or_ta/translate/translate-names/01.md

18 KiB

ବର୍ଣ୍ଣନା

ବାଇବଲର ବହୁତ ଲୋକମାନଙ୍କର ନାମ, ଲୋକମାନଙ୍କର ଗୋଷ୍ଟି ଓ ସ୍ଥାନ ଗୁଡ଼ିକର ନାମ ଅଛି ସେଗୁଡ଼ିକର କିଛି ନାମ ଅଜଣା ଓ କହିବାକୁ କଷ୍ଟ ଲାଗିପାରେ। ବେଳେବେଳେ ପାଠକ ଜାଣି ପାରନ୍ତି ନାହିଁ ଯେ ଏ ନାମ କଅଣ ବୁଝାଏ, ଓ ସମୟ ସମୟରେ ସେମାନେ ନାମର ଅର୍ଥ ମଧ୍ୟ ବୁଝିବା ଆବଶ୍ୟକ ହୁଏ। ଏହି ପୃଷ୍ଠା ଆପଣମାନେ ଜାଣିପାରିବ ଯେ ଆପଣମାନେ ସେହି ନାମଗୁଡ଼ିକୁ କିପରି ଅନୁବାଦ କରିପାରିବ ଏବଂ କିପରି ତୁମ୍ଭେମାନେ ଲୋକମାନଙ୍କୁ ବୁଝିବାରେ ସାହାଯ୍ୟ କରିବ ଯାହା ସେମାନେ ସେଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ।

ନାମଗୁଡ଼ିକର ଅର୍ଥ

ବାଇବଲରେ ଥିବା ଅଧିକାଂଶ ନାମ ଗୁଡ଼ିକର ଅର୍ଥ ଅଛି। ଅଧିକାଂଶ ସମୟରେ, ସହଜରେ କେଉଁଠିକାର ଲୋକମାନେ ଓ ସେମାନଙ୍କର ପରିଚୟ ନିମନ୍ତେ ବାଇବଲରେ ନାମ ଗୁଡ଼ିକର ବ୍ୟବହାର ହୋଇଅଛି। କିନ୍ତୁ ବେଳେବେଳେ ଲୋକମାନଙ୍କର ନାମ ଗୁରୁତ୍ୱପୂର୍ଣ୍ଣ ଭୁମିକା ଲିଭାଇଥାଏ।

ଏହି ମଲକୀଷେଦକ, ଶାଲେମର ରାଜା, ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ, ଯେ, ଅବ୍ରହାମ୍ ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କଲେ। (ଏବ୍ରୀ 7:1 ULT)

ଏହିଠାରେ ଲେଖକ “ମଲକୀଷେଦକ” ନାମ ବ୍ୟବହାର କରିଛନ୍ତି ପ୍ରାଥମିକ ଭାବେ ଦେଖାଇବା ପାଇଁ ଜଣେ ମନୁଷ୍ୟର ନାମ, ଆଖ୍ୟା ହେଉଛି “ଶାଲମର ରାଜା” ଏବଂ ସେ ନିର୍ଦ୍ଧିଷ୍ଟ ସହରରେ ବାସ କରୁଥିଲେ।

ତାହାର ନାମ “ମଲକୀଷେଦକ” ଅର୍ଥ “ଧାର୍ମିକ ରାଜା” ଓ “ଶାଲମର ରାଜା” ତାହା “ଶାନ୍ତିର ରାଜା”। (ଏବ୍ରୀ 7:2 ULT)

ମଲକୀଷେଦକଙ୍କ ନାମ ଓ ପଦବୀର ଅର୍ଥ ଲେଖକ ବୁଝାଉଛନ୍ତି ଯେହେତୁ ସେଗୁଡିକ ସେହି ବ୍ୟକ୍ତି ବିଷୟରେ କହେ। ଅନ୍ୟ ସମୟରେ, ଲେଖକ ନାମର ଅର୍ଥ ବର୍ଣ୍ଣନା କରୁନାହାନ୍ତି କାରଣ ପାଠକ ତାହା ଜାଣିଥିବେ ବୋଲି ସେ ଆଶା କରନ୍ତି। ଯଦି ସେହି ଲିଖିତ ଅଂଶ ବୁଝିବାକୁ ନାମର ଆବଶ୍ୟକ ଅଛି, ଆପଣ ଅର୍ଥକୁ ବହି ପୃଷ୍ଠାର ନିମ୍ନରେ କିମ୍ବା ବହିର ମୂଳପାଠରେ ଯୋଡିପାରିବ।

