or_tw/bible/names/paul.md

7.6 KiB

ପାଉଲ, ଶାଉଲ

ତଥ୍ୟଗୁଡିକ:

ପାଉଲ ଆଦ୍ୟ ମଣ୍ଡଳୀର ଜଣେ ନେତାଥିଲେ ଯିଏ ବହୁ ଅନ୍ୟ ଲୋକଦଳମାନଙ୍କ ନିକଟକୁ ସୁସମାଚାର ପହଞ୍ଚIଇବା ନିମନ୍ତେ ଯୀଶୁଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ।

  • ପାଉଲ ଜଣେ ଯିହୂଦୀଥିଲେ ଏବଂ ରୋମୀୟ ନଗରୀ ତାର୍ଷରେ ଜନ୍ମ ଗ୍ରହଣ କରିଥିଲେ,ଏବଂ ସେଥିସକାଶୁ ସେ ଜଣେ ରୋମୀୟ ନାଗରିକ ମଧ୍ୟ ଥିଲେ।
  • ପାଉଲ ମୂଳତଃ ତାଙ୍କର ଯିହୂଦୀ ନାମ ଶାଉଲ ଭାବରେ ସମ୍ବୋଧିତ ହେଉଥିଲେ।
  • ଶାଉଲ ଏକ ଯିହୂଦୀୟ ଧର୍ମ ନେତାରେ ପରିଣତ ହେଲେ ଏବଂ ଖ୍ରୀଷ୍ଟିଆନ ହୋଇଥିବା ଅନେକ ଯିହୂଦୀମାନଙ୍କୁ ଗିରଫ କଲେ କାରଣ ସେ ଭାବିଲେ ଯେ ସେମାନେ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କୁ ଅସମ୍ମାନିତ କରୁଅଛନ୍ତି।
  • ଯୀଶୁ ସ୍ୱୟଂ ଆପଣାକୁ ଶାଉଲଙ୍କ ଏକ ଆଖି ଝଲସାଇ ଦେବା ଭଳି ଉଜ୍ଜ୍ୱଳ ଆଲୋକ ମଧ୍ୟରେ ପ୍ରକାଶ ହେଲେ ଏବଂ ଖ୍ରୀଷ୍ଟିଆନମାନଙ୍କୁ କଷ୍ଟ ଦେବା ଦେବାରୁ ନିବୃତ୍ତ ହେବାକୁ ତାଙ୍କୁ କହିଲେ।
  • ଶାଉଲ ଯୀଶୁଙ୍କଠାରେ ବିଶ୍ୱାସ କଲେ ଏବଂ ଆପଣା ସହ-ଯିହୂଦୀମାନଙ୍କ ନିକଟରେ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବା ଆରମ୍ଭ କଲେ।
  • ପରେ, ଅଣ-ଯିହୂଦୀ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବା ନିମନ୍ତେ ଏବଂ ରୋମୀୟ ସାମ୍ରାଜ୍ୟର ବିଭିନ୍ନ ପ୍ରଦେଶଗୁଡ଼ିକ ଏବଂ ନଗରଗୁଡ଼ିକରେ ମଣ୍ଡଳୀଗୁଡ଼ିକ ଆରମ୍ଭ କରିବା ନିମନ୍ତେ ଈଶ୍ୱର ଶାଉଲଙ୍କୁ ପ୍ରେରଣ କଲେ। ଏହି ସମୟରେ ସେ ତାଙ୍କର ରୋମୀୟ ନାମ “ପାଉଲ” ଭାବରେ ସମ୍ବୋଧିତ ହେବା ଆରମ୍ଭ କଲେ।
  • ପାଉଲ ମଧ୍ୟ ଏହି ନଗରୀଗୁଡିକରେ ଥିବା ମଣ୍ଡଳୀଗୁଡ଼ିକର ଖ୍ରୀଷ୍ଟିଆନମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏବଂ ଶିକ୍ଷା ଦେବା ନିମନ୍ତେ ପତ୍ରଗୁଡ଼ିକ ଲେଖିବା ଆରମ୍ଭ କଲେ। ଏହି ପତ୍ରଗୁଡିକ ମଧ୍ୟରୁ ଅନେକ ନୂତନ ନିୟମରେ ରହିଛି।

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକ ଅନୁବାଦ କରିବା)

(ଆହୁରି ମଧ୍ୟ ଦେଖ: ଖ୍ରୀଷ୍ଟିଆନ, ଯିହୂଦୀ ନେତାଗଣ, ରୋମ୍)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣ:

