or_ta/translate/figs-verbs/01.md

13 KiB
Raw Permalink Blame History

ବର୍ଣ୍ଣନା

କ୍ରିୟାପଦଗୁଡ଼ିକ ଶବ୍ଦାବଳୀ ଅଟେ ଯାହା କୌଣସି କାର୍ଯ୍ୟ ବା ଘଟଣାକୁ ସୂଚିତ କରେ କିମ୍ବା ଏହା କୌଣସି ବିଷୟକୁ ବର୍ଣ୍ଣନା କରିବା ପାଇଁ ବା ଚିହ୍ନଟ କରିବା ପାଇଁ ବ୍ୟବହୃତ ହୋଇଥାଏ । ଆପଣ ଯାହା କରନ୍ତି ତାହା ଏକ "କ୍ରିୟା" ଅଟେ। "କ୍ରିୟା" ଅପେକ୍ଷା "ଘଟଣା" ଅଧିକ ସାଧାରଣ ଅଟେ। "ଘଟଣାଗୁଡ଼ିକ" ଏପରି ବିଷୟ ଆତେ ଯାହା ଘତେ, ଯେପରିକି ମୃତ୍ୟୁ। ଏକ ସଂଯୋଜକ କ୍ରିୟା ("କ୍ରିୟାପଦ") ଅଟେ ଯାହା ଏକ ସ୍ଥିତିକୁ ବର୍ଣ୍ଣନା କରେ।

ଉଦାହରଣଗୁଡ଼ିକ: ନିମ୍ନରେ ଉଦାହରଣଗୁଡ଼ିକରେ କ୍ରିୟାପଦଗୁଡ଼ିକୁ ଉଜ୍ଜଳ କରାଯାଇଛି ।

  • ଯୋହନ ଦଉଡ଼େ । (“ଦଉଡ଼ିବା” ଏକ କ୍ରିୟା ଅଟେ ।)
  • ଯୋହନ ଗୋଟିଏ କଦଳୀ ଖାଇଲା । (“ଖାଇବା” ଏକ କ୍ରିୟା ଅଟେ ।)
  • ଯୋହନ ପରୀକ୍ଷା ଫଳାଫଳ ଦେଖିଲା । (“ଦେଖିବା” ଏକ ଘଟଣା ଅଟେ ।)
  • ଯୋହନ ମରିଗଲା  (“ମରିବା” ଏକ ଘଟଣା ଅଟେ ।)
  • ଯୋହନ ଲମ୍ବା ଅଟେ । ( “ଲମ୍ବା ଅଟେ” ବାକ୍ୟାଂଶ ଯୋହନଙ୍କୁ ବର୍ଣ୍ଣନା କରେ । “ଅଟେ” ଶବ୍ଦ କ୍ରିୟାପଦ ଅଟେ ଯାହା “ଲମ୍ବା” ସହିତ ଯୋହନଙ୍କୁ ସଂଯୋଗ କରେ ।)
  • ଯୋହନ ଦେଖିବାକୁ ସୁନ୍ଦର ଅଟେ । ( “ସୁନ୍ଦର ଅଟେ” ବାକ୍ୟାଂଶ ଯୋହନଙ୍କୁ ବର୍ଣ୍ଣନା କରେ । ଏଠାରେ “ଦେଖିବାକୁ” ଶବ୍ଦ କ୍ରିୟାପଦ ଅଟେ ଯାହା “ସୁନ୍ଦର” ସହିତ ଯୋହନଙ୍କୁ ସଂଯୋଗ କରେ ।)
  • ଯୋହନ ମୋର ଭାଇ ଅଟେ । ( “ମୋର ଭାଇ” ବାକ୍ୟାଂଶ ଯୋହନଙ୍କୁ ଚିହ୍ନଟ କରେ ।)

କ୍ରିୟାପଦ ସହ ସଂଯୋଗଥିବା ଲୋକେ କିମ୍ବା ବିଷୟଗୁଡ଼ିକ

କ୍ରିୟାପଦ ସାଧାରଣତଃ କୌଣସି ବ୍ୟକ୍ତି କିମ୍ବା କୌଣସି ବିଷୟରେ କହିଥାଏ । ଉପରୋକ୍ତ ସମସ୍ତ ଉଦାହରଣର ବାକ୍ୟଗୁଡ଼ିକ ଯୋହନଙ୍କ ବିଷୟରେ ପ୍ରକାଶ କରେ । ସେହି ବାକ୍ୟଗୁଡ଼ିକରେ “ଯୋହନ” କର୍ତ୍ତା ଅଟନ୍ତି । ଇଂରାଜୀରେ କର୍ତ୍ତା ସାଧାରଣତଃ କ୍ରିୟପଦ ପୂର୍ବରୁ ଆସିଥାଏ ।

