or_tw/bible/names/philistines.md

2.9 KiB

ଫିଲିଷ୍ଟାଇନ୍, ପଲେଷ୍ଟୀୟା

ତଥ୍ୟଗୁଡିକ:

ପଲେଷ୍ଟୀୟମାନେ ଏକ ଲୋକଦଳଥିଲେ ଏବଂ ସେମାନେ ଫିଲିଷ୍ଟୀୟା ନାମକ ଏକ ଅଞ୍ଚଳ ଅଧିକାର କରି ରହିଥିଲେ ଯାହା ଭୁମଧ୍ୟସାଗର ତଟବର୍ତ୍ତୀ ଅଟେ I ସେମାନଙ୍କ ନାମର ଅର୍ଥ “ସମୁଦ୍ରର ଲୋକମାନେ” ଅଟେ I

  • ପାଞ୍ଚଟି ମୁଖ୍ୟ ଫିଲିଷ୍ଟାଇନ୍ ଅଞ୍ଚଳଗୁଡ଼ିକ ରହିଥିଲା I

ଅସଦୋଦ, ଅସ୍କିଲୋନ୍, ଇକ୍ରୋଣ, ଗାଥ ଏବଂ ଗଜ୍ଜା(ଘସା) I

  • ଅସଦୋଦ ନଗରୀ ଫିଲିଷ୍ଟାଇନର ବା ପଲେଷ୍ଟୀୟାର ଉତ୍ତର ଭାଗରେ ଏବଂ ଗଜ୍ଜା ନଗରୀ ଦକ୍ଷିଣ ଭାଗରେଥିଲା I
  • ପଲେଷ୍ଟୀୟମାନେ ହୁଏତ ଇସ୍ରାଏଲୀୟମାନଙ୍କ ସହିତ ଅନେକ ବର୍ଷ ଧରି ଯୁଦ୍ଧରତ ଥିବା ବିଷୟ ହେତୁ ଅଧିକ ସୁପରିଚିତଥିଲେ I
  • ବିଚାରକର୍ତ୍ତା ଶାମଶୋନ୍ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଜଣେ ବିଖ୍ୟାତ ଯୋଦ୍ଧାଥିଲେ I ସେ ଈଶ୍ୱରଙ୍କ ନିକଟରୁ ଅଲୌକିକ ଶକ୍ତି ପାଇ ତାହା ବ୍ୟବହାର କରିଥିଲେ I
  • ରାଜା ଦାଉଦ ଅନେକ ସମୟରେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧର ନେତୃତ୍ୱ ନେଇଥିଲେ I ଏହା ସହିତ, ସେ ଯୁବା ଥିବା ସମୟରେ ପଲେଷ୍ଟୀୟ ଯୋଦ୍ଧା ଗଲିୟାତକୁ ପରାଜିତ କରିଥିଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଅସଦୋଦ, ଅସ୍କିଲୋନ୍, ଦାଉଦ, ଇକ୍ରୋଣ, ଗାଥ, ଗଜ୍ଜା ବା ଘସା, ଗଲିୟାତ, ଲବଣ ସମୁଦ୍ର)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H6429, H6430