or_tw/bible/names/asherim.md

3.3 KiB

ଆଶେରା, ଆଶେରା ଖୁଣ୍ଟ, ଅଷ୍ଟାରୋତ୍, ଅଷ୍ଟାରୋତ୍‌ମାନେ

ସଂଜ୍ଞା:

ଆଶେରା ଏକ ଦେବୀଙ୍କ ନାମ, ଯାହା କିଣାନୀୟ ଲୋକମାନଙ୍କ ଦ୍ୱାରା ପୁରାତନ ନୀୟମର ସମୟରେ ପୂଜା କରାଯାଉଥିଲା I “ଆଶେରା”ଙ୍କ ଅନ୍ୟ ନାମ “ଅଷ୍ଟାରୋତ୍” ହୋଇପାରେ, କିମ୍ୱା ଏହା ଅନେକ ଦେବୀଗଣଙ୍କ ନାମ ହୋଇପାରେ ଯାହା ଅତୀ ତଦନୁରୂପଥିଲା I

  • “ଆଶେରା ଖୁଣ୍ଟ” ଶବ୍ଦଟି କାଠରେ ନିର୍ମିତ ଖୋଦିତ ପ୍ରତିମା କିମ୍ୱା ବୃକ୍ଷରେ ଖୋଦିତ, ଯାହା ଦେବୀଗଣକୁ ପ୍ରତିନିଧିତ୍ତ୍ୱ କରିବାକୁ ଦର୍ଶାଉଥିଲା I
  • ଆଶେରା ଖୁଣ୍ଟଗୁଡ଼ିକ ମିଥ୍ୟା ଦେବତା ବାଲ୍‌ନିକଟରେ ଅବସ୍ଥାପିତ କରାଯାଇଥିଲା, ଯାହାକୁ ଆଶେରାଙ୍କ ସ୍ୱାମୀ ଭାବରେ ଚିନ୍ତା କରାଯାଉଥିଲେ I

କେତେକ ଲୋକଦଳ ବାଲ୍‌ଦେବତାଙ୍କୁ ଏକ ସୁର୍ଯ୍ୟ ଦେବତା ଭାବେ ଏବଂ ଆଶେରା କିମ୍ୱା ଅଷ୍ଟାଙ୍କରୋତ୍‌ ଚନ୍ଦ୍ର ଦେବୀ ଭାବରେ ପୂଜା କରୁଥିଲେ I

  • ପରମେଶ୍ୱର ଆଶେରାର ସମସ୍ତ ଖୋଦିତ ପ୍ରତିମାକୁ ବିନଷ୍ଟ କରିବା ନିମନ୍ତେ ଆଦେଶ ଦେଲେ I
  • ଗିଦୀୟୋନ୍‌, ଆସା ରାଜା, ଏବଂ ଯୋଶୀୟ ରାଜା ଭଳି ଇସ୍ରାଏଲର କେତେକ ନେତାଗଣ ପରମେଶ୍ୱରଙ୍କୁମାନିଲେ ଏବଂ ମୂର୍ତ୍ତୀଗୁଡିକୁ ବିନଷ୍ଟ କରିବାକୁ ଲୋକମାନଙ୍କ ନେତୃତ୍ତ୍ୱ ଦେଲେ I
  • କିନ୍ତୁ ଶଲୋମନ ରାଜା, ମନଃଶି ରାଜା, ଏବଂ ଆହବ୍‌ ରାଜା ଭଳି ଅନ୍ୟ କେତେକ ଇସ୍ରାଏଲର ନେତାଗଣ ଆଶେରା ଖୁଣ୍ଟର ପୂଜା କରିବାରେ ପଛେଇ ଯାଇ ନଥିଲେ ଏବଂ ଏହି ମୂର୍ତ୍ତୀଗୁଡିକୁ ପୂଜା କରିବା ନିମନ୍ତେ ଉତ୍ସାହିତ କରିଥିଲେ I

(ମଧ୍ୟ ଦେଖିପାରିବା: ମିଥ୍ୟା ଦେବତା, ବାଲ୍‌, ସିୟୋନ, ପ୍ରତିମୂର୍ତ୍ତୀ, ଶଲୋମନ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H842, H6252, H6253