or_ta/translate/translate-transliterate/01.md

8.7 KiB
Raw Permalink Blame History

ବର୍ଣ୍ଣନା

ବେଳେବେଳେ ବାଇବଲ ସେହି ବିଷୟ ଗୁଡିକୁ ସମ୍ମିଳିତ କରେ ଯାହା ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଏକ ଶବ୍ଦ ମଧ୍ୟ ଥାଇ ନ ପାରେ । ସ୍ଥାନ ଗୁଡିକୁ ଏବଂ ଲୋକମାନଙ୍କୁ ମଧ୍ୟ ଏହା ସମ୍ମିଳିତ କରେ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ନାମ ଥାଇ ନ ପାରେ ।

ଯେତେବେଳେ ଏମିତି ହୁଏ ଆପଣ ବାଇବଲରୁ ଆପଣଙ୍କ ଭାଷାକୁ ଏହି ଶବ୍ଦ “ଉଧାର” ନେଇ ପାରିବେ । ଯାହାର ଅର୍ଥ ଆପଣ ମୌଳିକ ଭାବରେ ଏହା ଅନ୍ୟ ଭାଷାରୁ ନକଲ କରନ୍ତି । କିପରି ଶବ୍ଦକୁ “ଉଧାର” ନେବେ ଏହି ପୃଷ୍ଠା କୁହେ ।

(ଆପଣଙ୍କ ଭାଷାରେ ନ ଥିବା ବିଷୟକୁ ଅନୁବାଦ କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ମଧ୍ୟ ଅଛି । ଦେଖନ୍ତୁ ଅଜ୍ଞାତ ଅନୁବାଦ।)

ବାଇବଲରୁ ଉଦାହରଣ ଗୁଡିକ

ସେ ଦେଖିଲେ ଡିମ୍ବିରି ଗଛ ବାଟ ପାଖରେ (ମାଥିଉ 21:19 ULT)

ଯଦି ଆପଣ କହୁଥିବା ଭାଷାରେ ଡିମ୍ବିରି ଗଛ ଗୁଡିକ ନାହିଁ, ତେବେ ଆପଣଙ୍କ ଭାଷାରେ ଏହିପରି ଗଛ ନିମନ୍ତେ ଶବ୍ଦ ଥାଇ ନ ପାରେ ।

ତାହାଙ୍କ ଉପରେ ସରାଫଗଣଥିଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କରି ଥିଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କରି ଥିଲେ ଓ ଦୁଇ ପକ୍ଷରେ ଉଡ଼ୁଥିଲେ। (ଯିଶାଇୟ 6:2 ULT)

ଏହି ପ୍ରକାରର ଜୀବ ନିମନ୍ତେ ହୁଏତ ଆପଣଙ୍କ ଭାଷାରେ ଏକ ନାମ ନ ଥିବ ।

ମଲାଖିଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା। (ମଲାଖି 1:1 ULT)

ମଲାଖି ଆପଣଙ୍କ ଭାଷା କହୁଥିବା ଲୋକଙ୍କ ନିମନ୍ତେ ଏକ ନାମ ହେଇ ନ ପାରେ ।

ଅନୁବାଦର କୌଶଳ ଗୁଡିକ

ଅନ୍ୟ ଭାଷାରୁ ଶବ୍ଦ ଗୁଡିକୁ ଉଧାର କଲା ବେଳେ ଅନେକ ବିଷୟକୁ ଧ୍ୟାନରେ ରଖିବା ଆବଶ୍ୟକତା ଅଟେ ।

  • ଭିନ୍ନ ଭିନ୍ନ ଭାଷା ଗୁଡିକ ଭିନ୍ନ ଭିନ୍ନ ଲିପି ବ୍ୟବହାର କରନ୍ତି, ଯେପରି ଏବ୍ରୀ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ, ଏବଂ କରିୟାନ୍ ଲିପି ଗୁଡିକ । ଆପଣା ଆପଣା ବର୍ଣ୍ଣମାଳାରେ ଅକ୍ଷର ଗୁଡିକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଲିପି ଗୁଡିକ ଭିନ୍ନ ଭିନ୍ନ ଆକୃତି ଗୁଡିକୁ ବ୍ୟବହାର କରନ୍ତି ।
  • ଯେଉଁ ଭାଷା ସମାନ ଲିପିକୁ ବ୍ୟବହାର କରେ ହୁଏତ ଅକ୍ଷରକୁ ସେହି ଲିପିରେ ଭିନ୍ନ ଭାବରେ ଉଚ୍ଚାରଣ କରେ । ଉଦାହରଣ ନିମନ୍ତେ, ଯେତେବେଲ୍ଲେ ଲୋକେ ଜେର୍ମୋନ୍ କୁହନ୍ତି, ଅକ୍ଷର “J”କୁ ଲୋକେ ସେହିପରି ଉଚ୍ଚାରଣ କରନ୍ତି ଯେପରି ଇଂରେଜ କହିବା ସମୟରେ ଲୋକେ “Y” ଉଚ୍ଚାରଣ କରନ୍ତି ।
  • ସମସ୍ତ ଭାଷା ଗୁଡିକରେ ସମାନ ଧ୍ୱନି କିମ୍ବା ଧ୍ୱନିର ସଂଗତ ନ ଥାଏ । ଉଦାହରଣ ନିମନ୍ତେ, ଅନେକ ଭାଷାରେ କୋମଳ “th” ଇଂରେଜ ଶବ୍ଦ “think” ଧ୍ୱନି ନ ଥାଏ, ଏବଂ କିଛି ଭାଷା ଧ୍ୱନିର ସଂଗତ ଯେପରି “st”, “stop” ଭାବରେ ଏକ ଶବ୍ଦକୁ ଆରମ୍ଭ କରି ପାରେ ନାହିଁ । ଏକ ଶବ୍ଦକୁ ଉଧାର କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ଅଛି
  1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ ।
  2. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ ।
  3. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ ।

ଅନୁବାଦ କୌଶଳ ପ୍ରୟୋଗର ଉଦାହରଣ ଗୁଡିକ

  1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ ।
  • צְפַנְיָ֤ה - ଏବ୍ରୀ ଅକ୍ଷରରେ ଏକ ବ୍ୟକ୍ତିଙ୍କର ନାମ ।
  • "ଜେଫାନିୟା" ଏହି ନାମ ରୋମାନ୍ ଅକ୍ଷରରେ ।
  1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ ।
  • ଜେଫାନିୟା - ଏକ ବ୍ୟକ୍ତିଙ୍କର ନାମ ।
  • " ଜେଫାନିୟା" ଏହି ନାମ ଯେପରି ଇଂରେଜରେ ଉଚ୍ଚାରଣ ହୁଏ, କିନ୍ତୁ ଆପଣ ଏହାକୁ ଆପଣଙ୍କ ଭାଷାର ନିୟମ ଅନୁସାରେ ଉଚ୍ଚାରଣ କରି ପାରିବେ ।
  1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ ।
  • ଜେଫାନିୟା - ଯଦି ଆପଣଙ୍କ ଭାଷାରେ “z” ନ ଥାଏ ତେବେ ଆପଣ “s” ବ୍ୟବହାର କରି ପାରିବେ । ଯଦି ଆପଣଙ୍କ ଲେଖିବା ପ୍ରଣାଳୀ “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରି ପାରିବେ । “i” କୁ ଆପଣ କିପରି ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରେ, ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ଉଚ୍ଚାରଣ କରି ପାରିବେ ।
  • "Sefania" ସେଫାନିଆ
  • "Sefanaia" ସେଫାନଆ
  • "Sefanaya" ସେଫାନୟା