  • 45:06 ଜଣେ ଯୁବକର ନାମ ଶାଉଲ ଯେଉଁମାନେ ସ୍ତାତିପାନଙ୍କୁ ହତ୍ୟା କଲେ ଏବଂ ସେମାନେ ତାଙ୍କ ଉପରେ ପଥର ଫୋପାଡ଼ୁଥିବା ସମୟରେ ସେମାନଙ୍କର ବସ୍ତ୍ର ଜଗିଥିଲେ ବୋଲି ସମ୍ମତ ହେଲେ।
  • 46:01 ଶାଉଲ ଜଣେ ଯୁବା ପୁରୁଷ ଯିଏ ସେ ପୁରୁଷମାନଙ୍କର ବସ୍ତ୍ର ଜଗିଥିଲେ ଯେଉଁମାନେ ସ୍ତିଫାନଙ୍କୁ ହତ୍ୟା କଲେ। ସେ ଯୀଶୁଙ୍କଠାରେ ବିଶ୍ୱାସ କରୁ ନଥିଲେ, ତେଣୁ ସେ ବିଶ୍ୱାସୀମାନଙ୍କୁ ତାଡନା କଲେ।
  • 46:02 ଯେତେବେଳେ ଶାଉଲ ଦମ୍ମେଶକ ପଥରେ ଥିଲେ, ଏକ ଉଜ୍ଜଳ ଆଲୋକ ଆକାଶରୁ ତାଙ୍କ ଚାରିଆଡେ ଚମକି ଉଠିଲା ଏବଂ ସେ ଭୂମିରେ ପଡ଼ିଯାଇ ତାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ,”_ ଶାଉଲ_! ଶାଉଲ_! ତୁମ୍ଭେ କାହିଁକି ଆମ୍ଭକୁ ତାଡନା କରୁଅଛ?
  • 46:05 ହନନୀୟ ଶାଉଲଙ୍କ ନିକଟକୁ ଗଲେ, ତାଙ୍କ ଉପରେ ହସ୍ତାର୍ପଣ କଲେ, ଓ କହିଲେ, "ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ,ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି I” ଶାଉଲ ସେହିକ୍ଷଣି ଦୃଷ୍ଟି ପାଇଲେ, ଏବଂ ହନନୀୟ ତାହାଙ୍କୁ ବାପ୍ତିସ୍ମ ଦେଲେ I
  • 46:06 ଅବିଳମ୍ୱରେ, ଶାଉଲ ଦମ୍ମେଶକରେ ପ୍ରଚାର କରିବା ଆରମ୍ଭ କଲେ ପୁଣି ଘୋଷଣା କଲେ, “ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର!”
  • 46:09 ବର୍ଣ୍ଣବବା ଏବଂ ଶାଉଲ ଏହି ନୂତନ ବିଶ୍ୱାସୀମାନଙ୍କୁ ଯୀଶୁଙ୍କ ବିଷୟରେ ଅଧିକ ଶିକ୍ଷା ଦେବା ନିମନ୍ତେ ଏବଂ ମଣ୍ଡଳୀକୁ ବଳିଷ୍ଟ କରିବା ନିମନ୍ତେ ସେଠାକୁ (ଆନ୍ତିୟଖିଆକୁ) ଗଲେ I
  • __47:01__ଯେତେବେଳେ ଶାଉଲ ରୋମୀୟ ସାମ୍ରାଜ୍ୟ ସାରା ଯାତ୍ରା କରୁଥିଲେ, ସେ ତା ରୋମୀୟ ନାମ, “ପାଉଲ ବ୍ୟବହାର କରିବା ଆରମ୍ଭ କଲେ।"
  • 47:14 ପାଉଲ ଏବଂ ଅନ୍ୟ ଖ୍ରୀଷ୍ଟିଆନ ନେତାମାନେ ବହୁ ଅନେକ ନଗରଗୁଡ଼ିକୁ ଯାତ୍ରା କଲେ, ଏବଂ ଯୀଶୁଙ୍କ ସମ୍ୱନ୍ଧୀୟ ଶୁଭ ସମାଚାର ପ୍ରଚାର ଓ ଶିକ୍ଷା ଦେବାକୁ ଲାଗିଲେ।

ଦତ୍ତ ବିଷୟ ଶବ୍ଦବିନ୍ୟାସ:

  • Strong's: G3972, G4569