or_tw/bible/names/rome.md

4.1 KiB
Raw Permalink Blame History

ରୋମ, ରୋମୀୟ

ସତ୍ୟ ଘଟଣାବଳୀଗୁଡ଼ିକ:

ନୂତନ ନୀୟମ ସମୟରେ, ରୋମ ନଗରୀ ରୋମୀୟ ସାମ୍ରାଜ୍ୟର କେନ୍ଦ୍ରସ୍ଥଳ ଥିଲା I ଏହା ବର୍ତ୍ତମାନ ଆଧୁନିକ ଇଟାଲୀ ଦେଶର ରାଜଧାନୀ ଅଟେ I

  • ଭୂମଧ୍ୟ ସାଗରର ଚାରିଆଡେ ଥିବା ସମସ୍ତ ଅଞ୍ଚଳଗୁଡ଼ିକରେ ରୋମୀୟ ସାମ୍ରାଜ୍ୟର ଶାସନ ଥିଲା ଏବଂ ଇସ୍ରାଏଲ ଦେଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା I
  • “ରୋମୀୟ” ଶବ୍ଦ ରୋମ ଅଧିକାରୀର ନୀୟନ୍ତ୍ରଣରେ ଥିବା ଅଞ୍ଚଳଗୁଡ଼ିକର ସମ୍ପର୍କୀତ ଯେକୌଣସି ବିଷୟକୁ ସୂଚାଉ ଥିଲା; ଏଥିରେ ରୋମୀୟ ନାଗରିକମାନେ ଏବଂ ରୋମୀୟ ପଦାଧିକାରୀମାନେ ଅନ୍ତର୍ଭୁକ୍ତ ଥିଲେ I
  • ପ୍ରେରିତ ପାଉଲ ଜଣେ ବନ୍ଦୀ ଭାବରେ ରୋମ ନଗରୀକୁ ନିଆଗଲେ, କାରଣ ସେ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କଲେ I
  • ନୂତନ ନୀୟମର “ରୋମୀୟ” ପୁସ୍ତକ ଗୋଟିଏ ପତ୍ର ଅଟେ, ଯାହା ପାଉଲ ରୋମରେ ଥବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ I

( ସୁସମାଚାର, ସମୁଦ୍ର, ପିଲାତ, ପାଉଲ ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀଗୁଡ଼ିକରୁ ଉଦାହରଣଗୁଡ଼ିକ:

  • 23:4 ଯେତେବେଳେ ମରିୟମଙ୍କ ପ୍ରସବ କାଳ ପାଖେଇ ଆସିଲା, ରୋମୀୟ ଅଧିକାରୀ ପ୍ରତ୍ୟେକ ବ୍ୟକ୍ତିକୁ ଜନଗଣନା କରିବା ନିମନ୍ତ ନାମ ଲେଖାଇବାକୁ ଆପଣାମାନଙ୍କ ପୈତୃକ ନଗରୀକୁ ଯିବା ନିମନ୍ତେ ଘୋଷଣା କଲେ I
  • 32:6 ତା’ପରେ ଯୀଶୁ ସେହି ଭୂତକୁ ପଚାରିଲେ, ତୋହର ନାମ କ’ଣ ?” ସେ ଉତ୍ତର ଦେଲା,” ମୋହର ନାମ ବାହୀନୀ, କାରଣ ଆମେ ଅନେକ I” (ଗୋଟିଏ ବାହୀନୀ କହିଲେ ରୋମୀୟ ସୈନ୍ୟବାହୀନୀର ଅନେକ ହଜାର ସୈନ୍ୟର ଦଳ ଅଟେ I)
  • 39:9 ଅତି ପ୍ରଭାତରେ ଯିହୁଦୀୟ ନେତାମାନେ ଯୀଶୁଙ୍କୁ ରୋମୀୟ ସମ୍ରାଟ ପିଲାତଙ୍କ ନିକଟକୁ ଆଣିଲେ; ସେମାନେ ତାହାଙ୍କ ଦ୍ୱାରା ଯୀଶୁଙ୍କୁ ବଧ କରିବା ନିମନ୍ତେ ଅପେକ୍ଷା କରୁଥିଲେ I
  • 39:12 ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ ବେତ୍ରାଘାତ କଲେ ଏବଂ ଏକ ରାଜକୀୟ ବସ୍ତ୍ର ପିନ୍ଧାଇଲେ ଏବଂ ଏକ କଣ୍ଟାର ମୁକୁଟ ପ୍ରସ୍ତୁତ କରି ମସ୍ତକରେ ପିନ୍ଧାଇଲେ I ତା’ପରେ ସେମାନେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ଦେଖ, “ଯିହୁଦୀମାନଙ୍କ ରାଜା !”

ଶବ୍ଦବିନ୍ୟାସ :

  • Strongs: G45140, G45160