or_ta/translate/figs-sentencetypes/01.md

13 KiB
Raw Permalink Blame History

ବର୍ଣ୍ଣନା

ଏକ ବାକ୍ୟ ଶବ୍ଦର ଏକ ଗୋଷ୍ଠୀ ଅଟେ ଯାହା ଏକ ସମ୍ପୂର୍ଣ୍ଣ ଚିନ୍ତାଧାରାକୁ ପ୍ରକାଶ କରେ | ବାକ୍ୟର ମୌଳିକ ପ୍ରକାରଗୁଡ଼ିକର ବ୍ୟବହାର ନିମ୍ନରେ ତାଲିକାଭୁକ୍ତ କରାଯାଇଅଛି ।

  • ବକ୍ତବ୍ୟଗୁଡ଼ିକ - ଏଗୁଡ଼ିକୁ ସାଧାରଣତଃ ସୂଚନା ପ୍ରଦାନ କରିବା ନିମନ୍ତେ ବ୍ୟବହାର କରାଯାଏ । ‘ଏହା ସତ୍ୟ ଅଟେ ।’
  • ପ୍ରଶ୍ନାବଳୀ - ଏଗୁଡ଼ିକୁ ସାଧାରଣତଃ ସୂଚନା ପଚାରିବା ନିମନ୍ତେ ବ୍ୟବହାର କରାଯାଏ । ‘ତୁମେ ତାହାକୁ ଜାଣ କି ?
  • ଆଦେଶସୂଚକ ବାକ୍ୟଗୁଡ଼ିକ - ଏଗୁଡ଼ିକୁ ସାଧାରଣତଃ କେହି କରିଥିବା କାର୍ଯ୍ୟ ବିଷୟକ ଇଚ୍ଛା କିମ୍ବା ଆବଶ୍ୟକତାକୁ ପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯାଏ । ‘ତାହାକୁ ଉଠାଅ ।’
  • ବିସ୍ମୟସୂଚକ ବାକ୍ୟାଂଶଗୁଡ଼ିକ - ଏଗୁଡ଼ିକୁ ସାଧାରଣତଃ ଦୃଢ ଭାବନାକୁ ପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯାଏ । ‘। ‘ଆଉଚ୍, ଏହା କଷ୍ଟଦାୟକ!

କାରଣ ଏହା ଏକ ଅନୁବାଦ ସମସ୍ୟା

  • ବିଭିନ୍ନ ଭାଷାରେ ନିର୍ଦ୍ଧିଷ୍ଟ କାର୍ଯ୍ୟଗୁଡ଼ିକୁକୁ ସ୍ପଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ବାକ୍ୟଗୁଡ଼ିକୁ ଭିନ୍ନ ଭିନ୍ନ ମାଧ୍ୟମରେ ବ୍ୟବହାର କରାଯାଇଥାଏ ।
  • ଅଧିକାଂଶ ଭାଷା ଗୋଟିଏରୁ ଅଧିକ କାର୍ଯ୍ୟ ନିମନ୍ତେ ଏହି ପ୍ରକାରର ବାକ୍ୟଗୁଡ଼ିକୁ ବ୍ୟବହାର କରିଥାଏ ।
  • ବାଇବେଲରେ ଥିବା ସମସ୍ତ ବାକ୍ୟ ନିର୍ଦ୍ଧିଷ୍ଟ ପ୍ରକାରର ବାକ୍ୟରେ ଅନ୍ତର୍ଭୁକ୍ତ ଏବଂ ସେଥିରେ ନିର୍ଦ୍ଦିଷ୍ଟ କାର୍ଯ୍ୟଶୈଳୀ ରହିଥାଏ, କିନ୍ତୁ କେତେକ ଭାଷା ସେହି କାର୍ଯ୍ୟରେ ଏହି ପ୍ରକାରର ବାକ୍ୟକୁ ବ୍ୟବହାର କରେ ନାହିଁ ।