ଅନେକ ସମୟରେ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ଏକ ବସ୍ତୁ କ୍ରିୟାପଦ ସହ ସଂଯୁକ୍ତ ଥାଏ । ନିମ୍ନରେ ପ୍ରଦତ୍ତ ଉଦାହରଣଗୁଡ଼ିକରେ, ଉଜ୍ଜଳ କରାଯାଇଥିବା ଶବ୍ଦ କ୍ରିୟାପଦ ଅଟେ, ଏବଂ ଉଦ୍ଧୃତ ପାଠାଂଶ “ଅବ୍ୟୟ ପଦ” ଅଟେ । ଇଂରାଜୀରେ ଅବ୍ୟୟ ପଦ ସାଧାରଣତଃ କ୍ରିୟାପଦ ପରେ ଆସିଥାଏ ।

  • He ate “lunch.” (ସେ "ମଧ୍ୟାହ୍ନ ଭୋଜନ" ଖାଇଲେ।)
  • He sang “a song.” (ସେ ଏକ ଗୀତ ଗାଇଥିଲେ।)
  • He read “a book.” (ସେ “ଏକ ପୁସ୍ତକ” ପଢ଼ିଲେ।)
  • He saw “the book.” (ସେ “ପୁସ୍ତକ” ଦେଖିଲେ।)

କେତେକ କ୍ରିୟାପରେ ଅବ୍ୟୟ ପଦ ନ ଥାଏ ।

  • The sun rose at six oclock. (ସୂର୍ଯ୍ୟ ୬ ଘଣ୍ଟାରେ ଉଦୟ ହୁଏ ।)
  • John slept well. (ଯୋହନ ଭଲଭାବରେ ଶୋଇଲା ।)
  • John fell yesterday. (ଯୋହନ ଗତକାଲି ପଡ଼ିଗଲା ।)

ଇଂରାଜୀରେ ଅନେକ କ୍ରିୟାପଦ ପାଇଁ ବାକ୍ୟରେ ଥିବା ଅବ୍ୟୟ ପଦ ଯେବେ ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥାଏ ସେତେବେଳେ ଏହାକୁ ପ୍ରକାଶ କରାଯାଇ ନ ପାରେ।

  • He never eats at night. (ସେ ରାତ୍ରିରେ କେବେ ଖାଏ ନାହିଁ ।)
  • He sings all the time. (ସେ ସବୁ ସମୟରେ ଗାଏ ।)
  • He reads well. (ସେ ଭଲ ପଢ଼େ ।)
  • He cannot see. (ସେ ଦେଖି ପାରେ ନାହିଁ ।)

କେତେକ ଭାଷାରେ, ଯଦିଚ ଅବ୍ୟୟ ପଦ ଗୁରୁତ୍ୱପୂର୍ଣ୍ଣ ନୁହେଁ ତଥାପି କ୍ରିୟାପଦ ଆବଶ୍ୟକ କରୁଥିବା ଗୋଟିଏ ଅବ୍ୟୟ ପଦ ସର୍ବଦା ରହିବା ଆବଶ୍ୟକ । ଉକ୍ତ ଭାଷାଗୁଡ଼ିକୁ କହୁଥିବା ଲୋକମାନେ ବାକ୍ୟକୁ ଏପରି ଭାବରେ ପ୍ରକାଶ କରିପାରିବେ ।

  • He never eats food at night. (ସେ କେବେ ରାତ୍ରିରେ ଖାଦ୍ୟ ଖାଏ ନାହିଁ ।)
  • He sings songs all the time. (ସେ ସବୁ ସମୟରେ ଗୀତ ଗାଏ ।)
  • He reads words well. (ସେ ଶବ୍ଦଗୁଡିକୁ ଭଲରେ ପଢ଼େ ।)
  • He cannot see anything. (ସେ କିଛି ଦେଖି ପାରେ ନାହିଁ ।)

