or_ta/translate/figs-pronouns/01.md

8.3 KiB
Raw Permalink Blame History

ବିବରଣ

ଲୋକେ କୌଣସି ବ୍ୟକ୍ତିଙ୍କୁ ବା କୌଣସି ସ୍ଥାନଙ୍କୁ ସୂଚିତ କରିବା ପାଇଁ ସଂଜ୍ଞା ବିଶେଷ୍ୟ ସ୍ଥାନରେ ବ୍ୟବହାର କରାଯାଉଥିବା ଶବ୍ଦକୁ ସର୍ବନାମ କହନ୍ତି । କେତେକ ଉଦାହରଣ ହେଉଛି: ମୁଁ, ତୁମେ/ଆପଣ, ସେ, ଏହା, ଏହି, ତାହା, ନିଜକୁ, କୌଣସି ବ୍ୟକ୍ତିଙ୍କୁ । ଅତି ସାଧାରଣ ପ୍ରକାରର ସର୍ବନାମ ହେଉଛି ବ୍ୟକ୍ତିଗତ ସର୍ବନାମ ।

ବ୍ୟକ୍ତିଗତ ସର୍ବନାମଗୁଡ଼ିକ

ବ୍ୟକ୍ତିଗତ ସର୍ବନାମ ଲୋକମାନଙ୍କୁ ବା ବିଷୟକୁ ସୂଚିତ କରେ ଓ ଦେଖାଏ ଯେ ବକ୍ତା ନିଜକୁ, ସେ କହୁଥିବା ବ୍ୟକ୍ତିକୁ, ବା କୌଣସି ବ୍ୟକ୍ତିକୁ କିମ୍ବା ଆଉ କାହାକୁ ସୂଚିତ କରୁଛନ୍ତି । ନିମ୍ନରେ ବିଭିନ୍ନ ପ୍ରକାର ସୂଚନା ଦିଆଯାଇଛି ଯାହା ବ୍ୟକ୍ତିଗତ ସର୍ବନାମ ଦେଇପାରେ । ଆହୁରି ମଧ୍ୟ, ବିଭିନ୍ନ ପ୍ରକାର ସର୍ବନାମ ଏହି ସୂଚନା ମଧ୍ୟରୁ କେତେକ ଦେଇପାରନ୍ତି ।

ପରୁଷ

  • ପ୍ରଥମ ପୁରୁଷ ବକ୍ତା ଓ ସମ୍ଭବତଃ ଅନ୍ୟମାନେ (ମୁଁ, ଆମେ)

ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ “ଆମେ”

  • ଦ୍ଵିତୀୟ ପୁରୁଷ ବକ୍ତା କହୁଥିବା ବ୍ୟକ୍ତି ବା ଲୋକମାନେ ଓ ସମ୍ଭବତଃ ଅନ୍ୟମାନେ (ତୁମେ/ ଆପଣ) ।

ତୁମେ/ଆପଣାର ରୂପଗୁଡ଼ିକ

  • ତୃତୀୟ ପୁରୁଷ ବକ୍ତା ବ୍ୟତୀତ ଅନ୍ୟ କେହି ବା କିଛି ବସ୍ତୁ ବିଷୟ ଓ ଯେଉଁମାନଙ୍କୁ ସେ କହୁଛନ୍ତି (ମୁଁ, ସେ, ଏହା, ସେମାନେ) ।

ବଚନ

  • ଏକ ବଚନ ଗୋଟିଏ (ମୁଁ, ତୁମେ/ଆପଣ, ସେ, ଏହା)
  • ବହୁବଚନ ଗୋଟିଏରୁ ଅଧିକ (ଆମ୍ଭେମାନେ, ତୁମ୍ଭେମାନେ, ସେମାନେ)

ଏକବଚନ ସର୍ବନାମ ଯାହା ଦଳଗୁଡ଼ିକୁ ସୂଚିତ କରେ

  • ଦ୍ଵିବାଚକ ଦୁଇ (କେତେକ ଭାଷାରେ ନିର୍ଦ୍ଦିଷ୍ଟ ଭାବରେ ଦୁଇ ଲୋକଙ୍କୁ ବା ଦୁଇଟି ବିଷୟ ବା ବସ୍ତୁ ନିମନ୍ତେ ସର୍ବନାମ ରହିଅଛି ।)

ଲିଙ୍ଗ

  • ପୁଲିଙ୍ଗ ସେ
  • ସ୍ତ୍ରୀଲିଙ୍ଗ ସେ
  • କ୍ଳୀବ ଲିଙ୍ଗ ସେ/ଏହା

ବାକ୍ୟରେ ଥିବା ଅନ୍ୟ ଶବ୍ଦକୁ ସମ୍ପର୍କ

  • କ୍ରିୟାର କର୍ତ୍ତା: ମୁଁ, ତୁମେ/ଆପଣ, ସେ (ପୁ), ସେ (ସ୍ତ୍ରୀ) ଏହା, ଆମେ, ସେମାନେ ।
  • କ୍ରିୟା ବା ଅବ୍ୟୟ ପଦର ବ୍ୟକ୍ତି ବା ବସ୍ତୁ: ମୋତେ, ତୁମେ/ଆପଣ, ତାହାକୁ, ଏହା, ଆମ୍ଭମାନଙ୍କୁ, ସେମାନଙ୍କୁ ।
  • ସଂଜ୍ଞା ବିଶେଷ୍ୟ ସହ ଅଧିକାରୀ: ମୋର, ତୁମ୍ଭର/ଆପଣଙ୍କର, ତାହାର (ପୁ), ତାହାର (ସ୍ତ୍ରୀ)ଏହାର, ଆମର, ସେମାନଙ୍କର
  • ସଂଜ୍ଞା ବିଶେଷ୍ୟ ବିନା ଅଧିକାରୀ: ମୋହର, ତୁମ୍ଭର, ତାହାର, ତାହାଙ୍କର, ଏହାର, ଆମ୍ଭମାନଙ୍କର, ସେମାନଙ୍କର

