵାରା, ଦାଉଦ ସମସ୍ତ ପ୍ରତିମା ବିଷୟରେ ମନ୍ତବ୍ୟ ଦେଇ ସେମାନଙ୍କୁ ସେବା କରୁଥିବା ଲୋକମାନଙ୍କ ପ୍ରତି ଥିବା ଘୃଣା ନିମନ୍ତେ ନିଜର ଯୁକ୍ତି ଉପସ୍ଥାପିତ କରୁଛନ୍ତି । ସେ ଅସାର ପ୍ରତିମାକୁ ବହୁମୂଲ୍ୟ ପ୍ରତିମା ମଧ୍ୟରେ ପ୍ରଭେଦ ଦେଖାଉ ନଥିଲେ ।
    • କାରଣ ପ୍ରତିମାଗୁଡ଼ିକ ଅସାର, ଯେଉଁମାନେ ସେମାନଙ୍କୁ ମାନନ୍ତି, ମୁଁ ସେମାନଙ୍କୁ ଘୃଣା କରେ ।
  • କାରଣ ତୁମ୍ଭର ଧାର୍ମିକ ଶାସନସକଳ ଉତ୍ତମ । (ଗୀତସଂହିତା 119:39 ULT)
    • … କାରଣ ତୁମ୍ଭର ଶାସନସକଳ ଉତ୍ତମ କାରଣ ସେମାନେ ଧାର୍ମିକ ।
  • ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିବ? (ଆଦି ପୁସ୍ତକ 17:17-18 ULT)  “ନବେ ବର୍ଷ ବୟସ୍କା” ଖଣ୍ଡବାକ୍ୟଟି ସାରାଙ୍କ ବୟସକୁ ସ୍ମରଣ କରାଏ । ଏହା ପ୍ରକାଶ କରେ ଯେ କାହିଁକି ଅବ୍ରହାମ ଏହି ପ୍ରଶ୍ନ କରୁଥିଲେ । ସେ ଭାବିବି ନଥିଲେ ଯେ  ଗୋଟେ ମହିଳା ସେହି ବୟଷରେ ସନ୍ତାନ ପ୍ରସବ କରିପାରିବ ବୋଲି ।
    • ଏପରିକି ସେ ନବେ ବର୍ଷ ବୟସ୍କା, ସାରା କି ସନ୍ତାନ ପ୍ରସବ କରିପାରିବ?
  • ମୁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ (2ୟ ଶାମୁୟେଲ 22:4 ULT) କେବଳ ଜଣେ ହିଁ ସଦାପ୍ରଭୁ ଅଛନ୍ତି । “ସେ ପ୍ରଶଂସିତ ହେବା ଯୋଗ୍ୟ” ଖଣ୍ଡବାକ୍ୟ ସଦାପ୍ରଭୁଙ୍କୁ ଆହ୍ଵାନ କରିବାର ଯଥାର୍ଥ କାରଣ ପ୍ରଦାନ କରୁଛି ।
    • ମୁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, ଯେହେତୁ ସେ ପ୍ରଶଂସିତ ହେବା ଯୋଗ୍ୟ
    • () ଭାବ ପ୍ରକାଶ କରିବା ନିମନ୍ତେ ଆପଣଙ୍କ ଭାଷାର ଗୋଟିଏ ମାଧ୍ୟମକୁ ବ୍ୟବହାର କର ଯାହାକି ଏହା କେବଳ ଏକ ମିଳିତ ସୂଚନା ଅଟେ ।
  • ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ । ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ । (ଲୂକ 3:22 ULT)
    • ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର,  ମୁଁ ତୁମ୍ଭକୁ ଭଲପାଏ ଏବଂ ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।
    • ଆମ୍ଭ ପ୍ରେମକୁ ଗ୍ରହଣ କର, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର । ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।