or_tw/bible/names/persia.md

2.8 KiB

ପାରସିକ, ପାରସୀୟ ଲୋକମାନେ

ସଂଜ୍ଞା:

ପାରସ୍ୟ ଏକ ଦେଶଥିଲା ଯାହା ଏକ ଶକ୍ତିଶାଳୀ ସାମ୍ରାଜ୍ୟରେ ପରିଣତ ହେଲା I ଏହାକୁ ମହାନ କୋରସ ଖ୍ରୀ.ପୂ. 550ରେ ପ୍ରତିଷ୍ଠା କରିଥିଲେ I ପାରସ୍ୟ ଦେଶ ବାବିଲୋନୀୟ ଏବଂ ଆଶୁରୀୟର ଦକ୍ଷିଣପୂର୍ବରେ ଏକ ଅଞ୍ଚଳରେ ଅବସ୍ଥିତଥିଲା, ଯାହାକୁ ବର୍ତ୍ତମାନ ଆଧୁନିକ ସମୟର ଇରାନ ବୋଲି କୁହାଯାଉଛି I

  • ପାରସ୍ୟର ଲୋକମାନଙ୍କୁ “ପାରସିକମାନେ” ବୋଲି କୁହାଯାଉଥିଲା I
  • କୋରସ ରାଜାଙ୍କ ଆଦେଶାଜ୍ଞା ଅଧୀନରେ ଯିହୂଦୀୟମାନେ ବାବିଲର ବନ୍ଦୀତ୍ୱ ଅବସ୍ଥାରୁ ମୁକ୍ତ ହେଲେ ଏବଂ ଆପଣା ଗୃହକୁ ବାହୁଡି ଯିବା ନିମନ୍ତେ ଅନୁମତିପ୍ରାପ୍ତ ହେଲେ, ଏବଂ ପାରସିକ ସମ୍ରାଟଙ୍କ ଆର୍ଥିକ ସହାୟତା ପ୍ରଦାନ ସହିତ ମନ୍ଦିର ପୂନଃ-ନିର୍ମିତ ହେଲା I
  • ଯେତେବେଳେ ଏଜ୍ରା ଏବଂ ନିହିମିୟା ଯିରୂଶାଲମର ପ୍ରାଚୀରଗୁଡ଼ିକ ପୂନଃ-ନିର୍ମାଣ କରିବା ନିମନ୍ତେ ଯିରୂଶାଲମକୁ ଫେରିଗଲେ, ସେତେବେଳେ ରାଜା ଅର୍ତ୍ତକ୍ଷସ୍ତ ପାରସିକ ସମ୍ରାଜ୍ୟର ଶାସକଥିଲେ I
  • ଏଷ୍ଟର ଯେତେବେଳେ ରାଜା ଅକ୍ଷଶ୍ୱେରଶଙ୍କୁ ବିବାହ କଲେ, ସେତେବେଳେ ସେ ପାରସିକ ସାମ୍ରାଜ୍ୟର ରାଣୀ ହେଲେ I

(ଆହୁରି ଦେଖ: ଅକ୍ଷଶ୍ୱେରଶ, ଅର୍ତ୍ତକ୍ଷସ୍ତ, ଅଶୂରୀୟ, ବାବିଲୋନ, କୋରସ, ଏଷ୍ଟର, ଏଜ୍ରା, ନିହିମିୟା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H6539, H6540, H6542, H6543