ଅନ୍ୟ ପ୍ରକାରର ସର୍ବନାମଗୁଡ଼ିକ

ସ୍ଵୟଂବାଚକ ସର୍ବନାମ ସମାନ ବାକ୍ୟରେ ଅନ୍ୟ ବିଶେଷ୍ୟ ବା ସର୍ବନାମକୁ ସୂଚିତ କରେ: ମୁଁ ନିଜେ, ତୁମେ ନିଜେ, ତାହାଙ୍କ ନିଜେ, ଏହା ନିଜେ, ଆମେ ନିଜେ, ତୁମ୍ଭେମାନେ ନିଜେ, ସେମାନେ ନିଜେ ।

  • ଯୋହନ ନିଜକୁ ଦର୍ପଣରେ ଦେଖିଲେ । - ଏଠାରେ “ନିଜକୁ” ଶବ୍ଦ ଯୋହନଙ୍କୁ ସୂଚିତ କରେ ।

ପ୍ରଶ୍ନବାଚକ ସର୍ବନାମ ପ୍ରଶ୍ନ କରିବା ନିମନ୍ତେ ଉଦ୍ଦିଷ୍ଟ ଯାହାକି ଉତ୍ତର ପାଇଁ ହଁ ବା ନା ଅପେକ୍ଷା ଅଧିକ ଆବଶ୍ୟକ ହୋଇଥାଏ ।

  • କିଏ ଘର ନିର୍ମାଣ କଲେ ?

ସମ୍ବନ୍ଧବାଚକ ସର୍ବନାମ ଏକ ତୁଳନାତ୍ମକ ଖଣ୍ଡବାକ୍ୟକୁ ଚିହ୍ନଟ କରେ । ସେଗୁଡ଼ିକ ବାକ୍ୟର ମୁଖ୍ୟ ଭାଗରେ ବିଶେଷ୍ୟ ବିଷୟରେ ଅଧିକ କହେ: ତାହା, ଯେଉଁ, କିଏ, କାହାକୁ, କେଉଁଠାରେ, କେତେବେଳେ ।

· ମୁଁ ଘର ଦେଖିଲି ଯାହା ଯୋହନ ନିର୍ମାଣ କଲେ । ଯେଉଁ ଘରକୁ ମୁଁ ଦେଖିଲି ତାହା “ଯାହା ଯୋହନ ନିର୍ମାଣ କଲେ” ଖଣ୍ଡବାକ୍ୟ କହେ ।

· ମୁଁ ସେହି ବ୍ୟକ୍ତିକୁ ଦେଖିଲି ଯିଏ ଘର ନିର୍ମାଣ କଲେ । ଯେଉଁ ବ୍ୟକ୍ତିକୁ ମୁଁ ଦେଖିଲି ତାହା “ଯିଏ ଘର ନିର୍ମାଣ କଲେ” ଖଣ୍ଡବାକ୍ୟ କହେ ।

ଭାବବାଚକ ସର୍ବନାମକୁ କୌଣସି ବ୍ୟକ୍ତି ବା କିଛି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଓ ବକ୍ତାଙ୍କଠାରୁ ବା କିଛି ବସ୍ତୁଠାରୁ ଦୂରତା ରଖିବା ବିଷୟକୁ ପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯାଏ ।

· ଆପଣ ଏହାକୁ ଏଠାରେ ଦେଖିଅଛନ୍ତି କି ?

· ସେହିଠାରେ ସେହି ଜଣକ କିଏ ?

ଅନିର୍ଦ୍ଦିଷ୍ଟ ସର୍ବନାମ- ଯେତେବେଳେ ନିର୍ଦ୍ଦିଷ୍ଟ ବିଶେଷ୍ୟକୁ ସୂଚିତ କରାଯାଏ ନାହିଁ, ସେହି ସମୟରେ ଏହି ଅନିର୍ଦ୍ଦିଷ୍ଟ ସର୍ବନାମକୁ ବ୍ୟବହାର କରାଯାଏ: କୌଣସି, ଯେକୌଣସି, କେହି ଜଣେ, ଯେକୌଣସି ବିଷୟ, କିଛି ବିଷୟ, କେତେକ । ଅନେକ ସମୟରେ ଏହାକୁ କରିବା ପାଇଁ ପ୍ରଜାତି ବା ଗୋଷ୍ଠୀ ସମ୍ବନ୍ଧୀୟ ଉପାୟରେ ବ୍ୟକ୍ତିଗତ ସର୍ବନାମକୁ ବ୍ୟବହାର କରାଯାଇଥାଏ ।

· ସେ ଯେକୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁ ନାହାଁନ୍ତି ।

· କେହି ଜଣେ ଏହାକୁ ଦୃଢ ଭାବରେ ବାନ୍ଧିଲେ, କିନ୍ତୁ କିଏ ଏହା କଲେ ମୁଁ ଜାଣେନି ।

· ସେମାନେ କହନ୍ତି ଯେ ଆପଣ ଶୋଇଥିବା କୁକୁରକୁ ଉଠାଇବା ଅନୁଚିତ୍ ।

ଶେଷ ଉଦାହରଣରେ, “ସେମାନେ” ଓ “ଆପଣ/ତୁମେ” ଶବ୍ଦ ସାଧାରଣରେ ଲୋକମାନଙ୍କୁ ସୂଚିତ କରୁଛି ।