କର୍ତ୍ତା ଓ ଅବ୍ୟୟ ପଦଗୁଡ଼ିକୁ କ୍ରିୟାପଦ ସହ ଚିହ୍ନଟ

କେତେକ ଭାଷାରେ, କ୍ରିୟାପଦ ସହ ସଂଯୁକ୍ତ ଥିବା ବଚନ କିମ୍ବା ବିଷୟ ଉପରେ ନିର୍ଭର କରି କ୍ରିୟାପଦ ଭିନ୍ନ ହୋଇପାରେ । ଉଦାହରଣ ନିମନ୍ତେ, ଯେବେ କର୍ତ୍ତା ଜଣେ ବ୍ୟକ୍ତି ଥାଏ, ସେତେବେଳେ ଇଂରାଜୀ ବକ୍ତାମାନେ ଅନେକ ସମୟରେ କ୍ରିୟାପଦର ଶେଷରେ “s” କୁ ଯୋଗ କରିଥାନ୍ତି । ଅନ୍ୟ ଭାଷାରେ କର୍ତ୍ତା “ମୁଁ”, “ତୁମେ”, କିମ୍ବା “ସେ” ଏକବଚନ, ଦ୍ବିବଚନ, ବା ବହୁବଚନ; ପୁରୁଷ ବା ସ୍ତ୍ରୀ, କିମ୍ବା ମାନବ ବା ଅମାନବକୁ ପ୍ରକାଶ କରିବା ପାଇଁ କ୍ରିୟାପଦ ଚିହ୍ନଟ କରେ।

  • ସେମାନେ ପ୍ରତିଦିନ କଦଳୀ ଖାଆନ୍ତି । (କର୍ତ୍ତା “ସେମାନେ” ବହୁବଚନ ଅଟେ ।)
  • ଯୋହନ ପ୍ରତିଦିନ କଦଳୀ ଖାଆନ୍ତି । (କର୍ତ୍ତା “ଯୋହନ” ଏକ ବଚନ ଅଟେ ।)

ସମୟ ଓ କାଳ

ଯେବେ ଆମେ ଏକ ଘଟଣା ବିଷୟରେ କହୁ, ଆମେ ସାଧାରଣତଃ ଏହା ଅତୀତ, ବର୍ତମାନ କିଅବା ଭବିଷ୍ୟତ କାଳରେ କହିଥାଉ । ଅନେକ ସମୟରେ ଆମେ ଏହାକୁ “ଗତକାଲି”, “ବର୍ତ୍ତମାନ”, କିମ୍ବା “ଆସନ୍ତାକାଲି” ଭଳି ଶବ୍ଦ ବ୍ୟବହାର କରି କହିଥାଉ ।

କେତେକ ଭାଷାରେ, କ୍ରିୟାପଦ ଭିନ୍ନ ହୋଇପାରେ ଏହା ଏଥିରେ ସମୟ ସମ୍ପୃକ୍ତ ଥିବା ଉପରେ ନିର୍ଭର କରେ । କ୍ରିୟାପଦର ଏହି ପ୍ରକାର ଚିହ୍ନଟକୁ କାଳ କୁହାଯାଏ । ଯେବେ ଘଟଣାଟି ଅତୀତରେ ଘଟିଥାଏ, ସେତେବେଳେ ଇଂରାଜୀ ବକ୍ତାମାନେ ଅନେକ ସମୟରେ କ୍ରିୟାପଦର ଶେଷରେ “ed” କୁ ଯୋଗ କରନ୍ତି ।

  • Sometimes Mary cooks meat. (ବେଳେବେଳେ ମରୀୟମ  ମାଂସ ରାନ୍ଧନ୍ତି ।)
  • Yesterday Mary cooked meat. (She did this in the past.) ଗତକାଲି ମରୀୟମ ମାଂସ ରାନ୍ଧିଲା । (ସେ ଏହାକୁ ଅତୀତରେ କଲେ ।)

କେତେକ ଭାଷାରେ ବକ୍ତାମାନେ ସମୟ ବିଷୟରେ କହିବା ପାଇଁ କିଛି ବିଷୟକୁ ଯୋଗ କରି ପାରନ୍ତି । ଯେବେ କ୍ରିୟାପଦ ଭବିଷ୍ୟତର ବିଷୟକୁ ସୂଚିତ କରୁଥାଏ, ସେତେବେଳେ ଇଂରାଜୀ ବକ୍ତାମାନେ “will” ଶବ୍ଦକୁ ବ୍ୟବହାର କରନ୍ତି ।

