or_tw/bible/names/troas.md

2.5 KiB
Raw Permalink Blame History

ତ୍ରୋୟା

ସତ୍ୟ ଘଟଣାବଳୀ:

ତ୍ରୋୟା ନଗରୀ ଏସିଆର ପ୍ରାଚୀନ ରୋମୀୟ ପ୍ରଦେଶର ଉତ୍ତର-ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସମୁଦ୍ର ବନ୍ଦର ଥିଲା I

  • ପାଉଲ ଆପଣାର ସୁସମାଚାର ପ୍ରଚାର ଯାତ୍ରାରେ ବିଭିନ୍ନ ସ୍ଥାନକୁ ଯାତ୍ରା କଲାବେଳେ ସେ ତିନିଥର ତ୍ରୋୟାକୁ ପରିଦର୍ଶନ କରିଥିଲେ I
  • ଥରେ ତ୍ରୋୟାରେ, ପାଉଲ ରାତ୍ରୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଚାର କଲେ ଏବଂ ଇଉତୁଖ ନାମକ ଜଣେ ଯୁବା ତାହା ଶୁଣୁଥିବା ଅବସ୍ଥାରେ ଶୋଇପଡ଼ିଲା I ଯେହେତୁ ସେ ଏକ ଖୋଲା ଝରକା ଉପରେ ବସି ଶୁଣୁଥିଲା, ଇଉତୁଖ ଖୁବ ଉଚ୍ଚରୁ ତଳେ ଖସିପଡ଼ିଲା ଏବଂ ମୃତ୍ୟୁବରଣ କଲା I ଈଶ୍ୱରଙ୍କ ଶକ୍ତି ମାଧ୍ୟମରେ ପାଉଲ ଏହି ଯୁବା ଲୋକକୁ ପୁଣି ଥରେ ଜୀବିତବସ୍ଥାକୁ ଫେରାଇ ଆଣିଲେ I
  • ଯେତେବେଳେ ପାଉଲ ରୋମରେ ଥିଲେ, ସେ ତୀମଥିଙ୍କୁ ତାହାଙ୍କ ପୁସ୍ତକଗୁଡ଼ିକୁ ତାଙ୍କ ସଙ୍ଗରେ ଆଣିବା ନିମନ୍ତେ କହିଲେ, ଯାହା ସେ ତ୍ରୋୟାରେ ଛାଡ଼ି ଆସିଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବା ଦେଖନ୍ତୁ)

(ଏସିଆ, ପ୍ରଚାର କରିବା, ପ୍ରଦେଶ, ଉଠାଇବା, ରୋମପୁସ୍ତକ, ତୀମଥି ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G51740