ଅନୁବାଦ ସମସ୍ୟାର କାରଣ ଗୁଡିକ

  • ପାଠକମାନେ ବାଇବଲରେ କିଛି ନାମ ଜାଣି ନ ପାରନ୍ତି। ସେମାନେ ଜାଣି ନଥିବେ କି ନାମ ଜଣେ ବ୍ୟକ୍ତି, ସ୍ଥାନ କିମ୍ବା ଆଉ କିଛିକୁ ବୁଝାଏ।
  • ପାଠକମାନେ ଲିଖିତ ଅଂଶ ବୁଝିବା ନିମନ୍ତେ ନାମର ଅର୍ଥ ବୁଝିବା ଆବଶ୍ୟକ।
  • କେତେକ ନାମ ଭିନ୍ନ ଉଚ୍ଚାରଣ କିମ୍ବା ଯୌଗିକ ଶବ୍ଦ ହୋଇପାରେ ଯାହା ଆପଣଙ୍କ ଭାଷାରେ ବ୍ୟବହୃତ ହୋଇନପାରେ କିଅବା ଆପଣଙ୍କଭାଷାରେ କହିବାକୁ ଏହା ଅପ୍ରୀତିକର ଲାଗିପାରେ। ଏହି ସମସ୍ୟାର ସମାଧାନର କୌଶଳ ନିମନ୍ତେ, ଦେଖ Borrow Words.
  • ବାଇବଲରେ କେତକ ଲୋକ ଓ ସ୍ଥାନଗୁଡ଼ିକର ଦୁଇଟି ନାମ। ପାଠକମାନେ ହୁଏତ ବୁଝି ନପାରନ୍ତି ଯେ ଦୁଇଟି ନାମ ଜଣକୁ ବୁଝାଏ ନ ସ୍ଥାନକୁ ବୁଝାଏ।

ବାଇବଲ ଉଦାହରଣ

ତୁମ୍ଭେମାନେ ପାର ହୋଇ ଜର୍ଦ୍ଦନ ପାରହୋଇ ଯିରିହୋକୁ ଆସିଲ। ଯିରିହୋର ନେତାଗଣ ଇମୋରୀୟମାନଙ୍କ ସାଥିରେ ତୁମ୍ଭମାନଙ୍କ ସହିତ ଯୁଦ୍ଧ କଲେ (ଯିହୋଶୁୟ 24:11 ULT)

ପାଠକମାନେ ଜାଣି ନ ପାରନ୍ତି ଯେ “ଯର୍ଦ୍ଦନ” ହେଉଛି ଏକ ନଦୀର ନାମ, “ଯିରିହୋ” ହେଉଛି ଗୋଟିଏ ସହରର ନାମ, ଓ “ଇମୋରୀୟ” ହେଉଛି ଲୋକମାନଙ୍କ ଗୋଷ୍ଠୀର ନାମ ଅଟେ।

ସେ (ସ୍ତ୍ରୀ) କହିଲେ,”ଯେ ମୋତେ ଦେଖନ୍ତି ତାଙ୍କ ଦର୍ଶନ ଉତାରେ ମୁଁ କି ଏଠାରେ ଆହୁରି ଦେଖୁଅଛି?” ଏଣୁ ସେହି କୁପର ନାମ ବେର୍ –ଇଲହ-ଗେୟ; (ଆଦି 16:13-14 ULT)

ପାଠକ ହୁଏତ ବୁଝି ପାରିବେ ନାହିଁ ଦ୍ବିତୀୟ ବାକ୍ୟ ଯଦି ସେମାନେ ଜାଣି ନାହାନ୍ତି “ବେର୍ –ଇଲହ-ଗେୟ” ଅର୍ଥ "ଜୀବିତଙ୍କର କୁପ ଯିଏ ମୋତେ ଦେଖନ୍ତି"

