or_tw/bible/names/uriah.md

3.1 KiB
Raw Permalink Blame History

ଉରୀୟ

ତଥ୍ୟ:

ଉରୀୟ ଏକ ଧାର୍ମିକ ବ୍ୟକ୍ତିଥିଲେ ଓ ରାଜା ଦାଉଦର ସବୁଠାରୁ ଉତ୍ତମ ସୈନିକଥିଲେ I ସେ ଅନେକ ସମୟରେ “ହିତିୟ ଉରୀୟ” ରୂପରେ ସମ୍ବୋଧିତ ହୁଅନ୍ତୁ I

  • ଉରୀୟ ର ଏକ ସୁନ୍ଦର ସ୍ତ୍ରୀଥିଲା ଯାହାର ନାମ ବଥସେବାଥିଲା I
  • ଦାଉଦ ଉରୀୟ ର ପତ୍ନୀ ସହିତ ବ୍ୟଭିଚାର କରିଥିଲେ, ଓ ସେ ଦାଉଦ ଦ୍ୱାରା ଗର୍ଭବତୀ ହୋଇଥିଲା I
  • ଏହି ପାପକୁ ଲୁଚାଇବା ନିମନ୍ତେ, ଦାଉଦ ଯୁଦ୍ଧରେ ଉରୀୟ କୁ ହତ୍ୟା କରି ଦେଇଥିଲେ I

ତା ପରେ ଦାଉଦ ବଥସେବା କୁ ବିବାହ କଲେ I

  • ଆଉ ଏକ ବ୍ୟକ୍ତି ଯାହାର ନାମ ଉରୀୟ ଥିଲା ସେ ଆହସ ରାଜା ସମୟରେ ଯାଜକ ଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆହସ, ବଥସେବା, ଦାଉଦ, ହିତିୟ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୭:୧୨ ବଥସେବା ର ସ୍ୱାମୀ ଏକ ବ୍ୟକ୍ତି ଯାହାର ନାମ __ଉରୀୟ__ଥିଲା ଯେ ଦାଉଦ ର ଏକ ଉତ୍ତମ ସୈନିକଥିଲା I

ଦାଉଦ __ଉରୀୟ__କୁ ଯୁଦ୍ଧ ରୁ ଫେରେଇ ଆଣିଲେ ଓ ତାହାକୁ କି ନିଜ ପତ୍ନୀ ପାଖକୁ ଯିବା ନିମନ୍ତେ କହିଲେ I କିନ୍ତୁ ଉରୀୟ ଘରକୁ ଯିବାକୁ ମନା କରିଦେଲେ କାରଣ ଆଉ ଅନ୍ୟ ସନ୍ୟମାନେ ଯୁଦ୍ଧ କ୍ଷେତ୍ରରେଥିଲେ I ତେଣୁ ଦାଉଦ ଉରୀୟ କୁ ପୁଣି ଯୁଦ୍ଧ କ୍ଷେତ୍ର କୁ ପଠାଇଲେ ଓ ସେନାଧ୍ୟକ୍ଷ କୁ କହିଲେ କି ତାହା କୁ ଯେଉଁଠାରେ ଶତ୍ରୁ ସୈନ୍ୟ ସବୁଠାରୁ ବେଶୀ ଦୃଢ଼ ସେହିଠାରେ ରଖା ଯାଉ କି ସେ ମାରୀ ଯାଉ I

  • ୧୭:୧୩ ଉରୀୟ ମରିଗଲା ପରେ ଦାଉଦ ବଥସେବା ସହ ବିବାହ କଲେ I

ବୋର୍ଡ ଡାଟା :

  • Strong's: H223, G3774