or_tw/bible/names/baal.md

4.9 KiB
Raw Permalink Blame History

ବାଲ

ଘଟଣାବଳି:

"ବାଲ" ର ଅର୍ଥ "ପ୍ରଭୂ" କିମ୍ୱା "ମାଲିକ" ଏବଂ କିଣାନୀୟମାନଙ୍କ ଦ୍ୱାରା ଉପାସିତ ହେଉଥିବା ପ୍ରାଥମିକ ମିଥ୍ୟା ଦେବତା ׀

  • ଅନ୍ୟ ଏକ ମିଥ୍ୟା ଦେବତା "ବାଲ" ର ଆଂଶିକ ନାମରେଥିଲା ଯାହାକି "ବାଲ ପିୟୋର" ׀

ବେଳେବେଳେ ଏହି ସମସ୍ତ ଦେବତାମାନଙ୍କୁ ଏକାଠି କରି "ବାଲ ସମୁହ" ବୋଲି ସୂଚିତ କରାଯାଉଥିଲା ׀

  • କେତେକ ଲୋକ ଙ୍କ ନାମ ବାଲ ଶବ୍ଦ ରହି ରଖାଯାଉଥିଲା ׀
  • ବାଲ କୁ ବିଭିନ୍ନ ଖରାପ ଅଭ୍ୟାସ ଦ୍ୱାରା ଉପାସନା କରାଯାଉଥିଲା ଯେପରିକି ପିଲାମାନଙ୍କୁ ବଳି ଦିଆ ଯାଉଥିଲା ଏବଂ ବେଶ୍ୟାମାନଙ୍କୁ ବ୍ୟବହାର କରାଯାଉଥିଲା ׀

ଇତିହାସ ର ବିଭିନ୍ନ ସମୟରେ,ଇସ୍ରାଏଲୀୟମାନେ ମଧ୍ୟ ତାଙ୍କ ଚର୍ତୁପାର୍ଶରେ ଥିବା ମୂର୍ତ୍ତି ପୂଜକ ଦେଶମାନଙ୍କୁ ଅନୁସରଣ କରି ବାଲ ଉପାସନାରେ ଗଭୀର ଭାବରେ ଜଡ଼ିତଥିଲେ ׀

  • ଆହବ ରାଜା ଙ୍କ ରାଜତ୍ୱ ସମୟରେ ପରମେଶ୍ୱର ଙ୍କ ଭବିଷ୍ୟତ୍ ବକ୍ତା ଏଲୀୟ ପରୀକ୍ଷା ମୂଳକ ପ୍ରମାଣ କରି ଦେଖାଇଦେଲେ ଯେ ବାଲର କୌଣସି ସ୍ଥିତି ନାହିଁ ଏବଂ ସଦାପ୍ରଭୁ ହିଁ ସତ୍ୟ ପରମେଶ୍ୱର ଅଟନ୍ତି ׀

ଯାହା ଫଳରେ ବାଲ ର ଭବିଷ୍ୟତ୍ ବକ୍ତା ଗଣ ବିନଷ୍ଟ ହେଲେ ଏବଂ ଲୋକମାନେ ପୁନଶ୍ଚ ସଦାପ୍ରଭୁଙ୍କୁ ଉପାସନା କରିବା ଆରମ୍ଭ କଲେ ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକ କିପରି ଅନୁଦିତ ହେବ

(ଦେଖନ୍ତୁ: ଆହବ, ଆଶେର, ଏଲୀୟ, ମିଥ୍ୟା ଦେବତା, ବେଶ୍ୟା, ସଦାପ୍ରଭୁ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବାଇବଲ କାହାଣୀରୁ ଉଦାହରଣ:

  • 19:02 ଆହବ ଜଣେ ଦୁଷ୍ଚ ଲୋକଥିଲା ଯିଏକି "ବାଲ" ନାମକ ମିଥ୍ୟା ଦେବତା କୁ ପୂଜା କରିବା ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କରୁଥିଲା ׀
  • 19:06 ଇସ୍ରାଏଲ ରାଜ୍ୟର ସମସ୍ତ ଲୋକ,ବାଲ ର 450 ଭବିଷ୍ୟତବକ୍ତା ଙ୍କ ସମେତ ସମସ୍ତେ କର୍ମିଲ ପର୍ବତ କୁ ଆସିଲେ ׀

ଏଲୀୟ ଲୋକମାନଙ୍କୁ କହିଲେ,"କେତେ କାଳ ଧରି ତୁମେ ତୁମ ମନ କୁ ପରିବର୍ତ୍ତନ କରୁଥିବ ? ଯଦି ସଦାପ୍ରଭୁ ପରମେଶ୍ୱର ଅଟନ୍ତି,ତାଙ୍କୁ ସେବା କର! ଯଦି ବାଲ ପରମେଶ୍ୱର ଅଟନ୍ତି,ତାଙ୍କୁ ସେବା କର!

  • 19:07 ତାପରେ ଏଲୀୟ ବାଲ ର ଭବିଷ୍ୟତବକ୍ତାମାନଙ୍କୁ କହିଲେ "ଗୋଟିଏ ବଳଦ ମାରି ଯଜ୍ଞ ବେଦି ପ୍ରସ୍ତୁତ କର କିନ୍ତୁ ସେଥିରେ ନିଆଁ ଲଗାଅ ନାହିଁ" ׀
  • 19:08 ତାପରେ ବାଲର ଭବିଷ୍ୟତବକ୍ତାମାନେ ବାଲକୁ ପ୍ରାର୍ଥନା କରି କହିଲେ, "ହେ ବାଲ ଆମକୁ ଶ୍ରବଣ କର" ׀
  • 19:12 ତେଣୁ ଲୋକମାନେ__ ବାଲ__ ର ଭବିଷ୍ୟତବକ୍ତାମାନଙ୍କୁ କାବୁ କରିନେଲେ

ତା ପରେ ଏଲୀୟ ସେମାନଙ୍କୁ ବାହାରକୁ ଆଣିଲେ ଓ ହତ୍ୟା କଲେ ׀

ବୋର୍ଡ ଡାଟା :

  • Strong's: H1120, G896