ସେ ତାହାର ନାମ ମୋଶା ଦେଲେ ଏବଂ କହିଲେ, “କାରଣ ମୁଁ ଜଳରୁ ଏହାକୁ କାଢ଼ିଅଛି“ (ଯାତ୍ରା 2:11 ULT )

ସେ ଏପରି କାହିଁକି କହିଲେ ପାଠକ ବୁଝି ପାରିବେ ନାହିଁ ଯଦି ସେମାନେ ମୋଶାଙ୍କ ନାମର ହିବ୍ରୁ ଶବ୍ଦ ର ନାମାନୁସାରେ ଯାହାର ଅର୍ଥ “ଆକର୍ଷଣ କରିବା”

ଶାଉଲ ତାଙ୍କର ପ୍ରାଣ ନାଶରେ ସମ୍ମତ ଥିଲେ (ପ୍ରେରିତ 8:1 ULT )

ଇକୋନିୟମରେ ମଧ୍ୟ ସେହିପ୍ରକାର ଘଟିଲା ପାଉଲ ଓ ବର୍ଣ୍ଣବା ଯିହୁଦୀ ଏକାଥରେ ସମାଜଗୃହ ମଧ୍ୟକୁ ପ୍ରବେଶ କଲେ (ପ୍ରେରିତ 14:1 ULT)

ପାଠକମାନେ ଜାଣି ନ ପାରନ୍ତି ଯେ ଶାଉଲ ଓ ପାଉଲ ନାମ ଜଣେ ବ୍ୟକ୍ତିଙ୍କୁ ବୁଝାଏ।

ଅନୁବାଦ କୌଶଳ

  1. ଯଦି ପାଠକମାନେ ପୃଷ୍ଠ ଭୂମିରୁ ସହଜରେ ବୁଝି ପାରୁନାହାନ୍ତି ଯେ ନାମ କେଉଁ ପ୍ରକାରର ବିଷୟକୁ ସୂଚିତ କରେ,ଏହାକୁ ସ୍ପଷ୍ଟ କରିବାକୁ ଆପଣ ଗୋଟିଏ ଶବ୍ଦ ଯୋଗ କରିପାରନ୍ତି।
  2. ଯଦି ପାଠକମାନେ ନାମର ଅର୍ଥ ବୁଝିବା ନିହାତି ଆବଶ୍ୟକ ତେବେ ଏହା ବିଷୟରେ କଣ କୁହାଯାଇଛି, ନାମକୁ ନକଲ କରନ୍ତୁ ଓ ମୂଳପାଠରେ କିମ୍ବା ବହି ପୃଷ୍ଠାର ନିମ୍ନରେ ତା' ସମ୍ବନ୍ଧିୟ ବିବରଣ ଲେଖନ୍ତୁ
  3. ନତୁବା କାହା ବିଷୟରେ କଣ କୁହାଯାଇଛି ସେହି ନାମର ଅର୍ଥ ବିଷୟରେ ପାଠକମାନେ ବୁଝିବା ନିହାତି ଦରକାର ଓ ସେହି ନାମ କେବଳ ଥରେ ବ୍ୟବହାର ହୋଇଥାଏ, ନକଲ କରିବା ପରିବର୍ତ୍ତେ ସେହି ନାମଗୁଡିକର ଅର୍ଥକୁ ଅନୁବାଦ କରନ୍ତୁ।
  4. ଯଦି ଜଣେ ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ଭିନ୍ନ ନାମ ଥାଏ, ତେବେ ଅଧିକାଂଶ ସମୟରେ ଗୋଟିଏ ନାମ ଏବଂ ଅନ୍ୟ ନାମ ବ୍ୟବହାର କର ଯେତେବେଳେ ମୂଳପାଠରେ କେବଳ ସେହି ବ୍ୟକ୍ତି କିମ୍ବା ସ୍ଥାନ ବିଷୟରେ ଏକରୁ ଅଧିକ ନାମ ଥିବା ବିଷୟରେ କହିଥାଏ କିମ୍ବା ଯେତେବେଳେ ସେହି ବ୍ୟକ୍ତି କିମ୍ବା ସ୍ଥାନ କାହିଁକି ଦିଆଯାଇଥିଲା ସେ ବିଷୟରେ କିଛି କହିଥାଏ।
  5. କିମ୍ବା ଯଦି କୌଣସି ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ଭିନ୍ନ ନାମ ଅଛି, ମୂଳପାଠରେ ଯେଉଁ ନାମ ବ୍ୟବହାର ହୋଇଛି ତାହା ଲେଖ ଓ ଅନ୍ୟ ନାମର ଏକ ବହି ପୃଷ୍ଠାର ନିମ୍ନରେ ତାହା ଯୋଗ କର।

ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣ

(1) ଯଦି ପ୍ରସଙ୍ଗରୁ ପାଠକମାନେ ସହଜରେ ବୁଝି ପାରୁ ନାହାନ୍ତି ନାମ କି ପ୍ରକାର ବିଷୟକୁ ବୁଝାଉଛି, ଆପଣ ଶବ୍ଦଟିଏ ଯୋଗ କରି ସ୍ପଷ୍ଟ କରନ୍ତୁ।

ତୁମ୍ଭେମାନେ ଜର୍ଦ୍ଦନ ପାର ହୋଇ ଯିରିହୋକୁ ଆସିଲ। ଯିରିହୋର ନିବାସୀଗଣ ଇମୋରୀୟମାନଙ୍କ ସାଥିରେ ତୁମ୍ଭମାନଙ୍କ ପ୍ରତିକୁଳରେ ଯୁଦ୍ଧ କଲେ। (ଯିହୋଶୁୟ 24:11 ULT)

ତୁମ୍ଭେମାନେ ଜର୍ଦ୍ଦନ ପାର ହୋଇ ଯିରିହୋ ସହାରକୁ ଆସିଲ। ଯିରିହୋର ନେତାମାନେ ଇମୋରୀୟ ସମ୍ପ୍ରଦାୟମାନଙ୍କ ସାଥିରେ ତୁମ୍ଭମାନଙ୍କ ପ୍ରତିକୁଳରେ ଯୁଦ୍ଧ କଲେ।

କିଛି ସମୟ ପରେ, କେତେକ ଫରୁଶୀ ତାହାଙ୍କ ନିକଟକୁ ଆସି କହିଲେ, “ଏ ସ୍ଥାନ ଛାଡି ଚାଲିଯାଅ କାରଣ ହେରୋଦ ଆପଣକୁ ବଧ କରିବାକୁ ଇଚ୍ଛା କରୁଅଛି।" (ଲୁକ 13:31 ULT)

ସେହି ଦଣ୍ଡରେ, କେତେକ ଫରୁଶୀ ତାହାଙ୍କ ନିକଟକୁ ଆସି କହିଲେ, “ଏ ସ୍ଥାନ ଛାଡି ଚାଲିଯାଅ କାରଣ ରାଜା ହେରୋଦ ଆପଣଙ୍କୁ ବଧ କରିବାକୁ ଇଚ୍ଛା କରୁଅଛନ୍ତି

(2) ଯଦି ପାଠକମାନେ ଗୋଟିଏ ନାମର ଅର୍ଥ ଓ ତାହା ବିଷୟରେ କଣ କୁହାଯାଇଛି ବୁଝିବା ଆବଶ୍ୟକ କରନ୍ତି, ନାମକୁ ନକଲ କର ଏବଂ ମୁଳପଠରେ କିମ୍ବା ପାଦଟିକାରେ ଏହାର ଅର୍ଥ ବିଷୟରେ କୁହନ୍ତୁ।

ସେ ତାହାର ନାମ ମୋଶା ଦେଲେ ଏବଂ କହିଲେ, “କାରଣ ମୁଁ ଜଳରୁ ଏହାକୁ ଆକର୍ଷଣ କଲି” (ଯାତ୍ରା 2:11 ULT ) ସେ ତାହାର ନାମ ମୋଶା ଦେଲେ (ଯାହା ଶୁଣିବାକୁ 'ଆକର୍ଷଣ ହେଲା'), ଏବଂ କହିଲେ, “କାରଣ ମୁଁ ଜଳରୁ ଏହାକୁ ଆକର୍ଷଣ କଲି “