  • Tomorrow Mary will cook meat. (ଆସନ୍ତାକାଲି ମରୀୟମ  ମାଂସ ରାନ୍ଧିବ ।)

ଦୃଷ୍ଟିକୋଣ

ଯେବେ ଆମେ ଘଟଣା ବିଷୟରେ କହୁ, ଅନେକ ସମୟରେ କିପରି ସମୟକାଳ ମଧ୍ୟରେ ଘଟଣାଟି ଘଟିଥିଲା ତାହା ଆମେ ପ୍ରକାଶ କରିବାକୁ ଚାହୁଁ । ଏହି ଦୃଷ୍ଟିକୋଣ କିପରି ଗୋଟିଏ ଘଟଣା ଅନ୍ୟ ଘଟଣା ସହିତ କିମ୍ବା ବର୍ତ୍ତମାନ ସହିତ ସମ୍ପୃକ୍ତ ଏହାକୁ ପ୍ରକାଶ କରିବା ପାଇଁ ଇଂରାଜୀ ବକ୍ତାମାନେ ଅନେକ ସମୟରେ କ୍ରିୟାପଦର ଶେଷରେ “is” କିମ୍ବା “has” ଭଳି କ୍ରିୟାପଦକୁ ଏବଂ “s”, “ing” କିମ୍ବା “ed” ଭଳି ଶବ୍ଦକୁ ଯୋଗ କରିଥାନ୍ତି ।

  • Mary cooks meat every day. (This tells about something Mary often does.) (ମରୀୟମ ପ୍ରତିଦିନ ମାଂସ ରାନ୍ଧନ୍ତି । (ଏହା ମରୀୟମ  ବାରମ୍ବାର କରୁଥିବା କାର୍ଯ୍ୟ ବିଷୟରେ କହେ ।))
  • Mary is cooking the meat. (This tells about something Mary is in the process of doing right now.) (ମରୀୟମ ମାଂସ ରାନ୍ଧୁଅଛି । (ମରୀୟମ ବର୍ତ୍ତମାନ କାର୍ଯ୍ୟ କରିବାର ପ୍ରକ୍ରିୟାରେ ଥିବା ବିଷୟରେ ଏହା କହୁଛି ।))
  • Mary cooked the meat, and John came home. (This simply tells about things that Mary and John did.) (ମରୀୟମ  ମାଂସ ରାନ୍ଧିଲେ ଏବଂ ଯୋହନ ଘରକୁ ଆସିଲେ । (ମରୀୟମ  ଓ ଯୋହନ କଣ କଲେ, ସେହି ବିଷୟରେ ଏହା ସରଳ ଭାବରେ କହେ ।))
  • While Mary was cooking the meat, John came home. (This tells about something Mary was in the process of doing when John came home) (ମରୀୟମ  ମାଂସ ରାନ୍ଧୁ ଥିବା ବେଳେ, ଯୋହନ ଘରକୁ ଆସିଲେ । (ମରୀୟମ କାର୍ଯ୍ୟ କରିବାର ପ୍ରକ୍ରିୟାରେ ଥିବା ବେଳେ ଯୋହନ ଘରକୁ ଆସିଲେ ବୋଲି ଏହା କହେ ।))
  • Mary has cooked the meat, and she wants us to come eat it. (This tells about something Mary did that is still relevant now.) (ମରୀୟମ  ମାଂସ ରାନ୍ଧିଅଛି, ଏବଂ ସେ ଚାହାଁନ୍ତି ଯେ ଆମେ ଯାଇ ତାହା ଖାଉ । (ଏହା କହେ ଯେ ମରୀୟମ  କିଛି କରିଛନ୍ତି ଯାହା ବର୍ତ୍ତମାନ ସୁଦ୍ଧା ପ୍ରଯୁଜ୍ୟ ଅଟେ ।))
  • Mary had cooked the meat by the time John came home. (This tells about something that Mary completed in the past before something else happened.) (ମାର୍କ ଗୃହକୁ ଆସିବା ବେଳେ ମରୀୟମ  ମାଂସ ରାନ୍ଧି ଥିଲେ । (ଏହା କହେ ଯେ କିଛି ଘଟିବା ପୂର୍ବରୁ ମରୀୟମ  ଅତୀତରେ କିଛି କାର୍ଯ୍ୟକୁ ସଂପୂର୍ଣ୍ଣ କରିସାରିଥିଲେ ।))