or_tw/bible/names/peor.md

2.2 KiB

ପିୟୋର, ପର୍ବତ ଶିଖର ପିୟୋର, ବାଲ୍ ପିୟୋର

ସଂଜ୍ଞା

ପିୟୋର ଏବଂ ପର୍ବତ ଶିଖର ପିୟୋର ପ୍ରତିଶବ୍ଦଟି ମୋୟାବ ଅଞ୍ଚଳରେ ଥିବା ଲବଣ ସମୁଦ୍ରର ଉତ୍ତର ପୂର୍ବରେ ଥିବା ଏକ ପର୍ବତକୁ ବୁଝାଏ I

  • “ବେଥ୍ ପିୟୋର” ନାମଟି ଏକ ନଗରୀର ନାମ I ତାହା ହୁଏତ ସେହି ପର୍ବତ ଉପରେ କିମ୍ୱା ଏହାର ନିକଟରେ ଅବସ୍ଥିତଥିଲା I

ଏହି ସ୍ଥାନରେ ମୋଶା ମୃତ୍ୟୁବରଣ କରିଥିଲେ I ଈଶ୍ୱର ତାହାଙ୍କୁ ପ୍ରତିଜ୍ଞତା ଦେଶ ଦେଖାଇବା ପରେ ହିଁ ଏଠାରେ ତାଙ୍କର ମୃତ୍ୟୁ ହୋଇଥିଲା I

  • ମୋୟାବୀୟମାନଙ୍କର ମିଥ୍ୟା ଦେବତା “ବାଆଲ୍ ପିୟୋର୍”ଥିଲା ଏବଂ ସେମାନେ ତାହାକୁ ସେହି ପର୍ବତ ପିୟୋରରେ ଉପାସନା କରୁଥିଲେ I

ଇସ୍ରାଏଲୀୟମାନେ ମଧ୍ୟ ଏହି ପ୍ରତିମାକୁ ଉପାସନା କରିବା ଆରମ୍ଭ କଲେ ଏବଂ ଈଶ୍ୱର ସେମାନଙ୍କୁ ଏଥିପାଇଁ ଦଣ୍ଡ ଦେଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକ ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ବାଲ୍, ମିଥ୍ୟା ଦେବତା, ମୋୟାବ, ଲବଣ ସମୁଦ୍ର, ଉପାସନା)

ବାଇବଲ ପଦଗୁଡିକ

ବୋର୍ଡ ଡାଟା :

  • Strong's: H1047, H1187, H6465