ବାଇବେଲରୁ ଉଦାହରଣଗୁଡ଼ିକ

ନିମ୍ନରେ ଥିବା ଉଦାହରଣଗୁଡ଼ିକ ସେମାନଙ୍କର ମୁଖ୍ୟ କାର୍ଯ୍ୟଗୁଡ଼ିକ ପାଇଁ ବ୍ୟବହୃତକୁ ଦର୍ଶାଏ ।

ବକ୍ତବ୍ୟଗୁଡ଼ିକ

ଆଦ୍ୟରେ ପରମେଶ୍ଵର ସ୍ଵର୍ଗ ଓ ପୃଥିବୀର ସୃଷ୍ଟି କଲେ । (ଆଦି ପୁସ୍ତକ 1:1 ULT)

ବାକ୍ୟଗୁଡ଼ିକର ଅନ୍ୟ ବ୍ୟବହୃତ ମଧ୍ୟ ଥାଇପାରେ । (ବକ୍ତବ୍ୟଗୁଡ଼ିକ — ଅନ୍ୟ ବ୍ୟବହାରଗୁଡ଼ିକ ଦେଖନ୍ତୁ)

ପ୍ରଶ୍ନାବଳୀ

ନିମ୍ନରେ ବକ୍ତାମାନେ ସୂଚନା ପାଇବା ପାଇଁ ଏହି ପ୍ରଶ୍ନଗୁଡ଼ିକୁ ବ୍ୟବହାର କରିଥିଲେ, ଏବଂ ସେମାନେ ବାର୍ତ୍ତାଳାପ କରୁଥିବା ଲୋକମାନେ ସେମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ |

ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେ ଏହା କରି ପାରେ, ତାହା କି ତୁମ୍ଭେମାନେ ବିଶ୍ଵାସ କର ?” ସେମାନେ କହିଲେ, “ହଁ ପ୍ରଭୁ” (ମାଥିଉ 9: 28b ULT )

ସେ.... କହିଲେ, “ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୁଁ କ’ଣ କରିବା ଉଚିତ?” । ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କର, ତାହାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ ।” (ପ୍ରେରିତ 16:29-31 ULT)

ପ୍ରଶ୍ନାବଳୀରେ ମଧ୍ୟ ଅନ୍ୟ ବ୍ୟବହୃତ ମଧ୍ୟ ଥାଇପାରେ । ( ଆଳଙ୍କାରିକ ପ୍ରଶ୍ନ ଦେଖନ୍ତୁ)

ଆଦେଶ ସୂଚକ ବାକ୍ୟଗୁଡ଼ିକ

ବିଭିନ୍ନ ପ୍ରକାର ଆଦେଶସୂଚକ ବାକ୍ୟଗୁଡ଼ିକ ରହିଛି: ଆଦେଶ, ଉପଦେଶ, ପରାମର୍ଶ, ଆମନ୍ତ୍ରଣ, ଅନୁରୋଧ, ଏବଂ ଶୁଭେଚ୍ଛା ।

ଆଦେଶରେ, ବକ୍ତା ନିଜ ଅଧିକାରକୁ ବ୍ୟବହାର କରି କିଛି କାର୍ଯ୍ୟ କରିବା ପାଇଁ ଅନ୍ୟକୁ କହିଥାଏ ।

ହେ ବାଲାକ୍ ଉଠ, ଶ୍ରବଣ କର ହେ ସିପ୍ପୋରର ପୁତ୍ର ମୋ’ କଥାରେ କର୍ଣ୍ଣପାତ କର । (ଗଣନା 23:18)

ଉପଦେଶରେ, ବକ୍ତା କିଛି କାର୍ଯ୍ୟକୁ କିପରି କରାଯାଏ, ତାହା ଅନ୍ୟକୁ କହିଥାଏ ।

… ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର । ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ଵର୍ଗରେ ଧାନ ପାଇବ । (ମାଥିଉ 19:17,21 ULT)

