or_tw/bible/kt/yahweh.md

8.3 KiB
Raw Permalink Blame History

ସଦାପ୍ରଭୁ

ସତ୍ୟ ଘଟଣାବଳିଗୁଡ଼ିକ:

ପୁରାତନ ନିୟମରେ "ସଦାପ୍ରଭୁ" ଶବ୍ଦ ଈଶ୍ଵରଙ୍କ ବ୍ୟକ୍ତିଗତ ନାମ ଅଟେ I ଏହି ନାମର ନିର୍ଦ୍ଦିଷ୍ଟ ଉତ୍ପତ୍ତି ଅଜ୍ଞାତ ଅଟେ, କିନ୍ତୁ ଏହା ବୋଧହୁଏ ଏବ୍ରୀୟ କ୍ରିୟାରୁ ଉତ୍ପନ୍ନ ହୋଇଅଛି, ଯାହାର ଅର୍ଥ “ହେବା ଅଟେ” I

  • ପରମ୍ପରାକୁ ଅନୁସାରେ, ଅନେକ ବାଇବେଲ ସଂସ୍କରଣ “ଈଶ୍ଵର” କିମ୍ବା “ସଦାପ୍ରଭୁ” ଶବ୍ଦକୁ “ଯିହୋବା” କୁ ପ୍ରତିନିଧିତ୍ୱ କରିବାକୁ ବ୍ୟବହାର କରେ I ଏହି ପରମ୍ପରାଟି ଐତିହାସିକ ଅଟେ କାରଣ ଯିହୁଦୀଲୋକମାନେ ଯିହୋବାଙ୍କ ନାମକୁ ଭୁଲ ଉଚ୍ଚାରଣ କରିବାକୁ ଭୟ କରୁଥିଲେ ତେଣୁ ସେମାନେ ଏହି ନାମକୁ “ପ୍ରଭୁ” କହିବା ଆରମ୍ଭ କଲେ I ଈଶ୍ଵରଙ୍କ ବ୍ୟକ୍ତିଗତ ନାମକୁ ସମ୍ମାନ ଜଣାଇବା ଏବଂ ଏହାକୁ "ପ୍ରଭୁ" ଠାରୁ ପୃଥକ କରିବା ପାଇଁ ଇଂରାଜୀ ଆଧୁନିକ ବାଇବେଲଗୁଡ଼ିକ ସମସ୍ତ ବଡ଼ ଅକ୍ଷରରେ "LORD" ଲେଖନ୍ତି ଯାହାକି ଏକ ଏବ୍ରୀୟ ଶବ୍ଦଠାରୁ ପୃଥକ ଅଟେ I
  • ପୁରାତନ ନିୟମର ଏବ୍ରୀୟ ପାଠ୍ୟ ସହିତ ULT ଏବଂ UST ଗ୍ରନ୍ଥଗୁଡ଼ିକ ସର୍ବଦା “ଯିହୋବା” ବୋଲି ଅନୁବାଦ କରନ୍ତି I
  • "ଯିହୋବା" ଶବ୍ଦ ନୂତନ ନିୟମର ମୂଳ ପାଠ୍ୟରେ ଉଲ୍ଲେଖ ହୋଇ ନାହିଁ; ପୁରାତନ ନିୟମରୁ ଉଦ୍ଧୃତ କରିବାବେଳେ କେବଳ "ପ୍ରଭୁ" ପାଇଁ ଗ୍ରୀକ୍ ଶବ୍ଦ ବ୍ୟବହୃତ ହୋଇଅଛି I
  • ପୁରାତନ ନିୟମରେ, ଯେତେବେଳେ ଈଶ୍ଵର ନିଜ ବିଷୟରେ କହୁଥିଲେ, ସେ ପ୍ରାୟତଃ ସର୍ବନାମ ପରିବର୍ତ୍ତେ ତାଙ୍କ ନାମ ବ୍ୟବହାର କରୁଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଯିହୋବା”  ଶବ୍ଦକୁ ଏକ ବାକ୍ୟ କିମ୍ବା ବାକ୍ୟାଂଶ ସହ ଅନୁବାଦ କରାପାରେ ଯାହାର ଅର୍ଥ “ମୁଁ” କିମ୍ବା “ଜୀବିତ ଈଶ୍ଵର” କିମ୍ବା “ଯିଏ ଅଛି” କିମ୍ବା “ଯିଏ ଜୀବିତ” ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦକୁ ବନାନ ମଧ୍ୟ କରାଯାଇପାରେ ଯାହା "ଯିହୋବା" ର ବନାନ ସହ ସମାନ ଅଟେ I
  • କେତେକ ମଣ୍ଡଳୀ "ଯିହୋବା" ଶବ୍ଦ ବ୍ୟବହାର ନକରି, ପାରମ୍ପାରିକ ଅନୁବାଦ "LORD ବା ସଦାପ୍ରଭୁ" ବ୍ୟବହାର କରିବାକୁ ପସନ୍ଦ କରନ୍ତି I ଏକ ଗୁରୁତ୍ୱପୂର୍ଣ୍ଣ ଏହା  ଯେ ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ଉଚ୍ଚାରଣ ହୋଇପାରେ କାରଣ ଏହା "ପ୍ରଭୁ" ଆଖ୍ୟା ସହିତ ଅତ୍ୟନ୍ତ ସମାନ ଅଟେ I କେତେକ ଭାଷାରେ ଅନ୍ୟାନ୍ୟ ବ୍ୟାକରଣଗତ ମାର୍କର୍ ରହିପାରେ ଯାହା “ପ୍ରଭୁ” କୁ “LORD” (ଯିହୋବା) ଏବଂ Lord କି ପୃଥକ କରେ I
  • ଯଦି ସମ୍ଭବ ତେବେ ପାଠ୍ୟରେ ଯିହୋବା ଉଲ୍ଲେଖ ଥିବା ସ୍ଥାନରେ ଯିହୋବା ଉଲ୍ଲେଖ କରିବା ସର୍ବୋତ୍ତମ, କିନ୍ତୁ କେତେକ ଅନୁବାଦ ପାଠ୍ୟକୁ ଅଧିକ ପ୍ରାକୃତିକ ଏବଂ ସ୍ପଷ୍ଟ କରିବା ପାଇଁ କେତେକ ସ୍ଥାନରେ କେବଳ ସର୍ବନାମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇପାରେ I
  • "ଏହିପରି ଭାବରେ ଯିହୋବା କୁହନ୍ତି।" ବୋଲି ଆପଣ ଉଦ୍ଧୃତ ପାଠାଂଶକୁ ଅନୁବାଦ କରି ପାରିବେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

