or_tw/bible/names/bathsheba.md

3.4 KiB
Raw Permalink Blame History

ବତଶେବା

ଘଟଣାବଳି:

ବତଶେବା ଉରିୟଙ୍କ ସ୍ତ୍ରୀଥିଲେ ଯିଏକି ଦାଉଦ ରାଜାଙ୍କ ସେନା ବାହୀନୀ ର ଜଣେ ସୈନିକଥିଲେ ׀ ଉରିୟଙ୍କ ମୃତ୍ୟୁ ପରେ ସେ ଦାଉଦଙ୍କ ସ୍ତ୍ରୀ ହେଲେ ଓ ଶଲୋମଲଙ୍କ ମାଁ ହେଲେ ׀

  • ଦାଉଦ ବତଶେବା ସହ ବ୍ୟଭିଚାର କରିଥିଲେ ଯେତେବେଳେ କି ସେ ଉରିୟ ଙ୍କୁ ବିବାହ କରିଥିଲେ ׀
  • ଯେତେବେଳେ ବତଶେବା ଦାଉଦଙ୍କ ଦ୍ୱାରା ଗର୍ଭବତୀ ହେଲେ,ଦାଉଦ ଉରିୟଙ୍କୁ ମରାଇ ବାର କାରଣ ହୋଇଥିଲେ ׀
  • ତତ୍ପରେ ଦାଉଦ ବତଶେବା ଙ୍କୁ ବିବାହ କଲେ ଏବଂ ସେ ଗୋଟିଏ ସନ୍ତାନ ଜନ୍ମ କଲା ׀
  • ପରମେଶ୍ୱର ଦାଉଦଙ୍କୁ ସେହି ପାପ ହେତୁ ଦଣ୍ଡ ଦେଲେ ଯଦ୍ୱାରା କି ସେହି ଶିଶୁ ଜନ୍ମ ହୋଇ କିଛି ଦିନ ପରେ ମରିଗଲା ׀
  • ପରେ ବତଶେବା ଆଉ ଜଣେ ପୁତ୍ର ଶଲମୋନଙ୍କୁ ଜନ୍ମ ଦେଲେ ଯିଏକି ଦାଉଦଙ୍କ ପରେ ରାଜା ହୋଇଥିଲେ ׀

ଅନୁବାଦର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ଦାଉଦ, ଶଲମୋନ. ଉରିୟ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବାଇବଲ ଗଳ୍ପରୁ ଉଦାହରଣ:

  • 17:10 ଅନନ୍ତର ଦାଉଦଙ୍କ ସମସ୍ତ ସୈନ୍ୟବାହୀନୀ ଯୁଦ୍ଧ କରିବା ପାଇଁ ଘରଠାରୁ ବାହାରେ ଥିବା ସମୟରେ ଦିନେ ସନ୍ଧ୍ୟା ସମଯରେ ଦାଉଦ ଆପଣା ଶଯ୍ୟାରୁ ଉଠି ଗୋଟିଏ ସୁନ୍ଦରୀ ସ୍ତ୍ରୀଙ୍କୁ ସ୍ନାନ କରୁଥିବା ଦେଖିଲେ

ତାର ନାମ ବତଶେବାଥିଲା ׀

  • 17:11 କିଛି ସମୟ ପରେ ବତଶେବା ଦାଉଦଙ୍କୁ ସମ୍ୱାଦ ପଠାଇଲା ଯେ ସେ ଗର୍ଭବତୀ ଅଛି ׀
  • 17:12 ବତଶେବାର ସ୍ୱାମୀ ଉରିୟ ଦାଉଦ ରାଜାଙ୍କର ଜଣେ ଉତ୍ତମ ସୈନ୍ୟଥିଲା ׀
  • 17:13 ଉରିୟର ମୃତ୍ୟୁ ପରେ ଦାଉଦ ବତଶେବାକୁ ବିବାହ କଲେ ׀
  • 17:14 ତତ୍ପରେ ଦାଉଦ ଓ ବତଶେବାଙ୍କୁ ଆଉ ଏକ ପୁତ୍ର ହେଲା ଏବଂ ସେମାନେ ତାହାର ନାମ ଶଲମୋନ ରଖିଲେ ׀

ବୋର୍ଡ ଡାଟା :

  • Strong's: H1339