ଏକ ପରାମର୍ଶରେ, ବକ୍ତା କୌଣସି ବ୍ୟକ୍ତିକୁ କିଛି କରିବା ପାଇଁ କିମ୍ବା କିଛି ନ କରିବା ପାଇଁ କହିଥାଏ ଯାହାକି ସେହି ବ୍ୟକ୍ତିକୁ ସହାୟକ ହୋଇପାରିବ ବୋଲି ସେ ମନେକରେ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, ଉଭୟ ଅନ୍ଧ ବ୍ୟକ୍ତି ପରସ୍ପରକୁ ବାଟ କଡାଇବା ପାଇଁ ଚେଷ୍ଟା ନ କରିବା ଉଭୟଙ୍କ ନିମନ୍ତେ ଉତ୍ତମ ଅଟେ ।

ଅନ୍ଧ କଅଣ ଅନ୍ଧକୁ ବାଟ କଢା ଇ ପାରେ ? ସେମାନେ କଅଣ ଉଭୟେ ଗାତରେ ପଡିବେ ନାହିଁ! (ଲୂକ 6:39 UST)

ବକ୍ତାମାନେ ପରାମର୍ଶ ଦେଉଥିବା ଦଳର ଅଂଶୀ ହେବାକୁ ଇଚ୍ଛା କରିଥାନ୍ତି । ଆଦି ପୁସ୍ତକ 11 ପଦରେ, ଲୋକମାନେ କହନ୍ତି ଯେ, ସମସ୍ତେ ମିଶି ଏକତ୍ର ଇଟା ତିଆରି କରିବା ସେମାନଙ୍କ ନିମନ୍ତେ ଉତ୍ତମ ହେବ ।

ଅନନ୍ତର ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଗଗନସ୍ଵର୍ଶୀ ଉଚ୍ଚ ଗଢ ନିର୍ମାଣ କରୁ ।” (ଆଦି ପୁସ୍ତକ11:3)

ଏକ ନିମନ୍ତ୍ରଣରେ, ବକ୍ତା ପରାମର୍ଶ ଦେବା ପାଇଁ ଶିଷ୍ଟତା କିମ୍ବା ବନ୍ଧୁତାକୁ ବ୍ୟବହାର କରିଥାଏ ଯାହାକି ସେ ଚାହୁଁଥିବା ବିଷୟକୁ କେହି କରନ୍ତୁ । ଏହା ସାଧାରଣତଃ କିଛି ବିଷୟ ଯାହା ବକ୍ତା ମନେକରେ ଯେ ଶ୍ରତାମାନେ ଏଥିରେ ଆନନ୍ଦିତ ହେବେ ।

ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା । (ଗଣନା 10:29b )

ଏକ ଅନୁରୋଧରେ, ବକ୍ତା କହିବା ପାଇଁ ଶିଷ୍ଟତାକୁ ବ୍ୟବହାର କରନ୍ତି ଯାହାକି କେହି ସେ ଚାହୁଁଥିବା ବିଷୟକୁ କରନ୍ତୁ । ଏଥିରେ ‘ଦୟାପୂର୍ବକ’ ଶବ୍ଦ ଅନ୍ତର୍ଭୁକ୍ତ ଯାହାକି ଏହା ଯେ ଅନୁରୋଧ ଓ ଆଦେଶ ନୁହେଁ ଏହାକୁ ସ୍ପଷ୍ଟ କରିଥାଏ । ଏହା ସାଧାରଣତଃ ଏପରି ବିଷୟ ଯାହା ବକ୍ତାଙ୍କୁ ଲାଭଦାୟକ ହୋଇଥାଏ ।

ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅନ୍ତୁ । (ମାଥିଉ 6:11 ULT )

ମୁଁ କ୍ଷମା ପାଇଅଛି ବୋଲି ମନେ କରନ୍ତୁ । (ଲୂକ 14:18 ULT)

ଏକ ଶୁଭେଚ୍ଛାରେ, ସେମାନେ ଚାହୁଁଥିବା ବିଷୟକୁ ଜଣେ ବ୍ୟକ୍ତି ସ୍ପଷ୍ଟ କରିଥାଏ । ଇଂରାଜୀରେ, ସାଧାରଣତଃ “may” କିମ୍ବା “let” ଶବ୍ଦ ସହ ଆରମ୍ଭ ହୋଇଥାଏ ।