(3) ନତୁବା କାହା ବିଷୟରେ କଣ କୁହାଯାଇଛି ସେହି ନାମର ଅର୍ଥ ବିଷୟରେ ପାଠକମାନେ ବୁଝିବା ନିହାତି ଆବଶ୍ୟକ ଓ ସେହି ନାମ କେବଳ ଥରେ ବ୍ୟବହାର ହୋଇଥାଏ, ନକଲ କରିବା ପରିବର୍ତ୍ତେ ସେହିନାମର ଅର୍ଥକୁ ଅନୁବାଦ କର।

… ସେ କହିଲେ,”ଯେ ମୋତେ ଦେଖନ୍ତି ତାଙ୍କ ଦର୍ଶନ ଉତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି?” ଏଣୁ ସେହି କୁପର ନାମ ବେର୍–ଇଲହ-ଗେୟ; (ଆଦି 16:13-14 ULT)

…ସେ(ସ୍ତ୍ରୀ) କହିଲେ,”ଯେ ମୋତେ ଦେଖନ୍ତି ତାଙ୍କ ଦର୍ଶନ ଉତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି?” ଏଣୁ ସେହି କୁପର ନାମ କୁହାଗଲା ଜୀବିତଙ୍କର କୁପ ଯିଏ ମୋତେ ଦେଖନ୍ତି;

(4) ଯଦି ଜଣେ ବ୍ୟକ୍ତି କିମ୍ବା ଗୋଟେ ସ୍ଥାନର ଦୁଇଟି ଭିନ୍ନ ନାମ ଥାଏ, ଅଧିକାଂଶ ସମୟରେ ଗୋଟିଏ ନାମକୁ ବ୍ୟବହାର କର ଏବଂ ଅନ୍ୟ ନାମ କେବଳ ସେତେବେଳେ ବ୍ୟବହାର କର ଯେତେବେଳେ ମୂଳପାଠ ବ୍ୟକ୍ତି କିମ୍ବା ସ୍ଥାନ ବିଷୟରେ ଏକରୁ ଅଧିକ ନାମ ଥାଏ କିମ୍ବା ଏହା ଯେତେବେଳେ ସେ ବିଷୟରେ କିଛି କୁହେ କାହିକି ବ୍ୟକ୍ତି କିମ୍ବା ସ୍ଥାନର ନାମ ଦିଆଯାଇଅଛି। ପୃଷ୍ଠାର ନିମ୍ନରେ ଲେଖିରଖ ଯେତେବେଳେ ମୂଳପାଠ ସେହି ନାମର ଅଳ୍ପ ବାରମ୍ବାର ଭାବରେ ବ୍ୟବହାର କରେ। ଉଦାହରଣ ସ୍ଵରୁପ, ପ୍ରେରିତ 13 ପୁର୍ବରୁ ପାଉଲ “ଶାଉଲ” ବୋଲି ଡକାଯାଉଥିଲେ ଏବଂ ପ୍ରେରିତ 13 ପରେ “ପାଉଲ” ହେଲେ। ଆପଣମାନେ ତାଙ୍କର ନାମକୁ “ପାଉଲ” ବୋଲି ପ୍ରେରିତ 13:9 ବ୍ୟତିତ ଅନ୍ୟ ସବୁ ସମୟରେ ଅନୁବାଦ କରିପାରନ୍ତି, ଯେଉଁଠି ତାହାର ଦୁଇଟି ନାମ ଅଛି।

… ଜଣେ ଯୁବକଙ୍କ ନାମ ଶାଉଲ (ପ୍ରେରିତ 7:58 ULT)

.. ଜଣେ ଯୁବକଙ୍କ ନାମ ପାଉଲ

ପାଦଟୀକା ଦେଖିବାକୁ ଏହିପରି ହେବ:

ଅଧିକାଂଶ ବୃତ୍ତାନ୍ତ କହେ ଶାଉଲ ଏଠାରେ, କିନ୍ତୁ ଅଧିକାଂଶ ସମୟରେ ବାଇବଲରେ ସେ ପାଉଲ ନାମରେ ପରିଚିତ।

ତା’ପରେ ପରେ କାହାଣୀରେ, ଆପଣ ଏହି ଭାବରେ ଅନୁବାଦ କରିପାରିବେ:

କିନ୍ତୁ ଶାଉଲ, ଯାହାଙ୍କୁ ମଧ୍ୟ ପାଉଲ କୁହାଯାଏ, ପବିତ୍ର ଆତ୍ମାରେ ପୁର୍ଣ୍ଣ ହେଲେ, (ପ୍ରେରିତ 13:9)

କିନ୍ତୁ ଶାଉଲ, ଯାହାଙ୍କୁ ମଧ୍ୟ ପାଉଲ କୁହାଯାଏ, ପବିତ୍ର ଆତ୍ମାରେ ପୁର୍ଣ୍ଣ ହେଲେ;

(5) କିଅବା ଯଦି ଜଣେ ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ନାମ ଥାଏ, ମୂଳପାଠରେ ଯେଉଁ ନାମ ବ୍ୟବହାର ହୋଇଛି ତାହା ଲେଖ, ଓ ଅନ୍ୟ ନାମକୁ ଏକ ପାଦଟୀକାରେ ଯୋଡ଼ି ଦିଅ। ଉଦାହରଣ ସ୍ଵରୂପେ, ଆପଣ “ଶାଉଲ” ଲେଖିପାରିବେ ମୁଳ ପାଠ୍ୟରେ ଯେଉଁଠି “ଶାଉଲ” ଏବଂ ମୁଳ ପାଠ୍ୟରେ ଯେଉଁଠି “ପାଉଲ” ଆପଣ "ପାଉଲ" ବୋଲି ଲେଖିପାରିବେ।

ଜଣେ ଯୁବକର ନାମ ଶାଉଲ ଥିଲା (ପ୍ରେରିତ 7:58 ULT)

ଜଣେ ଯୁବକର ନାମ ଶାଉଲ

ପାଦଟୀକା ଦେଖିବାକୁ ଏହିପରି ହେବ:

ଏ ହେଉଛନ୍ତି ସମାନ ବ୍ୟକ୍ତି ଯାହାଙ୍କୁ ପ୍ରେରିତ 13 ଆରମ୍ଭରେ ପାଉଲ କୁହନ୍ତି

ତା’ପରେ ପରେ କାହାଣୀରେ, ଆପଣ ଏହି ଭାବରେ ଅନୁବାଦ କରିପାରିବେ:

କିନ୍ତୁ ଶାଉଲ, ଯାହାଙ୍କୁ ମଧ୍ୟ ପାଉଲ ବୋଲାଯାଏ, ପବିତ୍ର ଆତ୍ମାରେ ପୁର୍ଣ୍ଣ ହେଲେ; (ପ୍ରେରିତ 13:9)

କିନ୍ତୁ ଶାଉଲ, ଯାହାଙ୍କୁ ମଧ୍ୟ ପାଉଲ ବୋଲାଯାଏ, ପବିତ୍ର ଆତ୍ମାରେ ପୁର୍ଣ୍ଣ ହେଲେ;

ତା’ପରେ ପରେ କାହାଣୀରେ ସେ କାହାଣୀ ବ୍ୟାଖ୍ୟା କଲାପରେ ସେ ନାମକୁ ପରିବର୍ତ୍ତନ କରି, ଆପଣମାନେ ଏପରି ଭାବରେ ଅନୁବାଦ କରିପାରିବ।

ଇକୋନିୟମରେ ମଧ୍ୟ ସେହିପ୍ରକାର ଘଟିଲା ପାଉଲ ଓ ବର୍ଣ୍ଣବା ସମାଜଗୃହ ମଧ୍ୟକୁ ପ୍ରବେଶ କଲେ (ପ୍ରେରିତ 14:1 ULT)

ଇକୋନିୟମରେ ମଧ୍ୟ ସେହିପ୍ରକାର ଘଟିଲା ପାଉଲ ଓ ବର୍ଣ୍ଣବା ସମାଜଗୃହ ମଧ୍ୟକୁ ପ୍ରବେଶ କଲେ ପାଦଟୀକା ଦେଖିବାକୁ ଏହିପରି ହେବ:

ଏ ହେଉଛନ୍ତି ସମାନ ବ୍ୟକ୍ତି ଯାହାଙ୍କୁ ପ୍ରେରିତ 13 ପୁର୍ବରୁ ଶାଉଲ ବୋଲି କୁହାଯାଉଥିଲା।