or_tw/bible/names/solomon.md

5.2 KiB
Raw Permalink Blame History

ଶଲୋମନ

ସତ୍ୟ ଘଟଣାବଳୀ:

ଶଲୋମନ ଦାଉଦ ରାଜାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଜଣେ ଥିଲେ ତାଙ୍କର ମାତା ବତ୍‍ଶେବା ଥିଲେ ।

  • ଯେତେବେଳେ ଶଲୋମନ ରାଜା ହେଲେ, ଈଶ୍ଵର ତାହାଙ୍କୁ  ସେ ଇଚ୍ଛା କରୁଥିବା ସମସ୍ତ ବିଷୟ ମାଗିବାକୁ କହିଲେ ଏଣୁ ଶଲୋମନ ଲୋକମନଙ୍କୁ  ନ୍ୟାୟ ଏବଂ ଉତ୍ତମ ଭାବରେ ଶାସନ କରିବାକୁ ଜ୍ଞାନ ମାଗିଲେ । ଈଶ୍ଵର ସେଥିରେ ସନ୍ତୁଷ୍ଟହୋଇ  ଲୋକମନଙ୍କୁ  ଉଭୟ ସମ୍ପତ୍ତି ଏବଂ ଜ୍ଞାନ ଦେଲେ ।
  • ଶଲୋମନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ପ୍ରସିଦ୍ଧ ଯିରୂଶାଲମ ମନ୍ଦିର ପାଇଁ ମଧ୍ୟ ସେ ଅଧିକ ପ୍ରସିଦ୍ଧ ଅଟନ୍ତି ।
  • ଯଦିଓ ଶଲୋମନଙ୍କ ରାଜତ୍ୱର ପ୍ରଥମ ବର୍ଷରେ ସେ ଉତ୍ତମ ଭାବେ ଶାସନ କଲେ, ପରବର୍ତ୍ତୀ ସମୟରେ ସେ ନିର୍ବୋଧ ହୋଇ ଅନେକ ବିଦେଶିନୀକୁ ବିବାହ କଲେ ଏବଂ ସେମାନଙ୍କର ଦେବତାଗଣକୁ ଉପାସନା କଲେ ।
  • ଶଲୋମନଙ୍କର ଅବିଶ୍ୱସ୍ତତା ହେତୁ, ତାଙ୍କର ମୃତ୍ୟୁପରେ ଈଶ୍ଵର ଇସ୍ରାଏଲ ସନ୍ତାନଗଣମାନଙ୍କୁ ଦୁଇଟି ରାଜ୍ୟରେ ଯଥା ଇସ୍ରାଏଲ ଓ ଯିହୂଦା  ରାଜ୍ୟରେ ବିଭାଜନ କଲେ  । ଏହି ରାଜ୍ୟ ପ୍ରାୟ ପରସ୍ପର ମଧ୍ୟରେ ଯୁଦ୍ଧ କଲେ ।

(ନାମଗୁଡିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ବତ୍‍ଶେବାଦାଉଦ, ଇସ୍ରାଏଲଯିହୂଦାଇସ୍ରାଏଲର ରାଜ୍ୟମନ୍ଦିର: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦହାରଣଗୁଡ଼ିକ:

  • ୧୭:୧୪ ପରବର୍ତ୍ତୀ ସମୟରେ, ଦାଉଦ ଏବଂ ବତ୍‍ଶେବା ଆଉ ଏକ ପୁତ୍ର ସନ୍ତାନ ପାଇଲେ ଓ ସେମାନେ ତାହାର ନାମ ଶଲୋମନ ଦେଲେ ।
  • ୧୮:୧ କେତେକ ବର୍ଷ ଅତିବାହିତ ହେବାପରେ ଦାଉଦ ମୃତ୍ୟୁବରଣ କଲେ ଏବଂ ତାଙ୍କର ପୁତ୍ର ଶଲୋମନ ଶାସନ କରିବାକୁ ଆରମ୍ଭ କଲେ । ଈଶ୍ଵର ଶଲୋମନକୁ କହିଲେ ତୁମ୍ଭେ ଯାହା ଇଚ୍ଛା କରୁଅଛ ମାଗ କିନ୍ତୁ ଶଲୋମନ ଜ୍ଞାନ ମାଗିଲେ, ଈଶ୍ଵର  ସନ୍ତୁଷ୍ଟ ହେଲେ ଏବଂ ତାହାଙ୍କୁ  ପ୍ରୁଥିବୀର ସର୍ବଜ୍ଞାନୀ କଲେ । ଶଲୋମନ ଅନେକ ବିଷୟ ଶିକ୍ଷିଲେ ଏବଂ ଜଣେ ଜ୍ଞାନୀ ବିଚାରକର୍ତ୍ତା ହେଲେ । ଈଶ୍ଵର  ତାହାଙ୍କୁ ବହୁତ ଧନୀ ମଧ୍ୟ କଲେ ।
  • ୧୮: ଯିରୂଶାଲମରେ ଶଲୋମନ ମନ୍ଦିର ନିର୍ମାଣ କଲେ ଯାହା ତାଙ୍କର ବାପା ଦାଉଦ ଯୋଜନା କରିଥିଲେ ଏବଂ ବସ୍ତୁଗୁଡ଼ିକୁ ସଂଗ୍ରହ କରିଥିଲେ ।
  • ୧୮:୩ କିନ୍ତୁ ଶଲୋମନ ଅନ୍ୟ ଦେଶୀୟା ମହିଳାମାନଙ୍କୁ ପ୍ରେମ କଲେ..... ସେତେବେଳେ ଶଲୋମନ ବୃଦ୍ଧା ହେଲେ, ସେ ସେମାନଙ୍କର ପ୍ରତିମାଗଣକୁ ପୂଜା କଲେ ।
  • ୧୮:୪ ଈଶ୍ଵର ଶଲୋମନ ଉପରେ କ୍ରୋଧାନ୍ୱିତ ହେଲେ ଏବଂ ଶଲୋମନର ଅବିଶ୍ୱସ୍ତତାର ଦଣ୍ଡ ସ୍ୱରୂପେ, ସେ ପ୍ରତିଜ୍ଞା କଲେ ଶଲୋମନଙ୍କ ମୃତ୍ୟୁ ପରେ ଇସ୍ରାଏଲ ଦେଶକୁ ଦୁଇଟି ରାଜ୍ୟରେ ବିଭାଜନ କରିବେ ।

ଶବ୍ଦବିନ୍ୟାସ:

  • Strongs: H8010, G46720