ଆଦି ପୁସ୍ତକ 28 ରେ, ଇସହାକ ଯାକୁବଙ୍କ ନିମନ୍ତେ ଈଶ୍ଵର କ;ଣ କରନ୍ତୁ ବୋଲି ଚାହୁଁଥିଲେ, ତାହା ସେ ତାହାଙ୍କୁ କହିଲେ ।

ସର୍ବଶକ୍ତିମାନ ପରମେଶ୍ଵର ଆଶୀର୍ବାଦ କରି ତୁମ୍ଭକୁ ନାନା ଜନସମାଜ କରିବା ପାଇଁ ଫଳବନ୍ତ ଓ ବହୁପ୍ରଜାବନ୍ତ କରନ୍ତୁ (ଆଦି ପୁସ୍ତକ 28:3 ULT)

ଆଦିପୁସ୍ତକ 9 ଆଧ୍ୟାୟରେ, କିଣାନ ପ୍ରତି କ’ଣ ଘଟୁ ବୋଲି ଚାହିଁଲେ, ତାହା ନୋହ କିଣାନକୁ କହିଲେ ।

କିଣାନ ଶାପଗ୍ରସ୍ତ ହେଉ। ସେ ଆପଣା ଭାତୃଗଣର ଦାସାନୁଦାସ ହେଉ । (ଆଦି ପୁସ୍ତକ 9:25 ULT)

ଆଦି ପୁସ୍ତକ 21 ରେ, ହାଗର ଦୃଢ ମନୋବଳ ସ୍ପଷ୍ଟ କଲେ ଯେ ସେ ପୁତ୍ରର ମୃତ୍ୟୁକୁ ଦେଖି ପାରିବେ ନାହିଁ, ଏଣୁ ସେ ଦୂରକୁ ଯାଇ ଠିଆ ହେଲେ ।

ବାଳକର ମରଣ ମୁଁ ଦେଖି ପାରିବି ନାହିଁ । (ଆଦି ପୁସ୍ତକ 21:16 ULT)

ଆଦେଶସୂଚକ ବାକ୍ୟର ମଧ୍ୟ ଅନ୍ୟ ବ୍ୟବହାର ଥାଇପାରେ ।(ଆଦେଶ ସୂଚକ ଅନ୍ୟାନ୍ୟ ବ୍ୟବହାର ଦେଖନ୍ତୁ)

ବିସ୍ମୟସୂଚକ ବାକ୍ୟାଂଶଗୁଡ଼ିକ

ବିସ୍ମୟସୂଚକ ବାକ୍ୟାଂଶଗୁଡ଼ିକ ଦୃଢ ଅନୁଭବକୁ ପ୍ରକାଶ କରେ । ULT ଓ UST , ବାକ୍ୟର ଶେଷରେ ସାଧାରଣତଃ ବିସ୍ମୟସୂଚକ ଚିହ୍ନ ବ୍ୟବହାର କରେ (!)

ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ! (ମାଥିଉ 8:25 ULT)

(ଅନ୍ୟ ଉପାୟରେ ଅନୁବାଦ କରିବା ନିମନ୍ତେ ବିସ୍ମୟସୂଚକ ପାଠକୁ ଦେଖନ୍ତୁ)

ଅନୁବାଦ କୌଶଳଗୁଡ଼ିକ

(1) ଏକ ବାକ୍ୟର ଏକ ନିର୍ଦ୍ଦିଷ୍ଟ ବ୍ୟବହାର ଅଛି ବୋଲି ଦର୍ଶାଇବା ପାଇଁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ।

(2) ଯେବେ ବାଇବେଲରେ ଥିବା ବାକ୍ୟରେ ବିଭିନ୍ନ ପ୍ରକାରର ବାକ୍ୟଗୁଡ଼ିକୁ ଆପଣଙ୍କ ଭାଷା ବାକ୍ୟର କାର୍ଯ୍ୟ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହାର କରେ ନାହିଁ, ଅନୁବାଦ କୌଶଳ ନିମନ୍ତେ ନିମ୍ନ ପୃଷ୍ଠାଗୁଡ଼ିକୁ ଦେଖନ୍ତୁ ।