(ଈଶ୍ଵର, ପ୍ରଭୁ, ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 09:14 ଈଶ୍ଵର କହିଲେ, “ମୁଁ ଯେ ସେ ଅଟେ”I ସେମାନଙ୍କୁ କୁହ “ମୁଁ ମୋତେ ତୁମ ନିକଟକୁ ପଠାଇଛି” I ଆହୁରି ସେମାନଙ୍କୁ କୁହ “ମୁଁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମ୍, ଇସାକ ଓ ଯାକୁବର ଈଶ୍ଵର I ଏହା ମୋର ନାମ ଚିରଦିନ ନିମନ୍ତେ ଅଟେ I
  • 13:04 ତେବେ ଈଶ୍ଵର ସେମାନଙ୍କୁ ନୀୟମାବଳି ଦେଲେ ଓ କହିଲେ “ମୁଁ ସଦାପ୍ରଭୁତୁମ୍ଭର ଈଶ୍ଵର, ଯେ ତୁମ୍ଭକୁ ମିସରର ଦାସତ୍ୱରୁ ଉଦ୍ଧାର କଲେ I ଅନ୍ୟଦେବତା ପୂଜା କର ନାହିଁ I“
  • 13:05 “ମୂର୍ତ୍ତି ନିର୍ମାଣ କର ନାହିଁ କି ସେଗୁଡ଼ିକୁ ପୂଜା କର ନାହିଁ, କାରଣ ମୁଁ ସଦାପ୍ରଭୁ ଇର୍ଷା ରଖିବା ଈଶ୍ଵର ଅଟେ I
  • 16:01 ଇସ୍ରାଏଲ ଲୋକମାନେ କିଣାନୀୟ ମୁର୍ତ୍ତୀଗୁଡ଼ିକୁ ସଦାପ୍ରଭୁ ସତ୍ୟ ଈଶ୍ଵର ବଦଳରେ ପୂଜା କରିବା ଆରମ୍ଭ କଲେ I
  • 19:10 ତତ୍ପରେ ଏଲୀୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ ଅବ୍ରହାମ, ଇସାକ ଓ ଯାକୁବର ଈଶ୍ଵର, ଆଜି ଆମ୍ଭକୁ ଦେଖାଅ କି ତୁମ୍ୱେ ହିଁ ଇସ୍ରାଏଲର ଈଶ୍ଵର ଅଟ ଓ ମୁଁ ତୁମ୍ଭର ଦାସ I

ଶବ୍ଦବିନ୍ୟାସ :

  • Strong's: H3050, H3068, H3069