or_tw/bible/names/balaam.md

3.2 KiB
Raw Permalink Blame History

ବିଲୀୟାମ

ତଥ୍ୟବଳୀ:

ବିଲୀୟାମ ଜଣେ ଅଧାର୍ମିକ ଭବିଷ୍ୟ‌ଦ୍‌ବକ୍ତା ଥିଲା, ଯାହାକୁ ରାଜା ବାଲେକ ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ନିଯୁକ୍ତ କରିଥିଲେ ଯେବେ ସେମାନେ ଉତ୍ତର ମୋୟାବର ଯର୍ଦ୍ଦନ ନଦୀରେ ଛାଉଣି କରି କିଣାନ ଦେଶରେ ପ୍ରବେଶ କରିବାକୁ ପ୍ରସ୍ତୁତ ଥିଲେ।

  • ବିଲୀୟାମ ମୋୟାବ ଦେଶଠାରୁ ପ୍ରାୟ 400 କିଲୋମିଟର ଦୂରରେ ଥିବା ଫରାତ୍ ନଦୀ କୂଳରେ ଅବସ୍ଥିତ ପେଥୋର ନଗରରୁ ଆସିଥିଲେ।
  • ମିଦିୟନୀୟ ରାଜା ବାଲେକ ଇସ୍ରାଏଲର ସାମର୍ଥ୍ୟ ଓ ସଂଖ୍ୟାକୁ ଭୟ କରୁଥିଲେ, ତେଣୁ ସେ ଅଭିଶାପ ଦେବା ପାଇଁ ବିଲୀୟାମକୁ ନିଯୁକ୍ତ କଲେ।
  • ବିଲୀୟାମ ଇସ୍ରାଏଲ ଆଡ଼କୁ ଯାଉଥିବା ସମୟରେ, ଈଶ୍ୱରଙ୍କ ଦୂତ ତାଙ୍କ ପଥରେ ଠିଆ ହେଲେ ଯାହା ଫଳରେ ବିଲୀୟାମର ଗଧ ଅଟକି ଗଲା। ଈଶ୍ଵର ଗଧକୁ ବିଲୀୟାମ ସହ କଥା ହେବାକୁ କ୍ଷମତା ମଧ୍ୟ ଦେଲେ ।
  • ଈଶ୍ଵର ବିଲୀୟାମକୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବାକୁ ଅନୁମତି ଦେଲେ ନାହିଁ ଏବଂ ଏହା ବଦଳରେ ସେମାନଙ୍କୁ ଆଶୀର୍ବାଦ କରିବାକୁ ଆଦେଶ ଦେଲେ ।
  • ପରବର୍ତ୍ତୀ ସମୟରେ, ବିଲୀୟାମ ଇସ୍ରାଏଲୀୟମାନଙ୍କ ଉପରେ ମନ୍ଦତା ଆଣିଥିଲା ଯେବେ ସେ ସେମାନଙ୍କୁ ମିଥ୍ୟା ଦେବତା ବାଆଲ୍ ଦେବତାକୁ ଉପାସନା କରିବାକୁ ପ୍ରଭାବିତ କରିଥିଲା।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଆଶୀର୍ବାଦ, କିଣାନ, ଅଭିଶାପ, ଗଧ, ଫରାତ୍ ମହାନଦୀ, ଯର୍ଦ୍ଦନ ନଦୀ, ମିଦିୟନ, ମୋୟାବ, ପିୟୋର)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H1109, G09030