or_tw/bible/names/pilate.md

4.6 KiB
Raw Permalink Blame History

ପୀଲାତ

ସତ୍ୟ ଘଟଣାବଳୀ:

ପୀଲାତ ଯିହୂଦାର ରୋମୀୟ ପ୍ରଦେଶର ଶାସନକର୍ତ୍ତା ଥିଲେ; ସେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ I

  • ପୀଲାତ ଶାସନକର୍ତ୍ତା ଥିବାରୁ, ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ ତାହାଙ୍କର କ୍ଷମତା ଥିଲା I
  • ଯିହୂଦୀୟ ଧର୍ମ ନେତାମାନେ ଚାହୁଁଥିଲେ ଯେପରି ପୀଲାତ ଯୀଶୁଙ୍କୁ କ୍ରୁଶାର୍ପିତ କରିବେ, ତେଣୁ ସେମାନେ ଯୀଶୁ ଜଣେ ଅପରାଧୀ ଅଟନ୍ତି ବୋଲି ମିଥ୍ୟା କହିଲେ I
  • ପୀଲାତ ହୃଦୟଙ୍ଗମ କଲେ ଯେ ଯୀଶୁ ଦୋଷୀ ନୁହନ୍ତି; କିନ୍ତୁ ସେ ଜନତାର ଭିଡକୁ ଭୟ କରୁଥିଲେ ଏବଂ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଲେ, ତେଣୁ ସେ ଯୀଶୁଙ୍କୁ କ୍ରୁଶାର୍ପିତ କରିବାକୁ ତାଙ୍କର ସୈନ୍ୟକମାନଙ୍କୁ ଆଦେଶ ଦେଲେ I

( ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

କ୍ରୁଶାର୍ପିତରାଜ୍ୟପାଳଦୋଷୀକୃତଯିହୂଦାରୋମୀୟ:  ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 39:9 ପରଦିନ ସକାଳେ ଯିହୁଦୀ ନେତାମାନେ ଯୀଶୁଙ୍କୁ ରୋମୀୟ ଶାସକ ପୀଲାତଙ୍କ ନିକଟକୁ ଆଣିଲେ। ସେମାନେ ଆଶା କରିଥିଲେ ଯେ ପୀଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରିବେ ଏବଂ ତାଙ୍କୁ ହତ୍ୟା କରିବାକୁ ଦଣ୍ଡିତ କରିବେ। ପୀଲାତ ଯୀଶୁଙ୍କୁ ପଚାରିଲେ, "ତୁମ୍ଭେ ଯିହୂଦୀମାନଙ୍କର ରାଜା ଅଟ କି?"
  • 39:10 ପୀଲାତ କହିଲେ, “ସତ୍ୟ କ’ଣ ଅଟେ?”
  • 39:11 ଯୀଶୁଙ୍କ ସହିତ କଥାବାର୍ତ୍ତା କରିବା ପରେ ପୀଲାତ ଲୋକମାନଙ୍କ ନିକଟକୁ ଯାଇ କହିଲେ, “ମୁଁ ଏହି ଲୋକର କୌଣସି ଦୋଷ ପାଇଲି ନାହିଁ।” କିନ୍ତୁ ଯିହୂଦୀ ନେତା ଓ ଜନତା ପାଟି କରି କହିଲେ, “ତାଙ୍କୁ କ୍ରୁଶରେ ଚଢ଼ାଅ!” ପୀଲାତ ଉତ୍ତର ଦେଲେ, “ସେ ଦୋଷୀ ନୁହଁନ୍ତି।” କିନ୍ତୁ ସେମାନେ ଆହୁରି ଜୋରରେ ପାଟି କଲେ। ଏହା ପରେ ପୀଲାତ ତୃତୀୟ ଥର କହିଲେ, “ସେ ଦୋଷୀ ନୁହଁନ୍ତି।”
  • 39:12 ଲୋକମାନେ କାଳେ ଦଙ୍ଗା ଆରମ୍ଭ କରିବେ ବୋଲି ପୀଲାତ ଭୟଭୀତ ହେଲେ, ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ଯୀଶୁଙ୍କୁ କ୍ରୁଶରେ ବଧ କରିବାକୁ ଆଦେଶ ଦେଲେ।
  • 40:2 ପୀଲାତ ଆଦେଶ ଦେଲେ ଯେ ଯୀଶୁଙ୍କ ମୁଣ୍ଡ ଉପରେ ଏକ ଚିହ୍ନ ରଖାଯିବ ଯେଉଁଥିରେ ଲେଖାଯିବ, “ଯିହୁଦୀମାନଙ୍କର ରାଜା।”
  • 41:2  ପୀଲାତ କହିଲେ, “କେତେକ ସୈନ୍ୟମାନଙ୍କୁ ନେଇ କବରକୁ ଯେତେ ସୁରକ୍ଷା କର I”

ଶବ୍ଦବିନ୍ୟାସ:

  • Strongs: G40910, G41940